Lalita Mohan Mishra

Children Stories Drama

4.5  

Lalita Mohan Mishra

Children Stories Drama

ଯେ ଜଗତ ବନ୍ଧୁ ; ସେ ମୋ ଜୀବନ ବନ୍ଧୁ

ଯେ ଜଗତ ବନ୍ଧୁ ; ସେ ମୋ ଜୀବନ ବନ୍ଧୁ

6 mins
309



ଜଗତରନାଥ ହେ ଜଗନ୍ନାଥ ! ସଂସାରରେ ଯାହା ଘଟୁଛି ତାହା ତୁମରି ଆଦେଶ । ଯାହା ଘଟିବାକୁ ଯିବ ତାହା ତୁମରି ନିର୍ଦ୍ଦେଶ । ତେଣୁ ତୁମରି ନିର୍ଦ୍ଦେଶକୁ ସହିବାକୁ ମୋତେ ଶକ୍ତି ଦିଅନ୍ତୁ । ତୁମେ ସିନା ନୀଳ କନ୍ଦରରେ । ମୋର ସଂସାରଟି ନିଳିମା ଭରା ଆକାଶ ତଳେ, ତୁମେ ମୋ' ପାଇଁ ତୋଳିଛି ଘର । ଆଜି ଜୀବନର ସବୁଠାରୁ ବଡ ପରୀକ୍ଷା । ଆଶା ବାନ୍ଧିଛି ସବୁଦିନ ପରି ପ୍ରଭୁ ଜଗନ୍ନାଥ ଆଜି ବି ସବୁ ଠିକ୍ କରିଦେବେ । ସେ ହିଁ ତ ସଖା ସହୋଦର ଭ୍ରାତା ବନ୍ଧୁ ପରିବାର । ସେପଟେ ବନ୍ଧୁବାନ୍ଧବ ଆଉ ପଡୋଶୀଙ୍କ ଟାହିଟାପରା ବେଦୀରୁ ବର ଚାଲିଗଲା, ଏବେ ମଙ୍ଗୁଳା କନ୍ୟାକୁ ବାହା ହେବ କିଏ ? ରୂପାର ବୋଉ ମୁଣ୍ଡ ପିଟି କାନ୍ଦୁଥାଏ । ବାପା ତାର ଚୁପଚାପ୍ ବସିଥାନ୍ତି । ଏସବୁ କ'ଣ ଘଟିଗଲା ? କିଛି ବୁଝି ପାରୁ ନ ଥାନ୍ତି ? ହେଲେ ରୂପା ଜାଣିଥିଲା, ତାର ପ୍ରଭୁ ଜଗନ୍ନାଥ ! ଏହାର ନିଶ୍ଚିତ ସମାଧାନ କରିବେ । ସେ କାହାର କଥାକୁ ଭୃକ୍ଷେପ ନ କରି ନିଜ ବାପା ବୋଉଙ୍କୁ ବୁଝାଇଲା, "ତୁମେ ମାନେ ମୋଟେ ବ୍ୟସ୍ତ ହୁଅ ନାହିଁ ସବୁକିଛି ଠିକ ହେଇଯିବ" ।


ଜଗନ୍ନାଥଙ୍କ ଉପରେ ରୂପାର ପୂର୍ଣ୍ଣ ବିଶ୍ୱାସ ପିଲାଟି ଦିନରୁ । ଜଗନ୍ନାଥ ଫଟୋଟିଏ ସଦା ନିଜ ପାଖରେ ରଖିଥାଏ । ଯାହା ଖାଏ ପ୍ରଥମେ ଜଗନ୍ନାଥଙ୍କୁ ଖୁଆଏ । ଆଉ ପାଖରେ ନେଇ ଶୁଆଇ ଦିଏ । ରୂପାର ଜେଜେ ମା' ସବୁବେଳେ ତାକୁ ବୁଝାଇ କୁହନ୍ତି , ମା' ! ଜୀବନରେ ଯେପରି ପରିସ୍ଥିତି ଆସିଲେ ବି ସବୁବେଳେ ସେହି କାଳିଆ ଠାକୁରଙ୍କ ଉପରେ ଭରସା ରଖିଥିବୁ । ସେଇ ଜଗତର ନାଥ ଜଗନ୍ନାଥ, ତୋର ସବୁ ଇଛା ପୂରଣ କରିବେ । ଆମେ ତୋତେ ଜନ୍ମ ସିନା ଦେଇଛୁ, ହେଲେ ସେ ହିଁ ତୋର ଆଶା ଭରସା । ଜୀବନରେ ଯେତେ ଝଡଝଞ୍ଜା ଆସିଲେ ବି ତାଙ୍କ ଉପରେ ଆସ୍ଥା ରଖିବୁ । ଯାହା ତୋର ଦରକାର ତାଙ୍କୁ ହିଁ ଗୁହାରି କରିବୁ । ସେ ହିଁ ତୋର ଇଛାକୁ ପୁରଣ କରିବେ । ସେପଟେ ସାଙ୍ଗସାଥି ବନ୍ଧୁବାନ୍ଧବ ରୂପାକୁ ସାନ୍ତ୍ବନା ଦେଉଥାନ୍ତି । କିଏ କିଏ ଫୋନ କରି ବାହାଘର ଭାଙ୍ଗିବା ବିଷୟରେ କାରଣ ପଚାରୁଥାନ୍ତି ?


