Lipsa Acharya

Others

2  

Lipsa Acharya

Others

ଖୁସିର ଠିକଣା

ଖୁସିର ଠିକଣା

2 mins
419


ପହିଲି ବର୍ଷାର ଭିଜା ମାଟିର ବାସ୍ନା , ଚିକି କୁ କିଚ୍ଥିଟା ରୋମାଞ୍ଚ କରିଦେଉଥିଲା । ଅଜଣା ଖୁସି ଗୋଟିଏ ତା'ମନରେ ଘର କରିବାକୁ ସୁଯୋଗ ଖୋଜୁଥିଲା । ସେ ଖୁସିର ନାମ କଣ? ସେ ନିଜେ ନିଜକୁ ପଚାରିବାକୁ ଚାହୁଁଥିଲା । ଉତ୍ତରରେ ଗୋଟିଏ ନାମକୁ ପାଏ , ଯାହାର ପ୍ରତିଧ୍ବନି ନିଜ ଚ୍ଥଡା କେହି ଶୁଣିପାରୁ ନଥିଲା । 


     ବର୍ଷା ରୁ ରକ୍ଷା ପାଇବା ପାଇଁ ଅବଶ୍ଯ ଦୋକାନର ଚ୍ଥାତ ତଳରେ ଆଶ୍ରୟ ନେଇଚ୍ଥି ସତ। ଲୋକ ଲଜ୍ଯା ଭୟରେ ବର୍ଷାର ବୁନ୍ଦା ରେ ଭିଜୁ ନ ଥିଲା। ମନରେ କିନ୍ତୁ ...। ନା .. ନା ...। ସେ ମନର ଅନୁଭବ ନିଜ ପାଖରେ ଥାଉ । କେହି ଜଣେ ଚିକିର କାନ ପାଖରେ ଚୁପିଚୁପି କହୁଥିଲା; " ଚିକି , ସମୟ ଟା ଏଠି ଟିକିଏ ଅଟକି ଯାଆନ୍ତା କି ! ଲୋକ ସବୁ ନିଜୀବ ପ୍ରତିମା ପାଲଟି ଯାଆନ୍ତେ । ତାହାହେଲେ, ତୁ କଣ କରନ୍ତୁ । " ପ୍ରଶ୍ନ ଟା କିଏ ଚିକି କାନରେ କହୁଥିଲା । ଅଜାଣତରେ ହସଟେ ମୁହଁ ରେ ଆଙ୍କି ହେଇଗଲା। ଚିକି ଆନମନା ହେଇଗଲା, ପାଟିରୁ ବାହାରି ପଡିଲା ;" ଖାସ୍ ! ଏମିତି ହୁଅନ୍ତୁ କି? ହେ.. ଆଜି କଣ ହଉଚ୍ଥି ମୋତେ । ମୁଁ ନିଜକୁ ଆୟତ କରିପାରୁ ନାହିଁ। ଏ ରାସ୍ତାରେ ପହିଲି ବର୍ଷା ରେ ଭିଜନ୍ତି । ଆଉ ମନରେ ପ୍ରତିଧ୍ବନିତ ହଉଥିବା ନାମ ସହିତ ଟିକିଏ ପ୍ରେମରେ ,ନା.. ନା ...ନା ...ଏ ଭାବନାକୁ ତାଲା ଲଗେଇବାକୁ ପଡିବ । ମନଟା କାହିଁକି ମାନୁନି ... । ବୁଝାଇ ବି ହଉନି ।


     ମନକୁ ଅନ୍ଯ କୌଣସି କାମରେ ଲଗେଇବାକୁ ଚାହିଁଲା ଚିକି । ବର୍ଷା ଯୋଗୁଁ ତ ସେ ଆଶ୍ରୟ ନେଇଚ୍ଥି । କି କାମରେ ମନକୁ ବିନିଯୋଗ କରିବ । ବ୍ଯାଗ୍ ରୁ ଖାତାଟିଏ କାଡିଲା ଚିକି । ଫର୍ଦ ଟେ ଚିରି ଦେଇ ଡଙ୍ଗା ତିଆରି କରିବାକୁ ଲାଗିଲା । ଆଜି ପରିଚିତ ଡଙ୍ଗାର ଶୈଳୀ ଅପରିଚିତ ହେଇଗଲା । ବହୁତ ଚେଷ୍ଟା କରୁଥିଲା ସେ ଗଢିବା ପାଇଁ, ହେଲେ ପାରୁ ନ ଥିଲା । ମନରେ ଚିଡିଚିଡା ଲାଗିଲା । ସେ ଅଧା ରାସ୍ତାରେ ଅଟକି ଯାଇଚ୍ଥି । ନା କଲେଜ ଯାଇ ପାରୁଚ୍ଥି ନା ଘରକୁ ଫେରି ପାରୁଚ୍ଥି । ଇନ୍ଦ୍ର ଭୂବନର ସବୁ ଯାକ ବର୍ଷା ଆଜି ହିଁ ତଳକୁ ଖସି ପଡିବେ । 

 .

.( ଶେଷରେ ବର୍ଷା ଟା ଚିକିର ରାଗଭରା ଅଭିମାନ ରେ ରହିଗଲା। ଚିକି ଘରକୁ ନ ଫେରି କଲେଜ ଚାଲିଗଲା।)

.

     "ଆଜି ରାସ୍ତାରେ ଏପରି କାହିଁକି ହଉଥିଲ। " ଚିକି ମୁହଁ ବୁଲେଇ ଦେଖେ , କେହି ଜଣେ ଅପରିଚିତ ବା କିଚ୍ଥି ଟା ପରିଚିତ ବ୍ଯକ୍ତି ର ଉକ୍ତି । ଚିକି ;" ଦେଖ, ମୁଁ ରାସ୍ତାରେ କଣ କରୁଥିଲି ତମକୁ କହିବା ଦରକାର ନାହିଁ ।" ଆରେ, ରାଗିଚ୍ଥନ୍ତି କାହିଁକି? ମୁଁ କେବଳ ଜାଣିବାକୁ ଚାହେଁ, ତମେ ଏତେ ଅନ୍ଯମନସ୍କ ଦେଖାଯାଉ ଥିଲ କାହିଁକି ? କାଗଜର ଡଙ୍ଗା ଟିକୁ ବି ଠିକ୍ ରେ ଗଢି ପାରୁ ନ ଥିଲ। ସେଥିପାଇଁ ମନରେ ଚିଡିଚିଡା ଅନୁଭବ କରୁଥିଲ। କୌଣସି କାମ କରି ମନର ଭାବନାକୁ ଅଟକେଇ ବାକୁ ଚାହୁଁ ଥିଲ । ଠିକ୍ କହିଲି ନା । ( ପିଲା ଟି ଏତିକି କହି ନିଜ ବାଟରେ ଚାଲିଗଲା)


 ଚିକି ... ନିଜ ମନର କଥା ଅନ୍ଯ ମୁହଁ ରେ , କଣ ସହଜରେ ଶୁଣି ହେଇପାରେ....। ଚିକି ଭାବୁଥାଏ , କଣ ଏ ସେହି ଆତ୍ମୀୟ ଯିଏ ତା ମନରେ। ଏଇ ... ସେ ଅଜଣା.. ଖୁସିର ଠିକଣା...ନୁହେଁ.. ।



Rate this content
Log in