Lipsa Acharya

Others

4.0  

Lipsa Acharya

Others

ଶିକ୍ଷିତ ବ୍ୟକ୍ତିଙ୍କ ହୀନ ମାନସିକ

ଶିକ୍ଷିତ ବ୍ୟକ୍ତିଙ୍କ ହୀନ ମାନସିକ

4 mins
237


ସାଧାରଣ ଜୀବନରେ ଏମିତି କିଚ୍ଥି ଘଟଣା ଘଟେ, ଯାହାକୁ ଭୁଲିବା କଷ୍ଟକର ହେଇପଡେ । ସେ ସମୟଟା ବିତିଯାଏ ସତ ହେଲେ, ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରେ; ଲୋକମାନଙ୍କ ମାନବିକତା ଆଉ ସାମାଜିକ କର୍ତ୍ତବ୍ୟକୁ ନେଇ । ବଦଳୁଥିବା ସମାଜିକ ମଣିଷ ଚିନ୍ତାଧାରାର ଭୟଙ୍କର ଉଦାହରଣ ଆଖି ଆଗରେ ଦେଇଯାଏ ।


     ମୁଁ ଦଶମ ଶ୍ରେଣୀରେ ପଢୁଥାଏ । ସେ ସମୟରେ ଆମେ ବ୍ରହ୍ମପୁରର ଗୋଷାଣିନୂଆଗାଆଁ ଅଞ୍ଚଳରେ ରହୁଥାଉ । ମୁଁ ଗୀତାଭବନ ପାଖରେ ଥିବା ଟିଉସନକୁ ଯାଉଥାଏ । ଆମ ଘର ଠାରୁ ଟିଉସନ୍ ଦୁଇ କିଲୋମିଟର ଉପରେ ହବ । ମୁଁ ସବୁବେଳେ NHରେ ନ ଯାଇ ସାହି ସାହି ଗଳି ଗଳି ବୁଲି କି ଯିବା ଆସିବା କରେ ।

    ଦିନେ ସନ୍ଧ୍ୟାରେ ହଠାତ୍ ଜୋରେ ବର୍ଷା ହେବା ଯୋଗୁଁ ବିଜୁଳି କାଟିଦେଲା; ଟିଉସନରୁ ଆସିବା ସମୟରେ । MD କାହାକୁ ବି ଘରକୁ ଚ୍ଥାଡୁ ନଥିଲେ । ଯେଉଁମାନେ ଯାଇ ପାରିବେ କିମ୍ବା କାହାର ଅଭିଭାବକ ଆସିଲେ ଚ୍ଥାଡୁ ଥିଲେ । ବର୍ଷା ଚ୍ଥାଡିଲା ବେଳକୁ ରାତି ୮:୩୦ ଉପରେ ହେଇଯାଇଥିଲା । ତଥାପି ବିଜୁଳି ଆସିନ ଥାଏ । ମୋ ସହିତ ଆମ ସାହି ପାଖରୁ ଗୋଟିଏ ଝିଅ ଯିବା ଆସିବା କରୁଥିଲା । ସେ ଅଷ୍ଟମରେ ପଢୁଥିଲା । ତା ବାପା ନେବାକୁ ଆସିଥିଲେ । ସାର୍ ବି ଯିବାକୁ ହଁ, କଲେ । ଯେହେତୁ ଆମେ ସବୁ ଦିନ ମିଶିକି ଯିବା ଆସିବା କରୁ । ଆଉ ମୁଁ ସୁରକ୍ଷିତରେ ଘରେ ବି ପହଞ୍ଚି ପାରିବି । ସେ ଝିଅଟିର ପିତା ବାଇକରେ ଗଲେ, ଗାଡିର ଆଲୋକରେ ଆମେ ଦୁହେଁ ସାଇକେଲରେ ଗଲୁ । 