ରୂପାର ବଡ ସାଙ୍ଗ ମୀନୁ । ମୀନୁ ସରକାରୀ ଚାକିରୀ କରିଛି । ମୀନୁର ବିଦେଶରେ ଚାକିରୀ କରିଛନ୍ତି । ବିଦେଶରେ ଘର ଗାଡି ସୁଖ ସ୍ବାଛନ୍ଦ୍ୟ କଥା କହେ ମୀନୁ। ସବୁ ଶୁଣେ ରୂପା । କେବେ ଇର୍ଷାନ୍ବିତ ହୁଏ ନାହିଁ । କିନ୍ତୁ ମୀନୁ ସିନା କହିଦିଏ, ଭାବେ ମୋ ସହିତ ରୂପା ସ୍କୁଲରେ ପାଠ ପଢିଲା ବେଳେ ପ୍ରତିଦ୍ବନ୍ଦିତା କଲା ପରି ... ଏବେ ଆଉ କରିବନି ତ...? ରୂପା କିନ୍ତୁ କେବେ ବି ସେମିତି ଭାବେନି । ବରଂ ମୀନୁକୁ ଖୁସି ହେବାର ଦେଖିଲେ ବହୁତ ଖୁସି ହୋଇଯାଏ । ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରି ତାର ଉତ୍ତରୋତ୍ତର କାମନା କରେ । ମୀନୁ ରୂପା ପଚିଶି ବର୍ଷ ହେଲା ସାଙ୍ଗ । ଏପରିକି କଲେଜ ପଢିଲାବେଳେ ଦୁହେଁ ହଷ୍ଟେଲରେ ଗୋଟିଏ ରୁମ୍ ଥିଲେ । ମୀନୁ କିନ୍ତୁ ରୂପାକୁ ବହୁତ ଇର୍ଷା କରେ ଭିତରେ ଭିତରେ । ରୂପା କିନ୍ତୁ ତା ନିଜ ଦୁନିଆ ଭିତରେ ବ୍ୟସ୍ତ । ବାପାବୋଉ ବହୁତ କଷ୍ଟ କରି ତାକୁ ପାଠ ପଢ଼ାଇଛନ୍ତି । ସଦା ସେ ଜଗନ୍ନାଥଙ୍କୁ ଡାକି ନିଜ କାମରେ ନିଜେ ଲାଗିଯାଏ ।


