STORYMIRROR

Sunanda Mohanty

Children Stories Thriller Others

4.2  

Sunanda Mohanty

Children Stories Thriller Others

ସାବେରୀ 

ସାବେରୀ 

3 mins
16


ରାସ୍ତା ଥିଲା ଅଜଣା. ପଥିକ ଭାବେ ବାଟ ଚାଲୁଥିଲା ଏକା ଏକା ମାଗୁଣି. ସେ କଣ ଜାଣିଥିଲା ଦିବ୍ୟାଙ୍ଗ ଝିଅ ସାବେରୀ ପରି ଖନି,ଜାଡ଼ି, ଅଟିଜିମ ଆକ୍ରାନ୍ତ ପୋଲିଓ ଗ୍ରସ୍ତ ଝିଅଟାକୁ ଝୁରି ଝୁରି ମାଆ ତାର ଏମିତି ସଂସାର ଛାଡ଼ି ଚାଲିଯିବ!ଯଦି ମରିଯାଇଥାଆନ୍ତା ଲଷ୍ମୀ ତେବେ କଥା ଥିଲା ଅଲଗା କିନ୍ତୁ ମାଗୁଣିକୁ ଏକା କରି କୁଆଡେ ଯେ ଚାଲିଗଲା ତାର ପତ୍ତା ନଥିଲା. ଲଷ୍ମୀର ବାପଘର ଓ ବନ୍ଧୁବାନ୍ଧବଙ୍କ ଘର ବହୁତ ଖୋଜିଲା ମାଗୁଣି କିନ୍ତୁ ପାଇଲା ନାହିଁ କୋଉଠି ସ୍ତ୍ରୀ ଲଷ୍ମୀକୁ. ଅଜଣା ରାସ୍ତାରେ ଚାଲୁ ଚାଲୁ ଦିନେ ସେହି ଅଜଣା ସହରରେ ତାକୁ ତା ପିଲାଦିନର ଗାଁ ସାଙ୍ଗ ରାଜୁ ପ୍ରଧାନ ମିଳିଗଲା. ସେ ସାହାଯ୍ୟ ସହଯୋଗର ହାତ ବଢେଇବାରୁ ପାଚିଲା କଦଳୀ ବିକି ରୋଜଗାର କଲା ମାଗୁଣି. ଦିନେ ରାଜୁ ଘରକୁ ଯାଇ ମାଗୁଣି ଆଶ୍ଚର୍ଯ୍ୟ ହେଲା. ତାର ଦୁଇଟି ଯାକ ସନ୍ତାନ ପୁଅ ଓ ଝିଅ ଅପଙ୍ଗ ଓ ଅଟିଜିମ ଶିଶୁ ଥିଲେ. ତଥାପି ରାଜୁ ତାଙ୍କର କୋଉଥିରେ କମ କରିନଥିଲା. ରିକ୍ସା ଭିଡି ମଧ୍ୟ ପିଲା ଦୁଇଟିଙ୍କୁ ଖେଳନା, ପୋଷାକ, ଜୋତା ଛତା ଯୋଗେଇ ଚାଲିଥିଲା.ତା ଭିତରୁ ବଡ଼ ଥିଲା ଝିଅ ଓ ସାନ ଥିଲା ପୁଅ. ସେ ଦୁହିଁଙ୍କୁ ସ୍ନେହ ଶ୍ରଦ୍ଧା ଦେବାରେ କାର୍ପଣ୍ୟ କରୁନଥିବା ରାଜୁକୁ ଦେଖି ମାଗୁଣି ଭିତରେ ଭିତରେ କାନ୍ଦି ପକାଇଥିଲା. ତା ନିଜ କୃତକର୍ମ ପାଇଁ ଅନୁଶୋଚନାର ସୀମା ନଥିଲେ ମଧ୍ୟ ନେଡି ଗୁଡ଼ କହୁଣୀକୁ ବୋହି ଯାଇଥିଲା. ଏବେ ରାଜୁ ଷ୍ଟେସନରୁ ଷ୍ଟେସନକୁ ଘୁରି ବୁଲୁଥିଲା. କାରଣ କୋଉ ଷ୍ଟେସନରେ ସେ ଝିଅକୁ ଓଲ୍ହେଇ ଦେଇ ତରତର କରି ପୁଣି ଷ୍ଟେସନରେ ଟ୍ରେନ ଧରି