Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Dash

Others

3  

Alaka Dash

Others

ମାଟିର ମୂର୍ଚ୍ଛନା

ମାଟିର ମୂର୍ଚ୍ଛନା

1 min
239


   

ହେ" ବର୍ଷା " !!ତୁମ ଲାଗି "ମାଟି "

ସାଜିଛି ମନମୋହିନୀ 

ଚାରୁ ସୁକେଶିନୀ, ମୃଦୁ ହାସିନୀ, 

ରୂପମୟୀ ରୂପରାଣୀ 

ଅନିନ୍ଦ୍ୟ ସୁନ୍ଦରୀ ମର୍ତ୍ତର ପରୀ 

ସଦା ଚଞ୍ଚଳା 

ଚିର ଉଜ୍ଜ୍ଵଳା, 

ଉଜ୍ଜସ୍ୱଳାର ଉଜ୍ଜ୍ୱଳ ଭଣ୍ଡାର 

ଚିର ଭୂଲୁଣ୍ଠିତ l

ସ୍ୱପ୍ନସୁନ୍ଦରୀ 

ପ୍ରକୃତି କୋଳ ମଣ୍ଡନୀ 

କୁଳୁ କୁଳୁ ସ୍ରୋତସ୍ୱିନୀ 

କାକଳି କୂଜିତା, ପୁଷ୍ପ ଶୋଭିତା 

ଚିର ସବୁଜିମା ଭରା ବସୁନ୍ଧରା, 

ସଦା ଶୁଚିବନ୍ତl

ଜ୍ୟୋତ୍ସ୍ନା ବିଧୌତl

ମଳୟ ମୂର୍ଚ୍ଛିତା, 

ପୁଷ୍ପେ ସୁଶୋଭିତା 

ବାସ୍ନାୟିତା ଧରା 

ଲକ୍ଷେ ଫଗୁଣର ଫୁଲ ଡାଲା 

ସ୍ୱପ୍ନ ବିଭୋରିତ ସାତ ରଙ୍ଗେ 

ରଙ୍ଗାୟିତ ଅନିନ୍ଦ୍ୟ ସୁନ୍ଦରୀ 

ମଧୁ ମଧୁର ଭାଷିଣୀ 

କଣ୍ଠ ଯାର କୋକିଳ ରାଗିଣୀ 

ସଂସ୍କୃତି ମଣ୍ଡିତl

କାଳଜୟୀ କାରୁକାର୍ଯ୍ୟ ବିମଣ୍ଡିତl

ସେ ବିଜ୍ଞାନ ବିଜୟିନୀ 

କାରିଗରୀ ନିପୁଣା 

ସେ ଚିର ବନ୍ଦିତା 

ଦେବୀ ରୂପେ ଆରାଧିତା, 

ସେ ବିଶ୍ୱମାତା 

ହୃଦ ମନ୍ଦିରେ କେତେ ଯେ ଦେବତା, 

ନୁହେଁ ଖାଲି ଭୂମି 

ସେ ଯେ ଦେବ ଭୂମି, 

ରାମ କୃଷ୍ଣ କଲେ କେତେ ଲୀଳା, 

ସେ ସଭ୍ୟତା, 

ସେ ସଂସ୍କୃତି, 

ସେ ଧର୍ମ, ସେ ପରମ୍ପରା 

ସେ ଆରାଧ ସେ ଆରାଧିତା 

ସେ ଆହ୍ଲାଦିନୀ, ଉଲ୍ଲାସିନୀ 

ସେ ସୀତା, ଦୁର୍ଗା, କାଳୀ 

ମା ଭବାନୀ, ଶାରଦା 

ନାରୀ ରୂପୀ ଜନନୀ, 

ଜାୟା, ଭଗିନୀ, 

ସେ ହର୍ମ ମନ୍ଦିର 

ସେ ମଧୁକ୍ଷରl

ଅନନ୍ତ ଯୌବନl

ସେ ରତ୍ନ ଗର୍ଭା 

ସେ ଶାନ୍ତ, ସ୍ନିଗ୍ଧ, 

ମୁଗ୍ଧ ମନ୍ତର 

ସେ ମଧୁଠୁ ମଧୁର 

"ମାଟି "ମାଆ ଆମର ll



Rate this content
Log in