ଯେତେବେଳେ ସେ ଜନ୍ମ ହୋଇଥିଲା, ତାର ବାପା ଅନେକ ଆଡେ ଜାତକ ଦେଖାଇଥିଲେ । ଯିଏ ବି ଦେଖିଥିଲା କହିଥିଲା ଝିଅର ଭାଗ୍ୟଚକ୍ର ଭଲ ନାହିଁ । ସମୟ ପାଇଲେ ତା ଜୀବନ ବି ଚାଲିଯାଇ ପାରେ ? ସେହି ଦିନଠାରୁ ରୂପାର ବାପା ବୋଉ ତାକୁ ଜଗନ୍ନାଥଙ୍କୁ ଟେକିଦେଇ କହିଥିଲେ ! "ହେ ଜଗନ୍ନାଥ ! ତୁ ହିଁ ମୋ ଝିଅର ସାହାଭରସା" । ସେଥିପାଇଁ ରୂପା ଜଗନ୍ନାଥଙ୍କୁ ନିଜ ପ୍ରାଣଠାରୁ ଅଧିକ ଭଲପାଏ । ଜଗନ୍ନାଥଙ୍କ ସହ ନିଜର ସୁଖଦୁଃଖ ବାଣ୍ଟେ । କଲେଜରେ ପଢିଲାବେଳେ ମୀନୁ ଟିକେ ଟିକେ କଥାରେ କହେ "ମୋର ବାବା ମୋ ପାଇଁ ବହୁତ ଜିନିଷ ଆଣିଛନ୍ତି । ତାର ବାବା ବହୁତ ଧନୀ ଲୋକ, ତେଣୁ ମୀନୁର ଟିକେ ଅସୁବିଧା ହେଲେ ସେ ସଙ୍ଗେ ସଙ୍ଗେ ଆସି ଠିଆ ହୋଇ ଯାଆନ୍ତି । କଲେଜରେ ନାମ ଲେଖାଇଲା ବେଳେ, ଦୁଇଜଣଙ୍କ ମଧ୍ୟରେ ସାମାନ୍ୟ କଥାରେ ମତାନ୍ତର ହୋଇଯାଏ । ମୀନୁ ଏତେ ଭଲ ଛାତ୍ରୀ ନଥିଲା ତେଣୁ ପରୀକ୍ଷାରେ ଅଳ୍ପ ନମ୍ବର ରଖି ପାସ କରିଥିଲା । ରୂପା କିନ୍ତୁ ବହୁତ ଭଲ ନମ୍ବର ରଖି ପାସ୍ କଲା।


ଆଜି କି କାଲିର କଥା ନୁହେଁ । ପିଲାଟି ଦିନରୁ ତା ଜୀବନରେ ଏମିତି ଅନେକ ଅକୁହା ଘଟଣା ଘଟିଛି, ଯାହାକୁ କେହି ହୁଏତ ବିଶ୍ୱାସ କରିବେନି ? ହେଲେ ରୂପା ଜଗନ୍ନାଥଙ୍କ ଆଶୀର୍ବାଦରୁ ସବୁଥିରେ ସଫଳତା ହାସଲ କରିଛି । ଜ୍ୟୋତିଷ ମାନଙ୍କ ବାଣୀ ସତ ହେଲା ପରି ରୂପାକୁ ଯେତେବେଳେ ଦଶ ବର୍ଷ । ସେ ଦଣ୍ଡିସ୍ ରୋଗରେ ପୀଡିତ ହୋଇ ବଞ୍ଚିବାର ଆଉ ଆଶା ରଖି ନ ଥିଲା । ଡାକ୍ତର ମାନେ ଫେରେଇଦେଲେ । ପୁରା ଶେଷ ସମୟ । ଘରେ କାନ୍ଦବୋବାଳି । ଖାଇବା ପିଇବା ନଥାଏ । ଜଗନ୍ନାଥ ମହାପ୍ରଭୁ ଯେମିତି ସ୍ବପ୍ନ ହେଲା ଭଳି କହିଲେ - ଝିଅରେ ! ମନ ଦୁଃଖ କରିବୁନି । ତୋ ଦେହ ଭଲ ନାହିଁ ଜାଣି ବହୁତ ଦୁଃଖ ଲାଗୁଛି। ହେଲେ ଦେଖିବୁ ତୁ ବହୁତ ଶୀଘ୍ର ଭଲ ହୋଇଯିବୁ । ସବୁଦିନ ସନ୍ଧ୍ୟାରେ କାଳିଆ ଠାକୁରଙ୍କ ପାଖରେ ନିଜ ହାତରେ ଦୀପଟିଏ ଜାଳିବୁ । ମନଦେଇ ପ୍ରଭୂଙ୍କୁ ଡାକିବୁ । ମନେକରି ସବୁଦିନ ପୂଜା କରିବୁ । ଯେତେ ଯାହାହେଲେ ବି ତାଙ୍କୁ ଭୁଲିବୁନି । ମୁଁ ଶୀଘ୍ର ଆସିବି ତୋତେ ଦେଖିବି । (ଇତି) ସେହି କାଳିଆ ଠାକୁର ।


