Pratap Chandra Mishra

Others

4  

Pratap Chandra Mishra

Others

ନିଉଜ ଫ୍ୟୁଜ

ନିଉଜ ଫ୍ୟୁଜ

6 mins
274



ଭାରତ ସ୍ୱାଧୀନ ହେବାର ବହୁ ବର୍ଷ ବିତିଯାଇଥିଲେ ସୁଦ୍ଧା ବିକ୍ରମ ପୁର ଗାଆଁ କୁ ଭଲ ରାସ୍ତାଟିଏ ହୋଇ ପାରିଲା ନାହିଁ। କେତେ ନେତା,ବୁଦ୍ଧିଜୀବୀ, ଗାଆଁ ମୁଖିଆ, ପାରିବାର ପଣିଆ ଥିବା ନେତୃତ୍ୱ ବ୍ୟକ୍ତି ଥିଲେ, ଏବେବି ଅଛନ୍ତି କିନ୍ତୁ କାହାର ନିଘା ନାହିଁ କି ଆତ୍ମିୟତା ନାହିଁ ସେହି ରାସ୍ତାର ଉନ୍ନତିକରଣ ପାଇଁ ଗଲା ଭୋଟ ବେଳେ ସରପଞ୍ଚ କୁ ଲୋକେ ମୁଖ୍ୟତଃ ସେହି ରାସ୍ତା କୁ ବଳିଷ୍ଠ କରାଇବା ପାଇଁ ଜିତାଇ ଥିଲେ। ଏବଂ ସରପଞ୍ଚ ବି ଦୃଢ ପ୍ରତିଶ୍ରୁତି ଦେଇଥିଲେ ସେ ନିଶ୍ଚୟ ଗାଆଁ ରାସ୍ତା କୁ ପକ୍କା କରାଇବେ। ଝିଅ , ବୋହୂ , ଅସୁସ୍ଥ ତଥା ଗମନା ଗମନ ର ସୁବିଧା ନ ଥିବା ଯୋଗୁଁ ସେହି ଗାଆଁ ର ଉନ୍ନତି କରଣ ହୋଇ ପାରିନାହିଁ। ଉପଯୁକ୍ତ ଚିକିତ୍ସା ନ ମିଳୁଥିବା ଯୋଗୁଁ , ଅକାଳ ରେ ଲୋକ ଙ୍କ ଜୀବନ ହାନୀ ଘଟୁଛି।


ପୂର୍ବ ରୁ ମୁଖିଆ ଓ ସରପଞ୍ଚ ମାନେ ଏହି ରାସ୍ତା କୁ ନେଇ ବିଭିନ୍ନ ପ୍ରକାର ରାଜନୀତି କରିଛନ୍ତି। କେବଳ ଭୋଟ ପାଇଁ ସେହି ରାସ୍ତା କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି ବୁଦ୍ଧି ଯିବି ମହଲ ରେ ଚର୍ଚ୍ଚା ଉଠୁଛି। ଏବଂ ଏ କଥା ବି ନିରାଟ ସତ୍ୟ। 


ଗାଆଁ ଲୋକ ବି ବେଶ୍ ଅନୁଭବ କରିସାରିଲେଣି। କିନ୍ତୁ ଏଥର ଆଉ ବରଦାସ୍ତ କରିବେ ନାହିଁ ବୋଲି ଗାଆଁ ଲୋକ ମାନେ ଦୃଢ ନିଷ୍ପତ୍ତି ନେଇଛନ୍ତି। ଭୋଟ ବର୍ଜନ ସହ ଯିଏ ଭୋଟ ପାଇଁ ଆସିବ ତାକୁ କୈଫିୟତ ଦେବାକୁ ପଡ଼ିବ, କାହିଁକି ଆଜି ପର୍ଯ୍ୟନ୍ତ ରାସ୍ତା ହୋଇପାରିଲା ନାହିଁ। ଆଉ କିଏ ଏହାକୁ କରିବ ?ଗାଆଁ ବାସି ଚାନ୍ଦା ଆଦାୟ କରି ନିଜେ ନିଜସ୍ଵ ଶ୍ରମ ଦେଇ ସେହି ରାସ୍ତା କୁ ତିଆରି କରିବେ ବୋଲି ଭାବି ନେଇଛନ୍ତି।କୌଣସି ରାଜନେତା, ଦଲାଲ ଅବା ଟାଉଟର ଙ୍କୁ ପ୍ରଶ୍ରୟ ଦିଆ ଯିବ ନାହିଁ ବୋଲି ଦୃଢ ସଂକଳ୍ପବଦ୍ଧ।


