ପାପ
ପାପ
ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)
ତୁମେ ଯେମିତି ମୋର ସହପାଠିନୀ ସେମିତି ଅଙ୍କିତା ମୋର ସହପାଠିନୀ, ହେଲେ; ସେ ତମଠୁ ଟିକେ ଅଧିକ ସୁନ୍ଦରୀ । ମନର ସବୁ ଭାବନାକୁ ମୁଁ ତା' ପାଖରେ ହିଁ କେବଳ ବ୍ଯକ୍ତ କରିପାରେ । କେଜାଣି କାହିଁକି ସେ ମୋତେ ଭାରି ନିଜର ନିଜର ଲାଗେ ।
ମୋତେ ରଗାଅନା କହୁଛି ବୋଲି ସମ୍ଭାବନା କହିବାରୁ, ରଞ୍ଜିତ ସଂଙ୍ଗେ ସଙ୍ଗେ ମୁଁ ସତ କଥା କହୁଛି ବୋଲି ଉତ୍ତର ଦେଇଛି ।
ସତରେ ସମ୍ଭାବନା ତୁମେ ମୋର ବାନ୍ଧବୀ । ତୁମେ କେବେ ମଧ୍ୟ ମୋର ପ୍ରିୟା ହେଇ ପାରିବନି । ଅଙ୍କିତାର ରୂପ ରଙ୍ଗ ମୋତେ ଏମିତି ବିଭୋର କରୁଛି ଯେ' ମୋର ମନ ଟିକିଏ ବି ପାଠ ପଢାରେ ଲାଗୁନି ।
ଆଜି ତୋର କ'ଣ ହେଇଛି ? ଭାରି ମିଠା ମିଠା କଥା କହୁଛୁ । କଥା କ'ଣ ? ଅଙ୍କିତା କାଲିକି ଘରୁ ଆସିଲେ ତୋର ସବୁତକ କଥା ତାକୁ କହିବି, ଯାହା କହୁଛୁ ମୋତେ ।
ସେ ନିହାତି ମୋ କଥାକୁ ମିଛ ଭାବିବ । ସେ କହିବ, " ରଞ୍ଜିତ ଆମ ସହ ମଜା କରୁଛି, ତୁ ତା କଥା କିଛି ବି ଦେହକୁ ନେବୁନି । ସେ ଭଲପାଇବା ଅଭିନୟ କରେ । କେବେବି ହୃଦୟ ଆଉ ମସ୍ତିସ୍କରେ ଭଲ ପାଏନି । "
ମୋ ପ୍ରତି ଅଙ୍କିତା ମନରେ କ'ଣ ଅଛି କେଜାଣି ? ତାକୁ ହିଁ ମୁଁ ବହୁତ ଭଲପାଏ । ସେ ଭାରି ମନେ ପଡେ ପ୍ରତିଟି ମୁହୂର୍ତ୍ତରେ । ଅନେକ ଥର ଭଲପାଏ ବୋଲି କହିବା ପାଇଁ ସାହସ ବାନ୍ଧି ତା' ପାଖକୁ ଯାଇଛି, ହେଲ; କେବେ କିଛି କହି ପାରେନି । ଅଲଗା କଥା ହେଇ ପଳେଇ ଆସେ । କହିବା ପାଇଁ କାହିଁକି ଯେ' ଡର ଲାଗେ କେଜାଣି ?
ସମ୍ଭାବନା, ମୁଁ ଆଉ ଅଙ୍କିତା ଏକା କଲେଜ୍ ରେ ଓଡିଆରେ ପିଜି କରୁଥାଉ । ସାଙ୍ଗ ହେଇ କଲେଜ୍ ଯିବା ଆସିବା କରୁ । ଆମେ ତିନି ଜଣ ଅଲଗା ଅଲଗା ଜିଲ୍ଲାରୁ ହେଲେ ମଧ୍ୟ ଭଲ ଭାବରେ ମିଶୁଥାଉ । ଅଙ୍କିତାର ହୃଦୟରେ ମୋ ପ୍ରତି କ'ଣ ଭାବନା ଅଛି ମୁଁ ମାସେ ହେଲାଣି ଜାଣି ପାରିନି, ହେଲେ; ସମ୍ଭାବନା ମୋତେ ମନେ ମନେ ଭଲ ପାଉଛି ଏକଥା ମୋତେ ବେଶ୍ ଜଣା । ସେ ଚିଠିଟିଏ ଦେଇ ମୋତେ ଜଣାଇ ଦେଇଥାଏ ଦିନେ ଆଗରୁ ତା' ଅନ୍ତରର ଗୋପନ କଥା । ସେ ଚିଠିରେ ଲେଖିଥିଲା,
ପ୍ରିୟ ରଞ୍ଜିତ
ମୁଁ ତୁମକୁ ବହୁତ ଭଲପାଏ । ତୁମେ ଯେଉଁ ଦିନ କଲେଜ୍ କୁ ଆସି ନଥାଅ, ମୋତେ ଜମା ଭଲ ଲାଗେ ନାହିଁ । କ୍ଲାସ୍ ରେ ମୁଁ ତୁମକୁ ଶେଷ ବେଞ୍ଚ୍ ରେ ବସି ଦେଖେ । ମୋ ସହ ସବୁଦିନେ କ୍ଯାମ୍ପସ୍ ରେ କଥା ହୁଅ । ହେଲେ କ୍ଲାସ୍ ଭିତରେ ମାସେ ହେଲାଣି ଥରୁଟିଏ ବି ମୋତେ ଦେଖିଲନି କି ମୋତେ ପ୍ରେମ ନିବେଦନ କଲ ନାହିଁ । ତେଣୁ ତୁମକୁ ଚିଠି ଲେଖିଲି । କାହାକୁ ପଢେଇବ ନାହିଁ । ନିଜେ ପଢିବ । ଭଲ ନ ଲାଗିଲେ ଚିରି ଡଷ୍ଟବିନରେ ଫୋପାଡି ଦେବ । ମୁଁ ତୁମକୁ ପ୍ରଚୁର ଭଲପାଏ । ହେଲେ ତମେ ଅଙ୍କିତାକୁ ଭଲ ପାଅ । ତୁମେ ଜାଣିଛ ! ଅଙ୍କିତା ତମକୁ ଭଲ ପାଏ ନାହିଁ । ସେ ତାଙ୍କ ଗାଆଁ ର ରଞ୍ଜନ କୁ ଭଲପାଏ । ତାକୁ ବିବାହ କରିବ । ରଞ୍ଜନ ଗୁଜୁରାଟର ଏକ କୋମ୍ପାନୀ ରେ କାମ କରୁଛି । ମୋ କଥା ଯଦି ତମକୁ କଷ୍ଟ ଦେଇଥାଏ, ତାହେଲେ ମୋତେ କ୍ଷମା କରିଦେବ । ଯଦି ମୋ ପ୍ରତି ତମର ଟିକିଏ ଭଲପାଇବା ଥାଏ ମୋତେ କ୍ଯାମ୍ପସ ରେ ଜଣାଇବ ।
ଇତି
ତମର ସମ୍ଭାବନା
▪▪▪▪▪▪▪▪▪▪▪▪▪▪
କଲେଜ୍ କୁ ନା ସେଦିନ ସମ୍ଭାବନା ଆସିଲା ନା ଅଙ୍କିତା । ଅନେକ ଥର ଦୁଇ ଜଣଙ୍କୁ ଫୋନ କଲ୍ କଲା, ନମ୍ବର ସୁଇଚ୍ ଅଫ୍ ବତାଉ ଥାଏ । ତାକୁ ଜମା ଭଲ ଲାଗୁ ନଥାଏ । ସେଇଦିନ ଠାରୁ ରଞ୍ଜିତ ସବୁଦିନେ କଲେଜ୍ ଆସେ କ୍ଲାସ୍ କରେ ହେଲେ କ୍ଲାସ୍ ରେ ନା ସମ୍ଭାବନା ଥାଏ ନା ଅଙ୍କିତା ।
ଦୁଇମାସ ପରେ କଲେଜ୍ ର ଓଡିଆ ଅଧ୍ୟାପକଙ୍କ ଠାରୁ ସେ ଶୁଣିଲା, ପଇସା ଅଭାବରୁ ସମ୍ଭାବନା ପାଠ ପଢି ପାରିଲା ନାହିଁ । ଅଙ୍କିତାର ବିବାହ ହୋଇଯାଇଛି । ମଫସଲ ଗାଆଁ ରେ । ତେଣୁ ସେମାନେ ଆଉ କେବେ କଲେଜ୍ ଆସିବେନି ବୋଲି ଚିଠି ପଠାଇ ଅଛନ୍ତି ।
