suchismita Panda

Children Stories Inspirational Others

4  

suchismita Panda

Children Stories Inspirational Others

ସଂପର୍କର ମଧୁରତା

ସଂପର୍କର ମଧୁରତା

2 mins
510


      ନଈ ଦୁଇପାରି ଦୁଇ ଗାଁ । ଗୋଟିଏ ଗାଁରେ ପବନ ବହିଲେ ଅନ୍ୟ ଗାଁ ରେ ବର୍ଷା ହୁଏ । ସବୁଜ ବନାନୀରେ ଯେବେ ଗୋଟିଏ ଗାଁ ସଜେଇ ହୁଏ ଆରଟି ହସକୁ କାକର ବିନ୍ଦୁ ରୂପେ ଝରାଇଦିନ । ଯାନି ଯାତରା, ହସ ଖୁସି ସବୁବେଳେ ସବୁଥିରେ ସାହା ଭରଷା ଦୁହେଁ ଦୁହିଁଙ୍କୁ ।

       ହର୍ଷିତ ଓ ଆୟୁଷ ଦୁଇ ଭିନ୍ନ ଭିନ୍ନ ଗାଁରେ ବଢି ଉଠୁଥିବା ଗୋଟିଏ ଜୀବନ । ସକାଳ ହେବାଠୁ ଆରମ୍ଭ କରି ରାତି ଯାଏଁ ଦୁହିଁଙ୍କୁ ଏକାଠି ହିଁ ଦେଖିବାକୁ ମିଳେ । ଏମିତିକି ସ୍କୁଲ ମଧ୍ୟ ଏକା ସଂଗେ ସମାପନ ହୁଏ ଦୁହିଁଙ୍କ । କେହି ତାଙ୍କୁ ପୂର୍ବରୁ ବନ୍ଧୁତ୍ବ ଡୋରିରେ ବାନ୍ଧି ନଥିଲେ । ବରଂ ଏକଦା ଅଚାନକ ସେଇ ନଈ କୂଳରେ ଦେଖା ହେବା ଏବଂ ସେଇ ସାମାନ୍ୟ ପରିଚୟ ପରିବାର ର ରୂପ ନେବା ଖବ୍ ଆଶ୍ଚର୍ଯ୍ୟ କରିଦେଉଥାଏ ସଭିଙ୍କୁ । କେହି କେହି ଭାବୁଥାନ୍ତି କାଳେ କିଛି ପୂର୍ବ ଜନ୍ମର ସଂପର୍କ ଅଛି । ଆଉ କେହି ସନ୍ଦେହ ମଧ୍ୟ କରନ୍ତି କିଛି ଅସମ୍ଭାଭୀ ବିପଦର । 

       

    ସଂପର୍କରେ ଲାଗି ଯାଇଛି କୋଡିଏ ବର୍ଷର ମହୁର । ଦୁଇ କୁନି ବାଳକ ପହଞ୍ଚି ସାରିଥାନ୍ତି ଯୁବକବସ୍ଥାରେ । କଲେଜ ପାଢ ସରିବାକୁ ଆସି ଯାଇଥାଏ । ତଥାପି ଦୁହେଁ ଚାହୁଁ ନଥାନ୍ତି କେବେ ଅନ୍ୟତ୍ର ଯାଇ ଚାକିରି କରିବାକୁ । ଦୁହିଁଙ୍କୁ ଲାଗେ ଯେମିତି ଯାହା କରିବେ ଏକାଠି । ଦୁଇ ଭାଇ ହୋଇ ପାଖରେ ଥିବେ ହାଓ ଧରି ସବୁବେଳେ ବଢୁଥିବେ । 

      ଦୁହେଁ ମିଶି ଭାରତୀୟ ସେନା ବାହିନୀରେ ପରୀକ୍ଷା ଦେଲେ । ସେଠି ସଂଯୋଗ ମଧ୍ୟ ତାଙ୍କ ହାତରେ ଥାଏ ଦୁହେଁ ସେଇ ପରୀକ୍ଷାରେ ପାସ ହୋଇଥାନ୍ତି । ଦୁଇ ଗାଁ ଏକଜୁଟ ହୋଇ ଯାଇଥାଏ । ନାଚ, ଗୀତ ଭୋଜି ଭାତି ଆଦି ଖୁସିରେ ଫାଟି ପଡୁଥାଏ ଗାଁର ଛାତି । 