ସେଇଆ ହିଁ ହେଲା। ସରପଞ୍ଚ ଭୋଟ ଦିବସ ପାଖେଇ ଆସିଲା। ଦଳ ଦଳ ନେତା,ସମର୍ଥକ, ଟାଉଟର ମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ସେହି ଗାଆଁ କୁ ଆସିଲେ। ଗାଆଁ ର ନିଷ୍ପତ୍ତି କ୍ରମେ ପ୍ରବେଶ ଦ୍ଵାର ରେ ଅଙ୍କୁଶ ଲଗାଯାଇଥିଲା। କେହି ବି ଗାଆଁ ଭିତରକୁ ପଶି ପାରୁ ନଥିଲେ। ଯିଏ ବି ଆସୁଥିଲା ଗାଆଁ କୋଠ ଘରେ ସଂଯୁକ୍ତ ହୋଇଥିବା ଗୁପ୍ତ କ୍ୟାମେରା ରେ କୈଦ୍ ହୋଇପଡ଼ିଥିଲେ ଏବଂ କୌଣସି ଅଭିସନ୍ଧି ବା ଭୋଟ ହାତେଇବା ଲୋଭ ପାଇଁ ଆଉ ସୁଯୋଗ ପାଇ ନ ଥିଲେ। ତଥା ଗାଁ ସୀମା ରେ ଥିବା ବାଡ଼ ଡେଇଁ କିଏ ବି ପଶି ପାରୁ ନଥିଲେ ଗାଁ ରେ। ପହରା ଦେଇଥିବା ଜଗନ୍ ଡାକ ନାଁ ଜାଙ୍ଗା ଓ ଭିଲା ଦୁହେଁ ବଳିଷ୍ଠ ଓ ଗାଆଁ ପାଇଁ ନିର୍ଭୀକ ଭାବେ ସେଠାରେ ଜଗି ରହିଥିଲେ। ସଲାସୁତୁରା କରିବା ପ୍ରଶ୍ରୟ ମିଳୁ ନ ଥିଲା ସେଇଠି। 


ସବୁ ଦଳ ଭିତରେ ଭାଳେଣି ପଡ଼ିଗଲା। ବିଗତ ସରପଞ୍ଚ ପାଖ ଗାଆଁ ଲୋକ। ବିକ୍ରମ ପୁର ଗାଆଁ ରେ ତାଙ୍କର ସମ୍ପର୍କୀୟ ରୁହନ୍ତି। ସେମାନଙ୍କ ଠାରୁ ଏ ଗାଆଁ ର ସବୁ ଖବର ଗୁପ୍ତ ରେ ସଂଗ୍ରହ କରିନେଇଥାଏ। ଏଥର ବି ସରପଞ୍ଚ ପାଇଁ ଆଶାୟୀ ପ୍ରାର୍ଥୀ। ଗାଆଁ କୁ ନ ଗଲେ ପ୍ରଚାର କେମିତି ହେବ ? ଭୋଟ ପାଇଁ ସିନା ଗାଆଁ ଭିତରକୁ ଛାଡ଼ିବେ ନାହିଁ ,ହେଲେ ନିଜ ବନ୍ଧୁ ଙ୍କୁ ଭେଟିବାକୁ ତ କିଛି ଅସୁବିଧା ନାହିଁ।  

ତେଣୁ ସେ ବନ୍ଧୁ ଙ୍କୁ ଭେଟିବା ଆଳ ରେ ଗାଆଁ ଭିତରକୁ ଯିବା ପାଇଁ ବାହାରି , ଗାଆଁ କୁ ଯାଇ ଲୋକ ଙ୍କୁ ଭୁଆଁ ବୁଲାଇବ୍ ଭାବି ଯୋଜନା ପାଞ୍ଚିଲା ବିକ୍ରମ ପୁର ଯିବାକୁ।


