ଗଳ୍ପ - ରୋଲ ନଂ ସିକ୍ସଟି ଫୋର
ଗଳ୍ପ - ରୋଲ ନଂ ସିକ୍ସଟି ଫୋର


ମିନି ଗଳ୍ପ:- ରୋଲ ନମ୍ବର ସିକ୍ସଟି ଫୋର
ସ୍କୁଲ ରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପ୍ରାର୍ଥନା ଶେଷ ପରେ ନିଜ ନିଜ ଶ୍ରେଣୀ ନିଜ ପ୍ରକୋଷ୍ଠ କୁ ଯାଇସାରିଥାନ୍ତି I ପ୍ରଥମ ପିରିୟଡ଼ ର ଘଣ୍ଟା ବାଜିବା ପରେ ଶ୍ରେଣୀ ଶିକ୍ଷକ ଶ୍ରେଣୀ କୋଠରୀ ମଧ୍ୟକୁ ପ୍ରବେଶ କରନ୍ତି I
ସମସ୍ତ ଛାତ୍ର ଛାତ୍ରୀ ଠିଆ ଉଠି ଏକ ସ୍ୱର ରେ କୁହନ୍ତି - ଗୁଡ଼ ମର୍ଣ୍ଣିଙ୍ଗ ସାର I
ଏହାପରେ ହାତ ଇସାରାରେ ସମସ୍ତଙ୍କୁ ବସିବାକୁ ନିର୍ଦ୍ଧେଶ ଦିଅନ୍ତି I
ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥାନ ପକେଇବା ପ୍ରେଜେଣ୍ଡ ଖାତା ଧରି ଆରମ୍ଭ କଲେ I
ରୋଲ କଲ ପ୍ଳିଜ- ରୋଲ ନଂ ୱାନ,ଟୁ,ଥ୍ରୀ.ଫୋର..
ଏମିତି କ୍ରମଶଃ ଡ଼ାକୁଥାନ୍ତି ପିଲା ମାନେ ଉପସ୍ଥାପନା ପକାଉଥାନ୍ତି I
ଶିକ୍ଷକ ଡାକିଲେ - ରୋଲ ନଂ ସିକ୍ସଟି ଫୋର, ରୋଲ ନଂ ଥ୍ର
ରୋଲ ନଂ ...ସିକ୍ସଟି ଫୋର.....
କିଛି ଉତ୍ତର ନାହିଁ I
ଶିକ୍ଷକ ଠିଆ ହେଲେ I
ଶ୍ରେଣୀ ରେ ନୀରବତା I ଶିକ୍ଷକ ଉଚ୍ଚ ସ୍ୱର ରେ ଡାକିଲେ -
କର୍ଣ୍ଣ......
ଶ୍ରେଣୀ କୋଠରୀ ପ୍ରକମ୍ପିତ ହେଲା I ହଟାତ ଶ୍ରେଣୀ କୋଠରୀ ଶେଷ ବେଞ୍ଚ ରେ ବସିଥିବା ପିଲା ଟି ଶିକ୍ଷକ ଡାକ ଶୁଣି ଶୋଇଥିବା ଅବସ୍ଥା ରେ ବେଞ୍ଚ ରୁ ପାଖ ଆଡକୁ ତଳେ ଖସି ପଡ଼ିଗଲା I
ଆଉ କହିଲା - ପ୍ରେଜେଣ୍ଟ ସାର...
ସମସ୍ତ ପିଲା ହସିବାକୁ ଲାଗିଲେ I
ଶିକ୍ଷକ- " ହଇରେ ଟୋକା କର୍ଣ୍ଣ ! କେତେ ଶୋଇବୁ I
ଘରେ ଶୋଇଲୁ ଏଠି ବି ଶ୍ରେଣୀ ଭିତରେ ଆସିଲା କ୍ଷଣି ଶୋଇଲୁଣି I "
କର୍ଣ୍ଣ ନିରୁତ୍ତର ରହିଲା I
ପୁଣି ଶିକ୍ଷକ କହିଲେ - "ପିଲା ମାନେ ଏହାର ନାମ କର୍ଣ୍ଣ ନ ହୋଇ କୁମ୍ଭକର୍ଣ୍ଣ ହେବା କଥା I ପିଲା ମାନେ କଣ କହୁଛ ?"
ସବୁପିଲା ଜୋରରେ ହସିବାକୁ ଲାଗିଲେ I
ହସ ପରେ ନୀରବତା ହେଲାପରେ .....
