STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

ସଙ୍ଗରୋଧର ସମୟ-୧

ସଙ୍ଗରୋଧର ସମୟ-୧

1 min
506


ପ୍ରିୟ ଡାଏରୀ,

ସଙ୍ଗରୋଧର ଏଇ ସମୟ ସତରେ କଣ ଦୁର୍ବିସହ?

****

ଘରକୁ କେହି ଆସି ପାରିବେ ନାହିଁ।ଆମେ ବି ଯାଇ ପାରିବୁ ନାହିଁ ବହାରକୁ।ଦୁଆର ମୁହଁରେ ଟଣା ହୋଇଛି ଲକ୍ଷ୍ମଣ ରେଖା।ଏକୋଇଶ ଦିନର ସଙ୍ଗରୋଧରେ ସମସ୍ତେ।

କେମିତି ଠାକୁର ପୂଜା ହେବେ ଘରେ?କିଏ ଆଣି ଦେବ ଫୁଲ?

ଠାକୁର ବି ସଙ୍ଗରୋଧରେ ରୁହନ୍ତୁ ଏକୋଇଶ ଦିନ।ବିନା ପୂଜାରେ।ଏଇ ଥିଲା ମୋର ପ୍ରସ୍ତାବ।

ଟିକି,ମୋର ଧର୍ମପତ୍ନୀ କିନ୍ତୁ ସମ୍ମତି ପ୍ରକାଶ କଲାନି ମୋ କଥାରେ-"ଏମିତି କି ହୋଇ ପାରେ କେବେ?ଆମେ ତ ଗାଧେଇବା, ଖାଇବା।ଠାକୁର କାହିଁକି ଅପୂଜା ରହିବେ?"

-"କଣ କରିବା?"ମୁଁ ବ୍ୟକ୍ତ କଲି ନିଜର ଅସହାୟତା।

-"ଏତେ ଡରୁଚ କଣ? ତଳକୁ ଯାଇ ଫୁଲ ଦି'ଟା ନେଇ ଆସ।"

-"ଡରିବି ନାଇଁ?ସଙ୍ଗରୋଧର ସମୟ ଇଏ।କରୋନା ଭାଇରସର ମୁକାବିଲା ପାଇଁ ସମସ୍ତେ ଆପାତତ ଗୃହବନ୍ଦୀ।"

ଏତେ ବାଦ ବିବାଦ ପରେ ମୋତେ ଯିବାକୁ ହେଲା।ଦୁଆର ମୁହଁର ଲକ୍ଷ୍ମଣ ରେଖା ଡେଇଁ।ଠାକୁର ପୂଜା ପାଇଁ ଦରକାର ଫୁଲ।

ହାୟ!ବଗିଚାରେ କିନ୍ତୁ ଗୋଟିଏ ହେଲେ ଫୁଲ ନାହିଁ।ସଙ୍ଗରୋଧର ଏଇ ସମୟରେ ଫୁଲଚୋରି?ଖରାପ ସମୟ!ମୁଁ ଯେ ଅମଙ୍ଗ ହେଉଥିଲି ଫୁଲ ତୋଳିବାକୁ ଆସିବା ପାଇଁ।ଯୁକ୍ତି କରୁଥିଲି, ଠାକୁର ବି ରୁହନ୍ତୁ ସଙ୍ଗରୋଧରେ।ଅଥଚ ଗୋଟିଏ ବି ଫୁଲ ନାହିଁ ବଗିଚାରେ!ଏହାକୁ କଣ ଏକ ପ୍ରକାର ଅଲୌକିକତା ବୁଝିବି?ନା କୌଣସି ବିପର୍ଯ୍ୟୟର ପୂର୍ବାଭାସ ଇଏ?

ଖାଲି ହାତରେ ଫେରି କଣ କହିବି ଟିକିକୁ?କହିବି, ଫୁଲ ସବୁ ଚୋରେଇ ନେଇଛି କେହି ସଙ୍ଗରୋଧର ସୁଯୋଗ ନେଇ?ନା କହିବି ଫୁଲ ଗଛମାନେ ବି ସଙ୍ଗରୋଧରେ ରହି ଫୁଲ ଫୁଟାଇ ନାହାନ୍ତି?

ଏଇ ସବୁ ଭାବାନ୍ତରରେ ମୁଁ ଫେରିଲି ବଗିଚାରୁ।କିନ୍ତୁ ଇଏ କଣ?ଠିକ ଦୁଆର ମୁହଁରେ ଗ୍ରୀଲରେ ଝୁଲୁଥିଲା ଗୋଟିଏ ଫୁଲ ଭର୍ତ୍ତି ପଲିଥିନ।କିଏ ରଖିଛି ଏ ଫୁଲ?ଫୁଲଚୋର?ନା ନିଜେ ଈଶ୍ୱର?


ଏହା ବି ହୁଏତ ଏକ ଅଲୌକିକତା।ଏକ ଶୁଭ ସଂକେତ।


ସଙ୍ଗରୋଧର ଏଇ ସମୟ କ୍ରମଶଃ ମନେ ହେଉଚି ଅନ୍ତରଙ୍ଗ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