STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ସମସ୍ତେ ଶିଶୁ ପରି ହେବା

ସମସ୍ତେ ଶିଶୁ ପରି ହେବା

5 mins
5

ଅନେକ ଲୋକ ଅଛନ୍ତି ତାଙ୍କ ଉପର ଚେହେରା ସଙ୍ଗେ ଭିତର ମନୋଭାବ ମିଶେନା. ଉପରକୁ ବନ୍ଧୁ ବୋଲି ଦର୍ଶାଅଲେ ମଧ୍ୟ ଭିତରେ ରାଗ, ରୋଷ, ହିଂସା, ଦ୍ୱେଷ, ଇର୍ଷା ରଖି ଶତ୍ରୁତା ଆଚରଣ କରନ୍ତି. କିଛି ଲୋକ ଧାର ନେଲାବେଳେ କେତେ ସୁନ୍ଦର କଥା କହନ୍ତି କିନ୍ତୁ ପରିଶୋଧ କରନ୍ତି ନାହିଁ ମାଗିଲେ ଯୁକ୍ତିତର୍କ ଓ କଥାକଟାକଟି ଯାଏଁ କଥା ଯାଏ. ଆହୁରି ଅନେକ ଉଦାହରଣ ଦିଆଯାଇଛି ଆଇପାରେ ଯୋଉଥିରେ କି ରେ ଆଜିର ଅଧିକାଂଶ ମଣିଷ ସତେଯେମିତି ମୁଖା ଟିଏ ପିନ୍ଧିଛନ୍ତି. ବାହାଘର ଅଳ୍ପ ଦିନ ପରେ ସ୍ୱାମୀ ସ୍ତ୍ରୀ ରେ ଫାଟ ଲାଗି ନାଟ, ପୁଅ ବଡ଼ ହୋଇଗଲେ ବାପାଙ୍କ ସ୍ନେହ ଶ୍ରଦ୍ଧା ଭୁଲି ଖରାପ ବ୍ୟବହାର. ସହଜେ କଥାରେ ଅଛି ଦୋ ମୁଣ୍ଡିଆ ମଣିଷକୁ ବିଶ୍ୱାସ ନାହିଁ. ସେମିତି ଜଣେ ଭଡାଟିଆ ମିଳିଯାଇଥିଲେ ଅଙ୍କୁଶବାବୁଙ୍କୁ. କିଛି ଦିନ ଠିକ ଠିକ ଜବାବ ଅନୁଯାୟୀ ପେମେଣ୍ଟ କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଦେଲେ ନାହିଁ ବରଂ ଆଜି ଦେବି କାଲି ଦେବି କହି ଦିନ ଗଡେଇ ଗଡେଇ ମାସକ ଜାଗାରେ ଦୁଇମାସ, ବରଷେ ବିତିଲା. ବର୍ଷ ପରେ ବର୍ଷ ବିତି ପାଞ୍ଚ ବର୍ଷ ହେବା ପରେ କିଏ କହିଲା ଆପଣ ପାଞ୍ଚବର୍ଷ ସମ୍ଭାଳିଲେ ଆମେ ବର୍ଷେ ତ ବର୍ଷେ ମାସେ ସମ୍ଭାଳି ନଥାନ୍ତୁ. ଏପଟେ ଏମିତି କହୁଥିବା ଲୋକ ଭଡା ରହୁଥିବା ରବିବାବୁଙ୍କୁ କହେ ଆରେ ଅଙ୍କୁଶବାବୁ ହେଲେ ମାମୁଁ ମାଇଁ ଦୁଇ ପ୍ରାଣୀ. ପୁଅ ବୋହୁ ରୋଜଗାରିଆ, ଝିଅ ଜୋଇଁ ରୋଜଗାରିଆ ପୁଣି ବିଦେଶରେ ରହନ୍ତି. ଏତେଗୁଡ଼େ ଘର କରିଛନ୍ତି. ଆପଣ ଅଛନ୍ତି ବୋଲି ଗହଳ ଚହଳ ଲାଗି ରହିଛି. ଘର ଖାଲିପଡ଼ିଥିଲେ ପୁଣି ପଡିଥାଆନ୍ତା ନା ନାହିଁ. ଏକଥା ସବୁ ଅଙ୍କୁଶ ବାବୁଙ୍କ କାନକୁ ଆସେ. ସ୍ତ୍ରୀ ପ୍ରତିମା ବିରୋଧ କରନ୍ତି ଓ ନିଜ ଭାଇ ବନ୍ଧୁମାନଙ୍କ ସହାୟତା ନେଇ ଶେଷକୁ ଭଡା ନଦେଲେ ନାହିଁ ଘର ଖାଲି କରନ୍ତୁ କହି ରବିବାବୁଙ୍କୁ କାଢିବାରେ ସମର୍ଥ ହେଲେ ସତ କିନ୍ତୁ ଏତେବଡ ଘରଟା ଶୁନ୍ୟ ଲାଗୁଥିଲା.ଆଉ ଭଡାଟିଆ ରଖିବାରେ କିନ୍ତୁ ମନ ନଥିଲା.
