Pradipta Sundar Rath

Others

3  

Pradipta Sundar Rath

Others

ରାଜନୀତି

ରାଜନୀତି

6 mins
204


"ନା ୟାର୍ ଏମିତି ଆଉ ଚଳିବନି ...କିଛି ନା କିଛି ତ କରିବାକୁ ପଡିବ ....ଚାରା ଲଗେଇବୁ ଆମେ ...ବଗିଚା ଆମର ...ମାଳି ବି ...ଆଉ ଫଳ ଆଉ କିଏ ଖାଇବ ...?ଅଭି ଏମିତି କହୁଥାଏ ...,ପରିବେଶ ପୁରା ଟେନସନ୍ ଥାଏ ...ହଠାତ୍ ବିନୟ କହିଲା -ଦୟା ...କୁଛ୍ ତୋ ଗଡବଡ ହେ ...?ଅଭି ରାଗି କି କହିଲା -ଆରେ ବିନୟ ତୁ ଚୁପ୍ ରହ ...,ଲିପୁ କହିଲା -ନାହିଁ ଅଭି ...ବିନୟ ଠିକ୍ କହୁଛି ...କିଛି ନା କିଛି ତ ଗଡବଡ ଚାଲିଛି ...।ରବି କହିଲା -ମାନୁଛି ୟାର୍... ନାହିଁ ସେମାନେ ବହୁତ struggle କରିଛନ୍ତି ...ନିଜର acting. ...ନିଜର industry ବନେଇବା ପାଇଁ ...କିନ୍ତୁ ଆମେ କଣ ଏମିତି ଏତେ ବାଟ ଚାଲିଆସିଲୁ .....ବିନୟ ମଝିରେ କହିଲା -ନା ମ ...ଏମିତି କାହିଁକି ...ଏଇ ହୋଟେଲରେ ଖାଇବାକୁ ଆସିଛେ ଏତେ ବାଟ ...ଅଭି କହିଲା-ବିନୟ ପୁଣି ....,

ଖାମୋସ୍ ....! ବିନୟ ଟିକେ ମଜାଳିଆ ଢଙ୍ଗରେ କହିଲା ..,ସମସ୍ତେ ହସିବାକୁ ଲାଗିଲେ ...।ତା ପରେ ରବି କହିଲା -ହଁ ମୁ କଣ କହୁଥିଲି .....,"

"ଆମେ ଏତେ ବାଟ ଏମିତି ଆସିନୁ ବୋଲି "ବିନୟ କହିଲା ।

 ରବି କହିଲା -ହଁ ହଁ ସେଇଆ ...,ଦେଖ ଏ ବିନୟକୁ ...ତାର ବି passion ଥିଲା କମେଡି ଓ ଅଭିନୟ କ୍ଷେତ୍ରରେ ...କିନ୍ତୁ ତାକୁ ଛାଡି ସେ ରାଜନୀତିକୁ ଆସିଥିଲା ...ବାଛିଥିଲା ରାଜନୀତିକୁ ନିଜର କ୍ୟାରିୟର ରୂପେ ..., ଆଉ ଏ ଲିପୁ ...ସେ ତ କ୍ରିକେଟକୁ ନିଜର କ୍ୟାରିୟର କରିବ ଭାବିନେଇଥିଲା ....ଆଉ ଅଭି ତ ଆମର ...IIT pass out students ....କିନ୍ତୁ ସବୁକିଛି ଛାଡି ସେ ରାଜନୀତିକୁ ଆସିଥିଲା ...ପାଇଲା କଣ ଏଠି ....।ଲିପୁ କହିଲା -ଆଉ ରବି ତୁ ନିଜକଥା କେମିତି ଭୁଲିଯାଉଛୁ ...ଛୋଟବେଳୁ ତୋର ତ ଗୋଟିଏ ସ୍ୱପ୍ନ ରାଜନୀତି ,politics is your life politics is your dream. ....।ଆରେ ସବୁଠୁ ବଡ କଥା ହେଲା ଏହି ରାଜନୀତି ପାଇଁ ଆମେମାନେ ନିଜ ର ପରିବାର ନିଜର ପ୍ରେମ ...ସବୁକିଛି ଛାଡି ଆସିଛେ ...ପୂରା ଏକା ଆଜି ଏ ଦୁନିଆରେ ....।ଆଜି ବି ଯେ ପଢିବ ...ବିନୟର ସେ କବିତା ,ଜାଣିପାରିବ ଅଛି ସେଥିରେ କେତେ ଭଲପାଇବା ...।ଆଉ ଆମ ରବିକୁ ଯେତେବେଳେ ସମୟ ଦେଇଥିଲା ବାଛିବାକୁ .. ନିଜର ପରିବାର, ପ୍ରେମ ଓ ନିଜର ସ୍ୱପ୍ନ ରାଜନୀତି ଭିତରୁ ଗୋଟିଏ ବାଛିବକୁ ସେ ଆଖି ବନ୍ଦ କରି ଆପଣେଇ ନେଇଥିଲା ରାଜନୀତିକୁ ...।