     ଖରାବେଳଟାରେ ଡାକବାଲା ଆସି ଟ୍ରେନିଂଙ୍ଗ କାଗଜଟା ଦିଏ । ଗାଁ ଠୁ ବିଦାୟ ନେବାର ଡାକରା ଆସି ଯାଇଥାଏ । ମନରେ ମନରେ ସଭିଏଁ ଖୁସି ଥିଲେ ହେଲେ ଗାଁରୁ ଦୁହିଁଙ୍କ ଛାଇ ସବୁବେଳେ ମନେ ପଡୁଥିବ ଭାବି ଭାବି କାନ୍ଦି ପକାଉଥିଲେ । 

     ଯିବା ଦିନ ସକାଳୁ ସକାଳୁ ଉଠି ଦୁହେଁ କଥା ହୋଇଥାନ୍ତି ସେଇ ନଈ କୂଳରେ ଭେଟ ହେବାକୁ ଯେଉଁଠି ଦୁହେଁ ଦେଖା ହୋଇଥିଲେ । ପୁଣି ଗୋଟିଏ ବର୍ଷ ପରେ ଫେରିବାକୁ ହେବ । ସେତେଦିନ ପାଇଁ ସ୍ମୃତିକୁ ସଜାଇ ରଖିବାକୁ ହେବ ।

    ସେଠି ଘଡିଏ ବସିବାକୁ ଯାଇଥିବା ଦୁଇ ସାଙ୍ଗ କିନ୍ତୁ ଆଉ ଫେରିଲେ ନାହିଁ । ଦୌଡି ଆସ ଦୌଡି ଆସର ଡାକରେ କେବଳ ଭିଡ ଯାହା ଜମି ଯାଇଥାଏ । ଦେଖଣହାରୀଙ୍କ ମତରେ ଅଚାନକ ବନ୍ୟା ମାଡିଆସେ । ତା ସହ ଭାସି ଆସୁଥାଏ ଗୋଟେ ଗର୍ଭିଣୀ ଗାଈ । ଯାହାକୁ ବଂଚେଇବା ପାଇଁ ପ୍ରଥମେ ଜଣେ ଡେଇଁ ଦିଏ । ତା ପଛକୁ ଆର ଜଣକ ମଧ୍ୟ ବିନା ଚିନ୍ତାରେ ଡେଇଁ ଦିଏ ।।ଦେଖୁ ଦେଖୁ ତିନି ଜଣ ଭାସି ଯାଅନ୍ତି । 

      ବହୁତ ଖୋଜା ଖୋଜି ଚାଲେ ହେଲେ ପତ୍ତା ନଥାଏ ଜମାରୁ । ସକାଳ ଯାଇ ଅପରାହ୍ନ ହୁଏ । ଦୂର ଏକ ଗାଁ ରୁ ଗୋଟିଏ ଜୀବନ୍ତ ଗାଈ ଏବଂ ମୃତ ଦୁଇ ଯୁବକଙ୍କ ଶବ ଉଦ୍ଧାର କରାଯାଏ । ଯେଉଁ ଦୁଇ ଗାଁ ଦିନେ ହସରେ ଫାଟୁଥିଲା ସେଠି ଆଜି ଲୁହର ବାନ୍ୟାରେ ଭିଜି ଯାଇଛି । ଫାଟି ପଡୁଛି ଗାଁ ର ଛାତି ଦୁଃଖରେ, ଯନ୍ତ୍ରଣାରେ । 

      ସଭିଙ୍କ ମୁହଁରେ ଗୋଟିଏ କଥା ଦୁହେଁ ପ୍ରକୃତରେ ଜାଆଁଳ ଭାଇ । ଏକାଠି ଆସିଲେ, ଗଲେ ଏକାଠି । ପ୍ରକୃତ ସେଇ ବନ୍ଧନ । ଘନିଷ୍ଠ ସଂପର୍କ । ମଧୁର ବାସ୍ନା ତାର । ଉଦାହରଣ ଯୁଗ ଯୁଗର ।


Rate this content
Log in