STORYMIRROR

ବଳରାମ ବାରିକ

Children Stories Drama Inspirational

4.5  

ବଳରାମ ବାରିକ

Children Stories Drama Inspirational

ମାତ୍ର କେଇ ପାଦ ରାସ୍ତା

ମାତ୍ର କେଇ ପାଦ ରାସ୍ତା

4 mins
527


ଜଗା, ଫାଟକ ବାହାରେ ଥିବା ସେହି ଲିମ୍ବ ଗଛ ମୂଳକୁ କାହିଁକି ଦୌଡ଼ି ଯାଏ କେହି ଜାଣି ନାହାଁନ୍ତି।ଗଛ ତଳେ ଥାକ ଥାକ ହୋଇ ପଡ଼ିଥିବା ଦୁଇଟି ମାଙ୍କଡା ପଥର ଉପରେ ଠିଆ ହୋଇ ବଗ ଭଳି ବେକ ବଙ୍କା- ଟଙ୍କା କରି ଉଣ୍ଡୁଥାଏ। ସେଇଟା ତାର ନୀତିଦିନିଆ କାମ...ଖୁସି ମିଳେ ତାକୁ। ପରିଚାରକ ଚିଲ୍ଲାଇ ଡାକେ ...

-ଜଗା ....ଜଗା ....

-ହଁ କାକା .

-ତୁ ସକାଳୁ ସକାଳୁ କାହିଁକି ସେ ଲିମ୍ବ ଗଛ ମୂଳେ ଠିଆ ହୋଇ କାହାକୁ ଉଣ୍ଡୁଛୁ ?

-ନାଇଁ କାକା ସେମିତି କିଛି ନାହିଁ !!! ପାଚିରୀ ଆରପଟେ ବହୁତ ପିଜୁଳି ଫଳିଛି ତ ,ଦେଖୁଥିଲି।

-କଣ କିଛି ନାହିଁ କିରେ !! ମୋତେ କଣ ବୋକା ଭାବିଲୁ .. ତୁ ତ ଏଇ ବାର ବର୍ଷ ହେଲାଣି ଏଇଠି ଅଛୁ।କହିଲା ଭଳିଆ ମୋର ପରା ଏଇଟା ଏନ୍ତୁଡ଼ି ଶାଳ। ମୁଁ ଏଇଠି ବଢି ପିଲାରୁ ଅଧା ବୟସିଆ ହେଲିଣି।

-ଆଛା କାକା ମୁଁ ଏଠିକି କେମିତି ଆସିଲି ?

-ଯେମିତି ପିଙ୍କୁ, ବାବୁ,ଚୁମୁକି, ବିଷ୍ଣୁ, ପିଟର ,ମୁମ୍ତାଜ୍ ଆଉ ଅନ୍ୟ ମାନେ ଆସିଲେ।

-କେମିତି ??

-କାହିଁକି ଏ ସବୁ ଆଜି ପଚାରୁଛୁ ? ବାର ବର୍ଷ ଭିତରେ ତ କେବେ ପଚାରି ନାହୁଁ !! 

.......  

