Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

5.0  

ବି. ନିରୁପମା

Inspirational

ବଡ ହେଲେ ମୁହିଁ ସୈନିକ ହେବି

ବଡ ହେଲେ ମୁହିଁ ସୈନିକ ହେବି

1 min
7.2K



ବଡ଼ ହେଲେ ମୁହିଁ ସୈନିକ ହେବି,

ଦେଶକୁ ଆମର ସୁରକ୍ଷା ଦେବି ।

ସବୁଠୁ ଉଦାର ସବୁଠୁ ଭଲ ,

କେହି ହେବେନାହିଁ ତା' ସମତୁଲ ।


ଏଇ ଦେଶ ମାଟି ପାଣି-ପବନ,

ପାଇ-ଗଢ଼ା ସିନା ଆମ ଜୀବନ ।

ଦାନା, କନା ଆଉ ରହିବା ପାଇଁ ,

ସବୁ ଦେଉଛି ମୋ ଜନମ ଭୂଇଁ ।


ମୋ ଦେଶର ମାଟି ସୁନାଠୁଁ ବଳି,

ଦେଖି ଶତ୍ରୁ ସଦା ହୁଅନ୍ତି ଭାଳି ।

ଦଖଲ କରିବେ ଆମ ମୁଲକ ,

ଭାରତବାସୀଙ୍କୁ ଦେବେଟି ଦୁଃଖ ।


ଭାବନା ତାଙ୍କର ହେବାକୁ ସତ ,

ଦେବିନାହିଁ ନେଲି ବଜ୍ର ଶପଥ ।

ଏ ମାଟି ମାଆର ସୁରକ୍ଷା ଲାଗି ,

ବଡ଼ ହେଲେ ମୁହିଁ ସୈନିକ ହେବି ।


ସଶସ୍ତ୍ରେ ଜଗିବି ସୀମାରେ ବସି ,

ଦେଖା ହେଲେ ଦେବି ଶତ୍ରୁ୍ଙ୍କୁ ନାଶି ।

ତ୍ରିରଙ୍ଗାକୁ ଆମ ରଖିବି ଉଚ୍ଚା ,

ଗାଉଥିବି 'ସାରେ ଜହାଁସେ ଆଚ୍ଛା।'



ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।ପିନକୋଡ଼-୭୫୯୧୨୪


Rate this content
Log in