ତିତିଲି
ତିତିଲି
ଛୋଟ ବେଳୁ ଟିକି ନାତୁଣୀ ଜେଜେ ଜେଜେମାଙ୍କ ପାଖକୁ ଗାଁକୁ ଆସିଲେ ବାପା ମାଆ ସଙ୍ଗେ ପୁଣି ରଙ୍ଗୀନ ସହରକୁ ଫେରି ଯିବାକୁ ରାଜି ହୁଏନି ଜମା . ଖନେଇ ଖନେଇ ଦେଦେ ଓ ଦେଦେମାଙ୍କୁ ଜାବୁଡି ଧରି ରାହା ଧରି କାନ୍ଦୁଥାଏ ତ ଅଶୋକ ଜୋର କରି ତା ମାଆ କୋଳରୁ ଝିଅକୁ ଛଡ଼ାଇ ନିଏ. କାର ବହୁତ ଦୂର ଯାଏଁ ଗଡ଼ିବା ପର୍ଯ୍ୟନ୍ତ ଛୋଟ ନାତୁଣୀ ଉର୍ବୀର କାନ୍ଦ ଶୁଭୁଥାଏ ତ ଆଖିକୁ ଲୁହ ଚାଲିଆସେ ହେଲେ କାରଣ ବୁଝିହୁଏନି. ବାପା ମାଆଙ୍କ ପାଖରେ ରଙ୍ଗୀନ ସହରରେ ସବୁ ଉପଲବ୍ଧ. ଏ ଗାଁରେ ଅଛି କଣ କେବଳ ଜେଜେ ଜେଜେମାଙ୍କ ଆଦର ଯତ୍ନ ଛଡା ଉର୍ବୀ ପାଇଁ ବୋଲି ଭାବି ହେଉହେଉ ଉର୍ବୀ ବଢୁଥାଏ କଢିରୁ ଫୁଲ ହୋଇ ରଙ୍ଗୀନ ସହରରେ ରଙ୍ଗୀନ ଆଲୋକ, ରଙ୍ଗୀନ ଟିଭିରେ ରଙ୍ଗୀନ ତିତିଲ ଦେଖୁ ଦେଖୁ ପଢେ ଓ ବଢ଼େ ଆଗକୁ ଆଗକୁ
ସମୟ କାହାକୁ ଅବା ଅପେକ୍ଷା କରିଛି. ଜେଜେମା ଆକାଶର ତାରା ହୋଇଗଲେଣି. ନିଜ ବାପା ମାଆ ସୁଦୂର କାଲିଫର୍ନିଆରେ ଥିଲାବେଳେ, ଏକମାତ୍ର ଝିଅ ଉର୍ବୀ ଓଡିଶାର ରାଜାଧାନୀ ଭୁବନେଶ୍ୱରରେ ଡାକ୍ତରାଣୀ. ଜେଜେଙ୍କୁ ଜିଦ କରି ଗାଁରୁ ତାର ଓଡିଶାରେ ଥିବା ରଙ୍ଗୀନ ସହର ଭୁବନେଶ୍ୱରକୁ ନେଇଯିବାରେ ସକ୍ଷମ ହୋଇଥିଲା ଉର୍ବୀ. ଏ ବୟସରେ ଜେଜେ ପ୍ରଥମ କରି ଗାଁ ଛାଡି ରଙ୍ଗିନ ସହରରେ ପାଦ ଦେଇ କାଚ ଝର୍କା ଦେଇ ସହରର ଚାକଚକ୍ୟ ପୂର୍ଣ୍ଣ ଦୃଶ୍ୟ ସହ ଅଭ୍ୟସ୍ତ ହେଉ ହେଉ ଖାପ ଖୁଆଇ ଚଳିବାରେ ଅସୁବିଧା ହେଉନଥିଲା. ପ୍ରତି ରବିବାର ଉର୍ବୀ ନିଜେ ତା ଦୁଇ ପୁଅ ଝିଅଙ୍କ ସହ ଜେଜେଙ୍କୁ ପାଖ ପାର୍କ ନେଇ ଯାଏ. ସେଦିନ ଜେଜେ ବାରଣ କରିଥିଲେ ଏ ରଙ୍ଗୀନ ସହରରେ କାର ଚଳେଇ ସବୁ ରବିବାର ପାର୍କ ଯିବା ପାଇଁ ତ ରୁବି କହୁଥିଲା ଗାଁରୁ ମୁଁ ଯାହା ଦେଖି ବୁଝି ପଢି ଶିଖିଥିଲି ସେଇ ରଙ୍ଗୀନ ପ୍ରଜାପତି, ବାସ ରଙ୍ଗ ଭରା ଫୁଲ ଗଛ, ବୁଢ଼ୀଆଣୀର ଜାଲ ବୁଣାର କୌଶଳ ସହ ମାଛିର ଶୀକାର ଓ ଝିଟିପିଟିର କାନ୍ଥ ଚଢିବା କୌଶଳ, ସେସବୁ ମତେ ସିନା ଜେଜେମା ବୁଝେଇ ଚିହ୍ନେଇ ମୋ ମନରେ ଆତ୍ମବିଶ୍ୱାସ ସାଙ୍ଗକୁ ସହୃଦୟତା, ପଶୁପକ୍ଷୀମାନଙ୍କ ସହ ଅସହାୟ ଭୁଭୁକ୍ଷୁ ଜନତାଙ୍କ ପାଇଁ କିଛି କରିବାକୁ ପ୍ରେରଣା ଯୋଗାଇ ମୁଁ ଆଜି ଡାକ୍ତର କିନ୍ତୁ ମୋ ପିଲା ଦୁହେଁ ସେସବୁ ପାଇବାକୁ ପାର୍କ ଛଡା ସୁନ୍ଦର ଜାଗା ଟିଏ ଏ ରଙ୍ଗୀନ ସହରରେ ଆଉ କୋଉଠି କାହିଁ ଜେଜେ?ସେଦିନ ରାତିରେ ବିନା ଔଷଧରେ ଏ ବୟସରେ ଶାନ୍ତିରେ ଶୋଇଯାଇଥିଲେ ଜେଜେ ରମାକାନ୍ତବାବୁ. ସ୍ବପ୍ନରେ ଦେଖିଥିଲେ ସ୍ତ୍ରୀ ସୁଲତାଙ୍କ କୋଳରୁ ଓଲ୍ହେଇ ଛୋଟ ଉର୍ବୀ କଙ୍କି ଧରିବାକୁ ଦୌଡୁଛି ତାଙ୍କ ଗାଁ ବାଡିପଟ ବଗିଚାରେ.