ଜଗା କିଛି କ୍ଷଣ ମୌନ ହୋଇ ରହିଗଲା।ମୁହଁକୁ ତଳକୁ ପୋତି । ରାଗରେ ଖାଲି ଫଁ ଫଁ ହେଲା ।ଗୋଡ଼ କଚାଡିଲା। ଛାତି ଭିତରୁ ତାର କୋହ ବାହାରି ଝଡ଼ ରୂପ ନେବା ପୂର୍ବରୁ ମଧ୍ୟାହ୍ନ ଭୋଜନ ଘଣ୍ଟି ବାଜିଗଲା। ଥାଳି ଧରି ଜଗା ଦୌଡ଼ିଲା। କାହିଁକି କେଜାଣି ତାର ମନର ଅସୁମାରୀ ପ୍ରଶ୍ନ ଆଜି ଉଙ୍କି ମାରୁଛି। କଣ' ଧୀରେ ଧୀରେ ଜଗା ସବୁ ବୁଝି ପାରିଲାଣି !!! ହଁ ସେ ତ ଏବେ ଯଶୋଦା ଆଶ୍ରମର ସବୁଠୁ ବଡ଼ ଛୁଆ।ଏତିକି ତାର ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ।କଣ ତାର ଅସ୍ତିତ୍ବ କଣ ତାର ଜନ୍ମ ରହସ୍ୟ। ଉମା ଦିଦି ଜଗାର ଅନ୍ତର୍ଦ୍ୱନ୍ଦ ଓ ସୃଷ୍ଟି ହୋଇଥିବା ଅଦିନିଆ ଝଡ଼ ବିଷୟରେ ଜୟ କାକା ଠାରୁ ଜାଣିବାକୁ ପାଇଲେ। ସେଦିନ ଜନ୍ମାଷ୍ଟମୀ ଥାଏ ।ଜଗା ଶ୍ରୀକୃଷ୍ଣ ବେଶ ଧାରଣ କରିଥାଏ।ଯଶୋଦା ଆଶ୍ରମ ଉତ୍ସବ ମୁଖର ହୋଇ ଉଠିଥାଏ।ଉମା ଦିଦି ଜଗାକୁ ଲବଣି ସର ଖୋଇବାକୁ ଯାଉଥିଲେ। ଜଗା ରାଗିକରି ଚିଲ୍ଲାଇ ଉଠିଲା ...ନା ମୁଁ ଖାଇବିନି । ଉମା ଦିଦି ପଛେ ପଛେ ଧାଇଁଥାନ୍ତି । ଜଗା....ଜଗା .....ଜଗା ଆରେ ଏ ଜଗା ଶୁଣୁ ,ଆରେ ଲବଣି ସର ତକ ତ ଖାଇଦେ।ତୋ ପାଇଁ କେତେ ସରାଗରେ ଆଣିଛି।

× × ×

ସନ୍ଧ୍ୟା ପ୍ରାର୍ଥନା ପରେ ଉମା ଦିଦି ଏକଲା ଜଗାକୁ ଡାକିଲେ । -ଜଗା ,କଣ ହେଇଛି ତୋର ? ଦେଖୁଛି ତୁ ଆଜିକାଲି ବହୁତ ଚଗଲା ହେଉଛୁ।କଣ ଦରକାର ତୋର ସେ ପାନ ଦୋକାନ ସାମ୍ନାରେ ବସିବା? ।ଜାଣିନୁ ସେଠି କେମିତି ଅସାମାଜିକ ଲୋକଙ୍କ ଭିଡ଼ ଜମେ।

- ପାନ ଦୋକାନରେ ଲୋକ କଥା ହେଉଥିଲେ ଆମ ଆଶ୍ରମ କୁଆଡେ ଅନାଥ ଆଶ୍ରମ।ଆଉ ଆମେ ମାନେ କାଳେ ଅନାଥ ପିଲା !! ( ମୁହଁକୁ ତଳକୁ ଧକେଇ ଧକେଇ ଜଗା କହିଲା ) ଉମା ଦିଦି ଅନାଥ ମାନେ କଣ ? ମୋ ମା ଓ ବାପା କିଏ ? ସେମାନେ ଏବେ କୋଉଠି ? ଉମା ଦିଦି ସ୍ତମ୍ବିଭୂତ !! କେମିତି ଦେବେ ସେ ଜଗାକୁ ଉତ୍ତର ? କଣ କହି ସେ ଜଗାର ମନରେ ଉଠିଥିବା ଝଡ଼କୁ ଶାନ୍ତ କରିବେ କିଛି ବୁଝି ପାରିଲେ ନାହିଁ।ମନରେ ସାହାସ ଜୁଟାଇଲେ ଓ କହିଲେ ।

-ଜଗା ,ଯେଉଁ ଛୁଆମାନଙ୍କୁ ଠାକୁର ଅଧିକ ଭଲ ପାଆନ୍ତି ଓ ସ୍ନେହ କରନ୍ତି ସେମାନଙ୍କୁ ଯଶୋଦା ଆଶ୍ରମ ପଠେଇ ଦିଅନ୍ତି।କାରଣ ଏଇଠି ଭଗବାନ ଶ୍ରୀକୃଷ୍ଣଙ୍କୁ ଲାଳନ ପାଳନ କରୁଥିବା ଯଶୋଦା ମା ମାନେ ଅଛନ୍ତି। -ଆଛା ତାହେଲେ ଆମ ଫାଟକ ସାମ୍ନାରେ ପାଚିରୀ ଭିତରେ ଯେଉଁ ଘର ଗୁଡିକ ଅଛି ଆଉ ସେଠି ଯେଉଁ ବୁଢ଼ା -ବୁଢ଼ୀ ମାନେ ଅଛନ୍ତି ,ସେମାନେ ଆମ ପାଖକୁ କା

ହିଁକି ଆସୁ ନାହାନ୍ତି ? ସେମାନେ କଣ ଆମ ମାନଙ୍କ ପରି ଅନାଥ ?