    ସେଦିନ ଘର ଆଗରେ ଯାଉଥିବା ରାସ୍ତାରେ ଅଚିହ୍ନା ଷଣ୍ଢଟିକୁ କେହି ଗାଡି ବାଡେଇ ଦେବା ଫଳରେ ସେ ଛୋଟା ହୋଇଯାଇଥିଲା ତ ଘରେ ରଖି ଅଙ୍କୁଶ ତାକୁ ସେବା ଯୋଗେଇ ଦେଉଥିଲେ. ତା ଖଣ୍ଡିଆ ସ୍ଥାନରେ ମରାନଡିଆ ତେଲ ମାରୁ ମାରୁ ନିଓସ୍ପିରିନ ଓ ବେଟାଡାଇନ ମାରୁ ମାରୁ ପଶୁଡକ୍ଟର ଵନିଯାଇଥିଲେ ତ ଗୋଟେ କୁକୁର, ଗୋଟେ ବିଲେଇ, ଗୋଟେ ଶୁଆ ପକ୍ଷୀ ମିଳିଯାଇଥିଲେ. ଯୋଉମାନେ ପ୍ରଥମେ କ୍ଷତାକ୍ତ ଅବସ୍ଥାରେ ଥିଲେ ମଧ୍ୟ ଉପଯୁକ୍ତ ସେବା,ଶୁଶ୍ରୁଷା ପାଇ କ୍ରମେ ସୁସ୍ଥ ଅନୁଭବ କରି ବାହାରକୁ ଯାଉଥିଲେ ମଧ୍ୟ ଖରା, ବର୍ଷା କାକର, ଶୀତ, ଝଡିରୁ ରକ୍ଷା ପାଇବାକୁ ଅଙ୍କୁଶଙ୍କ ଘରେ ରହୁଥିଲେ. ପ୍ରତିମାଙ୍କର ଅବସର ପରେ ସମୟ କାଟୁଥିଲା ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାରେ ତ ଅବସରପ୍ରାପ୍ତ ସ୍ୱାମୀଙ୍କର ସମୟ କାଟୁଥିଲା ସେମାନଙ୍କ ଯତ୍ନ ନେବାରେ. ପ୍ରତିମା ରଖିଥିବା ଖାଦ୍ୟ ଖୁଆଇ, କାହାକୁ ଅଖା ପାରି, କାହା ପାଇଁ କ୍ଷୀର ଆଣି କାହା ପାଇଁ ଅର୍ଥାତ ଶୁଆ ପାଇଁ ନିଶ୍ଚିନ୍ତ ପିଜୁଳି, କଦଳୀ ଇତ୍ୟାଦି ଖଞ୍ଜା କରିଥିଲେ. ପୁଅ ବୋହୁ ମୁଁହଁ ମୋଡ଼ୁଥିଲେ ଗୁହାଳ କରିଛନ୍ତି କହି. ଝିଅ ଜୋଇଁ ଆଉ ଆସୁନଥିଲେ ଘରେ ଭାଇରସ ଭୁତାଣୁ ଆକ୍ରାନ୍ତ ହୋଇପାରେ କହି, ଦୋମୁଣ୍ଡିଆ ଲୋକେ କହୁଥିଲେ ଏମାନେ କଣ ଠିକ ଠିକ ଭଡା ପୈଠ କରୁଛନ୍ତି!