Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

5.0  

Sadananda Sahoo

Others

ମତଦାନ କର ସାବ୍ୟସ୍ତ

ମତଦାନ କର ସାବ୍ୟସ୍ତ

1 min
383



ବିଶାଳ ଭାରତେ ଗଣତନ୍ତ୍ର ଭାସେ 

  ଶାସନର ମହାମନ୍ତ୍ର , 

ସଚେତନ ଧର୍ମୀ ନାଗରିକ କର୍ମୀ 

  ପଢ଼ସର୍ବେ  ମହାଶାସ୍ତ୍ର ! !


ଗଣତନ୍ତ୍ର ଭାର  କରହେ ଅର୍ପଣ 

    ବିଚାର ବିମର୍ଷ କରି , 

ନିର୍ବାଚନ ଅଙ୍କ  ଜଟିଳ ଗଣିତ 

   ମୂଳସୁତ୍ର  ଥାଅଧରି ! ! 


ମତ ଅଧିକାର ସାବ୍ୟସ୍ତେ ସରାଗ 

    ଅଙ୍ଗୁଳି ନିର୍ଦ୍ଧେଶେ ଫଳ , 

ଲୋକପ୍ରତିନିଧି ଦେଵା ଆମ୍ଭେ ବାଛି 

    ଚାଲିବ ସାଶନ କଳ ! ! 


ସୁଯୋଗ୍ୟ ବ୍ୟକ୍ତିକୁ ରାଜା କରିବାକୁ 

   କରିବାନି କେବେ ହେଳା , 

ଜାତି ଧର୍ମ ବର୍ଣ୍ଣ  ନୁହେଁ ସମୀଚିନ

   ଜଳାଅନି  ହିଂସା ଜ୍ଜ୍ଵଳା ! ! 


ଜାଗ ଆହେ ଜନ ନିର୍ବାଚନ ଧନ 

     ଅଧିକାର ସାବ୍ୟସ୍ତରେ , 

ରାଜନୀତି ଭାଗ କର ଉପଭୋଗ 

   ନାଗରିକ ଯୋଗ୍ୟତାରେ ! ! 


ସୁନାଗରିକ  ଦେଶର ସମ୍ପଦ 

    ଗଣତନ୍ତ୍ର  ଅଭିମୁଖି , 

ବିରତ ହୁଏନି ହୁଏ ଅଂଶୀଦାରି 

   ନିର୍ବାଚନେ  ନାମରଖି ! ! 


ସଚେତନ ଧର୍ମୀ ନାଗରିକ କର୍ମୀ 

    ଦେଶର ପ୍ରଚଣ୍ଡ ଶକ୍ତି , 

ସାଶନ ସାଶକ ସଭିଙ୍କ ମାଣିକ 

   ଅଜାଡନ୍ତି ପ୍ରିତୀ ଭକ୍ତି ! ! 


ଦେଖ ସର୍ବେ ଜନ ଅଙ୍ଗୁଳିକୁ ମୋର 

   ଲାଗିଛି ନିଆରା କାଳି , 

ପ୍ରତୀକ ସନ୍ତକ ନିର୍ବାଚନ ରଙ୍ଗ 

   ସରାଗେ ଦେଇଛି ବୋଳି ! ! 


ଭୋଟ ଖଣ୍ଡିଏ ଦାନ କରିବାରେ 

    କୁଣ୍ଠାବୋଧ କର ନାହିଁ , 

ଦେଶର ସାଶନ କରୁ ଯୋଗ୍ୟବର 

    ଉଚ୍ଚସ୍ଵର   ଦିଅକହି ! ! 



Rate this content
Log in