Nibedita Mishra

Others

4.0  

Nibedita Mishra

Others

ପ୍ରକୃତ ମୂଲ୍ଯ

ପ୍ରକୃତ ମୂଲ୍ଯ

2 mins
635


ମୁଁ ଗୋଟେ ସାଧାରଣ ପରିବାରରୁ ଆସିଛି।ଆଜି ପର୍ଯ୍ଯନ୍ତ ଅତି ଉନ୍ନତ ନ ବେଲେ ବି ଗୋଟିଏ ସଭ୍ଯ ଶିକ୍ଷିତ ସମାଜରେ ଛୋଟରୁ ବଡ ହେଇଛି।

ପିଲାଟି ବେଳରୁ ହିଁ ମୋବାପା ହେଉଛନ୍ତି ମୋର ଏକ ମାତ୍ର ବନ୍ଧୁ,ସଖା ଓ ମାର୍ଗଦର୍ଶକ।ପିଲାଟି ବେଳରୁ ହିଁ ବାପା ମୋତେ ସବୁବେଳେ ନିଜକୁ ଅନ୍ଯର ଦୁଃଖ ସୁଖରେ ଠିଆ ହୋଇ ଯଥା ଶକ୍ତି ସାହାଯ୍ଯ କରିବା ଶିଖେଇଥିଲେ।

ସେ ନିଜେ ମଧ୍ଯ ସବୁବେଳେ ଅନ୍ଯକୁ ସାହାଯ୍ଯ କରିବା ପାଇଁ ଆଗଭର ଥାଆନ୍ତି।

ମୋ ବିବାହର ମାତ୍ର ଏକବର୍ଷ ପରେ ଯେତେବେଳେ ମୋ ବାପାଙ୍କ ଆକସ୍ମିକ ମୃତ୍ଯୁ ହେଲା ।ସେତେବେଳେ ମୋ ମନରେ ଗଭୀର ଆଘାତ ଲାଗିଥିଲା।ସେତେବେଳେ ମୋ ମନରେ ଏଇ କର୍ମ ଓ ଏହାର ପରିଣତି କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

"ଯଦି ଜଣେ ସବୁବେଳେ ନିଜ ଆଗରୁ ଅନ୍ଯର ସୁଖଦୁଃଖ ବିଷୟରେ ଚିନ୍ତା କରୁଥିଲା।ତେବେ ଭଗବାନ ତା'କୁ ଏପରି ଅଳ୍ସପବୟସରେ ଓ ଅସମୟରେ ଏପରି ଦଣ୍ଡ କାହିଁକି ଦେଲେ"।ଯଦି ସବୁ ଆଗରୁ ଲେଖାସରିଚି ତେବେ ଭଲକାମ ବା ମନ୍ଦକାମ ଯାହାବି କଲେ ଫରକ କଣ ପଡିବ।

ଦିନେ ମୁଁ ଉଦାସ ଥିବାର ଦେଖିମୋ ସ୍ବାମୀ ତାହାର କାରଣ ପଚାରିବାରୁ ମୁଁ ତାଙ୍କୁ ଉପରୋକ୍ତ କଥାଗୁଡିକ କହିଲି।ସେତେବେଳେ ତ ସେ ମୋତେ ବିଶେଷ କିଛି କହିଲେନି।ଖାଲି ମୁଣ୍ଡଟିକୁ ଆଉଁସି ଦେଇ ପରିସ୍ଥିତି କୁ ଆପଣେଇ ନେବାଟା ଠିକ ହେବ ବୋଲି କହିଲେ।

ଏହିଘଟଣାର କିଛି ମାସ ପରେ ମୁଁ ମୋବାପାଙ୍କ ଘରକୁ ମୋ ସ୍ବାମୀଙ୍କ ସହ ଯାଇଥାଏ।ଆମେ ଅଟୋରେ ବସଷ୍ଚଣ୍ଡରୁ ଘରକୁ ଗଲୁ।ଘରେ ପହଞ୍ଚି ମୁଁ ଭିତରକୁ ଚାଲିଗଲି।ମୋ ସ୍ବାମୀ ଅଟୋବାଲାକୁ ପଇସା ଦେବାବେଳେ ସେ ଅଟୋବାଲା ଟି ତାଙ୍କୁ କହିଲେ-----

-ଆପଣ ଯାହା ଘରକୁ ଆସିଛନ୍ତି ,ସେ ଆପଣଙ୍କର କ'ଣ ହେବେ?

-ସେ ମୋ ଶ୍ବଶୁର।ମୁଁ ଏ ଘରର ଜ୍ବାଇଁ।କ'ଣ ହେଲା କି?

-ନାଇଁ ଆଜ୍ଞା କିଛି ନାହିଁ ଯେ।ଗୋଟେ କଥା କହିବି ରାଗିବେନି ତ?

-କୁହନ୍ତୁ।ରାଗିବି କାହିଁକି?

-ଆପଣ ବହୁତ ଭାଗ୍ଯବାନ୍।କାରଣ ଆପଣ ଜଣେ ବହୁତ ଭଲ ଲୋକଙ୍କ ଘରର ଜ୍ବାଇଁ।

(ମୋ ସ୍ବାମୀ ଟିକିଏ ହସି ଦେଇ,ତାଙ୍କୁ ତାଙ୍କ ପୀଉଣା ବଢେଇ ଦେଲେ)

-ନାଇଁ ଆଜ୍ଞା ପଇସା ଥାଉ।ଏଇ ଉପାୟରେ ହେଲେ ମୁଁ ଆପଣଙ୍କ ଶ୍ବଶୁର ଙ୍କୁ ମୋ ଶ୍ରଦ୍ଧାଞ୍ଜଳି ଦେଲି ବୋଲି ଭାବିବି।

ଏତିକି କହି ସେ ଅଟୋବାଲା ଚାଲିଗଲା।

ମୋ ସ୍ବାମୀ ଘରକୁ ଆସି ସବୁ କଥା ଆମକୁ କହିଲେ ଓ ମୋତେ କହିଲେ ବୁଝିଲ ନା -"ଏଇଟା ହିଁ ମଣିଷ ଜୀବନର ପ୍ରକୃତ ମୂଲ୍ଯ"।ମରିବା ଓ ବଞ୍ଚିବା ତ ବିଧିର ଅକାଟ୍ଯ ବନ୍ଧନ।ମରିଯିବା ପରେ ବି ମଣିଷଙ୍କ ହୃଦୟ ଓ ମନରେ ବଞ୍ଚି ରହିବା ହିଁ ଜୀବନର ପ୍ରକୃତ ମୂଲ୍ଯ ଅଟେ।

ସେତେବେଳକୁ ମୋ ଆଖି ଲୁହରେ ପୁରି ଯାଇଥାଏ।ମୋ ସ୍ବାମୀ ମୋତେ ତାଙ୍କ ଛାତିରେ ଆଉଜେଇ ଦେଇ ମୋ ମୁଣ୍ଡକୁ ଆଉଁସି ଦେଲେ। ଆଉ ମୋ ମନରେ ମୋବାପାଙ୍କ ପ୍ରତି ଭଲପାଇବା , ଭକ୍ତି ଓ ସମ୍ନାନ ଆହୁରି ବଢି ବଢି ଯାଉଥାଏ।

ଘରର ବାତାବରଣରେ ଏକ ଗର୍ବଗୌରବମୟ ପରିସ୍ଥିତିର ଅନୁଭବ ହେଉଥାଏ।

ନିବେଦିତା ମିଶ୍ର


Rate this content
Log in