STORYMIRROR

Sunanda Mohanty

Children Stories Thriller Children

3  

Sunanda Mohanty

Children Stories Thriller Children

ହେଲେ ଏକାଠି ସମାଧାନ ସହଜ ସରଳଟି ,,,,,,,,,,,,,,,,,,,,,

ହେଲେ ଏକାଠି ସମାଧାନ ସହଜ ସରଳଟି ,,,,,,,,,,,,,,,,,,,,,

3 mins
1



 ଘରଚଟିଆ ପକ୍ଷୀଟିର ଶୁଖିଲା ମୁଁହଁ ଦେଖି ଗୁଣ୍ଡୁଚି ତାର ଦୁଃଖର କାରଣ ପଚାରି ଚମକି ପଡିଥିଲା. ସମସ୍ତେ ବାଇ ଚଢେଇର ବସା ତିଆରି କୌଶଳକୁ ପସନ୍ଦ କରିବା ସହିତ କବିଙ୍କ ଲେଖାକୁ ସୁନ୍ଦର ଗୀତରେ ସଜେଇ ଗାଇଥାଆନ୍ତି ବାଇ ଚଢେଇର କି ଯାଇ... ବା କଲେ ବସା ଦୋହଲୁ ଥାଇ. ଅର୍ଥାତ ବାଇ ଚଢେଇର ବସା ଖୁବ ଶକ୍ତ. ସମସ୍ତେ ନିଜର ଘର ଓ ପରିବାର ପାଇଁ କରୁଥିବା ବସା ଭିତରୁ ବାଇ ଚଢେଇର ବସା ଖୁବ ନିଆରା. ଋତୁ ଆସିଲେ ବାଇ ଚଢେଇ ଅଣ୍ଡା ଉଷୁମେଇ ଛୁଆ ଫୁଟାଏ, ମାଆ ହେବାର ଆନନ୍ଦ ପାଏ. କିଚିରି ମିଚିରି ଶବ୍ଦ ସହ ପକ୍ଷୀ ଶାବକମାନଙ୍କର କୋଳାହଳ ଓ ନାଲିଆ ନାଲିଆ ଥଣ୍ଟ ସବୁ ଦେଖି ବିଭୋର ହୁଏ ପକ୍ଷୀମାଆ . ସ୍ବପ୍ନ ଦେଖେ. ମାଆ ହେବାର ସୌଭାଗ୍ୟରେ ନିଜକୁ ଭାଗ୍ୟବତୀ ମନେ କରୁଥିବା ବେଳେ ଭଗବାନଙ୍କ ସୃଷ୍ଟିରେ ସମସ୍ତଙ୍କୁ ବାଣ୍ଟିକୁଣ୍ଟି ଦେଇଥିବା ଦକ୍ଷତା, କ୍ଷମତା, ସୃଜନୀଶକ୍ତି ପାଇଁ ପ୍ରଣାମ କରେ ପ୍ରଭୁଙ୍କୁ. ହେଲେ ଏବେ ବୁଢା ହନୁମାଙ୍କଡ଼ କିଛି ନବୁଝି ନଶୁଝି ବିନା କାରଣରେ ବାଇ ଚଢେଇର ବସା ଭାଙ୍ଗି ତଳେ ପକେଇ ଦିଏ ତ ଛୁଆ ଫୁଟିବା ଆଗରୁ ମରିଯାଆନ୍ତି. ସ୍ବପ୍ନଭଙ୍ଗିଯାଏ. ପୁରୁଷ ବାଇ ଚଢେଇ ଉଡିଯାଏ ଦୁଃଖରେ କାହିଁ କେତେ ଦୂରେ.
    ସବୁଶୁଣି ଗୁଣ୍ଡୁଚି କହିଲା କାଉ କଳା ହେଲେ କଣ ହେଲା ନିଜ ଅଣ୍ଡା ଫୁଟେଇବା ସହ କୋଇଲି ଛୁଆର ସରଗେସୀ ମଦର ହୋଇଯାଏ ବୋଲି ମଣିଷ ପରା ଏବେ କାଉକୁ ଯଶୋଦା ରୂପେ ବିବେଚନା କଲାଣି ଓ କୋଇଲିକୁ ସୁଭଦ୍ରା ମାଆ କହିଲାଣି. ତୁ କାଉକୁ ସାହାଯ୍ୟ ମାଗି ଦେଖେ. କାଉକୁ ହନୁମାଙ୍କଡ଼ ଖୁବ ଡରେ ତ ସେଇଥିପାଇଁ ତା ପାଖ ପଶେନାହିଁ.ବାଇ ଚଢେଇ କହିଲା ନାହିଁ ଭଉଣୀ କାଉ ମଧ୍ୟ ସାପଠୁ ତା ଅଣ୍ଡାଗୁଡିକୁ ରକ୍ଷା କରିବାକୁ ଯାଇ ଖୁବ ସଂଘର୍ଷ କରେ. ସେ ଲଢୁଆ ସତ ହେଲେ ମୋର ନିଜ ଅଣ୍ଡାକୁ ନିଜେ ଫୁଟାଇବାର ଇଛା ଅଛି . ତେବେ ଗୋଟେ କାମ କରିବା କାଉର ସହାୟତା ମାଗି ହନୁମାଙ୍କଡ଼କୁ ପାନେ ଦେବା.