ହଉ ପିଲାମାନେ ଏବେ ପଢ଼ିବା ଆରମ୍ଭ କରିବା I ଆଜି ଆମେ ପଢ଼ିବା ଓଡ଼ିଆ ରଚନା ବା ପ୍ରବନ୍ଧ I
ରଚନା ର ନାମ - ମୋ ଜୀବନ ର ଲକ୍ଷ୍ୟ I
ପିଲା ମାନେ ତୁମେ ଜୀବନ ରେ କଣ ହେବାକୁ ଚାହୁଁଛ ବା ତୁମର ଭବିଷ୍ୟତ ରେ କଣ ଇଚ୍ଛା ଅଛି ଏହି ରଚନା ରେ ତୁମକୁ ଲେଖିବାକୁ ପଡ଼ିବ I
ତୁମକୁ ବର୍ତ୍ତମାନ ଅଧଘଣ୍ଟା ସମୟ ଦିଆଗଲା I "
ଅଧଘଣ୍ଟା ପରେ ସମସ୍ତଙ୍କ ଖାତା ଶିକ୍ଷକ ମାଗିଲେ I
ପ୍ରଥମ ପିରିୟଡ଼ ପଇଁଚାଳିଶି ମିନିଟ I
ତେଣୁ ଆହୁରି ଦେଖିଲେ ପାଞ୍ଚ ମିନିଟ ଘଣ୍ଟବାକୁ ବାକି ଅଛି I
ସେ ସବୁ ଖାତା ପାଇଲା ପରେ ହଟାତ ଗଦା ହୋଇଥିବା ସବୁ ଖାତା ଓଲଟେଇ ଦେଲେ I
ଫଳରେ ତଳ ଖାତା ଉପରକୁ ହେଲା I
ଆଉ ଗୋଟିଏ ଖାତା ବାହାରକରି ଦେଖିବାକୁ ଲାଗିଲେ I
ପିଲା ମାନଙ୍କ ଭୟ ସାର ,କାହା ଖାତା ଦେଖୁଛନ୍ତି !
ପ୍ରଥମ ଖାତା ଓଲଟେଇ ଦେଖିଲେ ଓ କହିଲେ ପିଲା ମାନେ ଦେଖିବା କର୍ଣ୍ଣ କଣ ରଚନା ଲେଖିଛି I
ଶିକ୍ଷକ ପଢିଲେ - "ମୁଁ କର୍ଣ୍ଣ, ମୋ ଜୀବନ ର ଲକ୍ଷ୍ୟ କେବଳ ଖାଇବା,ଶ୍ରେଣୀ କୁ ଆସି ବେଞ୍ଚ ରେ ଶୋଇବା I "
ଏହା ଶୁଣି ପିଲାମାନେ ହସିବାକୁ ଲାଗିଲେ I ଶ୍ରେଣୀ ପ୍ରକୋଷ୍ଠ ରେ ହାସ୍ୟ ର ବାତାବରଣ ସୃଷ୍ଟିହେଲା I
ସାଙ୍ଗେ ସାଙ୍ଗେ ଶିକ୍ଷକ ସମସ୍ତଙ୍କୁ ନୀରବ ରହିବାକୁ କହିଲେ I
ଶିକ୍ଷକ କହିଲେ - ପିଲାମାନେ ଆମେ କାହାକୁ ଜୀବନ ରେ ଥଟ୍ଟା ,ପରିହାସ କରିବା ଉଚିତ ନୁହେଁ I
ସମସ୍ତଙ୍କ ଗୋଟିଏ ଗୋଟିଏ ବିଶେଷ ଗୁଣ ଥାଏ I
କିଏ ପାଠରେ କିଏ ଖେଳ ରେ ଆଗୁଆ ତ କାହାର ଉପସ୍ଥିତି ବୁଦ୍ଧି ଯାହାକୁ ଆମେ ଇଂରାଜୀ ରେ "ପ୍ରେଜେଣ୍ଟ ଅଫ ମାଇଣ୍ଡ" କହୁ ପ୍ରଖର ଥାଏ I
ଜଣେ କେବଳ ପାଠପଢିଲେ ହେବନାହିଁ କେଉଁ ସମୟରେ କଣ କରାଯାଏ ତାହା ଜାଣିବା ଜରୁରୀ I
ସେ ଉପସ୍ଥିତି ବୁଦ୍ଧି ମନୁଷ୍ୟ କୁ ଅନେକ ବିପତ୍ତି ରୁ ବଞ୍ଚେଇ ଦିଏ I
