STORYMIRROR

Sunanda Mohanty

Children Stories Romance Thriller

4  

Sunanda Mohanty

Children Stories Romance Thriller

କଫି ଓ ସ୍ମୃତି

କଫି ଓ ସ୍ମୃତି

4 mins
8

ଘରଟିଏ ହେବାର ସ୍ବପ୍ନ ଲୁଚକାଳି ଖେଳୁ ଖେଳୁ ସତ ହେଲା ବେଳକୁ ନା ଥିଲେ ବାପା ନା ଥିଲେ ବୋଉ ହେଲେ ସହଧର୍ମିଣୀ ହୋଇ ଆସିସାରିଥିଲେ ସାଗରୀକା. ଅଙ୍କୁଶଙ୍କ ସଙ୍ଗେ ଭାଗ୍ୟ ଲୁଚକାଳି ଖେଳୁ ଖେଳୁ ବାପା ମାଆଙ୍କ ପାଇଁ ଭଲ ଘରଟେ କରି ତାଙ୍କୁ ସୁଖୀ ରଖିବାକୁ ଚାହିଁ ରଖିପାରିନଥିଲେ ଆଉ ଏବେ ନିଜ ସରକାରୀ ଚାକିରୀ ସାଙ୍ଗକୁ ସ୍ତ୍ରୀ ସାଗରୀକାଙ୍କ ସ୍କୁଲ ଚାକିରୀ ଜାଗା ବା ସ୍ଥାନ  ଭିତରେ ଗାଁ ଘରେ ରହିବା ସମ୍ଭବ ହେଉନଥିଲା ତ ଗାଁ ଛାଡି ସହରକୁ ଯିବା ଦିନ ଖୁବ କାନ୍ଦିଥିଲା ଅଙ୍କୁଶ ବାପା ମାଆଙ୍କୁ ମନେପକାଇ. ହୃଦୟ ଭିତରୁ ଉଠୁଥିବା କୋହ କିନ୍ତୁ ଥରକୁ ଥର ଲୁହ ହୋଇ ଗଡିଯାଉଥିଲା ଯେବେ ଥରକୁ ଥର ନୂଆଘର ଖୋଜିବାକୁ ପଡୁଥିଲା ସହରର ଗଳି କନ୍ଦି ବୁଲି ବୁଲି. ପୁଣି ଗାଁରୁ ଗାଁ କେଵେ କାରଣ କେଵେ ଅଙ୍କୁଶର ବଦଳୀ ହେଉଥିଲା ତ କେଵେ ସାଗରୀକାର ବଦଳୀ ହେଉଥିଲା ତାହା ପୁଣି କେଵେ ଗାଁରେ ତ କେଵେ ସହରରେ ତ ତାରି ଭିତରେ ଦୁଇପୁଅ ଓ ଏକମାତ୍ର ଝିଅଙ୍କୁ ମଣିଷ ପରି ମଣିଷ କରିବାକୁ ଦୁଇଜଣଙ୍କ ଚାକିରୀ ସ୍ଥାନ ନିରୂପଣ ପୂର୍ବକ,ସୁବିଧା, ଅସୁବିଧା ଦୂରତା ନିର୍ଦ୍ଧାରଣ କରି ବଦଳୁଥିଲା ଘର ତ ଭିତରେ ଥିବା ଗାଁ ଘର ପ୍ରତି ଅଙ୍କୁଶର କୋହ ମୋହ ସବୁ ଲୁହ ହୋଇ ନିଗିଡି ପଡୁଥିଲା.
      ଯା ହେଉ ଏଥର ସହରେ ନିଜ ଘର କରିବା ପାଇଁ ଶେଷକୁ ଜମି କିଣା ହେଲା ଘର ତୋଳା ମଧ୍ୟ ହେଲା.