Soumya Shubhadarshinee

Others

3  

Soumya Shubhadarshinee

Others

ରାଧା ପରି

ରାଧା ପରି

3 mins
7.2K


ସବୁବେଳେ କଣ ବୁଝା ପଡେ ଚାହାଣୀରୁ ମନ କଥା ?

କେଜାଣେ ହୁଏତ ହଁ !!!

ଅନୁରାଧା ଦେଖିବାକୁ କିପରି? ଏ ପ୍ରଶ୍ନ ର କିଛି ବି ଉତ୍ତର ନାହିଁ ମୋ ପାଖରେ , ରାଣ ଅଛି !!....

ମାନେ , ତୁ ପା ତାକୁ ପଢ଼ଉଛୁ ହାଁ , ନିତି ଯାଉଛୁ ତା ଘରକୁ । ଘଣ୍ଟାଏ କାଳ ବସୁଛୁ ତା ଆଗରେ !!!!

ସବୁ ବନ୍ଧୁ ମିଶି ବେଳେବେଳେ କରୁଥିଲେ ଆକ୍ରମଣ । ଝିଅଟେ ସବୁବେଳେ ରୋଚକ ବିଷୟ।

ସହର ନିଜର ଚକଚକ୍ୟର ଭୋଜବିଦ୍ୟାରେ ଏମିତି ପ୍ରଭାବିତ କରେ ଯେ ମଣିଷ ସହରୀ ହେଇଯିବାର ଝୁଙ୍କଟେ ପାଳି ନିଏ ଭିତରେ।

ସହରୀ ହେବାର ପ୍ରୟାସ ପୂରଣ ପାଇଁ ମୁଁ ନେଇଥିଲି ଟିଉସନ୍ ର ସହାରା । ଆମ ନିର୍ମଳ ସାର୍ ଙ୍କ ଭଉଣୀ ଅନୁରାଧାର ଟିଉଟର ।

' ଅନୁରାଧା' , ନାଁ ଟା ହିଁ ଥିଲା ଖୁବ୍ କ୍ଲାସିକ୍। ଗୋଟେ ମଧୁର ଭାବ ପୂର୍ଣ୍ଣ ଛବି ଆଙ୍କୁ ଥିଲା ମନରେ । ଯେବେ ନିର୍ମଳ ସାର୍ କହିଲେ ତାଙ୍କ ଅନୁକୁ ପଢେଇବାକୁ ମୁଁ ରାଜି ହେଇଗଲି ଖୁସିରେ ତା ନାଁ ର ମୋହରେ।

ଅନୁରାଧାକୁ ପଢେଇବା କିନ୍ତୁ ଥିଲା ବିଶ୍ୱର ସବୁଠୁ ଦୁରୂହ ବ୍ୟାପାର । ସେ ପାଠରେ ନଥିଲା ଟିକେ ବି । ଗଣିତ ହେଉ କି ସାହିତ୍ୟ ସବୁ ତା ପାଇଁ ଅବୋଧ୍ୟ ।

ମୋର ପାଠ ପଢା ପ୍ରକ୍ରିୟା ଥିଲା ବଡ଼ ବିଚିତ୍ର। ଗୋଟେ ନିର୍ଦ୍ଦିଷ୍ଟ ସମୟ ରେ ମୁଁ ପହଞ୍ଚି ଯାଏ ।ଆଉ ରୋଜ ଆସନ୍ତି ତା ବୋଉ କରିବାକୁ ଗୋଟେ ପୁଲିସ କାଇଦାରେ ଅନୁସନ୍ଧାନ । କଣ ଖୋଜନ୍ତି ମୋ ଭିତରେ କହିବା ମୁସ୍କିଲ କିନ୍ତୁ ତାଙ୍କ ଚାହାଣୀରେ ମୁଁ ପୁରା କାବୁ ହେଇଯାଏ। ତା ପରେ ଆସେ ରାଧା , ହଁ ଏଇ ନାଁ ଟା ମୁଁ ଦେଇଛି ମନେ ମନେ ।ଆରମ୍ଭ ହୁଏ ପାଠ ପଢା ।

ସତରେ ଅନୁରାଧାକୁ ଦେଖିନି ମୁଁ । ଗୋଟିଏ ନିର୍ଦ୍ଦିଷ୍ଟ ରୂପ ତାର ସଲ୍ୱାର ଓ ଓଢଣୀରେ ଢ଼ଙ୍କା । ମୁଣ୍ଡ ଉଠେଇ ଦେଖେନି ସେ କେବେ। ଲଜ୍ଜା ଗୋଟେ ସଂକ୍ରାମକ ବ୍ୟାଧି , ତାର ପ୍ରଭାବରେ ମୁଁ ବି ବସେ ମୁହଁ ପୋତି । ଚିରାଚରିତ ଭାବେ କିଛି ପାଠ ଦେଇ ବସେ ଦାରୁ ଭୂତ ପରି । ସେ ତା ମନ ଇଚ୍ଛା ଗାରେଇ ଦିଏ ମୋ ପାଇଁ । ସେସବୁ ଠିକ ଭୁଲ ଦେଖି କିଛି ଉପଦେଶ ଦେଇ ଫେରି ଆସେ ।