କାନ୍ଦୁଥିବା ସ୍ତ୍ରୀ ଲଷ୍ମୀକୁ ବୁଝାଉଥିଲା ଯେ ଝିଅ ପିଛା ପାଣି ପରି ପଇସା ଖର୍ଚ୍ଚ କଲେ ମଧ୍ୟ ସାବେରୀ ଆଉ ଭଲ ହେବନି ଲୋ. ତା ଭାଗ୍ୟ ନେଇ ସେ ଯାଉ. ତୁ ଆଉ କାନ୍ଦେନି ବରଂ କାଲିକି କାଲି ତୋର ପିଲାପିଲି ହେଲେ ତୁ ଭୁଲିଯିବୁ କୋଉ ଜନ୍ମର କୋଉ ପାପ ପାଇଁ ଏ ଜନ୍ମରେ ତୁ ସବେରୀ ପରି ଝିଅର ମାଆ ହୋଇଥିଲୁ. ଲଷ୍ମୀ ଆଖିରୁ ଲୁହ ଶୁଖୁ ନଥିଲା. ଖନି ଜାଡ଼ି ହେଉ ପଛେ ଖନେଇ ଖନେଇ ବୋ..ଉ ବୋଲି ଡାକୁଥିଲା ସାବେରୀ. ବାପା ଗୋଡ଼ରେ ଆଡେଇ ଦେଲେ ବି ଗୁରୁଣ୍ଡି ଗୁରୁଣ୍ଡି ବାପା ପଛେ ପଛେ ଗୋଡେଇ ଯାଉଥିବା ଝିଅ ପ୍ରତି କେମିତି ଏତେ ନିଷ୍ଠୁର ହୋଇପାରିଲା ବାପା ବୋଲି ଭାବି ଲଷ୍ମୀ ଡାକୁଥିଲା ମାଆ ଷଷ୍ଠୀ, ମାଆ ଇଷ୍ଟଦେବୀ ମାଆ ଦୁର୍ଗା ଦୁର୍ଗତିନାଶିନୀ ମୋ ଝିଅକୁ ସହାୟ ହୁଅ ମାଆ.
    ଘରେ ବସି ନରହି ଲଷ୍ମୀ ଯାଉଥିବା ବାବୁଘର ମାଆ ଉଷସୀ ସେଦିନ ଲଷ୍ମୀର କାନ୍ଦୁରା ମୁହଁକୁ ଦେଖି କିଛି ନବୁଝି ପାରି ପୂର୍ବଭଳି ଆଶ୍ଵାସନା ଦେଉଥିଲେ. ତୋ ଝିଅକୁ ଧରି ଦିବ୍ୟାଙ୍ଗ ଶିଶୁ ସଦନକୁ ଥରେ ଚାଲ ଲଷ୍ମୀ. ଦେଖିବୁ କେତେ କେତେ ଶିଶୁ ପୁଅ ଝିଅ ତୋରି ଝିଅ ପରି ସେଠାରେ ରହି ଖାଇ,ପିଇ, ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହେବା ପାଇଁ ଡାକ୍ତରମାନେ ମଧ୍ୟ ଲାଗିପଡିଛନ୍ତି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ.ତ ସେଇଠିକୁ ସାବେରୀକୁ ନେଇ ଚାଲ ଥରେ କହୁ କହୁ ଲଷ୍ମୀ କାନ୍ଦୁଥିଲା ଫୁଲି ଫୁଲି. ଉଷସୀ ସାନ୍ତ୍ୱନା ଦେଇ କଣ ବୁଝେଇଲେ ଯେ ଲଷ୍ମୀ ଆଉ ଫେରିନଥିଲା ଘରକୁ. ମାଗୁଣି କେତେ ଖୋଜିଥିଲେ ବି ପାଇନଥିଲା ତ ଏବେ ଅନୁଶୋଚନାର କିଛି ମୂଲ୍ୟ ବି ନଥିଲା ତା ପାଇଁ.