Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Parameswar Ojha

Others

2  

Parameswar Ojha

Others

ମନ କଥା

ମନ କଥା

2 mins
503


ଜାଣିନି ତୁମେ କେମିତିକା ତୁମ ବାପା ବୋଉ ଭାଇ ଭଉଣୀ କେମିତିକା । ତୁମ ଘର ଦ୍ବାର ଅଗଣା କେମିତି । ତୁମ ପଡିସା ଘର ଗାଁ ନଈ କୂଳ ଗାଧୁଆ ଘର ପାଇଖିନା କେମିତିକା । ତୁମ କଂସା ବାସନ ରୋଷେଇ ଘର ଗ୍ୟାସ ଚୁଲା ତୁମ ମାନଙ୍କ ବ୍ୟବହାର ଚଳଣି ତୁମ ବନ୍ଧୁ ବାନ୍ଧବ କାହା ସହିତ ବି ମୁଁ ଟିକେ ହେଲେ ପରିଚିତ ନୁହେଁ । ଜାଣିନି 

ତୁମ ମାନଙ୍କ ସହ ମନ ମିଶେଇ ଚଳି ପାରିବିକି ନା । ଭଲ ବୋହୂ ଟିଏ ଭଲ ଭାଉଜ ଆଉ ତୁମର ଭଲ ସ୍ତ୍ରୀ ଟିଏ ହୋଇ ପାରିବି କି ନା । ତଥାପି ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି । କିନ୍ତୁ ଗୋଟେ ବଡ ପ୍ରଶ୍ନ ତୁମେ ଆଉ ତୁମ ବାପା ବୋଉ ଭାଇ ଭଉଣୀ ମୋତେ ବୁଝି ପାରିବେ ତ ?


ସମସ୍ତେ ତ ଆଶା ରଖିଥିବେ ଆମ ବୋହୂ ଟି ଭଲ ହୋଇଥାଉ ସୁନା ମୁଣ୍ଡା । ଏତେ କଳୁଗୁରୀ ହୋଇ ନଥାଉ ଉପର ମୁ‌ହିଁ ହୋଇ ନଥାଉ , ଶାନ୍ତ, ଶିଷ୍ଟ, ଭଦ୍ର, ନମ୍ର, ଶିକ୍ଷିତା ହୋଇଥାଉ । ସବୁଠୁ ବଡ଼ କଥା ହେଲା ଦୋଚାରୁଣୀର ଟିକେ ହେଲେ ଛିଟା ତାଠି ପଡିନଥାଉ ।


ଜାଣିଛି ମୋ ଭଳି ତୁମ ବିଷୟରେ ଏମିତି ସବୁ ଭାବିବା କାଳେ ପାପ । କାରଣ ତୁମେ ସ୍ବାମୀ, ଥରେ ସିନ୍ଥିରେ ତୁମ ନାଁର ‌‌‌ସିନ୍ଦୂର ଭରିବା ପରେ ତମେ ଯେତେ ଖରାପ ହୋଇଥାଅ ପଛେ ସେ ସବୁ ଆଡୁ ଆଖି ଫେରାଇ ଆଣି କେବଳ ତୁମର ମଙ୍ଗଳ କାମନା କରିବା ହିଁ କାଳେ ସ୍ତ୍ରୀର ଏକମାତ୍ର ଧର୍ମ ।


ସତରେ କ'ଣ ଗୋଟେ ଝିଅ ସଧବା ହେଲା ପରେ ସବୁ ଭୁଲି ସ୍ବଳ୍ପ ପରିଚିତ ଜଣେ ଅଜଣା ଅଚିହ୍ନା ମଣିଷକୁ ତାର ଏକମାତ୍ର ମାନିନିଏ ? ସେ ମଣିଷ ତା ଜନ୍ମ ଜନ୍ମର ସାଥି ହେଉ ବୋଲି ଇଶ୍ଵରଙ୍କ ପାଖରେ ଅଳି କରି ଜଣାଏ ?


