Dipti lekha Mishra

Others

5.0  

Dipti lekha Mishra

Others

ଗଳ୍ପ ହେଲେ ବି ସତ

ଗଳ୍ପ ହେଲେ ବି ସତ

3 mins
503


ଗଳ୍ପ ହେଲେ ବି ସତ

ଲେଖିକା_ଶ୍ରୀମତୀ ଦିପ୍ତୀଲେଖା ମିଶ୍ର

ଦିପା ନାମରେ ଅଠର ବର୍ଷର ଝିଅଟି ମହାବିଦ୍ୟାଳୟରେ ପଢୁଥାଏ ।ତାର ସବୁ ବନ୍ଧୁମାନେ ଜଣ ପରେ ଜଣେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।କିନ୍ତୁ ଦିପା କାହାକୁ ଆଖି ଉଠାଇ ବି ଦେଖୁନଥିଲା ।ଆଶ୍ଚର୍ଯ୍ୟ ହେଉଥିଲା ତାର ବନ୍ଧୁ ଦୀପୁ ।

ଦିନେ ଏମିତି କହୁ କହୁ ଦୀପୁ ମୋବାଇଲ୍ ରେ ମେସେଜ୍ କଲା ଦିପା ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋତେ ବିବାହ କରିବ କି ?

ଦିପା କହିଲା ଦିପୁ ଦୟାକରି ମୋତେ କ୍ଷମା କରିଦେବ ।

ଦିପୁ ପଚାରିଲା ଦିପା ତା ହେଲେ କୁହ ତୁମେ କେଉଁ ଭଳି ପୁଅ ପସନ୍ଦ କରିବ ?ତୁମେ ଯେମିତି କହିବ ସେଭଳି ଯୋଗ୍ୟ ବର ଖୋଜିଆଣିବାର ପ୍ରୟାସ କରିବି ।କାରଣ ମୁଁ ତୁମ ଓଠରେ ହସ ଚାହେଁ ।

ଦିପା କହିଲା ଧନ୍ୟବାଦ ଦିପୁ କିନ୍ତୁ ତୁମକୁ ମୋ ପାଈଁ କୌଣସି କଷ୍ଟ କରିବାକୁ ପଡିବନି ।କାରଣ ମୁଁ ବିବାହ କରିବାକୁ ଚାହେଁନି ।

ଦିପୁ କହିଲା ତୁମର ପ୍ରକୄତ ବନ୍ଧୁ ବୋଲି ଯଦି ଭାବୁଥାଅ ତା ହେଲେ ତୁମ ଅନ୍ତରର କଥା ଦୟାକରି କୁହ ।ମୁଁ ତୁମ ବିବାହ କରିକି ହିଁ ରହିବି ।ତୁମେ ଏତେ ସୁନ୍ଦର,ଏବେ ତ ସରକାରୀ ଚାକିରି ଖଣ୍ତେ ବି ପାଇଗଲଣି ।ତୁମକୁ ବିବାହ ଈଛ୍ଥା କାହିଁକି ନୁହଁ ??

ଦିପା କହିଲା ଗୋଟିଏ କାହାଣୀ ଶୁଣ ତା ପରେ କହିବି କାରଣ କଣ ?କିନ୍ତୁ ତୁମେ ମୋ କାହାଣୀ ଶୁଣିବାକୁ ବେଳ ଅଛି ତ ?

ଦିପୁ କହିଲା ଆରେ ଏହି ଦିନଟି ,ଏହି କାହାଣୀଟି ଶୁଣିବାକୁ ତୁମ ସହ ଏତେ ବାଟ ଚାଲିଆସିଛି...ନ ଶୁଣିବି କେମିତି ?କହିବା ଶୀଘ୍ର ଆରମ୍ଭ କର ।ମୋର ଧୈଯ୍ୟ ଆଉ ନାହିଁ ।କୁହ ଦିପା ଜଲ୍ଦି କୁହ ।

ଦିପା ର କାହାଣୀ ଆରମ୍ଭ ହେଉ ନ ହେଉଣୁ ବୋତଲଟି ଶୁଦ୍ଧଜଳ ପିଇଦେଲାଣି ଦିପୁ ।

ଦିପା କହିଲା ଶୁଣିବତ???

ଦିପୁ ପୁଣି କହିଲା ଡେରି ନ କରି କୁହ ।

ଦିପା କହିଲା ଶୁଣ ତା ହେଲେ....