ଅସୁସ୍ଥ ହୋଇ ପଡିଲେ ହଠାତ ଅଙ୍କୁଶ ତ ପ୍ରତିମା ସ୍ୱାମୀଙ୍କୁ ହସ୍ପିଟାଲ ଆଡମିଟ କରି ରାତିରେ କିଏ ସ୍ୱାମୀଙ୍କ ପାଖେ ରହିବ ଭାବିଲା ବେଳକୁ ସାଙ୍ଗରେ ଗାଡି ପଛେ ପଛେ ଆସିଥିବା ଷଣ୍ଢ ହସ୍ପିଟାଲ ବାହାରେ ଥିଲା ତ ବେଡ଼ ତଳେ ଟମି କୁକୁର କୁଁ କୁଁ ହେଉଥିଲା. ଘରେ ବିଲେଇ ଜଗିଥିଲା କାଳେ ମୂଷା କି ସାପ କେହି ଆସିଯିବେ. ପୁଅ ଝିଅ ବୋହୁ ଜୋଇଁ ପହଞ୍ଚିଗଲା ପରେ ଶୁଆ କହୁଥିଲା କୁଣିଆ ଆସିଲେ... କୁଣିଆ ଆସିଲେ.ମାଆଙ୍କ ଆଖିରୁ ଲୁହ ପୋଛି ଝିଅ କହୁଥିଲା ବାପା ନିଶ୍ଚୟ ଭଲ ହୋଇଯିବେ. ବୋହୁ କହୁଥିଲା ପଶୁଙ୍କ ଗୁହାରି ଭଗବାନ ନିଶ୍ଚୟ ଶୁଣିବେ ମାଆ କାରଣ ସେମାନେ ସରଳ ଓ ନିଷ୍ପାପ.ସତକୁ ସତ ଅଙ୍କୁଶ ଭଲ ହୋଇ ଘରକୁ ଫେରିଥିଲେ ସତ ହେଲେ ଶୁଆ ଛଡା କେହି ଘର ଭିତରକୁ ନଯାଇ ବାହାରେ ପଡିରହିଥିଲେ. ଏବେ ପୁଅ ଝିଅ ବୋହୁ, ଜୋଇଁ, ଯିଏ ଯେତେ ଡାକିଲେ ମଧ୍ୟ ଘର ଭିତରକୁ ଯାଉନଥିବା ଷଣ୍ଢ, କୁକୁର, ବିଲେଇ ଇତ୍ୟାଦିଙ୍କୁ ଯେବେ ପୁଅର ପୁଅ ବାବା ଓ ଝିଅର ଝିଅ ଡୁଗୁ ଯେବେ ଆଉଁସି ଖାଇବାକୁ ଡାକୁଥିଲେ ତ ସେମାନେ ସବୁ ରାଗ ରୁଷା ଭୁଲି ଘର ଭିତରକୁ ଯାଇଥିଲେ କିନ୍ତୁ ଉଚ୍ଚ ସ୍ୱରରେ ବୋବାଳି ଛାଡ଼ୁନଥିଲେ. ଗୁଣୀ ଚିହ୍ନେ ଗୁଣିଆ ପରି ସେମାନେ ପଶୁ ହେଲେବି ବୁଝିଥିଲେ ଶିଶୁମାନେ କେଵେ ମୁଖା ଲଗା ମାନବ ପରି ନୁଁହଁନ୍ତି.