 ବିନୟ କହିଲା -ଆରେ କାଲି ଯେଉଁ ପ୍ରଧାନମନ୍ତ୍ରୀ ସ୍ଵାଗତ ସଭା ହେଇଥିଲା ...ସେଥିରେ ସେ ସଭାରେ ଆମେ ସବୁକିଛି କରିଛେ ଯୁବନେତା ଭାବରେ ....ଲୋକ ସମାଗମ କେମିତି ହେବ ...କିପରି ସବୁ ନେତା ଆସିବେ ...ସବୁକିଛି ...।

ରବି କହିଲା -ଆରେ ହଁ ...ଆମ ପାଇଁ ତ କାଲି ଏତେ ଲୋକ ଆସିଥିଲେ ...ପୁଣି ସବୁଠୁ ଚିନ୍ତା ଥିଲା ...କିଛି ଜାଣିନଥିବା ଲୋକଙ୍କୁ ନେଇ ଜିନ୍ଦାବାଦ ଘୋଷେଇବା କମ୍ ବଡ କାମ ନା କଣ? ?ତେବେ କାହଁକି ସେ ଖେଳାଳୀ ସେ ଅଭିନେତା ଆସି ଆମଠୁ ଆଗରେ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ଙ୍କୁ ...ପୁଣି ଏପରି କଥାହେଲେ ଯେପରି ସେମାନେ ହିଁ ଦଳକୁ ଆଗକୁ ନେଉଛନ୍ତି ....।ଆଉ ଆମେ ରହିଗଲୁ ସେଠି ଭକୁଆ ...ଖାଲି ତାଙ୍କର ଜୟଗାନ କରାଇବା ପାଇଁ ...

ହଁ ହଁ ବିନୟ ତୁ ଠିକ୍ କହିଛୁ ...କିନ୍ତୁ ସେମାନେ already famous ସେଥିପାଇଁ ତ ସେମାନଙ୍କୁ ପ୍ରାଧାନ୍ୟତା ଦିଆଯାଉଛି ଯେପରି ଜଲଦି ଲୋକମାନେ ପ୍ରଭାବିତ ହେବେ ..ଆଉ ...businessman ମାନଙ୍କୁ ଏଥିପାଇଁ ସୁଯୋଗ ଦିଆଯାଏ ସେମାନେ ପଇସା ଉଡାଇପାରିବେ ...।"ନାରେ ଏଠି କିଛି ବି ମିଳିବନି ....ଆମକୁ କରିବାକୁ ପଡିବ କିଛି ...ଜଣାଇବାକୁ ପଡିବ ଏ ଦୁନିଆକୁ ଆମେ ବି କରିପାରୁ କିଛି ..."ଲିପୁ କହିଲା...।

ରବି କହିଲା -ହେଲେ କଣ କରିବା ଆମେ ...ଆମେ ଏତେ ବାଟ ଚାଲିଆସିଛେ ଯେ ଭୁଲିଯାଇଛେ ଛାଡି କେଉଁଠି ଆସିଲେ ନିଜର ବାଟକୁ ...ନିଜର ଘରକୁ ..ନିଜର ପରିଚୟକୁ ...।ବିନୟ କହିଲା -ଯେବେ ମିଳିଯିବ ଆମକୁ ଆମ ପରିଚୟ ..

   ଦେଖିବି କେମିତି ଛୁଇଁବନି ସେ ମଳୟ ...

   ଚାଲିଯିବ ଦୂର କେମିତି ଏ ସମୟ ..

