ମୁନା ଓ ଗଛ
ମୁନା ଓ ଗଛ
ଏକୁଟିଆ ଗଛଟି ପାଖରେ ମୁନା ଏକେଲା ମନ ମାରି ବସିଥାଏ। ଭାବୁଥାଏ କେତେ କଣ। ଆଜି ବିଶ୍ୱ ଯୋଗ ଦିବସ। ଯୋଗକୁ ଆଜି ତାର ଜନ୍ମଦିନ। ସେ ଏବେ ଛୋଟ ଅଛି ବୋଲି ତାର ଦୁଇଟି ଜନ୍ମଦିନ ପାଳନ ହେଉଛି, ଗୋଟିଏ ତିଥି ଅନୁସାରେ ଅନ୍ୟଟି ତାରିଖ ଓ ମାସ ଅନୁଯାୟୀ। ବଡ଼ ହେଲେ ତ କେତେ ଜନ୍ମ ଦିନ ପାଳନ କରାଯିବ, ଯେମିତିକି ସାର୍ଟିଫିକେଟ ଆନୁଯାଇ ଗୋଟେ ପୁଣି ସୋସିଆଲ ମିଡ଼ିଆ ଆନୁଯାଇ ଆଉଗୋଟେ। କମସେ କମ ଜଣଙ୍କର ଅତିକମରେ ଚାରିଟା ଜନ୍ମଦିନ ପାଳନ ହେଉଛି ଏବେ।
ମୁନା ଚାହିଁଲା ଗଛଟିକୁ। ତା ଉପରେ ଥିବା ବିଭିର୍ଣ୍ଣ ଜାତିର ପକ୍ଷୀ ସବୁକୁ। କାହିଁ ଏମାନଙ୍କ ଜନ୍ମ ଦିନ କେହି ପାଳୁନାହାନ୍ତି ତ କିନ୍ତୁ ସେମାନେ ମଣିଷକୁ ସେବା ଓ ଖୁସି ବାଣ୍ଟି ଚାଲିଛନ୍ତି, ଯେମିତିକି ପ୍ରତିଶ୍ରୁତି ରକ୍ଷା କରି ଚାଲିଛନ୍ତି ସୃଷ୍ଟିର ଆରମ୍ଭରୁ ଏଯାବତ। ମୁନା ମନ ଦୁଃଖ ଦେଖି ବାପା ପାଖକୁ ଆସିଥିଲେ ସବୁ କଥା ଶୁଣି ମୁନାକୁ ବୁଝେଇ କହିଥିଲେ ବିଭିର୍ନ୍ନ ପର୍ବପର୍ବାଣୀରେ ଗଛକୁ ପୂଜା କରାଯାଏ। କଦଳୀ, ବେଲ, ତୁଳସୀ, ବର, ଓସ୍ତ, ନଡ଼ିଆ ଗଛକୁ ସମସ୍ତେ ପୂଜା କରନ୍ତି ତା ଛଡା ସବୁ ଗଛରେ କିଛି କିଛି ଔଷଧୀୟ ଉପାଦେୟ ଥିବାରୁ ଗଛ ଆମର ଖାଲି ଜୀବନ ରକ୍ଷାକାରୀ ନୁହେଁ ବରଂ ମଣିଷ ଓ ଗଛ ପରା ପରସ୍ପରର ପରିପୂରକ। ଗଛ ଅମ୍ଳଜାନ ଛାଡିଲେ ମଣିଷ ନିଶ୍ୱାସ ନିଏ। ମଣିଷ ପ୍ରଶ୍ୱାସରେ ଅଙ୍ଗାରକାମ୍ଳ ଛାଡିଲେ ଗଛ ତାକୁ ଗ୍ରହଣ କରି ବଞ୍ଚେ। ତା ଛଡା ଗଛ ତାର ପତ୍ରରୁ ମଧ୍ୟ ଅଙ୍ଗାରକାମ୍ଳ ସୃଷ୍ଟି କରି ଶ୍ଵାସକ୍ରିୟା ପାଇଁ ସମସ୍ତ ଆବଶ୍ୟକତା ପୁରଣ କରିଥାଏ। ମୁନା ପୁଣି କଣ କହିବାକୁ ଯାଉଥିଲା ବାପା କହିଲେ ଏଇ ଦେଖ, ଘରେ ପ୍ରସ୍ତୁତ ସମସ୍ତ ପିଠାପଣା, କ୍ଷୀରି, ପୁରୀ, ମିଠା, ଫଳ ଆଦି ନେଇ ବୋଉ ଏଇ ଗଛ ମୂଳକୁ ଆସୁଛି। ପ୍ରଥମେ ଏହି ଏକୁଟିଆ ବରଗଛକୁ ପୂଜା କଲା ପରେ ଯାଇ ଅନ୍ୟ ଦେବ ଦେବୀ ପୂଜା ହୁଅନ୍ତି। ହଁ ବାପା ସମସ୍ତେ ସବୁରି