   ଡାକ୍ତରଙ୍କ ପରାମର୍ଶ କ୍ରମେ ମାଆ ପ୍ରତିମା ଓ ବାପା ଅଙ୍କୁଶ ଜଳବାୟୁ ପରିବର୍ତ୍ତନ ପାଇଁ ଆଗ ପୁଅ ବୋହୁ ଓ ଟିକି ନାତି ବାବା ସହ ଦିଲ୍ଲୀ ଚାଲିଲେ. ସେଠାରେ କିଛି ଦିନ କଟେଇ ତୋ ପାଖକୁ ଯିବୁ କୋରାପୁଟ କହି ଝିଅ, ଜୋଇଁ ଓ ଟିକି ନାତୁଣୀ ଡୁଗୁକୁ ବୁଝେଇ ସାରି ଫ୍ଲାଇଟରେ ବସିଲେ. ସେଠି ଭାରତର ଗେଟ, ଯନ୍ତର ମନ୍ତର, କୁତ୍ତବମିନାର, ଲାଲକିଲ୍ଲା, ଆକବର ଫୋର୍ଟ ଇତ୍ୟାଦିରେ ଐତିହାସିକ କିମ୍ବଦନ୍ତୀ ସହ ଏତେ ପରିମାଣର ଶୁଆ ଦେଖୁ ଦେଖୁ ଦୁହେଁ ବିଭୋର ହୋଇ ପଡିଲେ ସ୍ୱାମୀ ସ୍ତ୍ରୀ ଅଙ୍କୁଶ ଓ ପ୍ରତିମା.ଦିଲ୍ଲୀ ଘରେ ତାଙ୍କ ପୁଅ ଜିଟୁ ପାରାଙ୍କ ପାଇଁ ଢବଲ ସଜାଡି ତାଙ୍କ ପାଇଁ ବସା ବାନ୍ଧିଥିଲା. ସେଥିରେ ଚିରା ଫଟା କନା ପକେଇ ମାଆ ପାରା ଛୁଆ ଫୁଟେଇବ ବୋଲି ସଜାଡୁ ଥିଲା ତ ଦୁଇଟି ଅଣ୍ଡାରୁ ଗୋଟିଏ ପେଟ ତଳକୁ ନେଇନପାରି ଅଣ୍ଡା ଟିଏ ପାରା କାଞ୍ଜିଆ କରିଦେଇଥିବାରୁ ପୁଅ ପାରାକୁ ଓଲା କହି ଫୁଟିଥିବା ଅଣ୍ଡାରୁ ଛୁଆଟି ପାଇଁ ଖାଦ୍ୟ ରୂପେ ଖୁଦ ଓ ପାଣି ରଖୁଥିଲା.ବାପା ଅଙ୍କୁଶଙ୍କ ଦିଲ ଟା ଗାର୍ଡେନ ଗାର୍ଡେନ ହୋଇଯାଉଥିଲା ତ କହୁଥିଲେ ଓଲା ପାରା ମଣିଷ ପରି ଦୋମୁଁହାଁ ନୁହେଁ. କୁକୁର ଗୁଡିକ ମଧ୍ୟ ବୁଲା ହେଲେ ମଧ୍ୟ ଭାରି ବିଶ୍ଵସ୍ତ ଥିଲେ. ବିରିଆନିରେ ଥିବା ଚିକେନ କଣ୍ଟା କେଇଟି ତାଙ୍କୁ ଏମିତି ପ୍ରଭୁ ଭକ୍ତ କରିଥିଲା ଯେ ଥରେ ଟିକି ନାତି ଗାଡି ଆଗକୁ ଚାଲି ଯାଉଥିବା ଦେଖି କୁକୁର ତାକୁ ପଛରୁ ଭିଡି ଧରିଥିଲା. ବାପା ଓ ମାଆ ସନ୍ତୁଷ୍ଟିରେ ସେଇଠୁ ଫେରିଥିଲେ ଝିଅ ପାଖକୁ.