ଏମିତି ସହରରେ ଘର ହେଲା ଯୋଉଠି ଶିକ୍ଷା ସ୍ୱାସ୍ଥ୍ୟ ଓ ପରିବେଶ ଭଲ ଥିଲା ଓ ପିଲା ତିନୋଟି ମଣିଷ ପରି ମଣିଷ ହେବାକୁ ଅର୍ଥାତ ଶିକ୍ଷା ପାଇବାର ସୁଯୋଗ ପାଇ ଆଜିକା ଯୁଗରେ ଭଲମଣିଷ ହେବାର ପରିଚୟ ପାଇ କମ୍ପାନୀରେ ଭଲ ପ୍ୟାକେଜରେ ଅବସ୍ଥାପିତ ହେଲା ବେଳକୁ ଝିଅଟି ମଧ୍ୟ ବାହାଚୋରା ହୋଇସାରିଥିଲା. ଭଲ ଘର ଓ ବର ଦେଖି ଝିଅ ବାହାଘର ସରିବା ବେଳକୁ କିନ୍ତୁ ସାଗରୀକା ସୁସ୍ଥ ନଥିଲା. ସେତେବେଳକୁ ଅଙ୍କୁଶ ଅବସର ନେଇ ସାରିଥିଲେ ମଧ୍ୟ ସାଗରୀକାଙ୍କର ଚାକିରୀ ସମୟ ଶେଷ ହୋଇ ନଥିଲା କିନ୍ତୁ ଅବସ୍ଥା ଏମିତି ହେଲା ଯେ ସାଗରୀକାକୁ ଇଛାକୃତ ଅବସର ନେବାକୁ ପଡିଲା କାରଣ ଡାକ୍ତର ପରାମର୍ଶ ଦେଇସାରିଥିଲେ କି ସାଗରୀକାଙ୍କ ସ୍ୱାସ୍ଥ୍ୟ ଠିକ ହେବା ପାଇଁ ସ୍ଥାନ ପରିବର୍ତ୍ତନ ତଥା ପରିବେଶ ଓ ଜଳବାୟୁ ପରିବର୍ତ୍ତନ ନିହାତି ଆବଶ୍ୟକ. ଯେଉଁଦିନ ଅଙ୍କୁଶ ସ୍ତ୍ରୀଙ୍କୁ ନେଇ ପ୍ଲାଇଟ ଚଢିଲେ ସିମଲା ଯିବାପାଇଁ ଭାବୁଥିଲେ ସହରରେ ମୁଣ୍ଡଟେକିଥିବା ଏ ବିରାଟ ଘରଟାରେ ରହିବ କିଏ? ପୁଅ ଦୁହେଁ ଓ ଝିଅ କହୁଥିଲେ ସେକଥା ପରେ ତୁମେ ଆଗ ମାଆର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହ. ଫ୍ଲାଇଟର ଉଡାଣ ବେଳେ ଅଙ୍କୁଶ ଆଖିରୁ ଲୁହ ଦି ଟୋପା ତା ନିଜ ଅଜଣାତରେ ବାହାରିଗଲା ବେଳେ ସାଙ୍ଗରେ ଥିବା ଝିଅ କହୁଥିଲା ସବୁ ମଣିଷ ଜୀଵନ ଏମିତି ବାପା. ସମୟ ଲୁଚକାଳି ଖେଳୁଥାଏ ହେଲେ ତରିକା ଅଲଗା ଅଲଗା. ଜୋଇଁ ସିମଲାରୁ ଫୋନ କରୁଥିଲେ ଉଡାଣ ଆରମ୍ଭ ହେଲା ନା ନାହିଁ? ଅଙ୍କୁଶଙ୍କ ଆଖିରେ ଗାଁ ଘରଠୁ ଆରମ୍ଭ କରି ସମୟ ସହିତ ବିଭିର୍ନ୍ନ ସ୍ଥାନରେ ଗଢିଉଠିଥିବା ଘର ଗୁଡିକର ପ୍ରତିଛବି ତାଙ୍କ ସହିତ ଲୁଚକାଳି ଖେଳୁଥିଲା ଯେମିତି ତ ଏୟାରହୋଷ୍ଟେସ ନିର୍ଦେଶରେ ବେଲ୍ଟ ଟାଇଟ କରୁଥିଲେ ସମସ୍ତେ.