STORYMIRROR

Sunanda Mohanty

Children Stories Classics Thriller

4  

Sunanda Mohanty

Children Stories Classics Thriller

ଜୀବେ ଦୟା

ଜୀବେ ଦୟା

4 mins
7

ମନ୍ଦିର ବାହାରେ ଖରାରେ ପିଲାଟିଏ ଠିଆ ହୋଇ ଫୁଲ ମାଳ ବିକୁଥିଲା. ଗୋଡ଼ ପୋଡ଼ିଯାଉଥାଏ. କେତେବେଳେ ଗୋଟେ ଗୋଡ଼ ଆଉଗୋଟିଏ ଗୋଡ଼ ର ପାଦ ଉପରେ ରଖୁଥାଏ ତ କେତେବେଳେ ବାମ ଡାହାଣ କରି ପାଦ ବଦଳାଉଥାଏ. ଏହି ସମୟରେ ବହୁତ ଭକ୍ତ ଓ ଦର୍ଶନାର୍ଥି ତଥା ଶ୍ରଦ୍ଧାଳୁ ମନ୍ଦିରକୁ ଆସୁଥିଲେ ବି ପିଲାଟି ଠାରୁ କେହି ଫୁଲମାଳ କିଣୁନଥିଲେ. ପିଲାଟି ଦେଖିଲା ଅଦୂରରେ କୁକୁରଟିଏ ଖରାରେ ଜିଭ କାଢି ଶୋଷରେ ଆଉଟୁ ପାଉଟୁ ହୋଇ ବିକଳରେ ଏଣେ ତେଣେ ଚାଁହୁଛି. ପିଲାଟି ଦଉଡି ଯାଇ ତା ପାଇଁ ମାଆ ଦେଇଥିବା ନିଜ ବୋତଲର ପାଣି ନେଇ କୁକୁରକୁ ପିଆଉ ଥିଲା. ତାର ଏହି ଜୀବେ ଦୟା କାର୍ଯ୍ୟକୁ କେହି ପ୍ରଶଂସା ନକରି ବରଂ ଏ ଅପରିସ୍କାର ପିଲା ଠାରୁ କିଏ ଫୁଲ କିଣିବ କହି ପାଖ ଷ୍ଟଲ ମାନଙ୍କରୁ ଫୁଲମାଳ ଓ ଦୀପ ସବୁ କିଣି ନେବା ସହ ବାଳକଟିକୁ ଘୃଣା ନଜରରେ ଚାହିଁ ପଳେଇ ଯାଉ ଯାଉ ତାତ୍ସଲ୍ୟ ଭରା କଥା କହିବା ସହ ହସୁଥିଲେ. ବାଳକଟି ମନଦୁଃଖରେ ଫୁଲ ମାଳ ଧରି ଠିଆ ହୋଇଥାଏ.ସେହି ସମୟରେ ଜଣେ ଯୁବକ ହାତରେ ଚପଲ ଦୁଇଟି ଧରି ଆସି ବାଳକ ଆଗରେ ଉପସ୍ଥିତ ହେଲେ ଓ ତା ଗୋଡ଼ରେ ପିନ୍ଧେଇଦେଲେ. ବାଳକ ଚପଲ ଦୁଇଟି ପିନ୍ଧି ଏଥର ଡହ ଡହ ତାତିରେ ସିଧା ଛିଡା ହେବା ସହ ଯୁବକଙ୍କୁ ଜାବୁଡି ଧରିଥିଲା.
    ତୁମେ ଶ୍ରୀକୃଷ୍ଣ ନା ଆଜ୍ଞା ପଚାରୁଥିଲା ବାଳକ ଟି ସେହି ଦାତାଙ୍କୁ. ସେ କହିଲେ ନା ବାଳକ ମୁଁ ଶ୍ରୀକୃଷ୍ଣ ନୁଁହଁ. ବାଳକ କହୁଥିଲା ଆପଣ ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀକୃଷ୍ଣ ହୋଇନଥିଲେ କେମିତି ମୋ ପାଇଁ ଚପଲ ଆଣିଥାଆନ୍ତେ!