ପି•ଜି• ସଲା ପରେ ରଞ୍ଜିତ ଘରୋଇ ବିଭାଗରେ ସବ୍ ଇନିସ୍ପେକ୍ଟର ପଦବୀ ରେ ଭୁବନେଶ୍ବରରେ ନିଯୁକ୍ତି ପାଇଲା । ପାଞ୍ଚ ବର୍ଷ ପରେ ଅଙ୍କିତାର ଅଞ୍ଚଳକୁ ଆଇ• ଆଇ• ସି• ଭାବରେ ବଦଳି ହୋଇଛି । ଏକଥା ଅଙ୍କିତା କିଛି ଜାଣି ନଥାଏ, ରଞ୍ଜିତ ମଧ୍ୟ ଜାଣି ନଥାଏ ଯେ' ଯେଉଁଠାରେ ତାହାର ପୋଷ୍ଟିଙ୍ଗ୍ ହୋଇଛି ତା' ଅଧୀନରେ ତା'ର ଅତୀତର ଭଲପାଇବା ଅଙ୍କିତା ରହୁଛି ବୋଲି ।
▪▪▪▪▪▪▪▪▪▪▪▪▪▪
ଲୁହ ଛଳ ଛଳ ଆଖି, ମନରେ ଭୟ ଓ ଆଶଙ୍କାରେ ଅଙ୍କିତା ପଶିଗଲା ଥାନା ବାବୁଙ୍କ କାର୍ଯ୍ଯାଳୟ ଭିତରକୁ । ଭିତରେ ଥାନା ବାବୁ ନଥାନ୍ତି । ହଠାତ୍ ମହିଳା କନେଷ୍ଟବଲ ଜଣେ ଦୌଡି ଆସି,
- କୁଆଡେ ଆସିଲ, କ'ଣ କାମ ଅଛି, କୁହ ? ସାହାବ ବିଶ୍ରାମ ନେବାକୁ ଯାଇଛନ୍ତି ।
- ( ଆଖିରୁ ଦୁଇ ଥୋପା ଲୁହ ଝରାଇ ) ମୋତେ ଆମ ଗାଆଁର ଗୋଟେ ପିଲା ଗାଆଁର ମଝି ଦାଣ୍ଡରେ ଅଶ୍ରାବ୍ଯ ଭାଷାରେ ଗାଳି କଲା ଆଉ ବାଉଁଶ ଠେଙ୍ଗାରେ ପିଟିଲା । ମୁଁ ମଧ୍ୟ ତାକୁ ପିଟିଲି, ଛାଡିନି ।
- ତୁମର ଆଗରୁ କିଛି ଥିଲା କି ସେ ପିଲା ସାଙ୍ଗରେ । ମାନେ ଫୋନ୍ ରେ କଥାବାର୍ତ୍ତା, ଭଲ ପୁଆପୁଇ, ନିରୋଳାରେ ମିଳାମିଶା ଏମିତି କିଛି ଖରାପ ସଂପର୍କ ।
- ନା ନା ମୁଁ ବହୁତ୍ ଭଲ । ସେ ପିଲାଟା କଲ୍ କରେ ସବୁଦିନେ ସଂନ୍ଧ୍ଯା ଛଅଟା ସାତଟା ବେଳେ । ମୁଁ ସବୁଦିନେ ତା'କୁ ମନାକରେ ।
- କେତେ ମାସ ହେଇ ଗଲାଣି ?
- ପ୍ରାୟ ଛଅ ମାସ ହେଲାଣି ।
- ମାନିରେ ତମର ସେ କ'ଣ ଲାଗିବ ?
- ଦିଅର । ହେଲେ; ସେ ଆମ ଜାତିର ନାହିଁ । ଅନ୍ଯ ଜାତିର ।
- କେଉଁ ଜାତିର ?
- ତଫସିଲଭୁକ୍ତ ଜାତି (SC) ର ପିଲା । ମଦୁଆଟା । ପିଇଲେ ଯଉ ଭାଷା କହେ କାନରେ ସହଜରେ ଶୁଣି ବି ହୁଏନି । ଗାଆଁ ରେ ତ ସମସ୍ତେ ମଦୁଆ । ମଦ ନ ପିଇଲେ କାହାରି ପଦେ ବି କଥା ବାହାରେ ନାହିଁ । ଭାଟିମଦ ପ୍ରଚୁର ମିଳୁଛି । ମଟର ସାଇକେଲରେ ସବୁଦିନେ ଯେମିତି ହେଲେ ଶହେ ଲିଟରିଆ ଜାରରେ ଦୁଇ ଚାରି ଜାର ମଦ ପହଞ୍ଚି ଯାଉଛି ଗାଆଁରେ । ଭାଟିବାଲା ଯାହା ପଇସା ଦେଉଛି ସେଥିରେ ପରା ଆମ ଗାଆଁ ରେ ଲକ୍ଷ୍ମୀ ପୂଜା ହେଉଛି । କେମିତି ହେଲେ କିଏ ମନା କରିବ ? ଗାଆଁରେ ବଞ୍ଚିବାଟା ମୋତେ ମୁସ୍କିଲ୍ ହେଇ ଯାଉଛି ।
- ଆଗରୁ ଏ ବିଷୟରେ କେବେ ଅଭିଯୋଗ କରିଛ ?