ନାଇଁ ମୁଁ ଏସବୁ ମାନେନି, ସତ କହୁଛି । ମୁଁ ତ କେବଳ ଏତିକି ଜାଣେ ଗୋଟେ ସ୍ତ୍ରୀ ଇଶ୍ବରଙ୍କ ପାଖେ ଶୁଭ ମନାସେ ଏଇଥି ପାଇଁ ଯେ ତାଙ୍କର କିଛି ଅକାଳ ବିୟୋଗ ନ ହେଉ, ଯଦି ସେମିତି ହୁଏ ସେ ସାହାରା ଥାଇ ବି ବେସାହାରା ହୋଇଯିବ, ଦୁଃଖ ସୁଖର ମଣିଷଟି ଅଧା ବାଟରେ ହାତ ଛାଡିଦେଲେ ସେ ଏକା ହୋଇଯିବ ତାକୁ ସୁରକ୍ଷା ଦେଉଥିବା ତାର ଅତି ନିକଟତର ମଣିଷଟି ସବୁବେଳେ ତା ପାଖରେ ଥାଉ ଅନ୍ତତଃ ସେ ମରିବା ପର୍ଯ୍ୟନ୍ତ । 


ବେଳେ ବେଳେ ମୁଁ ଭାବେ ଏମିତି କଣ ହୁଅନ୍ତାନି ଆମ ମଧ୍ୟବିତ୍ତ ପରିବାରରେ । ଝିଅ ମାନଙ୍କୁ ଅଗ୍ରାଧିକାର ଦିଆଯାନ୍ତା ସେ ପୁଅ ଘରେ କିଛି ଦିନ ରୁହନ୍ତା, ବନ୍ଧୁ ବାନ୍ଧବଙ୍କ ସହ ମିଶନ୍ତା ଘର ଦ୍ବାର ଚାଲିଚଳଣ ବିଷୟରେ କିଛିଟା ଜାଣି ନିଅନ୍ତା, ପୁଅ ସହ ମନଖୋଲି କଥା ହୁଅନ୍ତା ତାପରେ ତାକୁ (ମାନେ ଆମ ମାନଙ୍କୁ ) କିଛି ଅସହଜ ଲାଗନ୍ତାନି । 

ମୁଁ ଜାଣେ ପା ଏମିତି କେବେ ବି ହେବନି ଆଉ ଯଦି ହୋଇଗଲା ଗ...ଲା....


ଆମ ବଡା'ପା ଦଦେଇ, ଅଜା ଆଈ, ବାପା ବୋଉ ମାନେ ହାଁଟା କରି ପାଟି ଖୋଲି ଦେବେ ଆଉ କହିବେ -

" କି ଯୁଗ ହେଲାଲୋ ମା ! " 


ଗୋଟେ ଝିଅ ନୂଆ ଘରକୁ ଯିବା ପୂର୍ବରୁ ନିରାଶା ମନ ସହ ଦୀର୍ଘ ଶ୍ଵାସ ଆଉ ସଂଶୟ ବହୁତ ଗୁଡେ ନାମହୀନ ଭୟ ସାଥିରେ ଧରି ଯାଇଥାଏ । କାରଣ ସେ ଜାଣି ନଥାଏ ସେଠି ପହଞ୍ଚିଲା ପରେ କୋଉ ଚରିତ୍ର ତାକୁ କୋଉ ଅବସ୍ଥାରେ ଭେଟିବେ ଆଉ ତାଠୁ କ'ଣ ଆଶା କରିବେ । ହଁ ବା ସେମିତିରେ ବି ଝିଅ କିଛି ଦିନ କିଛି ମାସ ରହିଲେ ବଳେ ଜାଣି ଦେବନି କି ଏ ସବୁ ।

ତଥାପି.... ଛାଡ ।


ସବୁ ଝିଅଙ୍କ ପରି ମୁଁ ବି ତମ ଫଟୋ ଦେଖିଲି ଏତେ ଖାସ୍ ଲାଗିଲନି ମୋତେ । ମୁଁ ଫିଲ୍ମୀ ହିରୋ ଖୋଜୁ ନଥିଲି କିନ୍ତୁ ତୁମେ ମୋ ମନ ମୁତାବକ ନଥିଲ । ତଥାପି ବାପା ବୋଉଙ୍କ ଆଜ୍ଞାଧିନା ଝିଅ ଯେତେବେଳେ । 

ତାଙ୍କୁ କହିଲି - " ତମ ଦୁହିଁଙ୍କ ପସନ୍ଦରେ ମୋର ପସନ୍ଦ, ତମ ଠାରୁ ମୁଁ କ'ଣ ଦୁନିଆକୁ ଅଧିକ ପଢିଛି ।" 


---------------------୦୦୦------------------

✍️.. ପରମେଶ୍ବର ଓଝା

ମହାକାଳପଡ଼ା , କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ -- ୬୩୫୫୧୩୩୩୦୧



Rate this content
Log in