ରୂପା ଆଶ୍ଚର୍ଯ୍ୟ ହେଇଗଲା । ସେ ଭାବିଲା ତାର ଆରାଧ୍ୟ ଦେବତା ଜଗନ୍ନାଥ ଏଇଠି କେଉଁଠି ଅଛନ୍ତି । ତା ମନରେ ଶତ ସହସ୍ରର ବଳ ଆସିଲା। ତା ଆଖିରୁ ଲୁହ ଅପସରି ଗଲା । ଦେହକୁ ଯେତେ କଷ୍ଟ ହେଲେ ମଧ୍ୟ ସଞ୍ଜରେ ଜଗନ୍ନାଥଙ୍କୁ ଦୀପ ଦେଇ ପୂଜା କରିବି। ମନରେ ଆତ୍ମ ବିଶ୍ୱାସ ଆଣିଲା । ତାପରେ ଠାକୁର ଘରକୁ ଯାଇ ଜଗନ୍ନାଥଙ୍କ ପାଖରେ ଦୀପଟିଏ ଜାଳିଲା, ଆଉ ପ୍ରାର୍ଥନା କଲା । ସେଦିନ ରାତିରେ ଶୋଇଥାଏ, ହଠାତ୍ ସ୍ୱପ୍ନ ଦେଖିଲା କେହିଜଣେ ତାଙ୍କ ଘରକୁ ଆସି ରୂପା କୁଆଡେ ଗଲା ବୋଲି ପଚାରିଲେ । ରୂପା ଆସି ତାଙ୍କୁ ପାଦ ସ୍ପର୍ଶ କରି ପ୍ରଣାମ ଜଣାଇଲା । ସେ ରୂପାକୁ ତୁଳସୀ ପତ୍ର ଦେଲେ, ରୂପା ଆନନ୍ଦରେ ସେବନ କଲା । ପାହାନ୍ତା ପହର ରୂପାର ନିଦ ଭାଙ୍ଗିଗଲା । ଉଠି ବସିଲା, ପୂର୍ବ ଅପେକ୍ଷା ତାକୁ ଭଲ ଲାଗୁଥାଏ । ପୂର୍ବରୁ ସେ ଭଲ ଭାବେ କଥା କହି ପାରୁ ନ ଥିଲା । ଚାଲିବାକୁ ବଳ ପାଉ ନ ଥିଲା । ହେଲେ ସେଦିନ ସକାଳେ ସେ ଭଲ ଭାବେ ଚାଲିଲା, ଆଉ କଥା ବି ଠିକ୍ ରେ କହିଲା । ବାପା ବୋଉ ଭାରି ଖୁସି ହେଲେ, ଝିଅର ସ୍ୱାସ୍ଥ୍ୟ ଉନ୍ନତି ଦେଖି । ଯେଉଁଠି ଡାକ୍ତରମାନେ ଆଶା ଛାଡ଼ି ଦେଇଥିଲେ । ସେଇଠି ଜଗନ୍ନାଥଙ୍କୁ ପୂଜା ଆରାଧନା କରି ତାଙ୍କର ତୁଳସୀ ପତ୍ର ସେବନ କରି ସୁସ୍ଥ ଅନୁଭବ କଲା । 