- ନା, କେବେ ଆଗରୁ ମୁଁ ଥାନାକୁ ଆସିନି । ଆଜି ପ୍ରଥମ ଆସିଛି ।
ଏଇ ସମୟରେ ରଞ୍ଜିତ୍ ହସ ହସ ମୁହଁରେ ଥାନାକୁ ପହଞ୍ଚି ମହିଳା କନେଷ୍ଟବଲ ରୁକ୍ମିଣୀକୁ ଡାକିଲେ । ରୁକ୍ମିଣୀ ସଙ୍ଗେ ସଙ୍ଗେ ବାବୁଙ୍କ ପାଖକୁ ପହଞ୍ଚି ସମ୍ମାନ ଜଣାଇଛି । ରଞ୍ଜିତ ଯେତେବେଳେ କିଛି ଅଭିଯୋଗ କାହାରି ନାଆଁରେ କିଏ ଆଣିଛି କି ? ଏକଥା ପଚାରୁ ପଚାରୁ ସଙ୍ଗେ ସଙ୍ଗେ ରୁକ୍ମିଣୀ ହଁ ଆଜ୍ଞା, ଜଣେ ମହିଳା ଆସିଛି ବୋଲି ଉତ୍ତର ଦେଇଛି । ଥାନା ବାବୁ ତାଙ୍କୁ ଡାକନ୍ତୁ ବୋଲି ରୁକ୍ମିଣୀକୁ କହିଛନ୍ତି ।
( ରୁକ୍ମିଣୀ, ଅଙ୍କିତା ଆଡକୁ ହାତ ବଢାଇ ) ବାବୁ ତୁମକୁ ଡାକୁଛନ୍ତି, ଆସ ।
ରଞ୍ଜିତକୁ ସାମ୍ନା ସାମ୍ନି ଦେଖି ଚମକି ପଡିଛି ଅଙ୍କିତା । ରଞ୍ଜିତ୍ ବି ଆଶ୍ଚର୍ଯ୍ଯ ହେଇ ଯାଇଛି । ଦୀର୍ଘ ଛଅ ବର୍ଷ ପରେ ଦୁହିଁଙ୍କର ଦେଖା ସାକ୍ଷାତ୍ । ପୁଣି ଥାନା ଭିତରେ । ଦୁହିଁଙ୍କ ପାଟିରୁ କିଛି କଥା ବାହାରୁ ନଥାଏ । ଟିକିଏ ପରେ ରଞ୍ଜିତ କ'ଣ ନେବ ଚା' ନା କଫି ବୋଲି ପଚାରିଛି ।
- ନା ଥାଉ ।
- ନା ନା, ବହୁତ ଦିନ ପରେ ଭେଟ ହେଲା । କଫି ମଗାଉଛି ।
( ଗୃହରକ୍ଷୀ ବିନୋଦକୁ ଡକାଇ ଦୁଇଟି କଫି ଆଣିବା ପାଇଁ ପଠାଇଲେ । )
ରଞ୍ଜିତ, ଅଙ୍କିତା କୁ ସ୍ମିତ ହାସ୍ଯ ଦେଇ କହିଲେ ଆଜି କେମିତି ଥାନାକୁ । କ'ଣ କିଛି ଅସୁବିଧା ହେଇଛି କି ? ଅଙ୍କିତା କିଛି କହି ପାରୁ ନଥାଏ । କଲେଜ୍ ବେଳର ସାଙ୍ଗ, କହିଲେ କ'ଣ ଭାବିବ କେଜାଣି ? ଏମିତି ଅନେକ ପ୍ରଶ୍ନ ନିଜକୁ ନିଜେ ପଚାରି ଚାଲିଥାଏ ଅଙ୍କିତା । ଦୁହେଁ କୌଣସି କଥା ନକହି କିଛି ସମୟ ଚୁପ୍ ରହିଲା ପରେ, ରଞ୍ଜିତ ପଚାରିଛି ତୁମ ବର କ'ଣ ଚାକିରି କରୁଛନ୍ତି ?
- ଗୁଜୁରାଟ ର ଏକ କୋମ୍ପାନୀ ରେ କାମ କରୁଛନ୍ତି । ଛଅ ସାତ ମାସରେ ଥରେ ଆସୁଛନ୍ତି ।
- କେତୋଟି ଛୁଆପିଲା ତୁମର ?