    ମୁଁ ଟିକିଏ ପଚ୍ଥରେ ରହିଯିବାରୁ, ସେମାନେ ମୋତେ ଚ୍ଥାଡି ଚାଲିଗଲେ । ମୁଁ ଆସିଲି କି ନାହିଁ ସେ ବ୍ୟକ୍ତିଜଣଙ୍କ ଜାଣିବା ବି ଉଚିତ୍ ମନେ ଗଲେ ନାହିଁ । ଅନ୍ଧାର ରାତିରେ ମୁଁ କେମିତି ଆସିବି ? ମନରେ ବହୁତ ଭୟ ସୃଷ୍ଟି ହଉଥିଲା । କାଁ ଭାଁ କେତୋଟି ଗାଡି ଯିବା ଆସିବା କରୁଥିଲା । ରାସ୍ତା ଦେଖାଯାଉ ନ ଥିବାରୁ ମୁଁ ସାଇକେଲରେ ନ ଆସି ଚାଲି ଚାଲି ସାଇକେଲକୁ ଗଡେଇ ଆସିଲି । ମନରେ ଭାବୁଥାଏ, କେମିତି ହେଲେ ବି ଅଜା ଘର ପାଖରେ ପହଞ୍ଚି ଗଲେ କିଚ୍ଥି ଅସୁବିଧା ହବ ନାହିଁ । ଅଜା ଯେମିତି ହେଲେ ଦାଣ୍ଡରେ ଥିବେ । ( ମାଆଙ୍କ ପିଉସୀ ଘର) । ହେଲେ, ଭାଗ୍ୟର କି ବିଡମ୍ବନା ଥିଲା ଯେ, ସେ ଦିନ ଅଜା ବି ନ ଥିଲେ ଦାଣ୍ଡରେ । ଆଉ ଘରକୁ ଯିବାକୁ ସାହାସ ହେଲାନି । ଗଲା ମାତ୍ର ଗାଳି ଶୁଣିବି । କାହିଁକି ଏକୁଟିଆ ଟିଉସନରୁ ବାହାରି ଆସିଲି । ସେ ଦିନର ଡରକୁ ଆଜି ବି ମୁଁ ଭୁଲି ପାରୁନି । ମୁଁ ଷ୍ଟେସନ୍ ଯିବା ରାସ୍ତା ପାଖରେ ପହଞ୍ଚିଲି । ତା' ପର ଦିନ ଭାରତୀୟ ସ୍ଥଳ ସେନାର ଶାରୀରିକ ପରିକ୍ଷା ଥିଲା, ଗୋପାଳପୁରରେ । ଆଉ ସେ ରାସ୍ତାରେ ହଠାତ୍ ଏତେ ଜଣ ପୁଅମାନଙ୍କୁ ଦେଖି ଡରି ଗଲି । ମୋ ପାଦ ଥରିବାକୁ ଲାଗିଲା । ଅବଶ୍ୟ ରାସ୍ତା ଅପରିଚିତ ନୁହେଁ । ଡରିବାର କୌଣସି କାରଣ ନ ଥିଲା । ତଥାପି ଅନ୍ଧାର ରାତିରେ ଏପରି ଏତେ ଜଣ ଲୋକଙ୍କୁ ଦେଖିଲେ ଡରି ଯିବା ସ୍ୱାଭାବିକ୍ କଥା । ରାସ୍ତା ପାର ହେଇ ମୁଁ ଆଖି ହସ୍ପିଟାଲ୍ ପାଖରେ ପହଞ୍ଚିଲା ବେଳକୁ ବିଜୁଳି ଆସିଗଲା । ସେ ଠାରୁ ଘର ଅଳ୍ପ ବାଟ ଥିଲା । ମୁଁ ସାଇକେଲ୍ ଚଲେଇ କି ଆସିଲି । ସେ ଦିନର ଘଟଣା ମୋ ନିଜ ଚ୍ଥଡା କେହି ଜାଣିନାହାନ୍ତି । ଘରେ ପହଞ୍ଚି ଜାଣିଲି ମାଆ ମୋତେ ଆଣିବାକୁ ଯାଇଚ୍ଥି । ଆମେ ଦୁଇଜଣଙ୍କ ରାସ୍ତା ଅଲଗା ହେଇଯିବାରୁ ପରସ୍ପରକୁ ମିଶି ପାରିଲୁ ନାହିଁ । ସେ ଜାଣିଚ୍ଥି, ମୁଁ ସେମାନଙ୍କ ସହିତ ମିଶିକି ଆସିଲି । ହେଲେ, ସତ କହିବାକୁ ମୋର ସାହସ ନଥିଲା । 

