STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ଗୋଲଡେନ ପିରିଅଡ

ଗୋଲଡେନ ପିରିଅଡ

3 mins
11

ହରି ଜମା ବୁଝିପାରୁନଥିଲା ଯେ ବାଛୁରୀ ଘରେ ବନ୍ଧା ହୋଇଥିବା ସ୍ଥଳେ ମାଆ ଗାଈ ମାଣିକକୁ କେମିତି ନେଇ ବିକିଦେଲେ ବାପା!ବୋଉ ସକାଳୁ ଉଠିଲେ ଆଗ ଗୁହାଳରେ ପଶି ମାଣିକ ଓ ତା ବାଛୁରୀ କଥା ବୁଝିସାରିଲେ ଯାଇ କୁକୁର, ବିଲେଇ, ଶୁଆ,ନେଉଳ ଙ୍କ କଥା ବୁଝିସାରିଲେ ପରେ ଯାଇ ହରି ପାଇଁ ଜଳଖିଆ କରିବ. ପୁଣି ସନ୍ଧ୍ୟାରେ ମାଣିକ ଦେହ ପରିଷ୍କାର କରି ଆଗ ଚାନ୍ଦକୁ ତା ମାଆ କ୍ଷୀର ପିଆଇ ସାରିଲା ପରେ ମାଣିକ ପାଖରୁ ବାକି ଥିବା କ୍ଷୀର ଦୁହିଁ ଆଣି ବାପାଙ୍କ ପାଇଁ ଚା କରିବ ଓ ହରି ପାଇଁ ରଖିବ. ଏଇଟା ପ୍ରତିଦିନର ବୋଉର ଅଭ୍ୟାସ ଜୋଇଥିବା ବେଳେ ବାପା ପାଣିଫୋଟକା ପରି ମଣିଷ ଜୀବନରେ ଏଡ଼େ ବଡ଼ ଭୁଲ କଲେ କିପରି!ତେବେ ବାପା ହରି ମନ କଥା ବୁଝିପାରି କହିଥିଲେ ଯେତେବେଳେ ମିନି ବାପାଙ୍କର ଆକ୍ସିଡେଣ୍ଟ ହେଲା ଓ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିଲେ ମଧ୍ୟ କେହି ପାଖ ମାଡୁନଥିଲେ. ରୋଗୀ ବା ମୁର୍ମୁଷୁ ବ୍ୟକ୍ତିକୁ ଠିକ ସମୟ ମଧ୍ୟରେ ଅର୍ଥାତ ସେହି କିଛି ସମୟର ଗୋଲଡେନ ପିରିୟଡ଼ ମଧ୍ୟରେ ହସ୍ପିଟାଲ ପଠେଇ ଦେଇ ପାରିଲେ ରୋଗୀ ବା ମୁର୍ମୁଷୁ ବ୍ୟକ୍ତିର ଜୀବନ ବଞ୍ଚିଯାଇ ପାରେ ବୋଲି ମତେ ଜଣା ଥିଲା ତ କାଳ ବିଳମ୍ବ ନକରି ମିନିର ବାପାଙ୍କୁ ହସ୍ପିଟାଲ ନେବା ସହ ଅଳ୍ପ ପାଖରେ ବନ୍ଧା ହୋଇ ଚରୁଥିବା ଆମ ମାଣିକକୁ ଫିଟେଇ ନେଇ ଅଳ୍ପ ଟଙ୍କା ହେଉପଛେ ବିକି ଦେବାକୁ ବାଧ୍ୟ ହୋଇଥିଲି କାରଣ ମିନି ବାପା ଙ୍କ ଜୀବନ ବଞ୍ଚାଇବାକୁ ହେଲେ ଏ ପାଣିଫୋଟକା ପରି ମଣିଷ ଜୀବନରେ ମୋହ, ମାୟା, ଆବେଗ ସବୁ ତୁଛ. ମିନି ବାପା ଆଗ ଭଲ ହୋଇ ଯାଆନ୍ତୁ ତା ପରେ କଣ ହେଉଛି ବୁଝିବା ଭାବି ମୁଁ ମାଣିକକୁ ତା ବାଛୁରୀ ଚାନ୍ଦ ଠାରୁ ଅଲଗା କରିବାକୁ ବାଧ୍ୟ ହୋଇଥିଲି ପୁଅ. ହରି ଆଖିରୁ ଲୁହ ଗଡିଆସୁଥିଲା. ସେ ବୁଝିଯାଇଥିଲା ଯେ ଯେକୌଣସି ମୁର୍ମୁଷୁ ବ୍ୟକ୍ତିଙ୍କୁ ଠିକ ସମୟରେ ହସ୍ପିଟାଲ ପଠେଇ ବା ନେଇ ଚିକିତ୍ସା କରି ପାରିଲେ ସେହି ମୁର୍ମୁଷୁ ଵ୍ୟକ୍ତି ଭଲ ହେବାର ଖୁସି ଖୁବର ଏ ପାଣିଫୋଟକା ପରି ମଣିଷ ଜୀବନରେ ଯେଉଁ ଆନନ୍ଦ ଆଣିଦିଏ ତାହା ବର୍ଣ୍ଣନା କରିବା ଅସମ୍ଭବ ହୋଇଥିଲେ ମଧ୍ୟ ଉଭୟ ସେବା ପାଉଥିବା ଵ୍ୟକ୍ତି ଓ ସେବା ଯୋଗାଉଥିବା ଵ୍ୟକ୍ତି ଓ ଅନ୍ୟ ଜଣାଶୁଣା ଵ୍ୟକ୍ତି ବିଶେଷମାନେ ଖୁସି ଓ ଆନନ୍ଦ ଅନୁଭବ କରିପାରିବେ.