ପିଲା ମାନେ ତୁମର ମନେ ଅଛି ନା ଚାରିଜଣ ବନ୍ଧୁ କାଶୀ ରୁ ବିଦ୍ୟା ଅଧ୍ୟୟନ କରିସାରିବା ପରେ ନିଜ ଗାଁ ରେ ପହଞ୍ଚିଲେ ଓ ନିଜର ପାଣ୍ଡିତ୍ୟ କୁ ଅନ୍ୟ ଅଞ୍ଚଳ ମାନଙ୍କରେ ମଧ୍ୟ ରେ ପ୍ରତିପାଦିତ କରି କିଛି ଅର୍ଥ ଉପାର୍ଜନ କରିବା ଉଦ୍ଧେଶ୍ୟ ରେ ସେମାନେ ନିଜ ର ଜଣେ ନିରକ୍ଷର ସାଙ୍ଗ ସହ କିଛି ଦିନ ପରେ ଦୂର ଗାଁ କୁ ଯାଉଥିଲେ I
ରାସ୍ତାରେ ଜଙ୍ଗଲ ଟିଏ ପଡ଼ିଲା I ସେମାନେ ଦେଖିଲେ ଯେ ଗୋଟିଏ ସିଂହ ର ମୃତ ଶରୀର ପଡ଼ିରହିଛି I
ସେଠି ମଧ୍ୟରୁ ଜଣେ ସାଙ୍ଗ କହିଲା ସେ ସିଂହ ର ଶରୀର ର ହାଡ଼ କୁ ସଜେଇ ଦେଇପାରିବ I
ଅନ୍ୟଜଣେ କହିଲା ସେ ସିଂହ ଶରୀର ରେ ଚମଡ଼ା ଆରାମରେ ଲଗେଇ ଦେଇପାରିବ I
ତୃତୀୟ ସାଙ୍ଗ କହିଲା ସେ ସିଂହ ଶରୀର ରେ ରକ୍ତ ଓ ମାଂସ ଦେଇପାରିବ I
ଚତୁର୍ଥ ସାଙ୍ଗ କହିଲା ତୁମେମାନେ ଏତିକି କଲେ ମୁଁ ତାହାକୁ ଜୀବନ ଦାନ ଦେଇପାରିବି I
ଏହାପରେ ତିନିସାଙ୍ଗ ସିଂହର ସବୁ କାଯ୍ୟ ସମାପ୍ତ ପରେ ଯେତେବେଳେ ଚତୁର୍ଥ ସାଙ୍ଗ ଜୀବନ ଦେବାକୁ ଗଲାବେଳେ
ସେହି ନିରକ୍ଷର ସାଙ୍ଗ ଟି କହିଲା - ଆରେ ଏ କଣ କରୁଛ ! ସିଂହ ଜୀବନ ପାଇଲେ ଆମ ସମସ୍ତଙ୍କୁ ମାରିଦେବ I
ଏହା ଶୁଣି ସେହି ଚାରି ପଣ୍ଡିତ ବନ୍ଧୁ ମାନେ କହିଲେ - ଆମେ ଏହାକୁ ଜୀବନ ଦାନ କରି ବଞ୍ଚେଇବୁ,ସେ ଖୁସି ହେବ କାହିଁକି ମାରିବ,ତୁ ମୂର୍ଖ କଣ ଜାଣିଛୁ I
ଏ କଥା ଶୁଣି ପଞ୍ଚମ ସାଙ୍ଗ ଯିଏ ମୂର୍ଖ ଥିଲା ସେ ପାଖ ଗଛ ଉପରକୁ ଚଢ଼ିଗଲା I
କିଛି ସମୟ ପରେ ସିଂହ କୁ ଜୀବଦାନ ଦେଲାପରେ ସେହି ଚାରି ସାଙ୍ଗ କୁ ଖାଇ ଅରଣ୍ୟ ଭିତରକୁ ପଳେଇଲା ଓ ନିରକ୍ଷର ସାଙ୍ଗ ନିଜ ଉପସ୍ଥିତି ବୁଦ୍ଧି ଯୋଗୁ ବଞ୍ଚି ଗଲା I
ଆମ କର୍ଣ୍ଣ ବି ଦିନେ ନା ଦିନେ ଆମ ସ୍କୁଲ ର ନାମ ରଖିବ ବୋଲି ମନେ କରୁଛି I
ସ୍କୁଲ ଘଣ୍ଟା ପରବର୍ତ୍ତୀ ପିରିୟଡ଼ ବାଜିଲା ଓ ଶ୍ରେଣୀ ଶିକ୍ଷକ କୋଠରୀରୁ ପ୍ରସ୍ଥାନ କଲେ I
କର୍ଣ୍ଣ ଅଷ୍ଟମ ଶ୍ରେଣୀ ର ଛାତ୍ର I
ଶରୀର ମୋଟା ଆଉ ଅଭ୍ୟାସ ଖାଲି ଖାଇବା I ଖାଇବାକୁ ମିଳିଲେ ସବୁ କିଛି ଭୁଲି ଯାଏ I
ପାଠପଢା ରେ ପୁରା ଶୂନ I
ତାହାକୁ ସେଥିପାଇଁ କେତେକ ପିଲାମାନେ ଗଧ କୁମ୍ଭକର୍ଣ୍ଣ କହି ପଛପଟୁ ପରିହାସ କରୁଥିବା ବେଳେ କେତେକ ଶ୍ରେଣୀ କୋଠରୀ ରେ ଶୋଇପଡୁଥିବାରୁ ତାହାକୁ ନିଦୁଆ କୁମ୍ଭକର୍ଣ୍ଣ
କୁହନ୍ତି I
ତାହା ସମ୍ମୁଖ ରେ କେହି କିଛି କହନ୍ତି ନାହିଁ କାରଣ ତାହାର ସାଙ୍ଗ ସାଥିମାନେ ଜାଣିଛନ୍ତି ତାହାକୁ କେହି ମଧ୍ୟ ଗଣ୍ଡଗୋଳ କରେ ପାରିବେ ନାହିଁ I
ବାପାମାଆ ଙ୍କ ଗୋଟିଏ ବୋଲି ପୁତ୍ର ହେତୁ ଗେଲରେ ନାଁ ଦେଇଥିଲେ - କର୍ଣ୍ଣ I
କିନ୍ତୁ ସେହି କର୍ଣ୍ଣ ନାମ ସ୍କୁଲ ରେ ଶେଷରେ କୁମ୍ଭକର୍ଣ୍ଣ ହୋଇଗଲା I
ଦିନେ ଜିଲ୍ଲାର ଜିଲ୍ଲା ଶିକ୍ଷI ଅଧିକାରୀ ( DEO) ସେହି ସ୍କୁଲ ପରିଦର୍ଶନ ରେ ଆସିଥାନ୍ତି I
ସେ ସବୁ କୋଠରୀ ବୁଲିସାରିଲା ପରେ ସେ ଯାଇ ଅଷ୍ଟମ ଶ୍ରେଣୀ କୋଠରୀ ରେ ପହଞ୍ଚିଲେ I
ସେ ବିଭିନ୍ନ ବିଷୟରେ ଶ୍ରେଣୀ ରେ ପ୍ରଶ୍ନ ପଚାରିଲେ କେତେକ ର ଉତ୍ତର ପାଇଲେ ଆଉ କେତେକର ଉତ୍ତର ପାଇଲେ ନାହିଁ I
ପିଲାମାନେ ଆଜି ମୁଁ ତୁମକୁ ଶେଷରେ ଗୋଟିଏ ବୁଦ୍ଧି ପରୀକ୍ଷI ର ପ୍ରଶ୍ନ ପଚାରିବି ଯିଏ କହିପାରିବ ତାହାକୁ ମୋ ତରଫରୁ ପୁରସ୍କାର ଦିଆଯିବ I
ସେ କହିବା ଆରମ୍ଭ କଲେ - "ପିଲା ମାନେ ପାହାଡ଼ ଉପରୁ ଗୋଟିଏ ବଡ଼ ପଥର ଗଡିଗଡି ଆସି ସ୍କୁଲ ତୁମ ସ୍କୁଲ ଆସୁଥିବା ମାଟି ରାସ୍ତା ରେ ପଡ଼ି ରହିଲା I
ସେହି ପଥର କୁ ରାସ୍ତାରୁ ହଟେଇଲେ ହିଁ ଗାଁ ର ଲୋକେ ଯା ଆସ କରିପାରିବେ ଓ ତୁମେ ମାନେ ମଧ୍ୟ ସ୍କୁଲ କୁ ସାଇକେଲ ରେ ଆସି ପାରିବ I
କୁହ କେମିତି କଲେ ହେବ ?