ଏକୁଟିଆ ଅଜଣା ରାସ୍ତାରେ ଚାଲୁ ଚାଲୁ ଖାଲି ଠିକଣା ଖୋଜୁଥିଲା ଲଷ୍ମୀର ହେଲେ କଦଳୀ ଦୋକାନକୁ ସମ୍ଭାଳୁ ସମ୍ଭାଳୁ ଅନେକ ଗ୍ରାହାକଙ୍କୁ ଦେଖି ଦେଖି ତାଙ୍କ ଭିତରେ ଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଦେଖି ମାଗୁଣି କାହିଁକି କେଜାଣି ଭାବୁଥିଲା ତାଙ୍କୁ କିଛି ପଚାରନ୍ତା. ସତକୁ ସତ ସେଦିନ ପଚାରିଦେଲା ମାଗୁଣି ଏତେ କଦଳୀ ସବୁଦିନ କିଣୁଛନ୍ତି ଯେ ମାଡାମ!ହସି ହସି ଉତ୍ତର ଦେଲେ ଆରତୀ ମାଡାମ ଯେ ମୁଁ ଘର ପାଇଁ ନୁଁହଁ ବରଂ ଶିଶୁଭବନ ପାଇଁ ନେଇଥାଏ କଦଳୀ. ସେଦିନଠୁ ମାଗୁଣି ଆଖିକୁ ନିଦ ନାହିଁ. ଥରେ ଶିଶୁ ଭବନ ବୁଲିଯାଇ ଦେଖିବାକୁ ତାର ମନ ତ ଆରତୀ ଦିଦିଙ୍କୁ ମନ କଥା କହି ନିଜେ କଦଳୀ ନେଇ ଯାଇ ପହଁଚିଗଲା ସେଠି.ଲଷ୍ମୀକୁ ସେଠି ଦେଖି ଚମକି ପଡ଼ୁ ପଡ଼ୁ ଲଷ୍ମୀ ସହ ଥିବା ଦିବ୍ୟାଙ୍ଗ ଝିଅ ସାବେରୀକୁ ଠିକ ଚିହ୍ନିଲା ମାଗୁଣି. ଏହା କିପରି ସମ୍ଭବ ଭାବୁ ଭାବୁ ଆରତୀ ଦିଦି କହୁଥିଲେ ଭଗବାନଙ୍କ ସୃଷ୍ଟିରେ ସବୁ ସମ୍ଭବ. ଏଠି ଯେତେ ଶିଶୁ ଅଛନ୍ତି ସମସ୍ତଙ୍କୁ ଊଣା ଅଧିକେ ଭଗବାନ କିଛି ଅନନ୍ୟ ପ୍ରତିଭା ଦେଇଛନ୍ତି. ଏଇ ସାବେରୀକୁ ଦେଖନ୍ତୁ. ଷ୍ଟେସନରୁ ଉଦ୍ଧାର ହୋଇଥିବା ଶିଶୁଟି ପରବର୍ତ୍ତୀ ସମୟରେ ତା ମାଆକୁ ଏଠି ପାଇଯିବା ସହ ଏତେ ସୁନ୍ଦର ନିଖୁଣ ଚିତ୍ର କରୁଛି କାଳିଆ ଠାକୁରଙ୍କର ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ. ଏସବୁର ଶ୍ରେୟ ଡାକ୍ତଙ୍କର କହି ମାଗୁଣି ଦେଖୁଥିଲା ସାବେରୀ ଆଙ୍କିଥିବା ଚିତ୍ରପଟ ସବୁକୁ କିନ୍ତୁ ତା ଭିତରେ ତା ନିଜ ଫୋଟୋ ଦେଖି ଚମକି ପଡିଥିଲା. ଚିତ୍ରଟିରେ ଜଣେ ବାପା ତା ଦିବ୍ୟାଙ୍ଗ ଝିଅକୁ କାଖରୁ ଓଲ୍ହେଇ ଟ୍ରେନ ଯାଉଥିବା ଆସୁଥିବା ଅର୍ଥାତ ଷ୍ଟେସନରେ ବସାଇଦେବା ଦୃଶ୍ୟରେ ଅଭିଭୂତ ହୋଇ ସେଦିନ ଫେରିପଡ଼ିଥିଲା ମାଗୁଣି. ସେ ବୁଝିଯାଇଥିଲା ତାକୁ ଏଣିକି ଏକୁଟିଆ ଅଜଣା ରାସ୍ତାରେ ଚାଲିବାକୁ ପଡିବ.ପଛରୁ ଖନେଇ ଖନେଇ ସାବେରୀ ଡାକୁଥିଲା ଵା... ପା.


साहित्याला गुण द्या
लॉग इन