ଗାଆଁ ରେ ସମର୍ଥକ ଙ୍କୁ ସୂଚନା ଦେଇ ଭୋଟ ହାତେଇବା ଷଡଯନ୍ତ୍ର ପ୍ରକ୍ରିୟାରେ ଲାଗି ପଡିଲା। ତେଣେ ପ୍ରଶାସନ ଓ ଶାସନ ଭାର ରେ ଥିବା ସରକାର ଙ୍କ ପାଖରେ ବିକ୍ରମ ପୁର ଗାଆଁ ଲୋକ ଙ୍କ କାରନାମା ପହଞ୍ଚି ଯାଇ ଥିଲା। ପ୍ରଶାସନିକ ଅଧିକାରୀ ମାନେ ଘନ ଘନ୍ ଗାଆଁ ସୀମା କୁ ଆସି ହତାଶ ହୋଇ ପ୍ରତ୍ୟାବର୍ତ୍ତନ କରିଥାନ୍ତି।କେତେ ପ୍ରଲୋଭନ ଦେଖାଇଲେ ବି ଗାଆଁ ସ୍ୱାର୍ଥ ଦୃଷ୍ଟି ରୁ ଯାଙ୍ଗା ଓ ଭୀଲା ମାନୁ ନଥାନ୍ତି କୌଣସି ବ୍ୟକ୍ତି ଙ୍କୁ ଗାଁ କୁ ଭୋଟ ସକାଶେ ଛାଡି ବା ପାଇଁ।ପ୍ରଶାସନ ବି ପୋଲିସ ଦ୍ବାରା ଚାପ ପାକାଇଲାଣି । ଆଇନ ଆଉ ଗଣତନ୍ତ୍ର ର ସମ୍ମାନ କରିବାକୁ। ପ୍ରଶାସନିକ ଅଧିକାରୀ ଓ ଗାଆଁ ର ଭଦ୍ର ବ୍ୟକ୍ତି ମାନେ ଗାଆଁ ସୀମା ରେ ଠିଆ ବୈଠକ କଲେ। ନିଷ୍ପତ୍ତି ହେଲା ଗଣତନ୍ତ୍ର କୁ ସମ୍ମାନ ଦେବା। ଯାହା ଭୁଲ ବି ହୋଇଥିଲା ଆଉ ତାହା ପୁନରାବୃତ୍ତି ହେବ ନାହିଁ। ଯିଏ ବି କ୍ଷମତା କୁ ଆସିବ , ତା ପାଇଁ ପ୍ରଥମ କାମ ହେବ ବିକ୍ରମ ପୁର ଗାଆଁ ରାସ୍ତା ଉନ୍ନତି ଓ ପ୍ରଶସ୍ତି କରଣ। ଯଦି। ନହୁଏ ତେବେ ପ୍ରଶାସନ ଓ କ୍ଷମତା ରେ ଥିବା ଲୋକ ପ୍ରତିନିଧି ପୂର୍ଣ୍ଣକ୍ଷମରେ ଦାୟୀ ରହିବେ ଏବଂ ଭୋଟ ଦେଇ ସେବା କରିବା କୁ ଯାହାକୁ ସୁଯୋଗ ପ୍ରାପ୍ତ ହୋଇଥିବ ତାକୁ ଯଥାଶୀଘ୍ର ଗାଦିଚ୍ୟୁତ କରାଯିବ। ଏଭଳି ପ୍ରତିଶ୍ରୁତି ଓ ଲୋକ ଙ୍କ ମନ କୁ ବଦଳାଇବା ପଛରେ ବିଗତ ସରପଞ୍ଚ ଓ ଭୀଲା ପ୍ରଶାସନିକ ଅଧିକାରୀ ଙ୍କ ସହ ହାତମିଳାଇଥିଲେ। ଜାଂଗା ସରଳ ଥିଲା ଓ କପଟୀ ନ ଥିଲା। ସେ ଗାଆଁ ଲୋକ ଙ୍କ ସହ ମିଶି ଗାଆଁ ର ଉନ୍ନତି ଚାହୁଁ ଥିଲା। କିନ୍ତୁ ଭିଲା ଭିନ୍ନ ସ୍ଵଭାବ ର। ସେ ଅର୍ଥ ଲୋଭି ଥିଲା। ତେଣୁ ଗାଆଁ ଲୋକ ଙ୍କ ମନ କୁ ଜିଣି ବା ପାଇଁ ପୂର୍ବ ସରପଞ୍ଚ ଠାରୁ ମୋଟା ରକମ୍ ଅର୍ଥ ଗୁପ୍ତରେ ପାଇସାରିଥିଲା।


