STORYMIRROR

ଦୀପଙ୍କର ଦାସ

Children Stories Drama Action

4  

ଦୀପଙ୍କର ଦାସ

Children Stories Drama Action

ପୁଅ

ପୁଅ

2 mins
563

ଖରା ଏଥର ଗଡି ଆସିଲାଣି। ଏଥର ବାହାରକୁ ବାହାରି ହବ, ମୁଁ ଏଥର ବାହାରିଲି କିଛି ଜରୁରୀ କାଗଜ ପତ୍ରର ନକଲ କରିବା ଉଦେଶ୍ୱରେ ମୋର ସେହି ପୁରୁଣା ବଜାଜ ଗାଡ଼ିକୁନେଇ। ମନରେ ଅନେକ ଚିନ୍ତା କରି କରି କାଲି ରବିବାର କଣ କଣ କରିବି ତାର ତାଲିକା ପ୍ରସ୍ତୁତ କରିକରି । ଏଇ କଥା ଭାବୁ ଭାବୁ ଟିକେ ଅନ୍ୟମନସ୍କ ହୋଇଯାଇଥିଲି। କଟକ ଭଳି ଏତେ ବଡ଼ ସହରରେ ଜନଗହଳିପୂର୍ଣ୍ଣ ରାସ୍ତାରେ ମଧ୍ୟ ମୁଁ ଅନ୍ୟମନସ୍କ ହୋଇଯାଇଥିଲି। ଏଥର ସ୍କେରସ୍କ ଦୋକାନରେ ପହଞ୍ଚି ସ୍କେରସ୍କ କରିସାରି ଗାଡ଼ି ବୁଲାଉଛି। ହଠାତ୍ କିଏଜଣେ ଡାକିଲା "ଛୁଆ"।ମୋ ଆଖିଆଗରେ ମୋ ମା ମୁଁହ ଦିଶିଲା କାରଣ ଏହି ନାରେ ମୋ ମା ମୋତେଡାକନ୍ତି। ଆଉଥରେ ଶୁଭିଲା ସେ ଡ଼ାକ ।କେହିତ କୁଆଡେ ନାହାନ୍ତି ।ଆଗକୁ ଚାହିଁ ଦେଖିଲି ଜଣେ ବୃଦ୍ଧ ଫାଟକ ଆରପଟରେ ହୁଇଲ ଚେୟାର ରେ ବସି ମୋ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି।ପଚାରିଲି" ମୁଁ "ଜୋରରେ ମୁଣ୍ଡକୁ ଟୁଙ୍ଗାରି ହଁ ର ପ୍ରତିଉତ୍ତର ଦେଲେ। କିଏ ଏ ବୃଦ୍ଧ ମୁଁ ତ ୟାଙ୍କୁ କେବେ ଦେଖିନି ଭାବିଲି କିଛି ସାହାର୍ଯ୍ୟ ଦରକାର ଥିବ ବୋଧେ।ଫାଟକ ଖୋଲି ଘରକୁ ଗଲି ।ମୁଁହରେ ହସର ଲହରୀ,ଆଖିରେ ଦୀର୍ଘ ପ୍ରତିକ୍ଷାର ଅନ୍ତ,ଚେହେରାରେ ପାଗଳ ଝଡ଼ର ଉନ୍ମାଦନା ,ମନରେ ପ୍ରଫୁଲ୍ଲ ତା ଆହୁରି ଅନେକ କିଛି ବାରି ହେଉଥିଲା ବୃଦ୍ଧଙ୍କ ନିକଟରେ।ଏକ ସମ୍ରାଟର ହସ ତା ପୁଣି ଅଧା ଦାନ୍ତ ନଥିବା ପାଟିରେ।ବୟସ ଅନୁମାନ ସତୁରୀ ପାଖାପାଖି ,କହିଲେ ଘର ଭିତରକୁ ଆସ।


 ଘରେ ଯାଇ ବସିଲି କହିଲି ଆପଣ ମତେ ଚିହ୍ନନ୍ତି ,ଏକଥାକୁ ଖାତିର ନକରି ସେ ମୋ ଉପରେ ପ୍ରଶ୍ନର ପାହାଡ଼ ଲଦି ଦେଲେ।କିଛି ସମୟ ପରେ ସମାନ ପ୍ରଶ୍ନ ପଚାରିଲି ମାତ୍ର ସେ ଉତ୍ତର ଦବାକୁ ପ୍ରସ୍ତୁତ ନୁହନ୍ତି। ତାପରେ ଜଣେ ବୃଦ୍ଧା ହାତରେ ଚାହା କପ ନେଇ ଆସିଲେ କହିଲେ ନିଅ ପୁଅ , ଆହା କି ହୃଦୟ ସ୍ପର୍ଷୀ ସ୍ନେହବୋଳା କଥା,ମୁଁ ଚାହା ପିଏନି କିନ୍ତୁ ଏପରି ସ୍ନେହରେ ଦେଲେ ତ ଜଣେ ବିଷ ବି ପି ଦବ ହାତ ଆପେ ଆପେ ଚାଲି ଗଲା ଚାହା କପ ଆଡ଼କୁ।  ବୃଦ୍ଧ ଏବେବି ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥାନ୍ତି ମୋର ଆଉ ବାଧା ଦେବାର ସାହସ ନାହିଁ। ଏଥର ବୃଦ୍ଧ ଚାଲିଲେ ଠାକୁର ଘରକୁ କିଛି ସମୟ ପରେ ଶୁଭିଲା ଭାଗବତ ଶବ୍ଦ।


