STORYMIRROR

Sunanda Mohanty

Children Stories Tragedy Thriller

4  

Sunanda Mohanty

Children Stories Tragedy Thriller

ପେଚା

ପେଚା

3 mins
9

ଆଗରୁ ଜମା ରାଜି ହେଉ ନଥିବା ସୁଲଗ୍ନା ଏବେ ବାରିପଟ ଆମ୍ବଗଛଟିକୁ କାଟିବାକୁ ରାଜି ହୋଇଯିବାର ଅନେକ କାରଣ ଭିତରୁ ଏକରେ ଏତେ ବଡ଼ ଗଛଟାରେ ଗୋଟେ ବି ପକ୍ଷୀ ବସୁନଥିଲେ. ଛାତ ଉପରକୁ ଯାଇ ଅନ୍ୟ ଅନ୍ୟ ଗଛମାନଙ୍କରେ ହଳଦୀବସନ୍ତ,ନୀଳକଣ୍ଠି ଓ ଶୁଆ ପରି ଚଢେଇ ସବୁ ବସିବା ଦେଖୁଥିବା ବେଳେ କାହିଁ କେବେତ ତାଙ୍କ ବାରିପଟେ ବଢିଥିବା ଆମ୍ବଗଛଟା ଛାତ ଉପରକୁ ଝଙ୍କାଳିଆ ବଢ଼ିଥିଲେ ମଧ୍ୟ କେବେବି ଉପରୋକ୍ତ ପକ୍ଷୀଟିଏ ତା ଡ଼ାଳରେ ବସିବା ଦେଖାଯାଉନଥିଲା.ତ ଅନ୍ୟ କାରଣଟି ଥିଲା ଏତେ ଆମ୍ବ ପ୍ରତିବର୍ଷ ଆସୁଥିଲେ ମଧ୍ୟ ଗୋଟେ ବି ରହେନି ମାଙ୍କଡ଼ ଓ ପଡୋଶୀ ଘର ପିଲାଙ୍କ ଯୋଗୁଁ. ଦ୍ୱିତୀୟ କାରଣଟି ଏତେଟା ଗୁରୁତ୍ୱପୂର୍ଣ୍ଣ ନଥିଲା ଏଇଥିପାଇଁ କି ସ୍ୱାମୀ ଓ ପୁଅ ତଥା ଝିଅ ମାଙ୍କଡ଼ଙ୍କ ସପକ୍ଷରେ ଥିଲେ ଏମିତି କହିକି ଯେ ସେମାନେ କିଛି ଖାଇକି ବଞ୍ଚିବେ ନା ନାହିଁ? ତେଣୁ ପ୍ରଥମ କାରକ କାରଣଟି ସକାରଣ କାରଣ ରୂପେ ସୁଲଗ୍ନାଙ୍କୁ ଆମ୍ବଗଛ ହଣା ହେବା ପ୍ରସ୍ତାବଟିକୁ ସ୍ୱାମୀଙ୍କଦ୍ୱାରା ଆଗତ ବହୁଦିନର ପରିକଳ୍ପନାକୁ ଅନୁମୋଦନ ହୋଇଆସୁଥିଲା ବେଳେ ସେଦିନ ଗୋଟେ ଘଟଣା ଆମ୍ବଗଛ ହଣା ହେବା ପ୍ରସ୍ତାବରୁ ପରିବାରଲୋକଙ୍କୁ ନିବୃତ୍ତ କରିଦେଲା.