ଜଣେ ଛାତ୍ର କହିଲା - "ସାର,ଆମେ ପଥର କୁ ଭାଙ୍ଗିବା ପାଇଁ ଚେଷ୍ଟା କରିବା,ତେଣୁ ପଥର କଟା ମେସିନ ସାହାଯ୍ୟ ରେ ବଡ଼ ପଥର କୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବା ଓ ରାସ୍ତା ସଫା ହୋଇଯିବ I
ଅନ୍ୟ ଜଣେ ଛାତ୍ର - ସାର,ଆମେ ଗୋଟିଏ ବଡ଼ ଟ୍ରକ ଆଣି ଠେଲି ଠେଲି ଲୋକ ମାନଙ୍କ ଦ୍ୱାରା ସେହି ପଥରକୁ ସେ ରାସ୍ତା ରୁ ହଟେଇ ଦେବା I
ଆଚ୍ଛା ବହୁତ ଭଲ ଏବେ ମୋର ପ୍ରକୃତ ବୁଦ୍ଧି ପରୀକ୍ଷI ପ୍ରଶ୍ନ - ଆଚ୍ଛା,ପିଲେ ସେ ପଥରକୁ ଖଣ୍ଡ ଖଣ୍ଡ ନ କରି କି ଟ୍ରକ ରେ ସେ ଜାଗାରୁ ନ ନେଇ କିପତି କିପରି ରାସ୍ତା ସଫା ହେବ ?
ଏହି ପ୍ରଶ୍ନ ଶୁଣି ସମସ୍ତ ପିଲା ଙ୍କ ଅକଲଗୁଡୁମ ହୋଇଗଲା I
ଶ୍ରେଣୀ ର ରୋଲ ନଂ ୱାନ,ଟୁ,ଥ୍ରୀ..କାହା ମୁହଁରେ ଭାଷା ନାହିଁ କଣ ଉତ୍ତର ହେବ
ହଟାତ ! କର୍ଣ୍ଣ ହାତ ଉଠେଇ କହିଲା - ସାର,ଭେରୀ ଇଜି I ସାର ପଥର ପଡିଥିବା ଜାଗା ପାଖରେ ଗୋଟିଏ ବଡ଼ ଖାଲ ଖୋଲି ସେହି ଖାଲ ରେ ପଥର କୁ ପୋତିଦେଲେ ରାସ୍ତା ବି ସଫା
ହେବ ଓ ଖର୍ଚ୍ଚ ବି କମ ହେବ I "
ଏଠି କଥା ଶୁଣି ଜିଲ୍ଲା ଶିକ୍ଷI ଅଧିକାରୀ (DEO) ଖୁସିରେ କର୍ଣ୍ଣ କୁ ପିଠିରେ ଥାପୁଡ଼େଇ ପଚାରିଲେ - ବହୁତ ସୁନ୍ଦର ! ଆଚ୍ଛା ବାବୁ ତୋ ନାମ କଣ ଓ ରୋଲ ନଂ କେତେ ?
କର୍ଣ୍ଣ - ସାର,ମୋର ନାମ କର୍ଣ୍ଣ I
ରୋଲ ନମ୍ବର ସିକ୍ସଟି ଫୋର ! ! !
ଜିଲ୍ଲା ଶିକ୍ଷI ଅଧିକାରୀ( DEO) ଖୁସି ହୋଇ କହିଲେ - ବାବୁ ତୁମ ନାମ କର୍ଣ୍ଣ ନ ହୋଇ କୁମ୍ଭକର୍ଣ୍ଣ ହେବା କଥା I
ସମସ୍ତ ଙ୍କ ହସରେ ରୋଲ ନଂ ସିକ୍ସଟି ଫୋର ର ଗୁରୁତ୍ବ ରହିଲାନି I
ବାସ ସେହିଦିନ ରୁ ସମସ୍ତେ କର୍ଣ୍ଣ କୁ ଆଉ କେବେ ବି ଉପହାସ କି ଥଟ୍ଟା କରିବାର କେହି ଦେଖିନି I
ଆଜି ବି ସବୁ ସାର କୁହନ୍ତି,କର୍ଣ୍ଣ ଆମ ସ୍କୁଲ ର ନାମ କୁ ରଖିଦେଲା I
ସତରେ ରୋଲ ନଂ ସିକ୍ସଟି ଫୋର ଆଜି ଚିକେନ ସିକ୍ସଟି ପରି ସମସ୍ତଙ୍କ ପ୍ରିୟ ହୋଇରହିଛି ! ! !