Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଚାଚା ନେହେରୁ

ଚାଚା ନେହେରୁ

1 min
13.4K


ଶିଶୁଙ୍କର ପ୍ରିୟ ଚାଚା ନେହେରୁ ଗୋଲାପ ପ୍ରିୟ ସେ ନେତା
ଜନମ ଦିନକୁ ଶିଶୁଙ୍କୁ ସମର୍ପି ସମାଜକୁ ଦେଲେ ବାର୍ତ୍ତା ।
ଆଜିର ଶିଶୁ ଟି ଆଗାମୀ କାଲିର ନାଗରିକ ଏ ଦେଶର
ଶିଶୁର ଉତ୍ତମ ଯତନ କରିବା ଅଟନ୍ତି ସେ ଧରୋହର ।
ଜେଲରୁ ଚିଠି ଲେଖିଛନ୍ତି କେତେ ଝିଅ ଇନ୍ଦିରାଙ୍କୁ ବସି
ପ୍ରଧାନମନ୍ତ୍ରୀ ସେ ଦକ୍ଷ ହୋଇଲେ ମାନି ଉପଦେଶ ରାଶି ।
ଜେଲ ସମୟ ଉପଯୋଗ କରି ଲେଖିଲେ 'ଭାରତ ଖୋଜ'
ମହା ଇତିହାସ ରଚିଲା ପୁସ୍ତକ ଦେଶ ବିଦେଶରେ ଆଜ ।
ମହାତ୍ମାଙ୍କ ପ୍ରିୟ ପଟେଲଙ୍କ ସ୍ନେହ ମଣି କାଂଚନ ସଂଯୋଗ
ନବ ଭାରତର ନିର୍ମାଣ କଲେ ଭାରି ଶିଳ୍ପ କଲେ ଆଗ ।
ବିଦେଶୀ ମୁଦ୍ରା ବଂଚାଇବା ପାଇଁ ଆମଦାନୀ ରୋକିବାକୁ
ଶିଳ୍ପପତିଙ୍କୁ ଆବାହନ କଲେ ନୂଆ ଦେଶ ଗଢ଼ିବାକୁ ।
ପଂଚଶୀଳ ନୀତି ଆପଣାଇ ହେଲେ ବିଶ୍ଵରେ ପରିଚିତ
ବିଶ୍ଵ ବ୍ୟାଙ୍କକୁ ଗଢିବାରେ ଦେଲେ ସାହସ ଅପ୍ରମିତ ।
ଏସିଆନ୍ ଗେମ୍ ମାନସ ସନ୍ତାନ ଅଲିମ୍ପିକ ଏସିଆର
ଚୀନ୍ ପାକିସ୍ତାନ ପଡୋଶୀ ନୁହେଁ ସେ ଚୀର ଶତୃ ଭାରତର ।
ଆଗକୁ ବଢିଲା ବେଳକୁ ଭଗାରି ଗୋଡ଼ ଟାଣେ ବାରଂବାର
ଋଷିଆ ସହିତ ଉତ୍ତମ ସଂପର୍କ କରୁଥିଲା ଉପଚାର ।
ଗୁଣରେ ଆଦର କରି ବିଦେଶୀଙ୍କୁ ଚିହ୍ନାଉ ଥିଲେ 'ଅଟଳ'
ଦେଖ ଏ ଦେଶର ଭବିଷ୍ୟତ ମୁଖ୍ୟ ଧୈର୍ଯ୍ୟ ସାହସ ଯା ବଳ ।
ଚଉଦ ନଭେମ୍ବର ଅଣାନବେ ଜନ୍ମ ପ୍ରଥମ ପ୍ରଧାନମନ୍ତ୍ରୀ
ଇହଲୀଳା ସାଂଗ କଲେ ପ୍ରପୀଡ଼ିତ ସତେଇଶ୍ ମେ ଚଉଷଠି ।
'ଆଲୋକ ଟି ଲିଭିଗଲା' ବାପୁଜୀଙ୍କ ମୃତ୍ୟୁ ସଂବାଦେ କହିଲେ
ନେହେରୁ ନାହାନ୍ତି ଗୋଲାପ ସମର୍ପି ଶିଶୁ ଆଜି ମନେ ଭାଳେ !


Rate this content
Log in