ଘରେ ଗଛକୁ ଏହିଭଳି ମାନ ସମ୍ମାନ ଜଣେଇବା ଉଚିତ। ହଁ ନିଶ୍ଚୟ। ଅନେକ ଗଛ,ମେଳିରେ ନରହି ଏକୁଟିଆ ମୁଣ୍ଡ ଟେକି ଠିଆ ହୋଇଥାନ୍ତି ପକ୍ଷୀ ଓ କୀଟ ପତଙ୍ଗ ମାନଙ୍କର ଆଶ୍ରୟ ସ୍ଥଳୀ ହୋଇ ପୁଣି ଛାଇ ଦେଇ ମଣିଷକୁ ଖରା ବର୍ଷାରୁ ରକ୍ଷା କରିବା ସହ ମାଟି ସରଂକ୍ଷଣରେ ଗଛ ସାହାୟକ ହୋଇ ମଣିଷକୁ ଅନେକ ଦୈବ ଦୁର୍ବିପାକରୁ ମଧ୍ୟ ରକ୍ଷା କରିଥାଏ। ହଁ ବାପା ସେଇଥିପାଇଁ ସାର କହୁଥିଲେ ପ୍ରତ୍ୟକ ବ୍ୟକ୍ତି ଗଛ ଲଗେଇବା ଓ ଜଙ୍ଗଲ ସୃଷ୍ଟି ସହିତ ସବୁଜ ବାନାନୀ ଉତ୍ପନ୍ନ କରିବାରେ ସହାୟକ ହେବା ଉଚିତ । ବାପା କହୁଥିଲେ ହଁ ନିଶ୍ଚୟ। ଚାଲ ଆଜି ତୋ ଜନ୍ମ ଦିନ ପାଳନ ଅବସରରେ ଏହି ଏକେଲା ଗଛ ପାଖେ ଆଉ କେତୋଟି ବଢିପାରିବା ଭଳି ଗଛ ଲଗେଇବା।
ମୁନା କହୁଥିଲା ମୋର ଆଉ ଗୋଟେ ମାଗୁଣି ବାପା। ହଁ କହ ପୁଅ, ତୁ ତ ଆମର ସୁନା ପୁଅ। ଅନେକ ଭଲ କାମ କରିବାରେ ତୁ ଆଗୁଆ। ଆଉ କଣ କହୁଛୁ କହ। ବାପା, ପ୍ରତିଦିନ ମୁଁ ଆଉ ମୋ ସାଙ୍ଗମାନେ ଏହି ଏକୁଟିଆ ଗଛ ଛାଇରେ ଯୋଗାଭ୍ୟାସ କରିବୁ ଆଉ ତାହାର ଶୁଭାରମ୍ଭ ଆଜିଠୁ ହେଲେ ଭଲ ହୁଅନ୍ତା । ବାପା କହିଲେ ଠିକ ଅଛି। ଏତ ଉତ୍ତମ କଥା। ମୁଁ ହରି କାକାଙ୍କୁ କହିଦେବି ସେ ସବୁଦିନ ଗଛମୂଳ ପରିସ୍କାର କରିଦେବେ। ମୁନା କହୁଥିଲା ନା ବାପା ସେ କାମ ମଧ୍ୟ ଆମେ କରିବୁ କେବଳ ଜେଜେମାଙ୍କୁ ବୁଝେଇ ଦେବ ମୋ ସାଙ୍ଗମାନେ ଯୋଉ ଜାତିର ହୁଅନ୍ତୁ ନା କାହିଁକି ସଭିଏଁ ତାଙ୍କ ନାତି ବୋଲି ଭାବି ଘର ବାଟେ ବାଡ଼ିକୁ ଆସିବାକୁ ଅନୁମତି ଦେବେ। ନିଶ୍ଚୟ ବୁଝେଇବି ମୋ ମାଆଙ୍କୁ। ସେ ମଧ୍ୟ ଦୟା ତଥା କ୍ଷମାର ଜୀବନ୍ତ ଉଦାହାରଣ। କେବଳ ତାଙ୍କ ପୂଜା ବେଳେ ତୁ ବା ତୋ ସାଙ୍ଗମାନେ ପାଟିତୁଣ୍ଡ କରିବ ନାହିଁ।ମୁନା ହସୁଥିଲା ଖୁସିରେ ବାପାଙ୍କର ଜେଜେମାଙ୍କ ଉପରେ ଖୁବ ଭରସା, ଶ୍ରଦ୍ଧା ଓ ଭକ୍ତି ଥିବା ଦେଖି ତାର ମଧ୍ୟ ତା ପିତାଙ୍କ ଉପରେ ଖୁବ ଭକ୍ତି ସମ୍ମାନ ଆସୁଥିଲା। ଏକେଲା ଗଛଟିକୁ ମୁନା ଖୁସିରେ କୁଣ୍ଢେଇ ପକେଇଥିଲା।