- ନାଇଁରେ ଜଗା ନା ତୁମେ ସବୁ ଅନାଥ ନା ସେ ବୁଢା ବୁଢ଼ୀ ମାନେ ଅନାଥ !!

 -ତାହେଲେ ସେମାନେ ନିଜ ଘରେ ନିଜ ପୁଅ ,ବହୁ,ନାତି ନାତୁଣୀ ପରିବାର ସଙ୍ଗେ ନରହି ଏ ବୟସରେ ଏମିତି କାହିଁକି ରହୁଛନ୍ତି ? ଉମା ଦିଦିଙ୍କ ଆଖି ଲୁହରେ ଜକେଇ ହେଇ ଆସୁଥିଲା କଣ୍ଠ ବାସ୍ଫୋରୋଧ ହେଇ ଯାଉଥିଲା।

-ବୁଝିଲୁ ଜଗା ,ଏମାନେ ଏମାନଙ୍କ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଓ ଲାଳନ ପାଳନ ମଧ୍ୟ କରିଥିଲେ କିନ୍ତୁ ଏମାନଙ୍କର ଚାକିରିଆ ପୁଅ ଓ ବହୁ ଏମାନଙ୍କୁ ଘରେ ନରଖି ଏ ଜରାଶ୍ରମରେ ରଖିଛନ୍ତି।ମାସକୁ ମାସ ଜରାଶ୍ରମରେ ନିଜ ବାପା ମାଙ୍କର ଖାଇବା ଖର୍ଚ୍ଚ ଦେଇ ଦେଉଛନ୍ତି। ଆଉ ବେଶୀ କିଛି ଦେବାକୁ ଅସମର୍ଥ ଏମାନେ।କାରଣ ଏମାନେ ହାଇ ଷ୍ଟାଟସରେ ରହୁଛନ୍ତି।ପଇସା ଅଭାବ ପଡି ଯାଉଥିବ।ଏ ମାଉସୀ ମଉସା ମାନଙ୍କର ଔଷଧ ଓ ଅନ୍ୟାନ ଖର୍ଚ୍ଚ ଜରାଶ୍ରମ ହିଁ ବହନ କରେ।

-ଓଃ ସେଥିପାଇଁ ତାହେଲେ ମଝିରେ ମଝିରେ କାର୍ ଭିତରୁ ସୁଟ୍ ବୁଟ୍ ପିନ୍ଧା ମଣିଷ ବାହାରନ୍ତି ଓ ପାର୍ଶ୍ଵଲ୍ ଦେଇ ଯାଆନ୍ତି।

-ହଁ ଜଗା ତୁ ଠିକ୍ ଦେଖିଛୁ।ସେମାନେ ସେ ପର୍ଯ୍ୟନ୍ତ ଆସନ୍ତି ଯେଉଁ ପର୍ଯ୍ୟନ୍ତ ଜମିବାଡ଼ି କାଗଜ ପତ୍ର ତାଙ୍କ ନାଁରେ ନହୋଇଛି। ତା ପରେ ଆଉ ଦେଖା ମିଳେନି। କିଛି ଲୋକ ତ ନିଜ ବାପା ,ମାଙ୍କ ମୃତ ଶରୀରକୁ ମଧ୍ୟ ମୁଖାଗ୍ନି ଦେବାକୁ ଏଠୁ ନିଅନ୍ତି ନାହିଁ। -ଆଃ କେଡେ ନିର୍ଦୟ ଏମାନେ ।ନିଜ ଜନ୍ମ କଲା ବାପା ମାଙ୍କୁ ମଧ୍ୟ ଏପରି ଅବସ୍ଥାରେ ଛାଡି ଦେଇ ଯାଆନ୍ତି।ଯେଉଁ ବାପା- ମା ପେଟରେ ଓଦା କନା ପକେଇ ପଢେଇ ଲେଖେଇ ଏମାନଙ୍କୁ ବଡ଼ ମଣିଷ କରିଥିଲେ।ଉମା ଦିଦି ଆମ ସମାଜରୁ ଏ ମାନସିକତା କେବେ ଦୂର ହେବ ?