ତାପରେ ସମସ୍ତେ ଶପଥ ନେଇଥିଲେ ନିଜ ସପନ ରାଇଜକୁ ଫେରିଯିବାକୁ ....।

 ହସିଥିଲା ଦୁନିଆ ...ସମାଲୋଚନା କରିଥିଲା ...ହାରିଗଲା ...ବୋଲି , ଯେବେ 25 ବର୍ଷ ବୟସର ଲିପୁ ଯାଇଥିଲା କ୍ରିକେଟ୍ କ୍ଲବକୁ କ୍ରିକେଟ୍ ଶିଖିବା ପାଇଁ ପୁଣିଥରେ ....ହସିଥିଲେ ସମସ୍ତେ ...କିଏ କହିଥିଲା -ମାଙ୍କଡ ହାତରେ ଶାଳଗ୍ରାମ ...ଆଉ କିଏ କହିଥିଲା -କୁଆଡେ ଗଲା ତୁମ ରାଜନୀତି ଦେଶକୁ ବଦଳାଇବାର ନୀତି .."ଆରେ ରାଜନୀତି ପିଲାଖେଳ ନୁହେଁ ..."ଏବେ ପୁଣି କୁଆଡେ ଆସିଲ ..ଖେଳିବ କ୍ରିକେଟ ପୁଣି ଏ ବୟସରେ ...ଜୀବନକୁ ବର୍ବାଦ୍ କରିବା.. କିଏ ଆସ ଶିଖିବ ୟା ଠାରୁ ...,କିନ୍ତୁ ଲିପୁ ଶୁଣିନଥିଲା କିଛି ...ନିଜ ଲକ୍ଷ୍ୟରେ ଦେଇଥିଲା ଧ୍ୟାନ ...ଦିନରାତି ଭୁଲି ଅଭ୍ୟାସ କରିଥିଲା ସେ ।ଯେତେବେଳେ ଏ ଦୁନିଆ ଠିଆହୁଏ ଆମ ବିପକ୍ଷରେ ...ଏକା ନାରୀ ଟିଏ ଠିଆ ହୁଏ ...ହେଇପାରେ କେବେ ମାଆ ...କେବେ ଭଗିନୀ ତ ପୁଣି କେବେ ବାନ୍ଧବୀ ରୂପରେ ...।ଲିପୁ ଏକୁଟିଆ ନଥିଲା ଥିଲା ତା ପାଖରେ ତା ମାଆ ତା ଭଉଣୀ ତା bestfriend ବର୍ଷା....ଯେଉଁମାନେ ଲିପୁକୁ ସବୁବେଳେ ସମର୍ଥନ କରୁଥିଲେ ...କିନ୍ତୁ ଭୁଲ୍ ତ ଥିଲା ଲିପୁ ର ...ନିଜର ସ୍ୱପ୍ନକୁ ଭୁଲି ...,ଭୁଲିଯାଇଥିଲା ନିଜର ସପନର ସାଥୀମାନଙ୍କୁ ....।ଭୁଲିଯାଇଥିଲା "ଯେ ହେଇପାରେନା ନିଜ ପରିବାରର ସେ କିପରି ହେଇପାରିବ ଏ ଦେଶର " ।

  "କରିବା ହିଁ ପାଇବାର ଜନନୀ " 

         (ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର)

ଧୀରେ ଧୀରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଥିଲା ଭୁଲି ରାତି ଦିନ ...ଆଉ ଜାଣି ବି ପାରି ନଥିଲା ...କେତେବେଳେ ପହଞ୍ଚିଯାଇଥିଲା ସଫଳତାର ଶୀଷର୍କରେ ...।