ଏଇ ପାଠ ପଢା କାର୍ଯ୍ୟ ତଦାରଖ କରୁଥିବା ତା ବୋଉ ହିଟଲରର ଖୁବ୍ ନିକଟ ସମ୍ପର୍କୀୟ । ଗାଳି ଦିଅନ୍ତି ଭାଷାର ବିନା ନିୟନ୍ତ୍ରଣରେ ଆଉ ହାତ ବି ଉଠାନ୍ତି ଅନୁ ଉପରେ । ଅନୁରାଧା ଯଦି ଦଶମରେ ଫାଷ୍ଟ କ୍ଲାସ ନପାଇବ ଟିଉଟରର ଅବସ୍ଥା ଯେ ଶୋଚନୀୟ ସେଇ ବାର୍ତ୍ତା ବି ମିଳେ ତାଙ୍କ ଠାରୁ।

ମୁଁ ପ୍ରାଣ ପଣେ ଲାଗେ ମାଟିରୁ ମଣିଷ କରିବାରେ ମୋ ଛାତ୍ରୀକୁ। ଆଉ ସେ ପ୍ରାଣ ପଣେ ଅପଚେଷ୍ଟା କରେ ମୋର ପ୍ରାଣ ବଞ୍ଚେଇବାକୁ ।

ଆଜି ର ଛାତ୍ରୀ ନୁହେଁ ସେ ଜମା । ଆଧୁନିକତାର ତିଳେ ବି ସ୍ପର୍ଶ ନାହିଁ କଉଠି । ସେ ପୁରୁଣା ଯୁଗର ଗୋଟେ ସ୍ୟାମ୍ପଲ୍। କିଛି ବି କୁହେନି ସେ ପୁରା ପୁରି ନିରବ । ବୋଉ ପୁଣି ବସି ରୁହନ୍ତି ନିର୍ଦ୍ଧିଷ୍ଟ ଦୂରତା ରେ ଗୋଟେ କାଠ ଚଉକି ରେ ହାତରେ ପତ୍ରିକା ଟେ ଧରି। ପଢ଼ନ୍ତି କି ନାହିଁ ବୁଝିବା ମୁସ୍କିଲ। କିନ୍ତୁ ଜଗନ୍ତି ମୋତେ ସେଇଟା ପକ୍କା। ମୁଁ ବି ଆଉ କଣ କରିବି କରେ ମୋ ପଢ଼ା କାମ ।

ମା ସବୁ ଏମିତି ହେବା କଥା ସତରେ। ଝିଅକୁ ତଦାରଖ କରିବାର କଳା ଅନୁର ବୋଉ ଶିଖେଇବା ଉଚିତ । ସେଇ ଟ୍ରେନିଂ ଦେଲେ ବହୁତ ଉପକାର ହେବ ଆଧୁନିକ ମା' ମାନଙ୍କର। କିନ୍ତୁ ବଡ଼

ଦହଗଞ୍ଜ ହେବେ ମୋ ପରି ଟିଉଟର ଜାତୀୟ ପ୍ରାଣୀ ମାନେ। ବିନା ବକ୍ତବ୍ୟରେ ପାଠ ପଢା ।

*********

ସବୁବେଳେ ତ ଆଉ ସମାନ ନୁହେଁ । ସେଦିନ ବୋଉ ନଥିଲେ ଅନୁରାଧାର । ମୁଁ ନେଇଥିଲି ଗୋଟେ ନିମନ୍ତ୍ରଣ ପତ୍ର ମୋ ବଡ଼ ଭାଇଙ୍କ ବାହାଘରର । ଘରେ ପହଞ୍ଚି ଅନୁରାଧାକୁ ପଚାରିଲି ବୋଉ ଙ୍କ ସମ୍ପର୍କରେ। ଅନୁର ଉତ୍ତର ଗୋଟିଏ ପଦ

" ନାହାନ୍ତି " ବାସ । ମୁଁ ଥୋଇ ଦେଲି କାର୍ଡ଼ ଟେବୁଲ ଉପରେ ନିରବରେ ।

ସେ କିନ୍ତୁ ମୋ ହାତରୁ ଏକ ରକମ ଝାମ୍ପି ନେଲା କାର୍ଡ଼ଟା ମୋତେ ଛୁଇଁ ନେଇ । କାର୍ଡ଼ରେ ଆଖି ପହଁରେଇ ନେଇ ଅଜଵ ଚାହାଣୀରେ ଅନେଇଲା ମୋତେ ।

ଆଃ କି ନଜର ମୋ ମୁଣ୍ଡ ଚକ୍କର ଖାଇଗଲା ପୁରା । ଚମତ୍କାର ଚମକ ଥିଲା ସେ ଆଖିରେ । ଆଉ ହଜିଯିବାର ସବୁ କାରଣ ବି ସେଥିରେ ।

ଅନୁରାଧା କଥା ବି କହିଲା " ତୁମେ ଏତେ ଶୀଘ୍ର ବାହା ହେଉଛ !!!!

ମୁଁ କହିଲି ନା ମୋ ବଡ଼ ଭାଇଙ୍କ ବାହାଘର ମୋର ନୁହେଁ ।

ଏତକ ଶୁଣି ଖୁସିରେ ହସିଲା ଅନୁରାଧା ଆଉ ଚାଲିଗଲା ଭିତରକୁ ।

ମୁଁ ସେଇଠି ନିରବରେ ବସି ରହି ଭାବୁଥିଲି ....

" ଅନୁରାଧା ଖୁସି ହେଇଗଲା କାହିଁକି ??

ସୌମ୍ୟା


Rate this content
Log in