ପରିସ୍ଥିତି ଏମିତି ହେଲା,ଗାଆଁ ଲୋକେ ଗଣତନ୍ତ୍ର କୁ ସମ୍ମାନ ଦେଲେ। ପୂର୍ବ ସରପଞ୍ଚ ପୁଣି ସଫଳତା ହାସିଲ କଲେ। ସେ ପୁଣି କ୍ଷମତା କୁ ଆସି ଗଲେ।


କିଛି ଦିନ ବିତିଗଲା। ଏ ରାସ୍ତା କାମ ଯେମିତି କି ସେମିତି। ଭୋଟ ସରିଲା। ପ୍ରତିଶ୍ରୁତି ପାଳିବା କୁ ସରପଂଚ ,ପ୍ରଶାସନ, ନେତା କାହାର ଆଉ ଦେଖା ନାହିଁ। ଯାଂଗା ଚୁପ୍ ରହି ନ ପାରି କୋଠ ଘରକୁ ସଭା ପାଇଁ ଡକାଇ ଲା ସଭିଙ୍କୁ , ଭୋଟ ପୂର୍ବ ପ୍ରତିଶ୍ରୁତି ମନେ ପକାଇଲା । ସମସ୍ତେ ଏକ ସ୍ୱର ରେ ରାଜ ରାସ୍ତା କୁ ଓହ୍ଲାଇ ବାକୁ ସ୍ଥିର କରି ମୁଖ୍ୟ ରାସ୍ତା କୁ ଓହ୍ଲାଇ ଦାବି ଉପସ୍ଥାପନା କଲେ ,ସରପଞ୍ଚ କୁ ଗାଦି ଚ୍ୟୁତ କରିବା ପାଇଁ। ପ୍ରଶାସନ ଓ ମନ୍ତ୍ରୀ ମଣ୍ଡଳ ରେ ହଇଚଇ ହୋଇଗଲା। ବିରୋଧୀ ତୀବ୍ର ଭାବେ ଗାଆଁ ଲୋକ ଙ୍କୁ ସମର୍ଥନ କଲେ। ସରପଞ୍ଚ ଭିଲା କୁ ସାଥିରେ ନେଇ ପୁଣି ସେଇଠି ତା ପରପଞ୍ଚ କ୍ରିୟା ଆରମ୍ଭ କରିବା କୁ ଲାଗିଲା । ଭିଲା ଗାଁ ର କେତେ ଅସନ୍ତୁଷ୍ଟ ଯୁବକ ଙ୍କୁ ନେଇ ସରପଞ୍ଚ ଙ୍କୁ ସମର୍ଥନ କରିବାକୁ ଟଙ୍କା ଲୋଭ ଦେଖାଇ ନିଜର କରି ପାରି ଥିଲା।କିନ୍ତୁ ଯାଙ୍ଗା ତୀକ୍ଷ୍ଣ ନଜର ରଖିଥାଏ ଭିଲ୍ଲା ଉପରେ। ସେ ଆଉ ପୂର୍ବ ଭଳି ନାହିଁ ବୋଲି ବେଶ୍ ଅନୁଭବ କରୁଥାଏ। ସରପଞ୍ଚ ସହ ମିଶି କିଛି ଗୋଟେ କରି ଗାଆଁ ବାଲା ଙ୍କୁ ଭୁଆଁ ବୁଲାଉଛି ବୋଲି ସନ୍ଦେହ କରୁଥାଏ। ରାଜ ରାସ୍ତା ରେ ଲୋକ ଙ୍କ ଦାବି ପ୍ରକାରେ ସରକାରୀ ବାବୁ , ସରପଞ୍ଚ ଓ ଜିଲ୍ଲା ଅଧିକାରୀ ଙ୍କ ବୈଠକ ରେ ଉକ୍ତ ରାସ୍ତା କାମ ଯଥା ଶୀଘ୍ର ପ୍ରାରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ସେଇଠି ଧାର୍ଯ୍ୟ ହେଲା। ଉତ୍ୟକ୍ତ ଲୋକେ ସରପଞ୍ଚ ଙ୍କୁ ମିଛୁଆ କହି ନିନ୍ଦା ଓ ଆକ୍ରମଣ ପାଇଁ ଆଗେଇଥିବା ବେଳେ ଭିଲା ଓ ତାର ସହଯୋଗୀ ଙ୍କ ଭିତିରି ଶକ୍ତି ସରପଞ୍ଚ ଙ୍କୁ ବଞ୍ଚାଇ ପାରିଥିଲା।


