ହାପି ହୋଲି
ହାପି ହୋଲି
ମୁନା ସ୍କୁଲରେ ସେଦିନ ପଢିଥିବା ଗୋଟେ ଗପ ବିଷୟରେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିଲା ଯେ ସାର ପଶୁମାନେ ଓ ପକ୍ଷୀମାନେ ତ କଥା କହିପାରନ୍ତି ନାହିଁ ତେବେ ଏସବୁ ଗପରେ ପଶୁପକ୍ଷୀ ପୁଣି ନିର୍ଜୀଵ ଗଛ, ଆକାଶ, ଗୋଡି, ପାଣି, ପବନ, ଝରଣା କେମିତି କଥା କହୁଛନ୍ତି ମୁଁ ବୁଝିପାରୁନି. ସବୁ ଶୁଣି ସାର ମୁନାର ମୁଣ୍ଡ ଆଉଁସି କହିଲେ ସେସବୁ ଗପରେ ହୁଏ କିନ୍ତୁ ପ୍ରକୃତିରେ ଥିବା ସମସ୍ତ ଜୀବଜନ୍ତୁ ଗଛ ଲତା ଇତ୍ୟାଦି ଯେଉଁ କଥା କହନ୍ତି ତାକୁ ବୁଝିବାକୁ ମଣିଷର ବୁଦ୍ଧି ଥିବା ଦରକାର. ମୁନା ଆଖି ଢିମା ଢିମା କରି ଚାହିଁ ରହିଲା ସାରଙ୍କୁ ତ ସାର କହିଲେ କୁକୁରକୁ ଟେକା ଉଞ୍ଚେଇଁଲେ ସେ କଣ କରେ ଦଉଡି ପଳାଏ ଅର୍ଥାତ ମତେ ମାରନା ମାରନା କହୁଥାଏ ଓ ବିଲେଇକୁ ମାଛ ବାସ୍ନା ହେଲେ ସେ ଛପି ଛପି ଆସି ମିଆଁଉ ମିଆଁଉ ହୁଏ ଅର୍ଥାତ ମତେ ଦିଅ ବୋଲି କୁହେ. ଆମେ ବୁଝିପାରିଲେ କେବେ ଦେଉ ବା ନଦେଉ କିନ୍ତୁ ସେମାନେ ତାଙ୍କ କଥା ପ୍ରକାଶ କରିଥାନ୍ତି ଭୋ ଭୋ, ମିଆଁଉ ମିଆଁଉ ହୋଇ. ଗାଈର ହମା ହମା ଡାକ ଶୁଣିଲେ ବୁଝିପାରିବ ସେ କେମିତି କେଵେ ଡାକୁଥାଏ ତା ଛୁଆକୁ.
ମୁନା ଏଥର କହିଲା ସାର ହୋଲି ଆସୁଛି ସେମାନଙ୍କର କଣ ରଙ୍ଗ ଖେଳିବାକୁ ଇଛା ହେଉନଥିବ? ନା ସେମାନେ ଆମ ଭଳି ରଙ୍ଗ ଖେଳନ୍ତି ନାହିଁ ସତ କିନ୍ତୁ ସେମାନେ ପ୍ରକୃତିରେ ଥିବା ବିଭିର୍ନ୍ନ ବସ୍ତୁ ଓ ପଦାର୍ଥକୁ ଆପଣେଇ ନିଜ ଜୀଵନ ନିର୍ବାହ କରିପାରନ୍ତି. ଦେଖିଥିବୁ ବୁଲା କୁକୁର, ଷଣ୍ଢ ଆଦି କେମିତି ବାଲି ଉପରେ ଶୋଇରହାନ୍ତି, ବିଲେଇ ମଧ୍ୟ ଘରର ଉଚ୍ଚା ସ୍ଥାନ ଦେଖି ରହିଯାଏ. ନିଜକୁ ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା କରିବାର ଉପାୟ ତାଙ୍କୁ ଜଣା. ଆମ ପରି ରଙ୍ଗ ଖେଳିଲେ ସେମାନଙ୍କ ଚମ ଖରାପ ହେବ. ସମସ୍ତେ ପୋଷା ହୋଇନଥିବାରୁ ତାଙ୍କ ଦେହ ଖରାପ ହେଲେ,ତାଙ୍କୁ ପଶୁ ଡାକ୍ତରଖାନା କିଏ ନେବ ଓ କିଏ ତାଙ୍କ କଥା ବୁଝିବ? ତେଣୁ ସେମାନଙ୍କ ଉପରେ ରଙ୍ଗ ଢାଳି ତାଙ୍କୁ ହଇରାଣ କରିବା ଉଚିତ ନୁହେଁ.