ବିନୟର କ୍ୟାରିୟର ପାଇଁ କିଛି ବି ସେତେ ଅସୁବିଧା ନଥିଲା ...କାରଣ ସେ touchable ଥିଲା ନିଜର passion ସହ ...,ବାସ୍ ଟିକେ ସମୟ ଦେବା ପରେ ସେ ସଫଳତା ପାଇ ପାରିଥିଲା ...ବନିଯାଇଥିଲା ଏକ କମେଡିୟାନ୍ ଆକ୍ଟର ...ଲୋକମାନଙ୍କ ହସରେ ଯେ କେତେବେଳେ ନିଜକୁ ନିଜର ଅତୀତକୁ ଭୁଲି ଯାଉଥିଲା ସେ ଜାଣିପାରୁନଥିଲା ...,କିନ୍ତୁ ଈତିହାସରେ ବୋଧହୁଏ ହେବ ଇଏ ପ୍ରଥମ.... ଯେ ଏକ ରାଜନେତା ...ରାଜନୀତି ଛାଡି ଅଭିନେତା ବନିଯାଇଛି ...,ବିନୟ ଷ୍ଟାର୍ ବନିଯିବା ପରେ ବିଭିନ୍ନ ରାଜନୈତିକ ଦଳରୁ ଆସୁଥିଲା ପ୍ରସ୍ତାବ ....ଏପରିକି ସେ ଆଗରୁ ଯେଉଁ ଦଳରେ ଥିଲା ...ସେ ଦଳରୁ direct M.L.A ଟିକେଟ୍ ର offer ଆସିଥିଲା ...।ବିନୟର ମନେପଡିଯାଇଥିଲା ଅତୀତ ....ଦିନ ବି ଏମିତି ଥିଲା ..ଯେ ସେହି ଦଳ ପାଇଁ ଦେଇ ଦେଇଥିଲା ନିଜ ଜୀବନ ...କେତେ ଆନ୍ଦୋଳନ କେତେ ଅନଶନ ନକରିଛି ଦଳ ପାଇଁ ...କିନ୍ତୁ ଆଜି ଦଳ ଛାଡି ଆସିବା ପରେ .... । ବିନୟର best friend ସସ୍ମିତା କହିଥିଲା -ବିନୟ ! ମଣିଷ ପାଇଥାଏ ସେତେବେଳେ ସବୁକିଛି ...ତାକୁ ତ ମିଳିଥାଏ ସେତେବେଳେ ସ୍ୱର୍ଗ ସୁଖୀୟ ....ଯେତେବେଳେ ପାଇଯାଏ ସେ ତା ନିଜ ପରିଚୟ ...।

 ଅଭି IIT pass out student ଥିଲା ...ଏଣୁ ତାକୁ job ମିଳିଯାଇଥିଲା ଅତି ସହଜରେ ...କିନ୍ତୁ ସେ ପ୍ରଥମ କିଛି ବର୍ଷ job କରିବା ପରେ .....ନିଜେ ନିଜର ବିଜିନେସ୍ ଆରମ୍ଭ କରିଥିଲା ....ଧୀରେ ଧୀରେ ବିଜିନେସ୍ develop କରିଥିଲା ...ଏକ ଭଲ businessman ବନିଯାଇଥିଲା ...।

