ସ୍ବାର୍ଥପର
ସ୍ବାର୍ଥପର
ଝିଅଟିର ନାମ ଲିଲି ।ବି.ଏ ପାଠ ପଢିଲା ପରେ ଶାଶୁଘର ଗଲା ।ଦୁଇ ନଣନ୍ଦ ଓ ଦିଅର ଅବିବାହିତ ଥିଲେ ।ଶ୍ବଶୁର ସରକାରୀ ଚାକିରିଆ ।ଏଣୁ ତାଙ୍କରି ଦରମାରେ ଦୁଇପୁଅ ପାଇଁ ଦୁଇଟି ଘର କରିଦେଲେ।ଦୁଇ ଝିଅକୁ ମଧ୍ୟ ଲକ୍ଷେ ଲକ୍ଷେ ନଗଦ ଦେଇଦେଲେ ।
ଲିଲି କିଛିଦିନ ଡରିମରି ରହିଲା ।ମାଛିକୁ ମ' କହିଲାନି ।ଆସ୍ତେ ଆସ୍ତେ ସେ ଭାବିଲା ଏମାନେ ମୋତେ ଚାକର କରିଦେଲେଣି।କଣ କଲେ ମୁଁ ଏମାନଙ୍କଠାରୁ ମୁକ୍ତି ପାଇବି ।ସେ ଏଥର ଜବାବ ଦେବା ଆରମ୍ଭ କଲା ।ଘରେ ଯାହା ଘଟଣା ଘଟୁଥିଲା ମାଆ ଘରକୁ ଫୋନ୍ ମାଧ୍ୟମରେ ଜଣାଉଥିଲା ।
ମାଆ ମନ ଭାରି ଡହଳ ବିକଳ ହେଉଥାଏ ଝିଅର କଥା ଶୁଣି ।ଦିନେ ଭାବିଲା ଜ୍ବୋଇଁ ପୁଅକୁ ଡାକି ସମସ୍ୟାର ସମାଧାନ କରିବ ।ଲିଲିର ବାପା ଶୁଣୁଛ ଆମ ଲିଲିକୁ ମାନସିକ ନିର୍ଯ୍ୟାତନା ଅଧିକ ହେଉଛି ।କଣ କରିବା କହିଲ?
ଲିଲିର ବାପା କହିଲେ କଣ କହିଲୁ ଆମ ଲିଲି ଅସୁବିଧାରେ ଅଛି ନା..ନା..ସେମିତି କଥା ତେମେ ଭୂଲ୍ ଭାବୁଛ ।
ଲିଲି ବୋଉ କହିଲେ ହେଇଟି ମୁଁ ମିଛ କହୁନି ବା .. ତମ ଦିହ ଛୁଉଁଛି...ତମ ବିରୁଆ ଛୁଇଁ ରାଣ ଖାଉଛି ମୋତେ ଲିଲି ସବୁ ଫୋନ୍ ରେ କହିଲା।
ହଁକି ଲିଲି ବୋଉ ...କାଇଁ ମେତେ ତେମେ କେବେ କହିନଥଲ ତ..।
ଲିଲିବୋଉ କହିଲା ହେଇଟି ତମ ଜ୍ଯୋଇଁ ପିଲାକୁ ଆଜି ଡାକିଛି ।ତେମେ ଟିକେ ଭଲରେ ପାନେ ଦେଇକିନା ଛାଡିବ ।
ଲିଲି ବାପା କହିଲେ ହଁ ରୁହ ମୁଁ ଦିଘଡି ଚିନ୍ତା କରେ କଣ କଲେ ଭୁଲ ହେବ।ତେମେ ଟିକେ ଭଲଭଲ ଖାଇବା ରାନ୍ଧି ରଖ ତା ପର କଥା
ମୁଁ ବସି ଭାବୁଛି ।
ଲିଲି ବଉ କହିଲା ହେଇଟି କାଠ ଚାରିଖଣ୍ତ ଚିରି ଆଣ ଆଉ ମଣିଆ ଘରୁ ରନ୍ଧା ସାମାନ ଘିନିଆଣ ମୁଁ ସବୁଯାକ କରିବି ।