ରୂପା ମନ ଦୁଃଖରେ ଥାଏ, ହଠାତ୍ ପତ୍ର ଖଣ୍ଡିଏ ଆସିଲା । ସେ ମେଡିକାଲ ଏଣ୍ଟ୍ରାନସରେ ପାସ୍ କରିଛି । ଆନନ୍ଦ ଯେତିକି ବିଷାଦ ସେତିକି । ରୂପାର ବାପା ମେଡିକାଲ ପାଠ ପଢିବା ପାଇଁ ଟଙ୍କା ଯୋଗାଡ଼ କରିପାରିଲେ ନାହିଁ । ଆଡ଼ମିସନ ଆଉ ମାତ୍ର ପାଞ୍ଚ ଦିନ ଥାଏ । ରୂପା କାନ୍ଦୁଥାଏ । ଯେତେ ମେଧାବୀ ହେଲେ କଣହେଲା, ଟଙ୍କା ଯୋଗାଡ଼ ନ ହେଲେ ଡାକ୍ତରୀ ପଢିବା ଅସମ୍ଭବ । ତା ସ୍ୱପ୍ନ ଅଧୂରା ରହିଯିବ । ଏମିତି ଭାବି ସେ ଟିକେ ବିଶ୍ରାମ ନେଇଛି । ସ୍ବପ୍ନ ରେ ଦେଖିଲା କିଏ ଜଣେ କହୁଛନ୍ତି - ଝିଅ ! ମୁଁ ଜାଣିଛି ତୋ ମନ ଭଲ ନାହି । ପାଠ ପଢିବାକୁ ଟଙ୍କା ଯୋଗାଡ଼ ହୋଇପାରୁ ନାହିଁ । ହେଲେ ଦେଖିବୁ ସବୁ ଠିକ ହେଇଯିବ । ସେଇ ସବୁ ତୋର ସମାଧାନ କରିଦେବେ । ତୁ ତାଙ୍କ ପାଇଁ ଟିକେ ତୁଳସୀ ଚଢେଇଦେବୁ ଆଉ ତିନୋଟି ରସଗୋଲା ଭୋଗ କରିଦେବୁ । ରୂପା ଧଡା ଧଡ୍ ଉଠି ବସିଲା, ଭାବି ହେଲା - ମୋତେ ଏସବୁ କିଏ କହୁଥିଲା । ପାଖରେ ଦେଖିଲା କିଏ ହେଲେ ନାହିଁ । ତା ପରଦିନ ସକାଳୁ ଉଠି ଜଗନ୍ନାଥଙ୍କ ଠାରେ ତୁଳସୀ ଚଢ଼େଇଲା । ବାପାଙ୍କୁ କହି ବଜାରରୁ ରସଗୋଲା ଆଣି, ଭୋଗ ଲଗେଇଲା । ଆଖିରେ ଆଖିଏ ଲୁହ, ହେ ପ୍ରଭୁ ସବୁ ଠିକ କରିଦିଅନ୍ତୁ । ମୋର ଜୀବନ ତୁମ ବିନା ଅଧୁରା । ସେପଟେ ସାଙ୍ଗମାନେ ଫୋନ କରୁଥାନ୍ତି ଆଡ଼ମିସନ କଥାକୁ ନେଇ । ଠିକ୍ ସେଦିନ ଗୋଟେ ନୂଆ ପ୍ରାଇଭେଟ ବ୍ୟାଙ୍କ ତରଫରୁ, ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ତାଙ୍କ ଟିମ ଗାଁ'ସାରା ବୁଲି ଲୋକଙ୍କୁ ବୁଝାଉଥାନ୍ତି । ସେମାନେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଖୁବ କମ୍ ସୁଧହାରରେ କୋଡ଼ିଏ ଲକ୍ଷ ଯାଏଁ ଲୋନ୍ ଦେଇ ପାରିବେ । ରୂପାର ମାର୍କସିଟ ଏବଂ ଅନ୍ୟାନ୍ୟ ସାର୍ଟିଫିକେଟ ତଥା ଏଣ୍ଟ୍ରାନ୍ସ ନମ୍ବର ସବୁ ଟିକନିଖ ଯାଞ୍ଚ କଲେ । ଶେଷରେ ଲୋନ୍ ଦେବାକୁ ରାଜି ହେଲେ । ରୂପାର ଆଡ଼ମିସନ ହୋଇଥିଲା ମେଡିକାଲ କଲେଜରେ । ସେଦିନ ରୂପା ଅନୁଭବ କରିଥିଲା ଜଗନ୍ନାଥ ଅପାର କରୁଣା । ଏସବୁ ଭିତରେ ରୂପାର ଡାକ୍ତରୀ ପଢା ସାରିଛି । ତାର ଜଗନ୍ନାଥଙ୍କ ପ୍ରତି ପ୍ରଗାଢ ଭକ୍ତି ଓ ବିଶ୍ବାସ ଅଛି । ଏବେ ସେ ପ୍ରାଣ ଭରି ଭଲପାଉଛି ସେ କାଳିଆ ଠାକୁରଙ୍କୁ । ଆଜି ସେ ଏତେ ପାଠପଢି ବି ତା ବାହାଘର ଭାଙ୍ଗିଗଲା । ବେଦୀରୁ ବର ଉଠିଗଲା, ସେଥିରେ ପୁଣି ଲୋକଙ୍କ ଟାହିଟାପରା । ତଥାପି ସେ ଜଗନ୍ନାଥଙ୍କ ଉପରେ ଭରସା ରଖିଛି । ସେଦିନ ସନ୍ଧ୍ୟାରେ ରୂପାର ଜଣେ ସାଙ୍ଗ ଫୋନ୍ କରିଥିଲା । ତାର ବାବା ଗୋଟିଏ ଭଲ ପ୍ରସ୍ତାବ ଦେଖିଛନ୍ତି । ପିଲାଟି ବହୁତ ପାଠ ପଢିଛି । ବିଦେଶରେ ମେଡିକାଲ ପାଠ ପଢିଛି । ରୂପାର ବିଶ୍ୱାସ ଥିଲା ଜଗନ୍ନାଥ ସବୁ ଠିକ୍ କରିଦେବେ । ଜଗତର ନାଥ ଜଗନ୍ନାଥ କାହାର ଅମଙ୍ଗଳ କରନ୍ତି ନାହିଁ। କିଛି ଘଟଣା ପଛରେ ତାଙ୍କର କିଛି ଆଶୀର୍ବାଦ ଥାଏ। ଆମର କିଛି ମଙ୍ଗଳ ଥାଏ । ତେବେ ଆଖି ଖୋଲିଲେ ସବୁ ଆମେ ଦେଖିପାରିବୁ ଆଉ ବୁଝିପାରିବୁ । ବହୁତ ଭଲ ପିଲାଟା । ଭଲ ପାଠ ପଢିଛି । ଚାକିରୀ କରିଛି । ତୋ ଜୀବନ ଖୁସିରେ ଭରିଯିବ । ଆଜି ରୂପାର ଆଖିରୁ ଲୁହ ଝରିଗଲା ଖୁସିରେ । ସେ ଜଗନ୍ନାଥଙ୍କ ଫଟୋକୁ ଚାହିଁ କାନ୍ଦୁଥାଏ । ନିଜ ଛାତିରେ କୋହକୁ, ଫଟୋକୁ ଜାବୁଡି ଧରି କେତେ କ'ଣ କହି ଚାଲିଥାଏ । କେତେଜଣ କହି ହେଉଥାନ୍ତି, ସେ ବର ! ବାହାଘର ବେଦୀରୁ ପଳାଇଲା, ଭଲ ହେଲା । ରୂପା ଭାଗ୍ୟରେ ତ ଆହୁରି କିଛି ଅଧିକ ଅଛି । ସେ ପିଲାଟି ଚୋରା ଡ୍ରଗ୍ସ କାରବାରରେ ଲିପ୍ତଥିଲା । ପୋଲିସ୍ ହାତରେ ଧରାପଡ଼ିଲା । ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ସକାଶେ । ଏବେ ସମସ୍ତେ ଖୁସି । ରୂପା ଡାକ୍ତର ହୋଇ ବଡ ମେଡିକାଲରେ ଜଏନ୍ କଲା । ସେପଟେ ସେହି ହସ୍ପିଟାଲରେ ଆଉଜଣେ ଯୁବଡାକ୍ତର ବି ନୂଆ କରି ଜଏନ୍ କରିଥାନ୍ତି । ଛଅ ମାସର ବନ୍ଧୁତା ଧୀରେ ଧୀରେ ଭଲପାଇବାରେ ବଦଳିଗଲା । ପରସ୍ପର ପରସ୍ପରକୁ ବୁଝିବାକୁ ଲାଗିଲେ । ଆଉ ଶେଷରେ ବିବାହ କରିବାର ନିଷ୍ପତ୍ତି ନେଲେ । ଘରେ ସମସ୍ତେ ଏ ପ୍ରସ୍ତାବରେ ରାଜିହେଲେ । ବିଭାଘର ହୋଇଗଲା । ଝିଅ ବିଦା ବେଳେ ତାର ବାପା ତା ହାତରେ ଗୋଟେ ଜଗନ୍ନାଥ ମୂର୍ତ୍ତି ଦେଇଥିଲେ । ରୂପା ଭାବି ହେଉଥାଏ - ହେ ଜଗନ୍ନାଥ, ଜଗତରନାଥ । ଯାହା ଘଟିଛି ତୁମର ଆଦେଶ । ଯାହା ଘଟିବ ତୁମରି ନିର୍ଦ୍ଦେଶ । ହେ ଜଗତ ବନ୍ଧୁ ! ଆପଣ ହିଁ ମୋର ଜୀବନ ବନ୍ଧୁ । ତୁମ ପାଶେ ବନ୍ଧା ଏ ଜୀବନ....



Rate this content
Log in