STORYMIRROR

Sunanda Mohanty

Children Stories Tragedy Thriller

3  

Sunanda Mohanty

Children Stories Tragedy Thriller

ନୂଆଖାଇ

ନୂଆଖାଇ

2 mins
0

ଜଙ୍ଗଲ ମଝିରେ ସଭା ବସିଥିଲା. ଆକାଶରୁ ତଥାପି ବର୍ଷା ଝରୁଥିଲା. ଗଛ ସବୁ ଥିବାରୁ ପଶୁ ଜନ୍ତୁମାନେ ଜଙ୍ଗଲର ସେହି ମଝିଆଁ ମଝି ଅଞ୍ଚଳକୁ ସଭାସ୍ଥଳୀ ରୂପେ ବାଛିଥିଲେ. ସଭାର ମୁଖ୍ୟ ଆଲୋଚ୍ୟ ବିଷୟ ମଣିଷଙ୍କ ବିରୋଦ୍ଧରେ ଥିଲା. ମୁଦାଲା ଥିଲେ କୁକୁଡ଼ା, ଛେଳି, ଗାଈ, ମେଣ୍ଢା, ବତକ, ଠେକୁଆ ଓ ସାକ୍ଷୀ ଥିଲେ ବିଲୁଆ ଓ ମାଙ୍କଡ଼. ବାଘରାଜାଙ୍କ ଏହି ସଭାରେ କୁକୁଡ଼ା, ଛେଳି, ଗାଈ, ମେଣ୍ଢା, ବତକ, ଠେକୁଆଙ୍କ ଉପସ୍ଥିତି ଟିକେ ଅଜବ ଲାଗୁଥିଲା କାରଣ ସେମାନେ ତ ମଣିଷଙ୍କ ସଙ୍ଗେ ଚଳିବା କଥା କିନ୍ତୁ ସେମାନେ ଆଜି ମଣିଷଙ୍କ ବିରୁଦ୍ଧରେ କହିବାକୁ ଆସିଥିଲେ ଯେ ଯେକୌଣସି ସମାରୋହରେ ମଣିଷ ତାଙ୍କୁ ମାରି ମାଂସ ଭୋଜି କରୁଛି. ନୂଆବର୍ଷରେ ତ କେତେ କେତେ କୁକୁଡ଼ା,ଛେଳି, ଠେକୁଆ ବଳି ପଡନ୍ତି ପୁଣି ଏବେ ଏବେ ରଜ ପରି ପର୍ବରେ ମଧ୍ୟ ଆମିଷ ଭକ୍ଷଣ ନାମରେ ତାଙ୍କୁ ମରାଯାଉଛି ପୁଣି ନୂଆଖାଇ ପରି ଭେଟଘାଟରେ ମଧ୍ୟ ନବାହ୍ନ ଭକ୍ଷଣ ସାଙ୍ଗକୁ ସ୍ଥଳ ବିଶେଷରେ ଆମିଷ ଖାଦ୍ୟ ପାଇଁ ଏବେ ଏବେ ସେମାନଙ୍କୁ ମରିବାକୁ ପଡୁଛି ତ କିଛି କରନ୍ତୁ ବାଘରାଜା.ଗାଈ ବଳଦ, ମଇଁଷି, ଘୁଷୁରୀ ଆଦି ପଶୁ ମାନେ ମଧ୍ୟ ଗୁହାରି କରିଥିଲେ କି ବଣର ପଶୁଙ୍କର ହୃଦୟ ଅଛି କିନ୍ତୁ ମଣିଷ ଏବେ ହୃଦୟହୀନ ହୋଇପଡୁଛନ୍ତି. ଆମ ସହାୟତାରେ ଜୀଵନ ଓ ଜୀବିକା ନିର୍ବାହ କରିସାରିବା ପରେ ଆମ ବୁଢା କାଳେ ଆମକୁ ତଡିବା, କଂସେଇ ହାତକୁ ଟେକିବା ଭଳି ଅମାନୁଷିକ କାର୍ଯ୍ୟ କରୁଛନ୍ତି.ବଉଳା ଗାଈ ପ୍ରତି ସଦୟ ହୋଇ ବାଘରାଜା ପରି ଜନ୍ତୁ ଦୟା ପଦର୍ଶନ କରିଥିବାର କାହାଣୀ ପଢି,ଲେଖି, ଶିଖି, କହୁଥିଲେ ମଧ୍ୟ ନିଜେ ନିଷ୍ଠୁର ଆଚରଣ କରିବାକୁ ପଛାଉ ନାହିଁ.