ଲିଲି ବୋଉ କହିଲା ଠିକ୍ ଠିକ୍ ଭାବୁଥବ ଯୁଆଡେ ଯିବ ଆମ ଝିଅ କଥା ମନେ ପକାଉଥବ ।ତେମେ ଟିକେ ଭୁଲାମନ ତ
ସେଈଥିପାଏଁ ।ଲିଲି ସିନା ପାଠ ପଢି ଶିକ୍ଷିତ ହୋଇଥିଲା ହେଲେ ତା ବାପି ମାଆ ଭାରି ଗାଉଁଲି ।
ଦିନ ଦିଘଡି ବାଜିଲାଣି ।ହଠାତ୍ ମୋଟର ଗାଡି ଶବଦ ଶୁଣି ପିତଳ ଢାଳରେ ପାଣୀ ଢାଳଟେ ଧରି ଲିଲି ବୋଉ
ଝଟଝଟ ପିଣ୍ଢା ଆଡେ ମାଡି ଚାଲିଲେ ।ଜ୍ବୋଇଁ ପିଲାକୁ ବନ୍ଦାଣ କରି ଘରକୁ ଆଣିଲେ ।
ଜ୍ବୋଇଁଟା ଭାରୀ ସରଳିଆ ।ଏଣୁ ସେ ଅତି ନମ୍ର ଭାବେ ପଚାରିଲେ ବୋଉ ମୋତେ କଣ ପାଇଁ ଡାକିଲେ ଏତେ ବ୍ୟସ୍ତ ହୋଇ
। କଣ ଅସୁବିଧା ହେଲା କି ?
ଲିଲିବାପା କହିଲେ ଦେଖ ବାପ ତେମେ କଣ ଜାଣିଛ ମେତେ ଜଣା ନାହିଁ ।ମୁଁ ତ ପାଠଶାଠ ପଢିନି ମାତରକ ଦୁନିଆକୁ ତେମେଠୁ ଢେର ଭଲ ବୁଝିଛି ।ତେମେ ଆମ ଲିଲି କଥା ଟିକେ ଭଲରେ ବୁଝୁଥିବ ।ମୋ ଝିଅଟା ଭାରୀ ଅଭିମାନୀ ।ମୁଁ ତାକୁ ଦଶ ଥର ଡାକି ପଚାରିଲେ ଖାଈବାକୁ ଯିବ ନ ହେଲେ ସେମିତି ଅଖିଆଅପିଆ ରହିଯିବ । ସବୁ କାମ କରିବ ହେଲେ ବଢିଆ କରିଛୁ ବେଲି ନ କହିଲେ ଆଉ ସେ କିଛି କରିବନି ।ଜର କି ଥଣ୍ଡା ହେଲେ ତାକୁ ମୁଁ ଟିକେ ଆଉଁସି ଦେଇ ଦିପଦ ଭଲ କଥା କହିଦେଲେ ସବୁ ଜର ଥଣ୍ଡା ଉଭାନ୍ ହେଇଯାଉଥଲା ।
ମୋ ଝିଅଟାକୁ ତେମେ ଟିକେ ଏମିତି ଭଲମନ୍ଦ ପଚାରିଲେ ସେ କେତେ ଖୁସି ହେଈଯିବ ବାପା ।ତେମେ ଟିକେ ତା
କଥା ବୁଝୁଥିବ ।
ଜ୍ବୋଇଁପୁଅ ହଁହାଁ କହି ନମସ୍କାର କରି ଘରକୁ ଗଲା । ଏକାନ୍ତରେ ବସି ବହୁତ ଭାବିଲା ଶ୍ବଶୁର କହିଥିବା କଥାଗୁଡିକ ।ଭାବିଲା ସତରେ ମୁଁ କେତେ ସ୍ବାର୍ଥପର ।ମୋ ପାଇଁ ଲିଲି ସମସ୍ତଙ୍କୁ ଛାଡି ମୋ ଘର ଲୋକଙ୍କୁ ନିଜର କରିବାକୁ ଚେଷ୍ଟା କରୁଛି ଅଥଚ ମୁଁ ସ୍ବାମୀ ହୋଈ କେବେ ତା ଭଲମନ୍ଦ ପଚାରିଲିନି ।ମୁଁ ପ୍ରକୄୄୄୄତରେ ସ୍ବାର୍ଥପର ।ମୋ ଆଖି ଖୋଲିଦେଲେ ମୋ ଶ୍ବଶୁରଘର ।