ବହୁତ୍ ଦିନ ପରେ ଐତିହାସିକ ରାସ୍ତା କାମ ତିଆରି ହେଲା। ପ୍ରତ୍ୟକ୍ଷ ଭାବେ ଜାଙ୍ଗା କାମ ଉପରେ ନଜର ରଖୁଥାଏ।ନିର୍ଦ୍ଧାରଣ ସମୟରେ ରାସ୍ତା ଉନ୍ନତି କରଣ କାମ ସମାପ୍ତ ହେଲା। ସରକାର ଙ୍କ ନିୟମ ପ୍ରକାରେ ବିଧାୟକ ଙ୍କ ଅନୁଦାନ ପାଣ୍ଠି ରୁ ଅର୍ଥ ବିନିଯୋଗ ହୋଇଥିବା ଗାଆଁ ରାସ୍ତା ର ଆଦ୍ୟ ପ୍ରବେଶ ପଥ ରେ ଫଳକ ରେ ଉଲ୍ଲେଖ କରାଯାଇଥିବା ଦର୍ଶା ଯାଇଥିଲା। କିନ୍ତୁ ବ୍ୟୟ ଅର୍ଥ ହୋଇଥିବା କାମ ତୁଳନା ରେ ଢେର୍ ବେଶୀ। ଜାଙ୍ଗା ଏହାର ପ୍ରତିବାଦ ରେ ସ୍ୱର ଉତ୍ତୋଳନ କରିବାକୁ ଯାଇ ଭାର ପ୍ରାପ୍ତ ଅଧିକାରୀ ଙ୍କୁ ତଥ୍ୟ ମାଗାଇଲା। ସେଥିରେ ଆଶ୍ଚର୍ଯ୍ୟ ଜନକ ଜିନିଷ ପଦାକୁ ବାହାରି ଆସିଲା। ରାସ୍ତା ରେ ବ୍ୟବହାର ହୋଇଥିବା ଜିନିଷ ର ଦାମ ଢେର୍ ବେଶୀ ଦର୍ଶାଯାଇଥିଲା। ସରକାର ଙ୍କ ନିୟମ ପ୍ରକାରେ ଯାହା ସ୍ଥିରୀକୃତ ହୋଇଥିଲା, ସେ ତୁଳନା ରେ କୌଣସି କାମ ହୋଇ ନ ଥିଲା। ଗାଆଁ କୋଠ ଘରେ ବୈଠକ ରେ ଯାଙ୍ଗା ସେ ସବୁ ସମସ୍ତ ଙ୍କ ନଜର କୁ ଆଣି ଉପସ୍ଥାପନା କରିଥିଲା। ଭି ଲା ଏ କଥା ଜାଣି ପ୍ରତିବାଦ ର ସ୍ୱର ଉତ୍ତୋଳନ କରି ସରପଞ୍ଚ ଙ୍କୁ ପ୍ରଶଂସା କରୁଥିବା ବେଳେ ତାର ସମର୍ଥକ ମାନେ ଭି ଲା କୁ ସହଯୋଗ କରୁଥିଲେ। ଗାଆଁ କୁ ସରପଞ୍ଚ ଦୁଇ ଭାଗ ରେ ବାଣ୍ଟି ଦେଇଥିବା ବେଳେ ସତ୍ୟ ସହ ସାଥିରେ ଥିବା ଯାଙ୍ଗା, ଗାଆଁ ର ହିତ ପାଇଁ ଲଢେଇ ଜାରି ରଖିଥାଏ। ଭି ଲା ର ଗୁମର ଓ ସରପଞ୍ଚ ସହ ମିଶି ଅର୍ଥ ଆତ୍ମସାତ କରିଥିବା ଆଭାସ ବାରି ପାରୁ ଥାଏ। 


ତେଣୁ ଯାଙ୍ଗା ଦୁର୍ନୀତି ର ପରଦା ଫାସ କରିବାକୁ ଅଣ୍ଟା ଭିଡ଼ିଲା।ସେ ଦୁର୍ନୀତି ନିବାରଣ ସଂସ୍ଥା ସହ ଯୋଗାଯୋଗ କରି ମିଡ଼ିଆ କୁ ସଂପୃକ୍ତି କରାଇ ନେଲା। 