 କିନ୍ତୁ ରବି ....ଯାହାର ଜୁନୁନ୍ ତ ଥିଲା ରାଜନୀତି ...ସ୍ୱପ୍ନ ତ ଥିଲା ରାଜନୀତି ...ସେ କରିବ ବା କଣ ...?ସେ ତାର ଗ୍ରାଜୁଏସନ୍ ଶେଷ କରିସାରିଥିଲା ...ଏହାପରେ ସେ political scienceରେ special course କରିବା ସହ, କେବଳ political science ନୁହେଁ economics or historyରେ ବି M.A. କରିଥିଲା ..,ଏହାପରେ ସେ I.A.S ପାଇଁ prepare କରିଥିଲା ...।ଏଥିସହ ସେ ନିଜର ପାଠପଢା ସହ ସବୁବେଳେ ନିଜର ଆଖପାଖ ଲୋକମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ର ସମାଧାନ ଦିଗରେ ଚେଷ୍ଟା କରୁଥିଲା ...,ପାଠପଢା ଛାଡି ରାଜନୀତି..., ପୁଣି ପାଠପଢାରେ ପ୍ରବେଶ କରିବା ଥିଲା ବହୁ କଷ୍ଟକର ...ପୁଣି ବିନା ଚାକିରିରେ ଏତେ ବୟସ ଯାଏଁ ପଢିବା ମଧ୍ଯ ଥିଲା ...ରବି ପାଇଁ ଚ୍ୟାଲେଞ୍ଜ ...,କିନ୍ତୁ ଯାହା ପାଖରେ ବନ୍ଧୁତା ଥାଏ ତା ପାଇଁ ଜୀବନର ପ୍ରତ୍ୟେକ ପରିସ୍ଥିତି ଛୋଟ ହେଇଯାଏ ବନ୍ଧୁତା ର ସାହାସ ଆଗରେ ...।ଲିପୁ ,ବିନୟ ଓ ଅଭି ..ସଭିଏଁ ସବୁବେଳେ ରବିକୁ ସହଯୋଗ କରୁଥିଲେ ...।ରବି ଯେତେବେଳେ IAS ପରୀକ୍ଷାରେ topper ହେଇଯାଇଥିଲା ...ସଭିଏଁ ଖୁସି ହୋଇଯାଇଥିଲେ ରବି ପରିବାରର ....କିନ୍ତୁ କିଛି ସମୟ ପରେ ଖୁସି ଉଭେଇଯାଇଥିଲା ଯେତେବେଳେ ରବି ଚାକିରି ନୁହେଁ ରାଜନୀତିକୁ ଆପଣେଇଥିଲା ..।କହିଥିଲା କିଏ ପାଗଳଟାଏ ...ଏତେ ଭଲ brilliant student ପୁଣି ରାଜନୀତି ....।କିନ୍ତୁ ରବି ବୁଝିପାରୁନଥିଲା କାହିଁକି ଏ ଦେଶ ର ଜନସାଧାରଣ ସବୁବେଳେ ସରଳ ଓ ଭଲ ଲୋକମାନଙ୍କୁ ରାଜନୀତି ରୁ ଦୂରେଇ ରହିବା ପାଇଁ ଉପଦେଶ ଦେଇଥାନ୍ତି ...,କିନ୍ତୁ ରବି ତ ଏତେସବୁ କେବଳ ନିଜକୁ ଏକ ଭଲ ନେତା ହେବା ପାଇଁ କରୁଥିଲା ...।ଏବେ ରବିର ରାଜନୀତିରେ ପ୍ରବେଶ କରିବା ଦେଖି ବିନୟ ,ଅଭି ,ଲିପୁ ..ରବିକୁ ସହଯୋଗ କରିବାପାଇଁ ଚାଲି ଆସିଥିଲେ ...।ରବି ର ଏକ ନୂଆ ଦଳ ପାଇଁ କିଛି ବି ଅସୁବିଧା ନଥିଲା ...ସେ ନିଜେ ଏକ educated brilliant leader । ...ପୁଣି ଆଗରୁ ତ ସମସ୍ତ ରାଜନୈତିକ ପ୍ରଚାର ରବି ଅଭି ଏହିମାନେ ହିଁ କରୁଥିଲେ ...,ଏଣୁ ସେ ଉପରେ ଥିବା ନେତାମାନଙ୍କ ନୁହେଁ ଲୋକମାନଙ୍କ ସମ୍ପର୍କ ଥିଲା ଏମାନଙ୍କ ସହ ..।ଆଉ ଏବେ ତ ବିନୟ ଏକ actor ଓ ଲିପୁ କ୍ରିକେଟର ...ଅଭି ବିଜିନେସ୍ ମ୍ୟାନ୍ ।ରବି ଏକ ନୂଆ ଦଳ ବନେଇବାରେ ସଫଳ ହେଇଥିଲା ....ଆଉ ରବିର ଜୀବନର କାହାଣୀ ଶୁଣି ଅନେକ ଯୁବନେତା ଉତ୍ସାହ ର ସହ ରବି ର ସହଯୋଗ କରୁଥିଲେ ...।ଏବେ ଅନ୍ଯ ଦଳର ସେ ନେତାମାନେ ନିଶ୍ଚିତ ହେଇଯାଇଥିଲେ ଯେ ସେମାନେ ହାରିଯିବେ ....ଏଣୁ ସେମାନେ ରବିକୁ ହରାଇବା ପାଇଁ ...ଅନେକ ଚେଷ୍ଟା କରିଲେ ...,ସେମାନେ ଭାବିଲେ ଟଙ୍କା ଦେଇ ଭୋଟ କିଣିନେବେ ...କିନ୍ତୁ ଟଙ୍କା ଆଣିବେ କେଉଁଠୁ ...???ଯେତେବେଳେ କି ଅଭିକୁ ଟକ୍କର ଦେବା ପାଇଁ ମାର୍କେଟ୍ରେ କାହାର ସାହାସ ହିଁ ନଥିଲା ...ଆଉ ତଥାପି ବି ଯେଉଁମାନେ ସହଯୋଗ କରିଥିଲେ ଟଙ୍କା ଦେଇ ...କିନ୍ତୁ ନେତାମାନେ ତ ନିଜେ ଟଙ୍କା ବାଣ୍ଟିବେନି ...ଦରକାର ସହଯୋଗ ସେହି ଯୁବକମାନଙ୍କ ର ଯେଉଁମାନଙ୍କୁ ସେମାନେ କୁଜି ନେତା କହିଥାନ୍ତି ...,କିନ୍ତୁ ସେ ଯୁବକମାନେ ସବୁକିଛି ବୁଝିସାରିଥିଲେ ଆଉ ସହଯୋଗ କରିନଥିଲେ ସେ ନେତାମାନଙ୍କୁ...।କିଏ ବା ସବୁବେଳେ କୁଜି ନେତା ହୋଇ ରହିବାକୁ ଚାହେଁ ...ଯେତେବେଳେ ରବି ତାଙ୍କୁ ସହଯୋଗ କରୁଥିଲା ଆଗକୁ ଯିବା ପାଇଁ ...।