ତାକୁଦିପିକା ଓ ଦିପକ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇଲେ ଯେମିତି ମେଘକୁ ବର୍ଷା ଭଲ ପାଏ ।କିଏ ବି ପସନ୍ଦ କରୁନଥିଲେ ଏ ଦୁହିଁଙ୍କର ପ୍ରେମକୁ ।କିଛିଦିନ ପରେ ଦୁହେଁ ଅତି କଷ୍ଟରେ ଘରଲୋକଙ୍କୁ ବୁଝାବୁଝି କରି ବିବାହ କରିଥିଲେ ।ଏମିତି କିଛି ଦିନ ପରେ ଅନ୍ତଃସତ୍ତ୍ବା ହେଲେ ଦିପିକା ।ଛଅ ବର୍ଷ ମଧ୍ୟରେ ପାଂଚଟି ଶିଶୁ କନ୍ୟାର ପିତା ମାତା ହେବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ ।କିନ୍ତୁ ଦିପକ କେବେ ବି ଝିଅମାନଙ୍କୁ ଗ୍ରହଣ କରୁନଥିଲା ।ଦିପିକା ପୁଣି ଗର୍ଭବତୀ ହେବାରୁ ଦିପକ କହିଲା ଶୁଣ ଦିପିକା ଏଥର ଯଦି ତୁମର ପୁଅ ଜନ୍ମ ନ ହୁଏ ତା ହେଲେ ତୁମ ଓ ମୋ ଭିତର ସଂପର୍କ ସାରିଦେବାକୁ ହେବ ।କିନ୍ତୁ ଦୁର୍ଭାଗ୍ୟବଶତଃ ପୁଣି ଝିଅ ହିଁ ଜନ୍ମ ହେଲା ।ତାକୁ ଦିପକ ରାତିରେ ଚୋରିକରି ଜଙ୍ଗଲରେ ଛାଡି ଆସିଲା ।ପୁଣି ପରଦିନ ସକାଳେ ଦେଖିଲା ପିଲାଟିକୁ କେହି ବି ନେଈନାହାଁନ୍ତି ।ଏମିତି ଚାରିଦିନ ଲଗାତାର ଜଙ୍ଗଲରେ ଛାଡୁଥାଏ ଆଉ ପୁଣି ପରଦିନ ସକାଳେ ଆଣି ବନ୍ଧୁ ଘରେ ରଖୁଥାଏ ।ଏପଟେ ମାଆ ବହୁତ ଖୋଜୁଥାଏ ।ସ୍ବାମୀକୁ ସନ୍ଦେହ କରି କରି ଦିପିକା ଭାବିଲା ପୋଲିସ୍ ରେ ଏତଲା ଦେବ ।ଠିକ୍ ସେତିକି ବେଳେ ଦିପକ ଭାରୀ ବିରକ୍ତ ହୋଇ ଝିଅଟିକୁ ଘରକୁ ଆଣିଦେଲା ଏବଂ ସମସ୍ତଙ୍କୁ ସତ ସତ କହିଦେଲା ।ଏମିତି କିଛି ଦିନାନ୍ତେ ପୁଣି ଦିପିକାର ପାଂଚୋଟି ପୁଅ ଜନ୍ମ ହେଲେ ।ଗୋଟିଏ ପୁଅ ଜନ୍ମ ହେଲେ ଗୋଟିଏ ଝିଅ ମରିଯାଉଥାଏ ।ପରେ ଜୀବନ ସାଥି ଦିପିକା ବି ଈହଧାମ ଛାଡିଗଲେ ।

ଏବ ପାଂଚ ପୁଅ ଓ ଝିଅ ସହ ରହୁଥିଲେ ଦିପକ ।ସମସ୍ତେ ନିଜ ନିଜ ପସନ୍ଦରେ ବାହା ହୋଈ ଅଲଗା ରହିଲେ ।ବାପା ଝିଅ ଏଥର ଏତେ ବଡ ଘରେ ଏକୁଟିଆ ।

ପୁଅ ବୋହୁ ମଝି ମଝିରେ ବୁଲିବାକୁ ଆସି ଭଲମନ୍ଦ ବୁଝି ପୁଣି ଭଡାଘରକୁ ଚାଲିଯାନ୍ତି ।ଦିପକ ଭାରୀ ଦୁର୍ବଳ ହୋଈପଡିଛନ୍ତି ।ନିଜ କାମ ଆଉ କରିପାରୁନାହାଁନ୍ତି ।ଯେଉଁ ଝିଅକୁ ଭୋକ ଶୋଷରେ ରଖି ଜଙ୍ଗଲରେ ଛାଡିଆସୁଥିଲେ ଦିପକ ସେଈ ଝିଅ ଏବେ ଘରର ସବୁକଥା ବୁଝେ ।ବାପା ମାନେ ଦିପକ ବାରମ୍ବାର କ୍ଷମା ମାଗୁଥିଲେ ଝିଅକୁ ।

ମୁଁ ହେଉଛି ସେ ଅଲକ୍ଷଣୀ,ଅଭାଗିନୀ ଝିଅ ଦିପା ।ମୋ ବାପା ,ମୋ ପାଈଁ ଭଗବାନ ଏଣୁ ତାଙ୍କ ସେବା ବ୍ୟତିତ ମୋତେ କିଛି ଦିଶୁନି ।

ଦିପୁ କହିଲା ସବୁ ପରେ ବି ମୁଁ ତୁମକୁ ଆପଣାର କରି ତୁମ ସହ ରହିବାକୁ ଚାହେଁ ।ତୁମେ ମୋ ଆଖି ସାମନାରେ ବହୁତ ବଡ ଲାଗୁଛ ।ଆଇ ଲଭ୍ ୟୁ ଦିପା ।


Rate this content
Log in