STORYMIRROR

Sunanda Mohanty

Children Stories Drama Action

3  

Sunanda Mohanty

Children Stories Drama Action

ନାଲି ଆଖି

ନାଲି ଆଖି

1 min
196


ଶବ୍ଦର ଖେଳ ଭିତରେ ଗୋଟେ ଗୋଟେ ଶବ୍ଦକୁ ବିଶେଷଣ କରିଦେଲେ ସେ ବନିଯାଏ ସୁନ୍ଦର ଶବ୍ଦ, ଯେମିତିକି ନାଲି ରଂଗ, ନାଲି ଅଳତା, ନାଲି ଶଙ୍ଖା, ନାଲି କୁଙ୍କୁମ, ଯାହା ସବୁ ସଧବା ନାରୀର ଏକାନ୍ତ ଆବଶ୍ୟକତା ସାଙ୍ଗକୁ ମୋହାଛର୍ଣ୍ଣ କରିରଖେ ସେଇ ସବୁ ଶବ୍ଦ ଗୁଡିକ ତ ସେଦିନ ମନ୍ଦିରରେ ଶ୍ରୀ ଜୀଉ ଚତୁର୍ଦ୍ଧା ଙ୍କ ସ୍ନାନ ଯାତ୍ରା ଦେଖି ବାହୁଡ଼ିଲା ବେଳକୁ ଆଖିରେ ପଡିଲା ନାଲି କପଡା ରେ ଗୁଡା ନିର୍ମାଲ୍ୟ ଆଉ ତା ସାଙ୍ଗକୁ ନାଲି ବାଡ଼ି, ତ କେତେ ପୁଡିଆ ନିର୍ମାଲ୍ୟ ଭିତରେ ନାଲି ବାଡ଼ି ଟି କିଣି ବସ ରେ ଉଠିଲେ ସୁମିତ୍ରା ସ୍ୱାମୀ ଉପାସକଙ୍କ ସହ ହେଲେ ନାଲି ବାଡି଼ଟିକୁ ଭିଡ଼ ଭିତରେ ଧରିବା ରଖିବା ବଡ଼ କଷ୍ଟ ଦାୟକ ହେଲା ତ ସ୍ୱାମୀଙ୍କର ନାଲି ଆଖି କୁ ଦେଖି ସନ୍ତର୍ପଣ ରେ ବାଡି଼ଟିକୁ କୋଳରେ ରଖି ବସିବାର ସୁଯୋଗ ମିଳିଗଲା ସୁମିତ୍ରାଙ୍କୁ l

   ଭିଡ଼ କାଟି ସ୍ୱାମୀ ପାଖରେ ଠିଆ ତ ଥରକୁ ଥର ବାଡ଼ିଟି ତାଙ୍କ ଦେହରେ କେଞ୍ଚି ହେଉଯାଉଥାଏ, ତ ବୁଲିପଡ଼ି ନାଲି ଅଖି ଦେଖାଇ କହୁଥିଲେ, ଆଉ କାହା ଦେହରେ ବାଜିବା ଆଗରୁ ଠିକ ସେ ଧରିରଖ, ସେଇଟା ନକିଣିଲେ କ'ଣ ହୋଇନଥାନ୍ତା, ତ ସୁମିତ୍ରା ଜଡ଼ସଡ଼ ହେଇ ଥରକୁ ଥର ବାଡ଼ି ଟିକୁ ସଜାଡି ରଖୁ ରଖୁ ବସ ରିକ୍ସା ହୋଇ ଘରେ, ତ ଜଗା ହାତକୁ ବଢ଼େଇ ଦେଲେ ନାଲି ବାଡ଼ି ଖଣ୍ଡକ, କି ନାଚ ତାର, ତାକୁ ଧରି ଖାଇଦେଉଥିଲା ତା ମାଆ ହାତରୁ, ତାକୁ ଧରି ଚଳୁଥିଲା ଠୁକୁ ଠୁକୁ, ତ ଏଥର ସ୍ୱାମୀଙ୍କ ମୁରୁକି ହସା ମୁଁହକୁ ଅନେଇ ହସୁଥିଲେ ସୁମିତ୍ରା, ତଥାପି ସ୍ୱାମୀ ନାଲି ଆଖି ଦେଖାଇ କହୁଥିଲେ ହୁସିଆର,ଆଖି, ନାକ କାନରେ ବାଜିବ ବାଡ଼ି ଜଗାର, ଜଗା କିନ୍ତୁ ଖିଲଖିଲ ହସି ବୁଲିବୁଲି ଚାଁହୁଥିଲା ବାଡ଼ି ଛଡେଇବାକୁ ଆସୁଥିବା ଜେଜେ ଙ୍କୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