       ସେଦିନ ଜାନୁଆରି ଛବିଶ ତାରିଖ ଦିନ ଆମ ଜାତୀୟ ପତାକା ବିଷୟରେ କେତେ କଥା ଭାବୁଥିଲା ହରି. ଗାନ୍ଧିଜୀ ଙ୍କ ନିର୍ଦେଶ ଓ ଅନୁରୋଧରେ ଭେଙ୍କଟ ପିଙ୍ଗଳ କିପରି ଏହି ଜାତୀୟ ପତାକାକୁ ତିନି ରଙ୍ଗ ଦେଇ ମଝିରେ ଅଶୋକ ଚକ୍ର ଚିହ୍ନ ରଖି ଯାଇଛନ୍ତି ଭାବୁ ଭାବୁ ହରିର ମନେ ହେଲା ସେହି ଦିବ୍ୟ ପୁରୁଷମାନେ ଏହି ଦିବ୍ୟଧାମ ରେ ପାଣିଫୋଟକା ପରି ଜୀବନରେ ଯାହା ସବୁ କରିଯାଇଛନ୍ତି ତାହା ଅମର ଓ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ତଥା ଆମ ଦେଶର ଗର୍ବ ଓ ଗୌରବ ହୋଇ ରହିଯାଇଛନ୍ତି. ସେହି କଥା ସବୁ ସେ ଆଜି ବକୃତା ରୂପେ କହିବ ଭାବୁ ଭାବୁ ଦେଖିଲା ପିଇଟି ସାର ପାରା ଓଲଟିଲା ଭଳି ତଳକୁ ପଡିଗଲେ ପତାକା ବାନ୍ଧୁ ବାନ୍ଧୁ. ଜାତୀୟ ଦିବସର ଜାତୀୟ କାର୍ଯ୍ୟକ୍ରମ ପାଇଁ ଧଳା ପୋଷାକ ପିନ୍ଧି ସମସ୍ତେ ଚାହିଁଥିଲା ବେଳେ ହରି କାଳ ବିଳମ୍ବ ନକରି ସାରଙ୍କୁ ପିଠରେ ପକାଇ ହସ୍ପିଟାଲ ନେଇଥିଲା. ଇଞ୍ଜେକସନ, ସାଳାଇନ, ଔଷଧ ଦେବା ପରେ ହରି ସହ ଆଉ କେତେକ ଛାତ୍ର ଛାତ୍ରୀ ମଧ୍ୟ ରକ୍ତ ଦେଇ ବିନୋଦ ସାରଙ୍କ ଜୀବନ ବଞ୍ଚେଇ ଦେଇଥିଲେ.ସାର ଙ୍କ ଚେତା ଫେରିବା ପରେ ତାଙ୍କ ଘର ଲୋକ ସମସ୍ତଙ୍କୁ ସାରଙ୍କ ଦାଇତ୍ୱ ଦେଇ ହରି ଜାତୀୟ ପତାକା ତଳେ ତା ବକ୍ତବ୍ୟ ରଖିବାକୁ ଦୌଡୁଥିଲା. ବକ୍ତବ୍ୟ କହିସାରି ଜୟ ହିନ୍ଦ କହୁ କହୁ ସେ ମଧ୍ୟ ଅଚେତ ହୋଇ ତଳେ ପଡିଥିଲା. ହସ୍ପିଟାଲରେ ଆଖି ଖୋଲବା ବେଳକୁ ହରି ଦେଖିବାକୁ ପାଇଥିଲା ପାଖରେ ବାପା, ବୋଉ ମିନି, ମିନି ଘର ମଉସା ଓ ମାଉସଙ୍କ ସହ ଆଉ ଯୋଉମାନେଥିଲେ ସେମାନେ କୁନା, ମୁନା, ଦୀପକ, କୁନାଲ, ମୁନି ଓ ରୁନି ଭଳି ସାଙ୍ଗ. ଆଉ ବାହାରେ ମାଣିକ ଓ ଚାନ୍ଦ ହମା ହମା ରଡି ଦେଉଥିଲେ. ହରିର ସେହି ସାଙ୍ଗ ମାନେ ସବୁ ସେମାନେ ତା ପରଠୁ ହରିକୁ ହରିଆ ଡାକି ଦଳରୁ ଘଉଡ଼େଇ ନଦେଇ କିମ୍ବା ଶୁନ୍ୟ ଫୋଟକା ଅର୍ଥାତ ବାହାଦୁରୀ ଛାଡି ଏ ପାଣିଫୋଟକା ପରି ଜୀବନରେ ଅନ୍ୟକୁ ସାହାଯ୍ୟ, ସହଯୋଗ ସହିତ ସେବା ଯୋଗେଇ ଦେଉ ଦେଉ ଗୋମାତା ପରି ପଶୁ ପକ୍ଷୀ ଙ୍କ ସେବା ମଧ୍ୟ କରିଚାଲିଥିଲେ. ହରି ସହିତ ସ୍କୁଲର ବାର୍ଷିକ ଉତ୍ସବରେ ପୁରସ୍କୃତ ହୋଇଥିଲେ ମଧ୍ୟ ସେମାନେ. ପିଇଟି ସାର ହରିକୁ କୁଣ୍ଢେଇ ପକେଇ ଜୟ ହିନ୍ଦ କହିଲା ବେଳେ ତାର ସବୁ ସାଙ୍ଗ ମଧ୍ୟ ଦଉଡି ଆସି ତାକୁ କୁଣ୍ଢାଇ ପକାଇ ସମସ୍ୱରରେ କହୁଥିଲେ ଜୟ ହିନ୍ଦ ତଥା ବନ୍ଦେ ଉତ୍କଳ ଜନନୀ.



Rate this content
Log in