    ନାତି ହାତରେ କିଛି ଗୋଟେ ଧରି ଘରକୁ ଆସାରିଥିଲା ସେଦିନ ସନ୍ଧ୍ୟାରେ ଯେତେବେଳେ ଜେଜେ ତାଳିକା ପ୍ରସ୍ତୁତି କରୁଥିଲେ ଆମ୍ବଗଛ କଟାଳିଙ୍କ ମଜୁରୀ, ସକାଳ ପାନୀୟ, ଦ୍ବିପହର ଖାଦ୍ୟ ଓ ଚାରିଟା ବା ଫେରିବା ବେଳର ଲଘୁ ଜଳଖିଆ ଓ ଚା ପ୍ରସ୍ତୁତି ଭାର ପାଇଁ ଖର୍ଚ୍ଚ, ଦାଇତ୍ୱ କାହାକୁ ନ୍ୟସ୍ତ କରାଯିବ ତଥା ହଣା ସରିବା ପରେ ବାଡ଼ି ସଫା ସଫି କିଏ କିପରି କାହାଦ୍ୱାରା କରେଇବ ଇତ୍ୟାଦି ଇତ୍ୟାଦି. ଠିକ ସେତିକବେଳେ ଆଞ୍ଜୁଳି ଖୋଲି ନାତି ବାବା ଦେଖେଇଥିଲା ଦେଖାଇଥିଲା. ଆଞ୍ଜୁଳି ଭିତରେ ଅଳ୍ପ କ୍ଷତାକ୍ତ ପକ୍ଷୀଟିଏ. ପୁଣି ଛୋଟ ଶାବକ ପେଚାଟିଏ. ନିଶ୍ଚୟ ମାଆ କଥା ନମାନି କୋରଡ଼ ଭିତରୁବାହାରି ବାହାର ଦୁନିଆଁ ଦେଖିବାକୁ ଚାଲିଆସିଛି ଓ ଅଶୁଭ ପୁତ୍ରର କାହାଣୀର ସେଇ ଛୋଟ ପେଚାଟି ପରି ମୃତ୍ୟୁ ମୁଖରୁ ଉତ୍ତୁରି ନାତି ବାବା ହାତରେ ପଡିଛି. ନାତି ପେଚାକୁ ଆଣିଥିବାରୁ ଡରି ଡରି ଜେଜେମାଆଙ୍କୁ ଚାହୁଁଥିଲା କାରଣ ପେଚା ଭାରି ଅଶୁଭ ବୋଲି କେତେଥର ଜେଜେମା କହିବାର ସେ ଶୁଣିଛି. କିନ୍ତୁ ଘୃଣା ବଦଳରେ ଜେଜେମାଆଙ୍କ ସହିତ ପରିବାରର ସମସ୍ତ ସଦସ୍ୟମାନେ ଲାଗିପଡିଛନ୍ତି ପେଚାର କ୍ଷତର ଉପଚାର, ତାର ଖାଇବା, ରହିବା, ଶୋଇବା ସ୍ଥାନ ନିରୂପଣ କରିବାରେ ତ ଆମ୍ବଗଛକଟାଳିମାନଙ୍କୁ ଡାକିବା ପ୍ରସ୍ତାବ ସ୍ଥଗିତ ରହିଲା ଜେଜେଙ୍କର ବରଂ ହିସାବ କିତାବ ଚାଲିଥିଲା ପେଚା ପାଇଁ କୋଉ ମାଂସ ଆସିବ ଓ କୋଉଠୁ ଆସିବ. ସେ କ୍ଷୀର ପିଇବ କି ନାହିଁ!ରାତିରେ ତା ପ୍ରତି ବିପଦ ଅଛି ନା ନାହିଁ ଇତ୍ୟାଦି ଇତ୍ୟାଦି.
    ଦୁଇ ତିନି ଦିନ ଧରି ନାତି ବାବା ବିଲେଇକୁ ବାନ୍ଧି ରଖିଛି କାରଣ ସେ ତା ପାପା ମାମା ସଙ୍ଗେ ଦିଲ୍ଲୀରେ ଥିଲା ବେଳେ ଶୁଣିଛି ଜେଜେମାଙ୍କ ପୋଷା ଶୁଆକୁ ବିଲେଇ ଝାମ୍ପ ମାରି ପଞ୍ଜୁରୀ ଭିତରୁ କ୍ଷତାକ୍ତ କଲା ପରେ କିଛି ଦିନ ଅନ୍ତେ ଶୁଆଟି ମରିଯିବାରୁ ଜେଜେମାଆଙ୍କୁ, ଶୁଆ ମରିବା ଚିନ୍ତାରେ ମାସେ ଉପରେ ଜର ଛାଡ଼ିନଥିଲା. କୋରାପୁଟରୁ ବାବାର