ଏଥର ବୃଦ୍ଧାଙ୍କ ଆଖି ମଳିନ ଦେଖାଗଲା କାନ୍ଦିବାରେ ଲାଗିଲେ।ତାପରେ ଖନେଇ ଖନେଇ କହିଲେ ଆମ ପୁଅ ସ୍ତ୍ରୀ ଛୁଆ କୁ ନେଇ ଦିଲ୍ଲୀ ର ଏକ ଘରୋଇ କମ୍ପାନୀରେ କମ୍ ଦରମାରେ ଚାକିରି କଲା। ଦଶବର୍ଷ ହେଲା ଘରକୁ ଆସିନାହାନ୍ତି ଖାଲି ଫୋନରେ କଥାବାର୍ତ୍ତା।କମ୍ ଦରମା ଥିବାରୁ ଆମକୁ ସେଠିକି ନେଇପାରେନି। ପୁଅ ,ନାତି ,ବୋହୂ କଥା ଭାବି ଭାବି ତାଙ୍କର (ବୃଦ୍ଧ)ଏ ଅବସ୍ଥା।୫୦ ପ୍ରତିଶତ ପାଗଳ ରାସ୍ତାରେ ଯାହାକୁ ଦେଖନ୍ତି ଏମିତି ଡାକନ୍ତି।ସନ୍ଧ୍ୟା ହୋଇ ଆସିଲାଣି ଏଥର ବିଦାୟ ମାଗି ଉଠିଲି ,ମୁଣ୍ଡ ବୁଲେଇଲା ପରି ଲାଗୁଛି,ଛାତିରେ କିଏ ଶକ୍ତ ଆଘାତ ଦେଲାପରି ଲାଗୁଛି,ଚାଲିବାକୁ ଶକ୍ତିପାଉନି ,ଶରୀରରୁ କଳା ଝାଳ ଗମ୍ ଗମ୍ ହୋଇଆସୁଛି,ହୃଦ୍ ସ୍ପନ୍ଦନ ତେଜ ହେବାରେ ଲାଗୁଛି। କାରଣ ମୁଁ ମଧ୍ୟ ମୋ ମା ବାପାଙ୍କ ସହିତ ଏମିତି କରିଛି।


ପେଶାରେ ମୁଁ ଜଣେ ଶିକ୍ଷକ ।କଟକରୁ ବାଲେଶ୍ଵର ଓଲମରା କେତେ ବାଟ ଯେ ତଥାପି ମୁଁ ୫ବର୍ଷ ହେଲା ଘରକୁ ଯାଇନି।ରବିବାର ଛୁଟି ଥାଏ ହେଲେ ସେଦିନ ପୁଅର ସଙ୍ଗୀତ class ଆଉସ୍ତ୍ରୀ ର ପାର୍ଲର ଯିବା ଦିନ। ଏମାନଙ୍କ ଭିତରେ ମୁଁ ମୋ ମା ବାପାକୁ ଦେଖିଲି।ମୁଁ ବି ସଲ୍ପ ଦରମାରେ ଛୋଟିଆ ଭଡ଼ା ଘରେ ରହୁଛି ବୋଲି ମା ବାପାଙ୍କୁ ପାଖକୁ ଆଣିପାରିନି। ସମାନେବି କୁହନ୍ତି ଭଲରେ ଅଛନ୍ତି ,ନା ସେମାନଙ୍କ ସହିତ ବି ଏମିତି ଘଟୁଛି। ମୁଁ ଶିକ୍ଷିତ ହୋଇ ଅଶିକ୍ଷିତ ର ପରିଚୟ ଦେଲି। ଏଥର ଜାଣିଲି ପୁଅ ଜନ୍ମ କରିବା କୋଉ ପୁଣ୍ୟ ର କଥା ନୁହେଁ।ଯଦି ପୁଣ୍ୟ ହୁଅନ୍ତା, ଏହା ବୃଦ୍ଧଙ୍କର କୋଉ ପୁଣ୍ୟର ଫଳ।କାଲି ରବିବାର ମୁଁ କାଲି ଗାଆଁ କୁ ଯାଇ ବାପା ମାଙ୍କୁ ନେଇ ଆସିବି।


Rate this content
Log in