    ତା ପରଦିନ ମୁଁ ସେ ଝିଅ ଠାରୁ ଯାହା ଶୁଣିଲି ତାହା ମୋତେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କରିଦେଇଥିଲା । ଝିଅଟି ଯେତେବେଳେ ତା ବାପାକୁ କହିଲା ;" ଦିଦି ପଚ୍ଥରେ ରହିଗଲେ, ସେ ଆସନ୍ତୁ ଯିବା । ଅପେକ୍ଷା କର ।" ସେ ଠାରୁ ତା ବାବା କହିଲେ;" ସେ ବଡ ପିଲାଟା ନିଜେ ଆସି ପାରିବ। ଅପେକ୍ଷା କରିବା ଦରକାର ନାହିଁ । ଚାଲେ ଆମେ ଯିବା ।" ବ୍ୟକ୍ତିଜଣଙ୍କ ଜଣେ ଶିକ୍ଷିତ ଉଚ୍ଚପଦସ୍ଥ ଅଧିକାରୀ । ଝିଅ ବଡ ହେଉ କି ସାନ, ବର୍ଷା ଚ୍ଥାଡି ଯାଇଥିବା ଅନ୍ଧାର ରାତିର ରାସ୍ତାରେ ଗୋଟିଏ ଝିଅକୁ ଏକୁଟିଆ ଚ୍ଥାଡି ଦେଇ ଆସିବା କେତେ ଯୁକ୍ତିଯୁକ୍ତ । ସେ ସମୟର ସେ ଭୁଲିଗଲେ ଯେ ତାଙ୍କ ଝିଅକୁ ମୁଁ ନିଜ ସାଙ୍ଗରେ ସବୁବେଳେ ଟିଉସନ୍ ନେବା ଆଣିବା କରେ । 

  ଏମିତି କିଚ୍ଥି ଘଟଣା ସମାଜର ଦାଇତ୍ୱହୀନ ବ୍ୟକ୍ତି ଭୟଙ୍କର ରୂପ ଦେଖାଏ । ଏହି ଘଟଣା ପର ଠାରୁ ଲୋକକୁ ସହଜରେ ମୁଁ ବିଶ୍ୱାସ କରିପାରେ ନି ।

   ତାର କିଚ୍ଥି ଦିନ ପରେ, ପୁଣି ସେ ପରିସ୍ଥିତି ଆନ୍ଧାର ରାତି । ମୁଁ ମୋ ସାଙ୍ଗ ସହିତ ଯିବାକୁ ମନା କରିଦେଇଥିଲି । ସେ ଠାରୁ ସେ ରାଗିଯାଇ କହିଲା;" ତୋର କଣ ମୋ ଉପରେ ବିଶ୍ୱାସ ନାହିଁ ?" ମୁଁ ତୋତେ ଘରେ ଚ୍ଥାଡି କି ଆସିବି । ଚାଲେ ମୋ ସହିତ "। ସେ ବର୍ଷ ବହୁତ ଦିନ ପର୍ଯ୍ୟନ୍ତ ସଂଧ୍ଯା ୭:୩୦ରୁ ୮:୩୦ ବିଜୁଳି କାଟିଦେଉଥିଲା । ସେ ଅଧା ରାସ୍ତାରେ ରହିଯାଏ, ଆଉ ମୁଁ ବିଶ୍ୱାସରେ ଘରେ ପହଞ୍ଚି ଯାଏ । ଆମକୁ ଜୀବନରେ ଏମିତି କିଚ୍ଥି ସାଙ୍ଗ ମିଳନ୍ତି, ଯାହା ଉପରେ ଆଖି ବୁଜି ବିଶ୍ୱାସ କରିପାରିବା । ତା ଲାଗି ମୋର ଡରଟା ଲିଭିଗଲା । ଆଜି ରାତିରେ ରାସ୍ତାରେ ଆସୁଥିବା ସମୟରେ ବିଜୁଳି କଟିଗଲେ ବି ଡର ଲାଗେନି ।


ସେ ରାତିର ଘଟଣା ମୁଁ କାହାକୁ ବି କହିନି । ଭାବିଲେ ଦୁଃଖ ଲାଗେ, ଏମିତି କରିବା କେତେ ଦୂର ଠିକ୍ ଥିଲା । ସେ ବ୍ୟକ୍ତିଜଣଙ୍କର ସାମାଜିକ ଦାୟିତ୍ୱ ଥିଲା, ମୋତେ ସାଙ୍ଗରେ ଆଣିବା । ହେଲେ, ସେ କେବଳ ନିଜ ଝିଅ କଥା ଚିନ୍ତା କଲେ, ତାକୁ ଧରି ଆସିଲେ । ଅପେକ୍ଷା କରିବା ଉଚିତ୍ ମନେ କଲେ ନାହିଁ । କେଡେ ସ୍ୱାର୍ଥପର ଆଜିର ମଣିଷ । ଟିକିଏ ବି ଚିନ୍ତା କଲେ ନାହିଁ, ମୁଁ ତାଙ୍କ ଝିଅକୁ ସବୁ ବେଳେ ସାଙ୍ଗରେ ନେବା ଆଣିବା କରେ ।

**************



Rate this content
Log in