ପିଇସୀ ଅପା, ପିଇସା ଓ ଡୁଗୁ ଦିଦି ପହଁଞ୍ଚି ଜେଜେମା ସୁଲଗ୍ନାଙ୍କୁ କେତେ କଷ୍ଟ କରି ସାଷ୍ଟାଙ୍ଗ କରେଇଥିଲେ. ଜେଜେ ତ ଏକରକମ ତାଳିକା ସଜାଡି ସାରିଥିଲେ ଭାବିକି ଯେ ଜେଜେମା ଯଦି ଶୁଆ ମରିଯିବା ଦୁଃଖରେ ଚାଲିଯାଆନ୍ତି ତେବେ କାହାକୁ ମାନେ କୋଉ ବନ୍ଧୁବାନ୍ଧବ ଡକା ହେବେ କଣ କଣ ହେବ ଇତ୍ୟାଦି ଇତ୍ୟାଦି. ସେସବୁ କଥା ପିଇସୀ ଅପାଠୁ ଶୁଣି ଜେଜେମା ପାଇଁ ଯେତିକି ଦୁଃଖ ଆସିଥିଲା ଜେଜେଙ୍କୁ ସମସ୍ତେ ଗାଳି କରୁଥିବାରୁ ଜେଜେଙ୍କ ଉପରେ ମଧ୍ୟ ସେତିକି ସମବେଦନା ବର୍ଷି ଯାଉଥିଲା ଡୁଗୁ ଦିଦି ସହ ନାତି ବାବାର. ଯାଆ ହେଉ ଜେଜେମାଆ ସିନା ଭଲ ହୋଇଗଲେ କିନ୍ତୁ ଆମ୍ବଗଛ କାଟିବାରେ ପ୍ରତିବନ୍ଧକ ସାଜିଥିବା ଜେଜେମାଆଙ୍କ ମୃତ୍ୟୁ ରିଷ୍ଟ ଘୁଞ୍ଚିଯିବା ଦ୍ୱାରା ଜେଜେ କୁଆଡେ ଖୁବ ଦୁଃଖ କରୁଥିଲେ କାରଣ ଗଛଟା କୋଉଦିନ ତାଙ୍କ ଦ୍ବିତଳ ଘରଟିକୁ ଫଟେଇ ଭାଙ୍ଗିବାର ଆଶଙ୍କା ତାଙ୍କୁ ନିର୍ବେଦ କରିଦେଉଥିଲା ଦିନକୁ ଦିନ.ଏବେ ପେଚା ଶାବକ ପଛରେ ଲାଗି ସେସବୁ କଥା ପାରିବାରିକ ଅତୀତର ଇତିହାସ ପୃଷ୍ଠାଟି ଚିରି ସାରିଥିଲା ଆଉ ପେଚା ମଧ୍ୟ ସୁସ୍ଥ ହୋଇଆସୁଥିଲା କିନ୍ତୁ ବିଲେଇକୁ କେତେଦିନ ଅବା ବାନ୍ଧି ରକ୍ଷାଯାଇ ପାରିବ!ମଳମୂତ୍ର ସଫା କରିବା ତ ଜେଜେଙ୍କ ଉପରେ ପଡୁଛି ନା ତେଣୁ ବିଲେଇକୁ ଫିଟେଇ ଦେଇ ପେଚାକୁ ଉଡେଇ ଦିଆଗଲା.ଏଥର ଜେଜେ ପୁଣି ତାଙ୍କ ଆମ୍ବଗଛ କାଟିବାର ତାଳିକା ଖୋଜି ଚାଲିଥିଲେ.ଜେଜେମା କିନ୍ତୁ ଥମ ଥମ ମୁଁହରେ ଛାତ ଉପରେ ସନ୍ଧ୍ୟା ପୂର୍ବରୁ ଖୋଜୁଥିବା ହଳଦୀ ବସନ୍ତ, ଶୁଆ, ନୀଳକଣ୍ଠି ଇତ୍ୟାଦି ପକ୍ଷୀ ଠାଵ କରିବା ବଦଳରେ ସନ୍ଧ୍ୟା ପରେ ପେଚା ଅନୁସନ୍ଧାନ କରିବା ଆରମ୍ଭ କରିଦେଇଥିଲେ.


Rate this content
Log in