 ଏବେ ସେ ନେତାମାନେ ଭାବିଲେ ଯଦି ସେମାନେ ବିନୟ ଓ ଲିପୁକୁ ପ୍ରଚାର ରୁ କିପରି କରି ବାହାର କରିଦିଅନ୍ତେ...ତେବେ ସେମାନଙ୍କର ଫ୍ବାନ୍ ମାନେ କିଛି କମିଯିବେ ରବି ସପକ୍ଷରୁ ...,ଏଥିପାଇଁ ସେମାନେ ବିଭିନ୍ନ କୌଶଳ କରି ନିର୍ବାଚନ କମିଶନରକୁ ହାତ କରି ..ନିୟମ ବନେଇଦେଲେ ଯେ ...କୌଣସି ଖେଳାଳି କୌଣସି ଅଭିନେତା particularly କୌଣସି ଦଳକୁ ସମର୍ଥନ କରିପାରିବେନି ....,।ସବୁ ବିରୋଧୀ ଦଳ ଏକ.... ଆଉ ରବି ଦଳ ଏକ ...।ଏଣୁ ରାତାରାତି ର ଏହି ନିୟମକୁ କେହି ବିରୋଧ କରିପାରିନଥିଲେ ।

 କିନ୍ତୁ "ସତ୍ୟମେବ ଜୟତେ" । ନିୟମ ଥିଲା କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ ନୁହେଁ ....କିନ୍ତୁ କେହି ତ ରୋକିପାରିବନି ସଚେତନତା ର ବାର୍ତ୍ତା ଦେବା ପାଇଁ ଯେ କିପରି ଏକ ସଠିକ୍ ନେତା ବାଛିବେ ଜନତା ...।ଏହି ଛଳରେ ସେମାନେ ରବିର ପ୍ରଚାର କରୁଥିଲେ ...,ଆଉ ଶେଷରେ ରବିର ହିଁ ବିଜୟ ହୋଇଥିଲା ...।ଆଉ ରବି ବନାଇପାରିଥିଲା ନିଜର ସରକାର ।

 ଯେତେବେଳେ ଗଣମାଧ୍ୟମ ର ସାମ୍ବାଦିକ ମାନେ ପଚାରିଥିଲେ ରବିକୁ -"ସାର୍ ଆପଣଙ୍କ ଯଦି ମୁଖ୍ୟମନ୍ତ୍ରୀ ହେବାର ଥିଲା ଆପଣ ଏମିତି ବି ବିନା ଶିକ୍ଷାରେ ହେଇପାରିଥାନ୍ତେ...ତେବେ IAS top କରିବା କଣ ଦରକାର ଥିଲା ....???

 ଟିକିଏ ହସି ରବି ପଚାରିଲା -ତୁମେ କେବେ ତୁମ ଜୀବନରେ ଗୋଟେ ଗଧ ପଛରେ ଦୌଡିଛ ....?କେବେ ଦେଖିଛ ଗୋଟେ ଗଧ କେବେ ନେତୃତ୍ୱ ନେବାର ...?

 ଏ ଦେଶର ଯେ ନେତାହେବ ଯେ ଏ ଦେଶକୁ ବିଶ୍ୱ ସାମ୍ନାରେ ଠିଆ କରେଇବ ସେ କିପରି ତୁମମାନଙ୍କ ଠାରୁ କମ୍ ଯୋଗ୍ୟତା ହାସଲ କରିପାରେ ...ବରଂ ସେ ସବୁକ୍ଷେତ୍ରରେ ପାରିଦର୍ଶିତା ଲାଭ କରିବା ...ଦରକାର ...।


ନିଜ ଜୀବନର ଲକ୍ଷ୍ୟ ପାଇସାରିବା ପରେ ବିନୟ ଅଭି ରବି ଲିପୁ ସାଥୀ ହୋଇ ଚିଲାଇଥିଲେ ...

 "ଯେବେ ମିଳିଯିବ ଆମକୁ ଆମ ପରିଚୟ 

 ଦେଖିବା କେମିତି ଛୁଇଁବନି ସେ ମଳୟ 

 କେମିତି ଚାଲିଯିବ ପର କରି ସେ ସମୟ "


             



Rate this content
Log in