Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

5.0  

Sadananda Sahoo

Others

ଭୂତ କୋଠି

ଭୂତ କୋଠି

1 min
479


ପରିତ୍ୟକ୍ତ ଗୃହେ ଭୂତ ପରା ରହେ 

    ଏ'କଥା ବୋଲନ୍ତି ସର୍ବେ , 

ଅତୃପ୍ତ ଆତ୍ମାର  ଏ'ଆବାସ ସ୍ଥଳ 

   ନିଶାର୍ଦ୍ଧ ରାତ୍ରୀରେ ରାବେ ! ! 


ଭଙ୍ଗା ଖଟିଆରେ ଶୟନରେ କିଏ 

     ଦୁଇଟି ମୃତ ଶରୀର , 

ଦୃଶ୍ୟମାନ ହୁଏ ଜୀବିତକି ଇଏ ? 

    ଆସିବେ ଖୋଲି ଦୁଆର ! ! 


ଏ'ଗୃହ ନିଶ୍ଚୟ ଡାକ୍ତର  ଖାନାର 

    ହୁଏ ମୋର ଅନୁମେୟ , 

ଶଵ ସଂରକ୍ଷଣ ବ୍ୟବଚ୍ଛେଦ ଘର , 

    ନିଆରା ତା' ପରିଚୟ ! ! 


ପ୍ରେମୀକ ପ୍ରେମିକା ଅବା ସ୍ଵାମୀ ଭାର୍ଯ୍ୟା 

   ଶୋଇଛନ୍ତି ମୃତ୍ଯୁ ଶେଯେ ,

ବିରଳ ଏ'ଛବି ଦେଖିଲା ଏ' ଆଖି ? 

   କୁହୁକ ମନ୍ତର ଖୋଜେ ! ! 


ପୂତ୍ତିଗନ୍ଧମୟ ଏ' ସାରା ଆବାସ 

   ରକତେ  ଭିଜିଛି ସତେ ,

ଆବର୍ଜନା ପୂର୍ଣ୍ଣ ଚଟାଣ ବିସ୍ତୀର୍ଣ୍ଣ 

    ପରିବେଶ ଭିନ୍ନ କେତେ !?!


ବାତ୍ୟାରେ ଵିଧ୍ଵଂସ ହୋଇଛିକି ମାତ୍ର

    ଏ'ଭୂତ ପ୍ରେତମୟ ନୀଡ , 

ବତାସ ଭୟରେ ଭୂତ ପ୍ରେତ ମାନେ 

    ହୋଇଛନ୍ତି  ହଡବଡ଼ ! ! 


ଏ'ଛବିରୁ ପ୍ରତୀତ ହେଉଛି ନିଶ୍ଚିତ 

    ଭୟଙ୍କର ଦୃଶ୍ୟରାଜି , 

ମାନବ ମାନବୀ ମୃତ୍ଯୁ ଦ୍ଵାରଦେଶୀ 

   ଶୋଇଛନ୍ତି ଆଖି ବୁଜି ! !


ଚିତ୍ରମଣେ ଗାଥା ଭାବନା ଅନ୍ୟଥା 

   ଦୃଶ୍ୟଭାସେ ସ୍ରଷ୍ଟା ନେତ୍ରେ , 

କୁହୁକର ପେଡ଼ି  ନିର୍ଜନ କୋଠରୀ 

   କଵି ଲେଖେ ନିଜ ସୂତ୍ରେ ! ! 


ଏ'ମହଲେ ପଡିଛି ଲିଖନ ପୋଥିକି 

    ସଂଘର୍ଷରେ ଜିତିହାରି , 

ଡାକ୍ତରୀ ମାଇନା କାଗଜ ଆଇନା 

    ଫରଦ ଯାଇଛି ଚିରି ! ! 


Rate this content
Log in