ମୋ ମାଆ କହେ ଆପଣ ଙ୍କୁ ଯିଏ ଯାହା ମାଗେ ଆପଣ ଦିଅନ୍ତି. ମାଆ କହେ ଆପଣ ସମସ୍ତଙ୍କ ଦୁଃଖ ହରଣ କରନ୍ତି. ମୁଁ କାଲି ମାଆ କଥା ଅନୁଯାୟୀ ଚପଲ ଦୁଇଟି ମତେ ଦେଇପାରିବ ମାଧବ ବୋଲି ତାଙ୍କ ଫୋଟୋ ଆଗରେ ଠିଆ ହୋଇ କାନ୍ଦି କାନ୍ଦି କହିଥିଲି. କାରଣ ଡହ ଡହ ଖରାରେ ଠିଆ ହୋଇ ଫୁଲମାଳ ବିକିବା ମୋ ପାଇଁ ଭାରି କଷ୍ଟ ହେଉଛି. ନାହିଁ ବାଳକ ମୁଁ ଶ୍ରୀକୃଷ୍ଣ ନୁଁହଁ. ତୁମେ ନିଜେ ଖରାରେ ଠିଆ ହୋଇ ନପାରି କେତେବେଳେ ଡାହାଣ ପାଦ ଉପରେ ବାମ ପାଦ ରଖୁଛ ତ କେତେବେଳେ ବାମ ପାଦ ଉପରେ ଡାହାଣ ପାଦ ରଖୁଛ. ସେଥିରେ ମଧ୍ୟ ତୁମର ତୁଷାର୍ତ୍ତ କୁକୁରକୁ ପାଣି ପିଆଇବା ପରି ସ୍ବର୍ଗୀୟ ଜୀବେ ଦୟା ଗୁଣ ଦେଖି ମୁଁ ତୁମ ପାଇଁ ଖୁସିରେ ଚପଲ ଆଣିଦେଇଛି ମାତ୍ର. ଏହା କହିବା ସହିତ ସେହି ଆଗନ୍ତୁକ ଦାତା ଯୁବକ ଜଣକ, ବାଳକଟିର ସମସ୍ତ ଫୁଲ ମାଳ କିଣିନେଇ ଚାଲିଯାଉଥିବା ବେଳେ ବାଳକ କହୁଥିଲା ଆପଣ ନିଶ୍ଚୟ ଶ୍ରୀକୃଷ୍ଣ ନଚେତ ମୋର ଫୁଲ ମାଳ ବିକ୍ରୀ ହେଉନି କହି ମୁଁ ମନେ ମନେ ତାଙ୍କୁ ଗୁହାରି କରୁ ନକରୁଣୁ ଆପଣ ସବୁ ଫୁଲ ମାଳ କିଣି ନେଇ ମତେ ସାଙ୍ଗ କରିଦେଲେ ପ୍ରଭୁ. ଯୁବକ ଏଥର କିଛି ନକହି ଆଗେଇ ଯାଉଥିଲେ.
      ଆଜି ସାକ୍ଷିଗୋପାଳ ମନ୍ଦିର ସାମ୍ନାରେ ଖୁବ ଭିଡ଼. ଅଁଳାନବମୀ ରେ ସମସ୍ତେ ମାଆ ରାଧାଙ୍କ ଓଡ଼ିଆଣୀ ବେଶ ସହ ମାଆ ରାଧା ଦେବୀଙ୍କ ମଣିଷ ପରି ପାଦ ଦ୍ବୟ ଦେଖିବେ.ଯୋଉ ପାଦରେ ମାଆ ରାଧା ଦେବୀ ଅଳତା ନାଇଥିବେ, ଝୁଣ୍ଟିଆ ସହ ପାଉଁଜି ପିନ୍ଧିଥିବେ. ସେଇ ପାଦ ଦୁଇ ଦର୍ଶନ କରିବାକୁ ଧାଡ଼ିରେ ଠିଆ ହୋଇଥିବା ପିଲା, ବୁଢା, ବୁଢ଼ୀ ଆଦି ସମସ୍ତ ଶ୍ରଦ୍ଧାଳୁ ଙ୍କୁ ରେଡ଼କ୍ରସ ତରଫରୁ ପାଣି ଯୋଗାଇ ଦିଆଯାଉଛି. ସ୍କୁଲ ପିଲାମାନେ ମଧ୍ୟ ଧଳା ପୋଷାକ ପିନ୍ଧି କାହାକୁ ପାଣି ତ କାହାକୁ ପଙ୍ଖା କରି ବିସ୍କୁଟ ବାଣ୍ଟି ଚାଲିଛନ୍ତି. ମଣିଷମାନଙ୍କ ଭିଡ଼ ଦେଖି କୁକୁର ଗାଈ ଓ ଛେଳି ମେଣ୍ଢା ମଧ୍ୟ ଖୁବ ଖୁସି ହେଉଥିଲେ ମଧ୍ୟ ସେମାନେଯେ ତୃଷିତ ଓ ଭୋକିଲା କେହି ବୁଝିପାରୁନଥିଲେ. ଏତିକି ବେଳେ ବାଳକ ସୁଦାମା ଦେଖିଲା ସେହି ଗହଳି ଭିତରେ ସେଦିନର ସେହି ଯୁବକ ବେଶରେ ତାକୁ ଚପଲ ଦେଇଥିବା ଵ୍ୟକ୍ତି ଯିଏକି ନିଜ ପରିଚୟ ଲୁଚେଇ ରଖି ନିଜକୁ ଶ୍ରୀକୃଷ୍ଣ ବୋଲି ନମାନି କହିଥିଲେ ସେ ଜଣେ ସାଧାରଣ ମଣିଷ ମାତ୍ର,ସେ ଠିଆ ହୋଇଥିବା ଜାଗାକୁ ଦଉଡି ଯାଇ ସୁଦାମା ପ୍ରଭୁ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଡାକୁଥିଲା ତ ତା ନିଜ ଆଖିରେ ଦେଖିଥିବା ସେହି ଵ୍ୟକ୍ତି ଆଉ ସେଠାରେ ନଥିଲେ. ଗୋଟେ ଖାଲି ବାଲ୍ଟି ଦେଖି ସୁଦାମା ଟିୟୁବୱେଲ ରୁ ପାଣି ଆଣି ପଶୁ ମାନଙ୍କୁ ପିଆଉ ପିଆଉ ଭୁଲି ଯାଇଥିଲା ତାର ଫୁଲମାଳ ବିକିବା କଥା. ପୁଣି କୋଉଠି ଛୋଟ ପିଲା ତ କୋଉଠି ଯୁବକ ତ କୋଉଠି ବୃଦ୍ଧ ବୃଦ୍ଧା କେହି ଖରା ଗରମରେ ପାଣି ପାଣି ବୋଲି ଡାକ ପକାଉଥିଲେ ତ ସୁଦାମା ଦୌଡୁଥିଲା ବାଲ୍ଟି ଧରି. ପାଣି ଆଣି ପିଆଉଥିଲା ତୃଷିତ ଜନତା ଓ ପଶୁ ମାନଙ୍କୁ. ପୁଣି ଅଁଳା ଗଛମୂଳେ ଢାଳୁଥିଲା ପାଣି. ଏଥର ଜଣେ ରେଡ଼କ୍ରସ ସାର ତା ପାଖକୁ ଆଗେଇ ଆସୁଥିଲେ ଓ ସେ ଫୁଲମାଳ କିଣିବେ ଭାବି ସୁଦାମା ବଢ଼େଇ ଦେଉ ଦେଉ ସାର କହିଥିଲେ ତୁମର ଆଧାର କାର୍ଡ ଧରି ଆସନ୍ତା ସୋମବାର ଆସିବ ସ୍କୁଲକୁ.ନାମ ଲେଖାଇ ପାଠ ପଢିବ. ମୋ ବାପା ନାଁହାଁନ୍ତି ସାର. ମୁଁ କେମିତି ପାଠ ପଢ଼ିବି!ମୋର ସମସ୍ତ ଆବଶ୍ୟକୀୟ ପାଠ୍ୟ ଉପକରଣ ମୁଁ କୋଉଠୁ ପାଇବି? ମୁଁ ସ୍କୁଲ ଗଲେ ଆମ ଘର କେମିତି ଚଳିବ. ମୋଠୁ ଫୁଲ ମାଳ କିଣି ମତେ ଦୟା କରନ୍ତୁ. ତୁମ ଫୁଲମାଳ ସବୁ ହେଇ ସେଇ ଵ୍ୟକ୍ତି କିଣିନେଇ ମତେ ଏ ପଇସା ଦେଇଯାଇଛନ୍ତି ଓ ସେ ତୁମ ପାଠ ପଢିବା କଥା ସବୁ ବୁଝିବା ସହ ପ୍ରତିଦିନ ସବୁ ଫୁଲମାଳ କିଣିନେବେ କହିଛନ୍ତି. ସୁଦାମା ଚାହିଁଲା. ହଁ ଇଏ ସେଇ. ସେଦିନ ଚପଲ ଦେଇ ମାଳ ସବୁ କିଣି ନେଇଥିଲେ ଆଜି ପୁଣି ତା ପାଠ ପଢିବା ବନ୍ଦୋବସ୍ତ କରିଦେଇଛନ୍ତି!ସେ ମଣିଷ ନୁଁହଁନ୍ତି. ସେ ହିଁ ସ୍ୱୟଂ ଶ୍ରୀକୃଷ୍ଣ କହି ରହିଯାଅ ପ୍ରଭୂ ଶ୍ରୀକୃଷ୍ଣ ରହିଯାଅ ପ୍ରଭୁ ଶ୍ରୀକୃଷ୍ଣ କହି ଆଗକୁ ବଢିଲା ବେଳେ ସୁଦାମା କାନରେ ପ୍ରତିଧ୍ୱନିତ ହେଉଥିଲା ତୁମର ଜୀବେ ଦୟା ଗୁଣ ତୁମକୁ ଦିନେ ଭଲ ମଣିଷ କରିଦେବ. ସନ୍ଧ୍ୟାରେ ମାଆ ସବୁ କଥା ଶୁଣି ଏତେ କାନ୍ଦିଥିଲା ଯେ ସୁଦାମାକୁ ମାଆ ଲୁହ ଭିତରେ ଖାଲି ସେଇ ଶ୍ରୀକୃଷ୍ଣ ରୂପୀ ଯୁବକ ଦେଖାଯାଉଥିଲେ. ଅଁଳା ଗଛ ମୂଳରୁ ଭୋଗ କରି ଆଣିଥିବା ଭୋଗ ଭିତରେ ମଧ୍ୟ ମାଆ ରାଧା ଓ କୃଷ୍ଣଙ୍କ ପ୍ରତିଛବି ଦିଶୁଥିଲା ତ ସୁଦାମା ମଧ୍ୟ ମାଆ ସହ କାହିଁକି କେଜାଣି କାନ୍ଦିଥିଲା ଖୁବ.



Rate this content
Log in