ସିମଲା ରେ ଝିଅ ଘରେ ସ୍ୱାସ୍ଥ୍ୟର ପରିବର୍ତ୍ତନ ହେବ କଣ ଅଧିକ ବଢୁଥିଲା ବେଳେ, ଝିଅର ଝିଅ ଟିକି ନାତୁଣୀ ଡୁଗୁ ସଙ୍ଗେ ଖେଳି ଓ ଝିଅ ରା଼ନ୍ଧିଥିବା ମାଛ ଚୁଙ୍ଗୁଡ଼ି ଖାଇ ବଳକା ଖାଦ୍ୟ ସବୁକୁ ଝିଅ ରିଟୁ ତାଙ୍କର ଗୋଳେଇ ଚାହିଁ ରହୁଥିଲା କସରା ଓ କାଳିଆ ପାଇଁ. ସେ ଦୁହେଁ ବୁଲା କୁକୁର ଥିଲେ ମଧ୍ୟ ମଣିଷ ପରି ସବୁ ବୁଝିଯାଉଥିଲେ. ସେ ଦୁହିଁଙ୍କ ମାଆ କୁକୁର ମଧ୍ୟ ଦିନେ ଏମିତି ବଳକା ଭାତ ମାଛ ଖାଇ ଏହି କାଳିଆ ଓ କସରା ଦୁଇ ପୁଅ ଝିଅଙ୍କୁ ଜନ୍ମ ଦେଇ ରିଟୁର ସାମୟିକ ଅନୁପସ୍ଥିତରେ କୁଆଡେ ହଜିଗଲା ଯେ ଆଉ ଆସୁନଥିଲା. ତା କଥା କହି ପ୍ରତିମା ଓ ଅଙ୍କୁଶଙ୍କ ଝିଅ ରିଟୁ ଆଖିରେ ଲୁହ ଟଳମଳ କରୁଥିଲା.ମାତୃତ୍ୱ ସବୁ ମାଆଙ୍କ ପାଖରେ ଥାଏ ସତ ହେଲେ କାଳିଆ ଓ କସରାଙ୍କ ମାଆ ହେଲାପରେ କୁକୁରଟି ସେମାନେ ଖାଇବେ ବୋଲି ଖାଦ୍ୟ ଛୁଁ ନଥିବା କଥାଟା ବାପା ମାଆଙ୍କ ଆଖିରେ ମଧ୍ୟ ଲୁହ ଆଣିଦେଇଥିଲା. ଝିଅ ରିଟୁ କହିଚାଲିଥିଲା ଖାଦ୍ୟ ତ ଏମିତିରେ ଭଗବାନ ତାଙ୍କ ପାଇଁ ରଖିନାହାଁନ୍ତି ଏ ପ୍ରକୃତିରେ!ସେଥିରେ ମଣିଷ ଖାଦ୍ୟରେ ଆଶା ରଖୁଥିବା କୁକୁରଟିକୁ ଯେତେ ଦେଲେ ମଧ୍ୟ ସେ ତା ସନ୍ତାନ ଖାଆନ୍ତୁ ଭାବି ଛାଡ଼ି ଦେଇଥିଲା ଖାଦ୍ୟ ତ କେତେଦିନ ବଞ୍ଚିଥାଆନ୍ତା ଆଉ. ଏପଟେ ଝିଅର କଥା ଶୁଣି ମନରେ ଥିବା ଭୁତାଣୁ ଭାଇରସକୁ ନଡରି ଏ କୁକୁରମାନଙ୍କୁ ଏତେ ପ୍ରଶୟ ଦେଉଛୁ ଯେ ଝିଅ ନକହି କଥାତକ ଢ଼ୋକି ଦେଲେ ଅଙ୍କୁଶ ଓ ମାଆ ସାଗରୀକା କାନ୍ଦୁଥିଲେ ଖୁବ.ଆଉ ଅଳ୍ପ ଦିନ ପରେ ସାଗରୀକାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ଅଙ୍କୁଶ ତ ବାପାଙ୍କୁ ଭାଇମାନଙ୍କ ପାଖକୁ ନଛାଡି ଝିଅ ରିଟୁ ତାଙ୍କ ସବୁ ଦାଇତ୍ୱ ନେଇ ପାଖରେ ରଖିଥିଲା ବେଳେ ବାପା ପିଉଥିଲେ କଫି ଓ ମନେପକାଉଥିଲେ ସାଗରୀକାଙ୍କ ସ୍ମୃତି. ଝିଅ ରିଟୁ ଦୁଇ ଭାଇଙ୍କ ପାଇଁ ରାକ୍ଷୀ ସଜାଡ଼ିଲା ବେଳେ ଟିକି ନାତୁଣୀ ଡୁଗୁ ବିଲେଇଟି ସହ ଖେଳି ତାକୁ କ୍ଷୀର ବିସ୍କୁଟ ଖୁଆଇ ଚାଲିଥିଲା ତାର ଅନ୍ୟାନ୍ୟ ସାଙ୍ଗ ମାନଙ୍କ ସହ. ସେମାନେ ସବୁ ଥିଲେ ସାଇନୁ, ପ୍ରାର୍ଥନା, ସ୍ତୁତି, ଇରା, ବଣ୍ଟି. ସମସ୍ତେ ମିଶି ପୁଷିର ଛୁଆଙ୍କୁ ଢାବଲରେ ରଖି ଖାଇବା ଦେଉଥିଲେ. ଏସବୁ ଦେଖି ଅଙ୍କୁଶ ଉଠିଗଲେ ତୋରାଣୀ ବାଲ୍ଟି ଧରି ଗେଟ ପାଖକୁ. ଖରା ଗରମ ଦାଉରେ ବାଟ ଚାଲୁଥିବା ଷଣ୍ଢଟିକୁ ତୋରାଣୀ ସହିତ ପରିବା ଚୋପା ଓ ପାଚିଲା କଦଳୀ ଚୋପା ଦେଉଥିଲେ ତ ଟିକି ନାତୁଣୀ ଡୁଗୁ କହୁଥିଲା ଷଣ୍ଢର ପସନ୍ଦ ଖାଦ୍ୟ କଣ ଜାଣିଛ ଅଜା? ନା ତ ତୁ କହ. ଡୁଗୁ କହୁଥିଲା ମୋ ଜେଜେ କହୁଥିଲେ କଦଳୀ ଗଛ. ଅଜା ଅଙ୍କୁଶ ହସୁ ହସୁ କହୁଥିଲେ ଏ ସଂସାରରେ ନବେ ଭାଗ ଭାଗ ଦୋମୁଁହାଁ ମଣିଷଙ୍କ ଭିତରେ ତୋ ଜେଜେ ପରି ଦଶ ଭାଗ ଲୋକଙ୍କ ଯୋଗୁଁ ଏ ମଣିଷ ସମାଜ ତିଷ୍ଠିଛି ଲୋ ମାଆ. ଟିକି ନାତୁଣୀ ଡୁଗୁ କିଛି ନବୁଝି ଅଜାଙ୍କ ମୁଁହଁକୁ ଚାହିଁ କହୁଥିଲା କଣ କହିଲ କି ଅଜା? ତୁମେ ମୋ ଜେଜେଙ୍କ ପରି ପଶୁ ପକ୍ଷୀଙ୍କୁ ଖାଇବାକୁ ଦେବ କି? ହଁ ଲୋ ମାଆ ଭାବୁଛି ତୋରି ପରି ପିଲାଗୁଡ଼ାକ ସତରେ କେତେ ଭଲ. ହଁ ଅଜା ମୁଁ ଓ ମୋ ସାଙ୍ଗ ସମସ୍ତେ ଭଲ କାରଣ ଆମେ କଥା ମାନୁ, ମାଆ ଯାହା ଦିଅନ୍ତି ଖାଇଦେଉ. ଜେଜେମା ପାଖେ ଗପ ଶୁଣି ଶୋଇଯାଉ. କାହାକୁ ବାଡାଉନି କି କାହାକୁ ଖରାପ କଥା କହୁନି. ହଁ ରେ ମାଆ ସେଇଥି ପାଇଁ ଆମ ଗାନ୍ଧଜୀ ପରା ତିନିଗୋଟି ମାଙ୍କଡ଼ ରଖିଥିଲେ. ଗୋଟିଏ ପାଟି ବନ୍ଦ କରି କହୁଥିଲା ଖରାପ କଥା କହିବ ନାହିଁ, ଆଉ ଗୋଟିଏ ଆଖି ବନ୍ଦ କରି କହୁଥିଲା ଖରାପ କଥା ଦେଖିବ ନାହିଁ.ଆଉ ଶେଷଟି କାନ ବନ୍ଦ କରି କହୁଥିଲା ଖରାପ କଥା ଶୁଣିବ ନାହିଁ. ଡୁଗୁ କହୁଥିଲା ହଁ ଅଜା ଜେଜେ ସେଇକଥା କହୁଥିଲେ ଆମେ ଖାଲି କହିବୁ ବନ୍ଦେ ମାତରଂ.. ଜୟ ଯବାନ ଜୟ କିଷାନ, ବନ୍ଦେ ଉତ୍କଳ ଜନନୀ.ଅଙ୍କୁଶ ମଧ୍ୟ କଫି ପିଇବା ଛାଡ଼ି କହୁଥିଲେ ଜୟ ସ୍ବାଧୀନ ଭାରତ କି ଜୟ.








Rate this content
Log in