    ଏସବୁ କଥା ଶୁଣି ହାତୀ କହିଲା ସେଇଥିପାଇଁ ଆମେ ଦଳବଳ ଘେନି ମଣିଷକୁ ମଝିରେ ମଝିରେ ଚେତାବନୀ ଦେଉଛୁ ତଥାପି ମଣିଷ ଚେତୁନି. ବାଘରାଜା ଏଥର କହିଲେ ନା ନା ସେମିତି କାର୍ଯ୍ୟ କରନି.ସେତେବେଳେ ଭଲମଣିଷ ଜଣେ ଗାନ୍ଧିଜୀ ନାମରେ ଜନ୍ମ ହୋଇ ଅହିଂସା ନୀତି ଆପଣେଇ ଭାରତକୁ ସ୍ବାଧୀନତା ଆଣିଦେଇଥିଲେ. ଏବେ ଆମେ ହିଂସା ପରିତ୍ୟାଗ କରି କେମିତି ସମସ୍ତେ ସୁରକ୍ଷିତ ରହିବା ଚିନ୍ତା କରିବା. ହାତୀ କହିଲା ତେବେ ଜଙ୍ଗଲକୁ ଆସି ଗଛ କାଟୁଥିବା ଲୋକଙ୍କୁ ପ୍ରଥମେ ଶାସ୍ତି ଦିଆଯାଉ. ବାଘରାଜା ମନକୁ ଏଥର ହାତୀଙ୍କ ପ୍ରସ୍ତାବ ଉଚିତ ମନେହେଲା. ସେ କହିଲେ ଆମେ ଆଜି ସଭା ଶେଷରେ ନିରାମିଷ ଭୋଜି ଖାଇ ଦେଖେଇଦେବା ଯେ ଫଳ ମୂଳ ପନିପରିବାରେ ଥିବା ଭିଟାମିନ ଶକ୍ତି ଆମିଷ ଖାଦ୍ୟରେ ନାହିଁ. ଏହା ସହିତ ସମସ୍ତ ଗୃହପାଳିତ ପଶୁ ମାନଙ୍କୁ ଏଣିକି ଜଙ୍ଗଲରେ ରଖିବା.

    ଏତିକି ବେଳକୁ ବୋଉ ମୁନାକୁ ଡାକ ପକାଉଥିଲେ ଆରେ ଏ ଅବେଳଟାରେ ଶୋଇଛୁ କଣ? ଆଜି ପରା ମାଆ ସମଲେଇଙ୍କ ପାଇଁ ନୂଆଖାଇ ନବାହ୍ନ ପୂଜା. ମାମୁଁ ମାଇଁ, ଦାଦା ଖୁଡି ଓ ଅପା ପିଇସା ଆଦି ଆସିଲେଣି. ଆ ଆ ଏକାଠି ସାଙ୍ଗ ହୋଇ ଖାଇବା. ମୁନା କହିଲା ମୁଁ ଆମିଷ ଖାଇବିନି କହିଦେଉଛି. ବୋଉ କାନରେ ହାତ ଦେଇ କହିଲେ ରାମ ରାମ, ଆଜି ପରା ଦିନରେ କିଏ ଆମିଷ ଖାଏ? କ୍ଷୀରି ପୁରୀ ସାଙ୍ଗକୁ ନୂଆ ଚାଉଳରେ ଭାତ ଖାଇ ଭେଟଘାଟ ହେବା ପରା. ମୁନା ଆଖି ମଳି ଉଠିଲା ଓ କହୁଥିଲା ଆଜି ନୁହେଁ କି କେଵେ ନୁହେଁ. କଣ ପୁଅ ବୋଲି ବୋଉ ପଚାରୁଥିଲେ ତ ମୁନା କହିଲା ନା ନା ଆମିଷ ଖିଆ କଥା କହୁଥିଲି. ହସିଲେ ବୋଉ କହିଲେ କଣ ସପନ ଦେଖିଲୁକି ପୁଅ? ମୁନା ହସି ହସି ବୋଉ ପଛେ ପଛେ ଚାଲୁଥିଲା ଓ ଭାବୁଥିଲା ଜଙ୍ଗଲ ମଝିରେ କି ସୁନ୍ଦର ଭେଟଘାଟ ପଶୁମାନଙ୍କର ଚାଲିଥିଲା ସତରେ.ବର୍ଷା ଟୁପୁରୁ ଟୁପୁରୁ ଲାଗିରହିଥିଲା।


Rate this content
Log in