STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

3.5  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

କରୋନା

କରୋନା

1 min
646


ଏକୋଇଶ ଦିନ ବ୍ୟାପୀ ଗୃହବନ୍ଦୀ ମିଆଦର ଆଜି ଥିଲା ପ୍ରଥମ ଦିନ। ଘରେ ବନ୍ଦୀ ହୋଇ ରହିବା ସତରେ ଏକ ଆହ୍ୱାନ। ଛଅ ବର୍ଷର ପୁଅ ସହ ଖେଳିବା ହିଁ ସବୁଠାରୁ ବଡ଼ ଟାଇମ ପାସ ଘରେ।

କରୋନାର ଆତଙ୍କ ସବୁଠି। ଆଖିକୁ ଦିଶୁ ନ ଥିବା ଏକ ଭୂତାଣୁର ଭୟରେ ମଣିଷ ଜାତି ଏବେ ଥରହର।ସଭ୍ୟତାର ସବୁ ପ୍ରଗତି ମନେହୁଏ ତୁଚ୍ଛ। ଏବେ କେବଳ କରୋନାର ପରିସଂଖ୍ୟାନ: ବଢ଼ି ଚାଲିଛି ରୋଗୀଙ୍କ ସଂଖ୍ୟା ଓ ମୃତକଙ୍କ ତାଲିକା।

ସଙ୍ଗରୋଧ-ଏମିତି ଏକ ଶବ୍ଦ ସହ ପରିଚିତ କରେଇଛି କରୋନା।

ହେ କରୋନା, ତୁମକୁ ଡରି କବାଟ ବନ୍ଦ କରି ଦେଇଛନ୍ତି ଈଶ୍ୱର, ମନ୍ଦିରରେ।ଆଲ୍ଲା, ମସଜିଦରେ।ଯୀଶୁ, ଗୀର୍ଜାରେ।ସେମାନେ ବି ସଙ୍ଗରୋଧରେ। ସଙ୍ଗରୋଧର ଏଇ ସମୟ ଯଦିଓ ଆହ୍ୱାନ ପ୍ରାୟ, ତେବେ ସଙ୍ଗରୋଧ ପରର ପୃଥିବୀକୁ ନେଇ ସମସ୍ତେ ଉଦବିଗ୍ନ।କରୋନା, ତୁମେ ଗଲା ପରେ ଏ ପୃଥିବୀ କେମିତି ଥିବ?ଯୁଦ୍ଧ ପରର ଶାନ୍ତି?

ଓଃ... କରୋନା!ବଡ଼ ଦୁର୍ବିସହ ଏ ସଙ୍ଗରୋଧ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