- ପୁଅ ଝିଅ ଦୁଇଟି । ବଡ ଝିଅ ପ୍ରଥମ ପଢୁଛି ଆଉ ସାନ ପୁଅ ଅଙ୍ଗନୱାର୍ଡି ଯାଉଛି । ଥାନାରୁ ଆମର ଗାଆଁ କୁ ପ୍ରାୟ ୧୫ କି•ମି• ହେଇଯିବ ।
( ଏଇ ସମୟରେ ଗୃହରକ୍ଷୀ ବିନୋଦ କଫି ଆଣି ପହଞ୍ଚାଇଛି । )
ବହୁତ ଦିନ ପରେ ତୁମକୁ ଦେଖିଲି ଭଲ ଲାଗିଲା ରଞ୍ଜିତ । ବିବାହ କଲଣି ? ରଞ୍ଜିତ ଟିକିଏ ହସିଦେଇ କହିଲେ, ନା ବାହା ହେଇନି । ଜଣକୁ ଭଲ ପାଉଥିଲି ଯେ' ତା'କୁ କେବେ ପାଟି ଫିଟେଇ କହି ପାରିଲି ନାହିଁ । ହଉ ଛାଡ ସେ ଅତୀତ ହେଲାଣି । ମନେ ପକେଇ ଆଉ ଲାଭ କ'ଣ । ତୁମେ କ'ଣ ପାଇଁ ଥାନାକୁ ଆସିଅଛ ଯେ' କୁହ ।
(ଅଭିଯୋଗ ଫର୍ଦ୍ଦ ଟି ରଞ୍ଜିତ ଆଡକୁ ବଢାଇ ।)
ଅଙ୍କିତା କାନ୍ଦି କାନ୍ଦି ଗାଆଁ ରେ ଘଟିଯାଇଥିବା ସମସ୍ତ କଥାକୁ ଗୋଟିକ ପରେ ଗୋଟିଏ ଧିର କଣ୍ଠରେ ପ୍ରକାଶ କଲା । ରଞ୍ଜିତ ସବୁକଥା ଏକ ଲୟରେ ଶୁଣୁଥାଏ । ଅଭିଯୋଗ ଫର୍ଦ୍ଦ ଆଉ ଅଙ୍କିତା ର ସମସ୍ତ କଥା ଶୁଣି ସାରିବା ପରେ କହିଲା,
- ତୁମେ ଜମାରୁ ଡର ନାହିଁ, ମୁଁ ତୁମ ସହିତ ଅଛି । ଗୋଟେ କଥା କହିବି ଅଙ୍କିତା ?
- ହଁ କୁହ ।
- ମୋର କେହି ଭଉଣୀ ନାହାଁନ୍ତି । ତୁମେ ଆଜିଠୁ ମୋର ଧରମ ଭଉଣୀ ।
- ଆମେ ତ କ୍ଲାସମେଟ୍ ନା । ତୁମ ଘରେ ଆମେ ଏକା ସାଙ୍ଗରେ ପଢୁଥିଲେ ବୋଲି କହିବ ନାହିଁ । ତୁମ ଘରକୁ ମୁଁ ମଝିରେ ମଝିରେ ଯିବି ।
- ହଉ ଠିକ୍ ଅଛି ।
(ଏଇ ସମୟରେ ଅଙ୍କିତା ର ବାପା ଶିବ ସାହୁ ପହଞ୍ଚି ଅଛନ୍ତି ।)
ଶିବ ସାହୁ ନମସ୍କାର ଜଣାଇଛନ୍ତି । ମୁଁ ଅଙ୍କିତାର ବାପା ଆଜ୍ଞା ।
ନା ନା ମଉସା ଆପଣ ମୋତେ ଜୁହାର କରିବେନି । ଆପଣଙ୍କ ଝିଅ ମୋର ଭଉଣୀ । ଆପଣ ମୋର ବାପା । ଅଙ୍କିତା ଠାରୁ ସବୁ କଥା ଶୁଣିଲି । ଆପଣ ବ୍ଯସ୍ତ ହୁଅନ୍ତୁନି । ମୁଁ ସେ ପିଲାକୁ କ'ଣ କରୁଛି ଆପଣ ଖାଲି ଦେଖନ୍ତୁ ।
ଘଣ୍ଟାଏ ଭିତରେ ରଞ୍ଜିତ ବାବୁ ଥାନାରୁ ସଦଳବଳ ଧରି ଗାଆଁକୁ ଆସି ଅଙ୍କିତାର ଅଭିଯୋଗ ଆଧାରରେ ନରେଶର ଘର ଆଗରେ ଗାଡିରୁ ଓହ୍ଲାଇ ଡାକିଲେ,