ଏଥର ମୁନା କହିଲା ହଁ ସାର, ଆମ ସାହିର ରାଜୁ ଗୋଟେ କୁକୁର ଉପରେ ରଙ୍ଗ ଢାଳି ଦେଇଥିଲା ଯେ ତାର ଘା ହୋଇ ସେ କେତେ କୁଁ କୁଁ ହୋଇ କଷ୍ଟ ପାଇଲା ଓ ଶେଷକୁ ମରିଗଲା. ସାର କହିଲେ ହଁ ଆମେ ଯାହା ଖାଉଛୁ ସେମାନଙ୍କୁ ସମସ୍ତଙ୍କୁ ଦେଇପାରୁନୁ. ସେମାନେ ନିଜର ଆହାର, ଶୟନ ଓ ରହଣୀର ସ୍ଥାନ ନିଜେ ନିଜେ ପ୍ରକୃତିରୁ ଯୋଗାଡ଼ କରି ଚଳି ଯାଆନ୍ତି ତେଣୁ ତାଙ୍କୁ ହଇରାଣ କରିବା ଉଚିତ ନୁହେଁ ବରଂ ଶକ୍ତି ତଥା ସାମର୍ଥ୍ୟ ଅନୁସାରେ ଖାଦ୍ୟ ଓ ଆଶ୍ରୟ ଦେବା ଉଚିତ. ମୁନା ଏଥର କହିଲା ହଁ ସାର ସେଇଥିପାଇଁ ମୋ ବାପା ଖରା ଦିନେ ବୁଲା ପଶୁମାନଙ୍କ ପାଇଁ ବାଲ୍ଟିରେ ପାଣି ଭରି ଦାଣ୍ଡରେ ରଖନ୍ତି. ମାଆ ମଧ୍ୟ ପକ୍ଷୀମାନଙ୍କ ପାଇଁ ଛାତ ଉପରେ ଠାକୁ ଠା ପାଣି ଥୁଅନ୍ତି. ମୁନା କହିଲା ହଁ ଠିକ କଥା. ଆମେ ସବୁ ଯଦି ତାଙ୍କ ଭାଷା ନବୁଝିବା କିଏ ବୁଝିବ ତାଙ୍କ କଥା! ମୁନା କହିଲା ହୋଲି ରଙ୍ଗ ପଶୁପକ୍ଷୀ ଦେହରେ ପକାଇବା ଉଚିତ ନୁହେଁ.ନିଜେ ମଧ୍ୟ କେବଳ ଫଗୁ ଖେଳିବା କଥା ବୋଲି ଜେଜେ କହୁଥିଲେ. ଠିକ କଥା ରଙ୍ଗରେ ଆଜିକାଲି କେତେ ପ୍ରକାର କେମିକାଲ ମିଶାଇ ବିକ୍ରି କରାଯାଉଛି ଯାହା ଆମ ଆଖି, ନାକ, କାନ, ଚର୍ମ, ପାଟିରେ ବାଜିଲେ ଦେହ ଖରାପ ହେବ .
ମୁନା ସମସ୍ତ ସାଙ୍ଗ ମାନଙ୍କୁ ଏକାଠି କରି ରଙ୍ଗ ଖେଳିବା ସତ ହେଲେ କେବଳ ଫଗୁରେ ଖେଳିବା ବୋଲି କହିବା ସହ ନିଜ ଚାରିପଟେ ଥିବା ପଶୁ ପକ୍ଷୀଙ୍କର ସୁରକ୍ଷା ପାଇଁ ତାଙ୍କ ଦେହରେ ରଙ୍ଗ ବୋଳିବାନାହିଁ ବୋଲି ବୁଝେଇ ଦେଇଥିଲା. ହୋଲି ଦିନ ସକାଳୁ ଉଠୁ ଉଠୁ ତାଙ୍କ ଘର ଆଗରେ କୁକୁରଟିଏ ଛିଣ୍ଡା କପଡାଟିଏ ଉପରେ ଶୋଇଥିବାର ଦେଖି ମୁନା ତା ପାଇଁ ଅଖାଟିଏ ପାରି ତାକୁ ବିସ୍କୁଟ ଦେଲା. ବିଲେଇଟିଏ ମଧ୍ୟ ମିଆଁଉ ମିଆଁଉ ହେଉଥିଲା ତ ମୁନା କ୍ଷୀର ପିଇବାକୁ ଦେଇଥିଲା ତାକୁ ତ ମାଆ ଆସି ମୁନାର ମୁଣ୍ଡ ଆଉଁସି କହୁଥିଲେ ହାପି ହୋଲି.