    ଟିକି ନାତୁଣୀ ଡୁଗୁ ସଙ୍ଗେ ଖେଳି ଓ ଝିଅ ରା଼ନ୍ଧିଥିବା ମାଛ ଚୁଙ୍ଗୁଡ଼ି ଖାଇ ବଳକା ଖାଦ୍ୟ ସବୁକୁ ଝିଅ ରିଟୁ ତାଙ୍କର ଗୋଳେଇ ଚାହିଁ ରହୁଥିଲା କସରା ଓ କାଳିଆ ପାଇଁ. ସେ ଦୁହେଁ ବୁଲା କୁକୁର ଥିଲେ ମଧ୍ୟ ମଣିଷ ପରି ସବୁ ବୁଝିଯାଉଥିଲେ. ସେ ଦୁହିଁଙ୍କ ମାଆ କୁକୁର ମଧ୍ୟ ଦିନେ ଏମିତି ବଳକା ଭାତ ମାଛ ଖାଇ ଏହି କାଳିଆ ଓ କସରା ଦୁଇ ପୁଅ ଝିଅଙ୍କୁ ଜନ୍ମ ଦେଇ ରିଟୁର ସାମୟିକ ଅନୁପସ୍ଥିତରେ କୁଆଡେ ହଜିଗଲା ଯେ ଆଉ ଆସୁନଥିଲା. ତା କଥା କହି ପ୍ରତିମା ଓ ଅଙ୍କୁଶଙ୍କ ଝିଅ ରିଟୁ ଆଖିରେ ଲୁହ ଟଳମଳ କରୁଥିଲା.ମାତୃତ୍ୱ ସବୁ ମାଆଙ୍କ ପାଖରେ ଥାଏ ସତ ହେଲେ କାଳିଆ ଓ କସରାଙ୍କ ମାଆ ହେଲାପରେ କୁକୁରଟି ସେମାନେ ଖାଇବେ ବୋଲି ଖାଦ୍ୟ ଛୁଁ ନଥିବା କଥାଟା ବାପା ମାଆଙ୍କ ଆଖିରେ ମଧ୍ୟ ଲୁହ ଆଣିଦେଇଥିଲା. ଝିଅ ରିଟୁ କହିଚାଲିଥିଲା ଖାଦ୍ୟ ତ ଏମିତିରେ ଭଗବାନ ତାଙ୍କ ପାଇଁ ରଖିନାହାଁନ୍ତି ଏ ପ୍ରକୃତିରେ!ସେଥିରେ ମଣିଷ ଖାଦdyଆଶା ରଖୁଥିବା କୁକୁଟିକୁ ଯେତେ ଦେଲେ ମଧ୍ୟ ସେ ତା ସନ୍ତାନ ଖାଆନ୍ତୁ ଭାବି ଛାଡ଼ି ଦେଇଥିଲା ଖାଦ୍ୟ ତ କେତେଦିନ ବଞ୍ଚିଥାଆନ୍ତା ଆଉ. ଏପଟେ ଝିଅର କଥା ଶୁଣି ମନରେ ଥିବା ଭୁତାଣୁ ଭାଇରକୁ ନଡରି ଏ କୁକୁମାନଙ୍କୁ ଏତେ ପ୍ରଶୟ ଦେଉଛୁ ଯେ ଝିଅ ନକହି କଥାତକ ଢ଼ୋକି ଦେଲେ ଅଙ୍କୁଶ ଓ ମାଆ ପ୍ରତିମା କାନ୍ଦୁଥିଲେ ଖୁବ.