- ନରେଶ୍ ••• ନରେଶ୍ ।
- ହଁ ଆଜ୍ଞା ।
- ଗାଡିରେ ବସ୍ ଥାନାକୁ ଯିବା ।
- ମୋର କିଛି ଭୁଲ୍ ନାହିଁ ଆଜ୍ଞା, ସବୁ ଭୁଲ୍ ତା'ର ।
- ତୁ ଗାଡିରେ ବସ୍ ତ । ଥାନାକୁ ଚାଲ୍ । ସେଠି ବିଚାର ହେବ ।
ନରେଶ୍ ଆଉ ପଦେ ମଧ୍ୟ କଥା ନକହି ଗାଡିରେ ବସିଗଲା । ଗାଆଁ ଲୋକେ ଦେଖି ହସୁଥାନ୍ତି । ନରେଶର ଆଖିରୁ ଲୁହ ଝରି ପଡୁଥାଏ । କିଏ ବା ବୁଝିବ ତା ଅନ୍ତର କଥା ! ସମସ୍ତେ ତ କହିବେ ତା'ର ସବୁ ଭୁଲ୍ ବୋଲି । ବାସ୍ତବରେ ମୋର କିଛି ଭୁଲ୍ ନାହିଁ, ଏକଥା କେବଳ ମୁଁ ହିଁ ଏକା ଜାଣେ । ଗାଆଁର ସବୁ ଲୋକଙ୍କୁ ସେ ଦେଖିଲା ତା' ସପକ୍ଷରେ କେହି ବି ନଥିଲେ ସେଦିନ ।
ଅଧବାଟ ନିଛାଟିଆ ରାସ୍ତାରେ ଗାଡି ଅଟକାଇ ଥାନା ବାବୁ ଓ ତାଙ୍କ ସହ ଆସିଥିବା ସହକର୍ମୀ ମାନେ ନରେଶକୁ ଉତ୍ତମ ମଧ୍ଯମ ଭାବରେ ପିଟିଲେ । ଏକଥା କେହି ଦେଖି ନାହାଁନ୍ତି ।
ସେଇଠାରେ ଥାନାବାବୁ ପଚାରିବାରୁ ତା' ସହ ଘଟି ଯାଇଥିବା ସମସ୍ତ କଥାକୁ ବଖାଣିଛି ନରେଶ । ରଞ୍ଜିତ ବାବୁ ଏକ ଲୟରେ ସବୁ କଥା ନରେଶର ଶୁଣୁଥାନ୍ତି ।
ମୋର କିଛି ଭୁଲ୍ ନାହିଁ ଆଜ୍ଞା । ସବୁ ଭୁଲ ତା'ର । ସେ ସବୁଦିନେ ଆମ ବାଟ ଦେଇ ସଂନ୍ଧ୍ଯା ବେଳେ ଝାଡା ଯାଏ । ମୋତେ ସବୁଦିନେ ଫୋନ କରି ଡାକେ । ସେ ଉଚ୍ଚ ଶିକ୍ଷିତା ଆଜ୍ଞା । ମୁଁ ଜନ୍ମରୁ ମୁର୍ଖ । ମୁଁ ବାହା ନିହେ ହୁଏ । ସେ ମୋତେ ଡାକିବାରୁ ସବଦିନେ ଯାଏ । ଅଙ୍କିତା ଆଉ ମୁଁ ଘର ପଛ ଆଡେ ଥିବା ଚାଷ ( ବିଲ ) ଜମିରେ ଦେହ ସଂପର୍କ ରଖୁ । କେହି ଏକଥା ଗାଆଁରେ ଜାଣି ନାହାଁନ୍ତି । ସେ ମୋତେ ଟାବଲେଟ୍ ଖାଇବାକୁ ଦିଏ । ଏଡ୍ସ୍ ନ ହେବା ପାଇଁ ନିରୋଧକ ଲଗାଇବା ପାଇଁ କହେ । ମୁଁ ଲଗାତାର ପାଞ୍ଚ ଛଅ ମାସ ହେଲା ସଂପର୍କ ରଖିଲିଣି । ଏବେ ମୋତେ କିଡନି ରୋଗ ହେଇଛି । ଡାକ୍ତର କହିଲେ ମୁଁ ଅଙ୍କିତା ସହିତ ଦେହ ସଂପର୍କ ରଖିବା