    କାଉ ସବୁକଥା ଶୁଣି ଭାବିଲା ସତରେ ତ ଏଇ ହନୁମାଙ୍କଡ଼ ପାଇଁ ଘରଚଟିଆ ଓ ବାଇ ଚଢେଇଙ୍କ ସଂଖ୍ୟା ଲୋପ ପାଇଯାଉଥିବାରୁ ପରିବେଶରେ ସନ୍ତୁଳନ ରହୁନି. ଋତୁ ଠିକ ସମୟରେ ଠିକ କାମ କରୁନି. ବନ୍ୟା, ବାତ୍ୟା, ମରୁଡି ଭଳି ଦୈବ ଦୁର୍ବିପାକରେ ଗଛ ଉପୁଡି ଯାଇ ଜଙ୍ଗଲ ଧ୍ବଂସ ହେଉଛି ମତେ ହନୁମାଙ୍କଡ଼କୁ ବୁଝାଇବାକୁ ପଡିବ. ଏସବୁ କଥାବାର୍ତ୍ତା ତଳେ ଥାଇ କୁନି ଶୁଣୁଥିଲା ତ ଗୋଟେ ଗୋଲାକାର ପାତ୍ରରେ ପତ୍ର ବିଛାଇ ଛାତ ତଳୁ ଛତା ପରି ଟାଙ୍ଗି ଦେଇଥିଲା ତଳକୁ . ବାଇ ଚଢେଇ ଦୁଇଟି ଉଡିଆସି ସେଇଠି ବସି ମନ ଆନନ୍ଦରେ ଗାଉଥିଲେ ଗୀତ ଓ କୁନି ଆଣିଦେଉଥିଲା ତାଙ୍କ ଘରୁ ଫୁଟୁଥିବା ଭାତ. ଖୁସିରେ ଖାଇ ଅଣ୍ଡା ଉଷୁମେଇ ଛୁଆ ଫୁଟେଇ ଜଣେ ଚଢେଇ ଜଗି ରହୁଥିଲା ବେଳେ ଅନ୍ୟ ଚଢେଇଟି ଯାଇ ଖାଦ୍ୟ ଖାଇ ଓ ନେଇ ଫେରିଆସୁଥିଲା କିନ୍ତୁ ପୋଡ଼ାମୁହିଁ ବିଲେଇଟା କୋଉଠି ଥିଲା କେଜାଣି ସେଦିନ ରାତିରେ ଛୁଆ ଗୁଡିକୁ ଖାଇ ପାଟି ଓଠ ଚାଟୁଥିଲା ତ କୁନି ଭେଁ ଭେଁ କାନ୍ଦୁଥିଲା. ମାଆ କୁନିକି ହଲେଇ ଦେଇ ପଚାରିଲେ ସ୍ବପ୍ନ ଦେଖୁଥିଲୁ କି ମାଆ. କୁନି କହିଲା ହଁ ମାଆ ବାଇଚଢେଇଙ୍କ ସଂଖ୍ୟା କାହିଁକି କମି ଯାଉଛି ତାର ଏକ ନୋଟ ପ୍ରସ୍ତୁତ କରିବାକୁ ଆମେ କେଇ ଜଣ ଛାତ୍ର ଛାତ୍ରୀ ସବୁ ମିଶି  ସବୁଜ ପରିବେଶବିତ ଦଳର ପିଲାମାନଙ୍କ ଗ୍ରୁପରେ ଥାଇ ଗବେଷଣା କରିବୁ ତ ସେହି ବିଷୟରେ ଗୋଟେ ସ୍ବପ୍ନ ଦେଖିଲି ଯେ ସାପ, ମାଙ୍କଡ଼ ଓ ବିଲେଇ ଭଳି ପଶୁ କେତେକାଂଶରେ ଘରଚଟିଆ ଚଢେଇ ସଂଖ୍ୟା କମିଯିବା ପାଇଁ ଦାୟୀ. ମାଆ ସ୍ବପ୍ନ ବିଷୟରେ ସବୁ ଶୁଣି କହିଲେ କାଲି ବାପାଙ୍କୁ କହି ବାଉଁଶ ପଞ୍ଚୁରୀ କରି ଛାତ ଧାରେ ଶକ୍ତକରି ଓହଳେଇ ଦେବା ଯେ ଏସବୁ ଶତୃ ଆପଣାଛାଏଁ ଅପସରି ଯିବେ. କୁନି କହୁଥିଲା ସେକଥା ଠିକ ସତ ହେଲେ ଗଛ  ଲଗାଇ ଜଙ୍ଗଲ ସୃଷ୍ଟି କରିବାକୁ ପଡିବ. ଆମ ଦଳ ପିଲାସବୁ ସବୁଜପୃଥିବୀ ଦଳ ସଙ୍ଗେ ମିଶି ଏକାଠି କାମ କଲେ କେତେଗୁଡିଏ ଜଟିଳ ସମସ୍ୟାର ସମାଧାନର ସରଳ ଓ ସହଜ ସୂତ୍ର ବାହାରିପାରିବ. ମାଆ କୁନିର ମୁଣ୍ଡ ଆଉଁସି କହୁଥିଲେ ଠିକ କଥା .


Rate this content
Log in