    ସେପଟେ ଟିକି ନାତୁଣୀ ଡୁଗୁ ବିଲେଟି ସହ ଖେଳି ତାକୁ କ୍ଷୀର ବିସ୍କୁଟ ଖୁଆଇ ଚାଲିଥିଲା ତାର ଅନ୍ୟାନ୍ୟ ସାଙ୍ଗ ମାନଙ୍କ ସହ. ସେମାନେ ସବୁ ଥିଲେ ସାଇନୁ, ପ୍ରାର୍ଥନା, ସ୍ତୁତି, ଇରା, ବଣ୍ଟି. ସମସ୍ତେ ମିଶି ପୁଷିର ଛୁଆଙ୍କୁ ଢାବଲରେ ରଖି ଖାଇବା ଦେଉଥିଲେ. ଏସବୁ ଦେଖି ଅଙ୍କୁଶ ଉଠିଗଲେ ତୋରାଣୀ ବାଲ୍ଟି ଧରି ଗେଟ ପାଖକୁ. ଖରା ଗରମ ଦାଉରେ ବାଟ ଚାଲୁଥିବା ଷଣ୍ଢଟିକୁ ତୋରାଣୀ ସହିତ ପରିବା ଚୋପା ଓ ପାଚିଲା କଦଳୀ ଚୋପା ଦେଉଥିଲେ ତ ଟିକି ନାତୁଣୀ ଡୁଗୁ କହୁଥିଲା ଷଣ୍ଢର ପସନ୍ଦ ଖାଦ୍ୟ କଣ ଜାଣିଛ ଅଜା? ନା ତ ତୁ କହ. ଡୁଗୁ କହୁଥିଲା ମୋ ଜେଜେ କହୁଥିଲେ କଦଳୀ ଗଛ. ଅଜା ଅଙ୍କୁଶ ହସୁ ହସୁ କହୁଥିଲେ ଏ ସଂସାରରେ ନବେ ଭାଗ ଭାଗ ଦୋମୁଁହାଁ ମଣିଷଙ୍କ ଭିତରେ ତୋ ଜେଜେ ପରି ଦଶ ଭାଗ ଲୋକଙ୍କ ଯୋଗୁଁ ଏ ମଣିଷ ସମାଜ ତିଷ୍ଠିଛି ଲୋ ମାଆ. ଟିକି ନାତୁଣୀ ଡୁଗୁ କିଛି ନବୁଝି ଅଜାଙ୍କ ମୁଁହଁକୁ ଚାହିଁ କହୁଥିଲା କଣ କହିଲ କି ଅଜା? ତୁମେ ମୋ ଜେଜେଙ୍କ ପରି ପଶୁ ପକ୍ଷୀଙ୍କୁ ଖାଇବାକୁ ଦେବ କି? ହଁ ଲୋ ମାଆ ଭାବୁଛି ତୋରି ପରି ପିଲାଗୁଡ଼ାକ ସତରେ କେତେ ଭଲ. ହଁ ଅଜା ମୁଁ ଓ ମୋ ସାଙ୍ଗ ସମସ୍ତେ ଭଲ କାରଣ ଆମେ କଥା ମାନୁ, ମାଆ ଯାହା ଦିଅନ୍ତି ଖାଇଦେଉ. ଜେଜେମା ପାଖେ ଗପ ଶୁଣି ଶୋଇଯାଉ. କାହାକୁ ବାଡାଉନି କି କାହାକୁ ଖରାପ କଥା କହୁନି. ହଁ ରେ ମାଆ ସେଇଥି ପାଇଁ ଆମ ଗାନ୍ଧଜୀ ପରା ତିନିଗୋଟି ମାଙ୍କଡ଼ ରଖିଥିଲେ. ଗୋଟିଏ ପାଟି ବନ୍ଦ କରି କହୁଥିଲା ଖରାପ କଥା କହିବ ନାହିଁ, ଆଉ ଗୋଟିଏ ଆଖି ବନ୍ଦ କରି କହୁଥିଲା ଖରାପ କଥା ଦେଖିବ ନାହିଁ.ଆଉ ଶେଷଟି କାନ ବନ୍ଦ କରି କହୁଥିଲା ଖରାପ କଥା ଶୁଣିବ ନାହିଁ. ଡୁଗୁ କହୁଥିଲା ହଁ ଅଜା ଜେଜେ ସେଇକଥା କହୁଥିଲେ ଆମେ ଖାଲି କହିବୁ ବନ୍ଦେ ମାତରଂ.. ଜୟ ଯବାନ ଜୟ କିଷାନ, ବନ୍ଦେ ଉତ୍କଳ ଜନନୀ.



Rate this content
Log in