ଆଗରୁ ଯେଉଁ ବଟିକା ଖାଉଥିଲି, ତା'ର ଖରାପ ପ୍ରଭାବ ପାଇଁ ମୋର ଦୁଇଟି ଯାକ କିଡନି ଖରାପ ହେଇଛି । ଏକଥା ଜାଣିବା ପରେ ଆଉ ମୁଁ ଅଙ୍କିତା ସହ ମିଳାମିଶା ନ କରିବାରୁ ମୋ ନାଆଁରେ ସେ ଥାନାରେ ମିଛ କେସ୍ ଦେଇଛି । ମୁଁ ଯେଉଁ ଡାକ୍ତରଙ୍କ ଠାରେ ଚିକିତ୍ସିତ ହେଉଛି ସେ ଡାକ୍ତରଙ୍କ ଭ୍ରାମ୍ଯଭାଷ ମୋ ପାଖରେ ଅଛି ଆପଣ ପଚାରିଲେ ଜାଣି ପାରିବେ ଆଜ୍ଞା । ମୁଁ ସତ କହୁଛି କି ନାହିଁ ।
ରଞ୍ଜିତ ବାବୁ ଡାକ୍ତରଙ୍କ ସହ କଥାବାର୍ତ୍ତା ହେବା ପରେ ଜାଣିଲେ ଯେ' ନରେଶ ଆଉ ଅଳ୍ପ ଦିନର ଅତିଥି ଏ ଦୁନିଆରେ । ସେ ଭାରି ଦୁଃଖ କଲେ ।
ନରେଶ୍ କୁ ଥାନାକୁ ଆଣିଲା ପରେ ଅଙ୍କିତା, ରଞ୍ଜିତ ଉପରେ ଭାରି ଖୁସି । ନରେଶ୍ ଥାନାବାବୁଙ୍କୁ ନିଜେ ଲେଖିଥିବା ଏକ ଅଭିଯୋଗ ଫର୍ଦ୍ଦ ପକେଟ୍ ରୁ ବାହାର କରି ଦେଲା । ରଞ୍ଜିତ ବାବୁ ଅଭିଯୋଗ ଫର୍ଦ୍ଦଟିକୁ ଗ୍ରହଣ କଲେ ।
ଦଶ ମିନିଟ୍ ପରେ ଅଙ୍କିତା ଓ ନରେଶକୁ ଥାନାବାବୁ ଭିତରକୁ ଡାକିଲେ । ଦୁହେଁ ଭିତରକୁ ଆସିବା ପରେ କହିଲେ,
- ଦୁଇଜଣ ଯାକୁ ଗିରଫ୍ କରି ଜେଲ୍ କୁ ପଠାଇବି ନା ଏଇଠାରେ ମିଳାମିଶା ହୋଇ ଘରକୁ ଯିବ । ଦୁଇଟି ଯାକ ଅଭିଯୋଗ ଫର୍ଦ୍ଦ ଏବେ ମୋ ପାଖରେ । କ'ଣ କହୁଛ କୁହ ?
ବାହାରକୁ ଦୁଇ ଜଣ ଯାକ ଯାଇ ନିଷ୍ପତ୍ତି ନିଅ । ଅଙ୍କିତା ଆଉ ନରେଶ ବାହାରକୁ ବାହାରି ଆସି ସଂନ୍ଧ୍ଯା ପର୍ଯ୍ଯନ୍ତ ବସି ରହିଲେ । କେହି କାହାରି ମୁଁହକୁ ଦେଖୁ ନଥାନ୍ତି । ଠିକ୍ ୬ଟା ବାଜି ୧୭ ମିନିଟ ବେଳେ ରଞ୍ଜିତ, ଅଙ୍କିତା କୁ ଏକୁଟିଆ ଡାକି କହିଲେ,
- ମିଳାମିଶା ହେଲ କି ନାହିଁ ।
- ମୁଁ କେସ୍ ଉଠାଇବି ନାହିଁ । ଗାଆଁରେ ମୋତେ ସେ ବଦନାମ କରିଛି । ମୋତେ ଜମା ଭଲ ଲାଗୁନି । ତୁମେ ତା'କୁ ଯେମିତି ହେଲେ ଦୁଇ ଚାରି ମୁଥ ମାରି ସାବାଡ୍ କର । ତୁମେ ଯାହା ଚାହିଁବ ମୁଁ ତାହା କରିବି ।
- ହଉ ଠିକ୍ ଅଛି । କେବେ ଯିବି ତମ ଘରକୁ କୁହ ?