-ହଁ ଜଗା ଦୂର ନିଶ୍ଚୟ ହେବ।ଯେତେବେଳେ ଆମେ ଆମ ନୈତିକ ମୂଲ୍ୟବୋଧ ଓ ସାମାଜିକ କର୍ତ୍ତବ୍ୟକୁ ସମ୍ମାନ ଦେବା ଆରମ୍ଭ କରିବା।

-ଦିଦି ମୋତେ ଖୁସି ଲାଗୁଛି ଏଇଥିପାଇଁ ମୁଁ ଯଶୋଦା ଆଶ୍ରମର ଅନ୍ତେବାସୀ ବୋଲି।ଆପଣ ମାନେ ସତରେ ମହାନ।ଆମକୁ କେଉଁଥିରେ ବି ଅଭାବ ରଖିନାହାନ୍ତି।ଖାଇବା ପିଇବା ଠୁ ଆରମ୍ଭ କରି ଆମର ଶିକ୍ଷା ସ୍ୱାସ୍ଥ୍ୟ ସବୁଥିରେ ଆମମାନଙ୍କୁ ଆଗକୁ ନେଇଛନ୍ତି।କେବେ ବି ଆମକୁ ଜଣା ପଡିନି ଆମେ ବାପ ମା ଛେଉଣ୍ଡ ବୋଲି।

-ଏମିତି କଣ କହନ୍ତି।ଏହାତ ଆମ ଆଶ୍ରମର ପରମ୍ପରା।ତୁମେ ସମସ୍ତେ ଏ ଯଶୋଦା ଆଶ୍ରମର ଗର୍ବ ଓ ଗୌରବ।

-ଜାଣିନି ଆମ ନିଜ ବାପ-ମା ଆମ ମାନଙ୍କ ପାଇଁ ଏତେ ସୁଵିଧା କରି ପରିଥାନ୍ତେ କି ନାହିଁ ଯେତିକି ଆପଣ ଆମକୁ ସ୍ନେହ ,ପ୍ରେମ ଓ ଭଲ ପାଇବା ଦେଇଛନ୍ତି।ମୁଁ ଗୋଟେ କଥା ଭାବୁଥିଲି ଦିଦି !!

 -କଣ କହ ? ତୁ ଯାହା କହିବୁ ତାହା ପୁରା ହେବ।

-ମୁଁ କଣ କହୁଥିଲି କି !!ଏ ବୁଢା -ବୁଢ଼ମାନେ ନିଜ ପୁଅ ଝିଅ ଓ ନାତି -ନାତୁଣୀଙ୍କୁ ବହୁତ ଝୁରି ହେଉଥିବେ ନା ??

-ହଁ ନିଶ୍ଚୟ ।

-ଆଛା ଦିଦି ଆମେ ଯଦି ଜରାନିବାସକୁ ଯାଇ ସେଠିକାର ଅନ୍ତେବାସୀ ବୃଦ୍ଧ ଓ ବୃଦ୍ଧା ମାନଙ୍କର ସେବା ଶୁଶ୍ରୁଷା କରନ୍ତେ ,ତାଙ୍କ ସୁଖରେ ଦୁଃଖରେ ଠିଆ ହୁଅନ୍ତେ କେମତି ହୁଅନ୍ତା।

-ବାଃ ଖୁବ୍ ଚମତ୍କାର ବୁଦ୍ଧି ତୋର ଜଗା।ସେମାନଙ୍କୁ ପୁତ୍ର କନ୍ୟାଙ୍କ ସ୍ନେହ ମିଳିଯିବ ଆଉ ତୁମକୁ ମଧ୍ୟ ଜଣେ ଜଣେ ପିତା ଓ ମାତାର ସ୍ନେହ।

-ହଁ ମୁଁ ମଧ୍ୟ ତାହା ଭାବୁଥିଲି ଦିଦି।ମୁଁ ତ ଲିମ୍ବ ଗଛ ମୂଳେ ଲୁଚି ଲୁଚି ତାହା ହିଁ ଦେଖୁଥିଲି।କିଛି ବୁଝି ପାରୁନଥିଲି।ଆଜି ବୁଝି ପାରିଛି,ଜୀବନ ର ମାନେ ଓ ମଣିଷ ଜୀବନର ଲକ୍ଷ୍ୟ କଣ ହେବା ଉଚିତ୍ ।

-ହଁ ଜଗା ତୁ ଠିକ୍ ବୁଝି ଯାଇଛୁ।ଯଶୋଦା ଆଶ୍ରମରୁ ହାପି ହୋମ୍ ମାତ୍ର କେଇ ପାଦ ରାସ୍ତା।


Rate this content
Log in