ଗାଆଁ ମେଡିକାଲ
ଗାଆଁ ମେଡିକାଲ
1 min
6.6K
ଗାଆଁ ଡାକତର ସହର ପଠାନ୍ତି
ରୋଗୀ ହେଲେ ସାଙ୍ଘାତିକ
ବାଟେ ନେଉନେଉ ବିଚରା ରୋଗିଟି
ହୋଇଯାଏ ପରଲୋକ ।।
ସବୁର ଚିକିତ୍ସା ଗାଁରେ କାହିଁକି
ପାରୁନାହିଁ ଜମା ହୋଇ
ନା ଡାକତର ନା ଯନ୍ତ୍ରପାତି
କାହାର ଅଭାବ ପାଇଁ ??
ଗାଆଁ ଲୋକେ କାହିଁ ଜର ରୋଗ ହେଲେ
ସହରକୁ ଧାଉଁଥିବେ
ଗାଁରେ କାହିଁକି ସମ୍ଭବ ନହେବ
ଜବାବ ଟିକିଏ ଦେବେ !!
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଆଦି
କେତେ ଦିନ ଚାଲୁଥିବ
ପ୍ରତି ବ୍ଳକରେ ବଡ ମେଡିକାଲ
କେଉଁ ଶତାବ୍ଦୀରେ ହେବ ??