- ଅଙ୍କିତା ହସି ଦେଇ କହିଲା, ତମର ଯେବେ ଇଚ୍ଛା ହେବ ଆସିବ । ହେଲେ ପ୍ରଥମେ ସେ ନରେଶକୁ ମୋ ସାମ୍ନାରେ ପିଟ । ଯଦି ପିଟିବ ତେବେ ମୁଁ ତୁମ ସହ ଦେହ ସଂପର୍କ ରଖିବି । ମୋ ଗାଆଁରେ କାଲିକି ଲକ୍ଷ୍ମୀ ପୂଜା । ମୋ ବର ନାହାଁନ୍ତି । ତୁମେ ଆସ ଦେଶି କୁକୁଡା ମାଂସ କରିବି । ରହିବ ରାତି । ହଉ ଠିକ୍ ଅଛି କହି ରଞ୍ଜିତ ବାହାରକୁ ଆସି ନରେଶ୍ କୁ ଦୁଇ ଚାପର ପିଟିଲା । ନରେଶର ଆଖିରେ ଲୁହ ଭରିଗଲା । କିଛି ବୁଝି ପାରୁ ନଥାଏ ନରେଶ । ରଞ୍ଜିତ କନେଷ୍ଟବଲ୍ ହାତରେ ଏକ ଫାଇଲ୍ ଦେଇ ଦୁଇଜଣ ଏଠାରେ ଦସ୍ତଖତ କରି ନିଜ ନିଜ ଘରକୁ ଚାଲିଯିବାକୁ କହିଲେ ।
ରାତି ନଅଟା ସମୟରେ ପିସିଆର୍ ଭେନ୍ ରେ ରଞ୍ଜିତ ଥାନାର କିଛି ଷ୍ଟାଫ୍ ଙ୍କୁ ପଠାଇ ଦୁଇ ଜଣଙ୍କୁ ଛାଡି ଆସିବା ପାଇଁ ନିର୍ଦ୍ଦେଶ ଦେଲେ ।
ସକାଳେ ଗାଆଁରେ ଲକ୍ଷ୍ମୀ ପୂଜା । ଅଙ୍କିତାର ବାପା ନିଜ ଗାଆଁ ରୁ ଏକ ଦେଶୀ ଗଞ୍ଜା ସାତ ଶହ ପଚାଶ ଟଙ୍କାରେ ଯୋଗାଡ କରି ଆଣି ଦେଲେ । ଗାଆଁରେ ଅଶୀ ହଜାର ଟଙ୍କିଆ ଅପେରା । ପରିବାରରେ ସମସ୍ତେ ଅପେରା ଦେଖିବାକୁ ବ୍ଯସ୍ତ ଥାଆନ୍ତି, କିନ୍ତୁ ଅଙ୍କିତା ତା'ର କ୍ଲାସମେଟ୍ ତଥା ଧରମ ଭାଇ ସହ କିଛି ସମୟ ନିରୋଳାରେ ସମୟ ବିତେଇବା ପାଇଁ ଅନେଇ ଥାଏ । ରାତି ଏଗାରଟା ସମୟରେ ପିସିଆର୍ ଭେନ୍ ରେ ରଞ୍ଜିତ ସହ ଥାନାର କିଛି କର୍ମଚାରୀ ସଦଳବଳେ ପହଞ୍ଚିଲେ । ଅଙ୍କିତାର ଦେହ ଶୀହରି ଉଠୁଥାଏ । ମନରେ ବିଜୁଳି ଦୌଡୁ ଥାଏ । ସେ ଖୁସିରେ ବିଭୋର ହେଇ ଘର ଭିତରକୁ ପାଛୋଟି ନେଇ ଦେଶୀ କୁକୁଡା ମାଂସ ଏମିତି ବାରମ୍ବାର ପରଶିଲା ଯେ' ଏବେ ବି ରଞ୍ଜିତ ପ୍ରତ୍ଯେକ ଦିନ ସଂନ୍ଧ୍ଯା ସମୟରେ ଆସି ଅଙ୍କିତାର ଘରେ ହାଜର ହେଇ ଯାଉଛି ।
ଅଙ୍କିତା ଆଉ ରଞ୍ଜିତର ସଂପର୍କକୁ ଗାଆଁ ରେ ସମସ୍ତେ ଭାଇ ଭଉଣୀର ସଂପର୍କ ବୋଲି ମାନନ୍ତି, ହେଲେ; ନରେଶ କେବେ କହିବନି ତାଙ୍କ ଭିତରେ ପବିତ୍ର ସଂପର୍କ ଅଛି ବୋଲି । ସେ ଠିକ୍ ଜାଣିଛି ଯେ ଦୁଇ ଜଣଙ୍କ ଭିତରେ କେବଳ ପାପ ସଂପର୍କ ହିଁ ଅଛି ।
ବର୍ଷେ ପରେ ନରେଶ କିଡନି ରୋଗରେ ପ୍ରାଣ ତ୍ଯାଗ କଲା । ରଞ୍ଜିତ୍, ଅଙ୍କିତା ପଛରେ ପଡି ସେ ମଧ୍ୟ ଆଜି କିଡନି ରୋଗୀ । ଭୋଗୀ ରୁ ଯୋଗୀ ସାଜି ଅତୀତର ନରେଶ କଥା ଭାବି ପ୍ରତିଟି ମୁହୂର୍ତ୍ତରେ ଆଖିରୁ ଅଶ୍ରୁ ବୁହାଇ ରଞ୍ଜିତ ମୃତ୍ୟୁ ଆଡକୁ ଆଜି ଅଗ୍ରସର ହୋଇ ଚାଲିଛି ।
ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ
ପ୍ରେମ
ଏକ ପରିବର୍ତ୍ତନର ସ୍ବର •••
କବି କୁଟୀର
ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)
ପିନ୍- ୭୬୮୧୦୮
ଭ୍ରାମ୍ଯଭାଷ- ୦୯୬୬୮୨୪୨୭୨୦