ପ୍ରକୃତ ରାଜନ
ପ୍ରକୃତ ରାଜନ
ଆଧୁନିକ ଯୁଗରେ ବିକ୍ରମ ବେତାଳ
ସେତେବେଳେ ସିନା ଭୋଜ ରାଜବଂଶର ବୀରାଧି ବୀରବର ପ୍ରବଳପ୍ରତାପୀ ରାଜାଧିରାଜ ଶ୍ରୀ ବିକ୍ରମାଦିତ୍ୟ ସମସ୍ତ ପ୍ରଜାଙ୍କୁ ସୁଖ ଶାନ୍ତି ରେ ରଖୁଥିଲେ ଏବଂ ପ୍ରଜାମାନଙ୍କ ଯେତେ ଦୁଃଖ କଷ୍ଟ ଅଭାବ ଅସୁବିଧା ଅତି ଶୀଘ୍ର ସମାଧାନ କରି ସୁଖ ଶାନ୍ତିର ରାସ୍ତା ଖୋଲି ଦେଉଥିଲେ ରାଜା ବିକ୍ରମ ।ଏଭଳି ମହାମାମଣ୍ଡିତ ଦୟାବନ୍ତ ଥିଲେ ସେ ତାନ୍ତ୍ରିକ ପାଇଁ ମଧ୍ୟ ପୂର୍ଣ୍ଣ ପ୍ରାଣରେ ସମର୍ପିତ ହୋଇ ଯାଇଥିଲେ ।
ଅଧୁନା ରାଜ୍ୟ ରାଜା ରାଜସିଂହାସନ ସିନା ନାହିଁ ,ହେଲେ ସେଭଳି ବ୍ୟକ୍ତିତ୍ଵ ଗଣ ଏବେବି ଅଛନ୍ତି ଆମ ମାନଙ୍କ ଗହଣରେ ।ମରି ଯାଇ ନାହିଁ ମଣିଷ ପଣିଆ, ହଜି ଯାଇ ନାହିଁ ମାନବିକତା ।ଏବେବି ଅର୍ଥାତ ଆଧୁନିକ ଯୁଗରେ ବିକ୍ରମ ବେତାଳ ଜନମାନସରେ ପରିଲକ୍ଷିତ ହେଉଛନ୍ତି ।ଯାହାଙ୍କୁ ହୁଏତ ଆମେ ଠିକ ଭାବରେ ଜାଣି ପାରୁ ନାହାଁନ୍ତି ,ତଥାପି ସେଭଳି ବ୍ୟକ୍ତିତ୍ଵ ଥିଲେ ,ଅଛନ୍ତି, ସବୁ ସମୟରେ ରହିବେ ମଧ୍ୟ ।ସେ ଯାହା ହେଉ ସେଭଳି ବ୍ୟକ୍ତିଙ୍କୁ ଜାଣିବା ନିଶ୍ଚୟ ।ଅବଶ୍ୟ କିଛି କିଛି ଜାଗାରେ ବିକ୍ରମାଦିତ୍ୟ ଚରିତ୍ର ଠାରୁ ଭିନ୍ନ ,ତଥାପି ସେ ଆଧୁନିକ ଯୁଗର ବିକ୍ରମ ବେତାଳ ।
ଏହି ଯେମିତି ଉତ୍କଳମଣି ଗୋପବନ୍ଧୁ ।ଦୁର୍ଗତ ମାନବର ବନ୍ଧୁ ,ବନ୍ୟା ବିପନ୍ନ, ବାତ୍ୟା, ଝଡ଼ ,ଦୁର୍ଭିକ୍ଷ ସମୟରେ ନିଜ ପୁଅ,ସ୍ତ୍ରୀ, ଘରସଂସାର ସବୁ ତ୍ୟାଗ କରି ପ୍ରଜାମାନଙ୍କୁ ସୁଖରେ ରଖିବା ପାଇଁ ଚୁଡାଚାଉଳ ଲୁଗା ପଟା ଇତ୍ୟାଦି ଧରି ଗାଁ ଗାଁ ବୁଲି କେତେ କେତେ ଲୋକଙ୍କୁ ବଞ୍ଚେଇ ଥିଲେ ।
ଆଉ ଜଣେ ସେମିତି ମଧୁବାବୁ ।ମଧୁବାବୁ ଅର୍ଥାତ ଉତ୍କଳ ଗୌରବ ମଧୁସୂଦନ ଦାସ ।ଓଡ଼ିଆ ମାନଙ୍କ ଦୁଃଖରେ ଯାହାଙ୍କ ପ୍ରାଣ କାନ୍ଦେ,ଯାହାଙ୍କୁ ଲୋକେ ଡାକୁଥିଲେ ମଧୁ ବାରିଷ୍ଟର ।ଗରୀବ ଅସହାୟ ଦୁଃଖି ମାଆ ଓ ପିଲାମାନଙ୍କୁ (ସୁଦାମ ବୋଲି ପିଲାଟିଏ, ଯେ କି ମଧୁବାବୁଙ୍କ ଗାଈଗୋରୁ ମାନଙ୍କର ଯତ୍ନ ନିଏ ) କ୍ଷୀର ବିକ୍ରି କରୁଥିବା ସମୟରେ ମଧୁବାବୁ ଦେଖି ଦେଇଥିଲେ ।ହେଲେ ମଧୁବାବୁ ସେମାନଙ୍କୁ ମାଗଣାରେ କ୍ଷୀର ଖାଇବାକୁ ଦେଲେ ସେହିଦିନ ଠାରୁ।କାହିଁକି ନା ଯାହାଙ୍କ ପ୍ରାଣରେ, ଆଚରଣରେ,ଖାଦ୍ୟରେ, ବଚନରେ ଓ ବେଶ ପୋଷାକରେ ମଧୁବାବୁ ଓଡ଼ିଆଙ୍କ କଥା ଅନୁଭବ କରୁଥିଲେ, ଏପରି ଲୋକ ଅଭାବୀ ,ଉପାସୀ ମାଆ ମାନଙ୍କୁ ବା କ୍ଷୀର ବିକିଥାନ୍ତେ କିପରି।
ଏଇମାନଙ୍କୁ ତ ପ୍ରକୃତ ରାଜନ କୁହାଯିବ।ପ୍ରକୃତ ବିକ୍ରମ ପଦବାଚ୍ୟ ଏଇମାନେ ।ଦୁଃଖିର ବେଦନାରେ କାତର ହୁଅନ୍ତି ଯିଏ।