ଭୋଟ ପୂର୍ବରୁ ସଂଗୃହିତ ଗୁପ୍ତ କ୍ୟାମେରା ର ସାଇତା ଛବି , ଗାଆଁ ମୁଣ୍ଡ ରେ ପ୍ରତିବାଦ ର ସ୍ୱର ଉଠିଲା ଦିନ ଠାରୁ ରାସ୍ତା ନିର୍ମାଣ ଓ ଶେଷ ହେବା ଭିତର ର ରହସ୍ୟ ସବୁ ଯଥା ସ୍ଥାନ ରେ ଉପସ୍ଥାପନା କରିବାକୁ ମନସ୍ଥ କଲା। ଗାଆଁ କୋଠ ରେ ସଂରକ୍ଷିତ କ୍ୟାମେରା ରେ କୈ ଦି କରାଯାଇଥିବା ସବୁ ଦୃଶ୍ୟ , ଦୁର୍ନୀତି ନିବାରଣ ସଂସ୍ଥା ର ଅଧିକାରୀ ଙ୍କୁ ଦର୍ଶାଯାଇ ଥିଲା। ସେଥିରେ ସରପଞ୍ଚ, ଭି ଲା ଓ ଅନ୍ୟ ରାଜନେତା, ଦଲାଲ ଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ଜଣା ପଡୁଥାଏ। ଭି ଲା ଓ ତା ସହଯୋଗୀ ବି ସରପଞ୍ଚ ସହ ହାତ ମିଳାଇଥିବା ସବୁ ତଥ୍ୟ ଦୁର୍ନୀତି ନିବାରଣ ଅଧିକାରୀ ଙ୍କ ସାମ୍ନା ରେ ଥିଲା। ମିଡ଼ିଆ ବାଲା ବି ବେଶ ରୋଚକ ପୂର୍ଣ୍ଣ ଢଙ୍ଗ ରେ ବିକ୍ରମ ପୁର ଗାଆଁ ର ରାସ୍ତା ଦୁର୍ନୀତି କୁ ଜନ ସମୁଦାୟର ଉପସ୍ଥାପନା କରୁଥିଲେ।


ସମୟ କ୍ରମେ ଆଇନ ଦୃଷ୍ଟି ରୁ ସରପଞ୍ଚ ଙ୍କ ମନ୍ଦ ଉଦ୍ଦେଶ୍ୟ ଓ ଅର୍ଥ ଆତ୍ମସାତ ମାମଲା କୋର୍ଟ ରେ ବିଚାର ହେଲା। ସରପଞ୍ଚ ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଥାଏ। ଅପରାଧୀ ବୋଲି ଆଉ ସେହି ସରପଞ୍ଚ ଙ୍କୁ ଗାଦି ଚ୍ୟୁତ୍ କରାଯାଇଥିଲା। ଗାଆଁ ର ଲଢ଼ୁଆ ପୁଅ ଯାଙ୍ଗା କୁ ଲୋକେ ସରପଞ୍ଚ ପାଇଁ ଯୋଗ୍ୟବୋଲି ବିବେଚନା କରିଥିଲା ବେଳେ, ସରକାର ଙ୍କ ନିର୍ଦ୍ଧେଶ ପ୍ରକାରେ ନିମ୍ନ ମାନ ର ରାସ୍ତା ନିର୍ମାଣ କରିଥିବା ଠିକାଦାର କୁ ପୁନଃ ଉଚିତ୍ ରାସ୍ତା ତିଆରି କରିବାକୁ ନିର୍ଦ୍ଧେଶ ମିଳିଥିଲା କୋର୍ଟ ରୁ ଏବଂ ଯାଙ୍ଗା ସରପଞ୍ଚ ହେବା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ, ଭି ଲା ଏହି ଐତିହାସିକ ରାସ୍ତା ନିର୍ମାଣ ପଛରେ ଘଟିଥିବା ନିଉସ ଯୋଗୁଁ ନିଜେ ଓ ସରପଞ୍ଚ ଫ୍ୟୁଜ ହେବା ଅପମାନ ରେ ସେ ଗାଆଁ ରୁ ଉଭାନ ହୋଇଯାଇଥିଲା।



Rate this content
Log in