ଲିଲିକୁ ଡାକି ପାଖରେ ବସାଇଲେ ।କହିଲେ ଲିଲି ବାହାଘରର ଏତେ ଦିନ ବିତିଗଲା ତମ ସହ ଭଲରେ କଥା ବି
ହେଇପାରୁନି ।ଚାଲ ଆମେ ଦି ଚାରିଦିନ ବୁଲାବୁଲି କରି ଆସିବା ।ଭାରୀ ବିରକ୍ତ ଲାଗିଲାଣି ଏକା ଏକା ବି ଲାଗୁଛି ।
ଲିଲିର ଖୁସି କହିଲେ ନ ସରେ ।ସ୍ବାମୀ ମାନେ ଟିକେ ବି ସ୍ନେହ କଲେ ଫୁଲେଇ ହୁଅନ୍ତି ସାଧାରଣତଃ ଝିଅମାନେ । ଏଥରକ ଲିଲି ମାଆ ଘରକୁ ଫୋନ୍ କରିବାକୁ ଭୁଲିଗଲା ।ବୁଲାବୁଲି କରି ଆସିଲେ ।ଦୁହେଁ ବହୁତ ଖୁସି ।
ଠିକ ସଂନ୍ଧ୍ୟାରେ ବାପା ଫୋନ୍ କରି ପଚାରିଲେ ଲିଲି ଭଲ ଅଛୁ କି ମା ?
ଲିଲି ବଡ ଶରଧାରେ କହିଲା ହଁ ବାପା ।ତମେ କେମିତିଅଛ ବାପା ?ବୋଉ କେମିତି ଅଛି ?
ବାପା କହିଲେ ଆମେ ଭଲ ଅଛୁ ଝିଅ ।ଆଛା ଝିଅ କହିଲୁ ତୁ କେବେ ଆସିବୁ ।ଝିଅ କହିଲା ହଁ ବାପା ଆସନ୍ତି ଯେ
ଏବେ ନୂହଁ ଆଉ କିଛି ଦିନ ପରେ ସୁବିଧା କରି ଆସିବି ।ନଣନ୍ଦ ମାନଙ୍କ ବାହାଘର ଠିକ୍ କରାହେବ ତ ଏଣୁ ଆସିବିନି ।
ବାପା ପଚାରିଲେ ଝିଅ ତୋର କିଛି ଅସୁବିଧା ହେଉନି ତ ସେଇଠି ।
ଝିଅ କହିଲା ନାଈଁ ବାପା ମୋତେ ଆଜିକାଲି ସମସ୍ତେ ଏତେ ଭଲ ପାଉଛନ୍ତି ଯେ ମୁଁ ବୋଉ ସହ ବି କଥା ହେଇପାରୁନି ।ହଉ ବାପା ମୁଁ ଫୋନ୍ ରଖୁଛି ...ପରେ ବୋଉ ସହ କଥା ହେବି ।
ଜ୍ବୋଇଁ ପୁଅ ଶୋଇବା ଭଳି ଅଭିନୟ କରି ସବୁ ଶୁଣୁଥିଲେ ।ଏଥର ଭାବିଲେ ପ୍ରକୄୄୄୄତରେ ସ୍ବାମୀମାନଙ୍କ ଭଲ ପାଇବା ସହଧର୍ମୀଣୀଙ୍କୁ ବଦଳାଇପାରେ ।ଝିଅମାନେ ଘର ଭାଙ୍ଗନ୍ତିନି ମୋ ଭଳି ସ୍ବାର୍ଥପର ସ୍ବାମୀମାନେ ଏହାର କାରଣ ହୋଇଥାନ୍ତି ।
ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର