STORYMIRROR

Narayan Sethi

Children Stories Classics Inspirational

4  

Narayan Sethi

Children Stories Classics Inspirational

ଗଳ୍ପ : ବାପା

ଗଳ୍ପ : ବାପା

2 mins
379


ଗୋଟେ ଗାଁରେ ଜଣେ ଗରିବ ଦିନ ମଜୁରିଆ ଥିଲେ ତାଙ୍କ ନାମ ହରି ! ତାଙ୍କର ଦୁଇଟି ଝିଅ ବହୁତ ଗରିବ ସେ କୋଉଠି କାମ ପାଇଲେ କାମ କରନ୍ତି ଆଉ ସେ ପଇସା ରେ ତାଙ୍କ ସେ ଘର ଚଳାନ୍ତି ।

 

ହରି ର ପରିବାର ଯୋଉ ସାହି ରେ ରହୁଥିଲେ ସେ ସାହିରେ ଜଣେ ଧନୀ ଘର ଟେ ଥିଲା । ସେ ଧନୀ ଘରେ ଟିଭି ଥିଲା ଟିଭିରେ ଆବାଜ ଶୁଣି ହରିର ଛୁଆ ମନେ ଦୌଡ଼ି କି ଗଲେ ଆଉ ସେ ଧନୀ ଘରକୁ ଯାଇ ଟିଭି ଆଗରେ ବସି ପଡିଲେ । ହଠାତ ଧନୀ ଲୋକର ଆଖି ପଡ଼ିଲେ ଗରିବ ଝିଅ ଗୁଡାକ ଉପରେ ତୁରନ୍ତ ଟିଭି ବନ୍ଦ କରି ଆମ ଘରୁ ଯାଅ କହି ଘରୁ ବାହାର କରିଦେଲେ । ଝିଅ ଦୁଇଟି କାନ୍ଦି କାନ୍ଦି ପଳିଆସିଲେ ଆଉ ଘର ବାହାରେ ରହି ଟିକିଏ ମନ ପସନ୍ଦର ସେରିଅଲକୁ ଦେଖିବେ ବୋଲି ମନ ବଳେଇଥିଲେ ।

ଝିଅଟି ଘର ବାହାରେ ଠିଆ ହୋଇ ଟିଭି ଆବାଜକୁ ଶୁଣିବାକୁ ଚେଷ୍ଟା କରୁଥିଲା । ସେତିକିବେଳେ ହରି ଆସି କହିଲା ଝିଅ କଣ ହେଲା ଏଠି ଏମିତି ଠିଆ ହେଉଛି । ଝିଅଟି କାନ୍ଦି କାନ୍ଦି କହିଲା ବାପା ଆମର ଟିଭିଟେ ଥିଲେ ଭଲ ହୁଅନ୍ତା । ବାପା ଏଇ କଥା ଶୁଣି ଝିଅକୁ ବୁଝେଇ ଦେଲେ କହିଲେ ମୋ ସୁନା ଝିଅଟା କାନ୍ଦେନୀ ଟିଭି ଆଣିବା ଆମର । ଝିଅ ମାନେ ଖୁସି ହୋଇଗଲେ ! ଆଉ ସେଠୁ ଘରକୁ ଗଲେ, ବାପା ଏକାନ୍ତ ରେ ବସି ଭାବୁଥାନ୍ତି ଝିଅକୁ ସିନା କହିଦେଲି ଟିଭି ଆଣିଦେବି ବୋଲି ହେଲେ ମୁଁ ତ ଦିନ ମଜୁରିଆ କେମିତି ଆଣିବି? ତାପରେ ସେ ସେଠୁ ହରି ସହର ଆଡକୁ ଗଲେ । ଏକ ବସ ଷ୍ଟପ୍ ପାଖରେ ଏକା ବସିଥିଲେ । ଠିକ ସେତିକ ବେଳେ ଗୋଟେ କାର ଆସି ଲାଗିଲା । ସୀସା ଖୋଲି ସେ ଅଜଣା ଲୋକ ଟି

କହିଲା ମୁଁ ମହେଶ ମୋତେ ମୋ ଘର କାମ କରିବାକୁ ଜଣେ ଲୋକର ଆବଶ୍ୟକ ।


ହରି ଏକଥା ଶୁଣି ଖୁସି ହେଲେ ହଁ ବାବୁ ମୁଁ ସବୁ କାମ କରିବି ମୋତେ କାମ ଦିଅନ୍ତୁ। ମହେଶ ବାବୁ କହିଲେ ହଉ ଆସ ମୋ ଗାଡିରେ ବସ । ତାପରେ ମହେଶ ଘରକୁ ଗଲେ ଆଉ ସେଠି ହରି କାମ ଆରମ୍ଭ କଲେ । ହରି ମନ ଦେଇ କାମ କଲା ଘରର ସବୁ କାମ ସଚ୍ଚୋଟ, ନିଷ୍ଠାର ସହିତ କାମକଲା । ଘରର ଯେକୌଣସି କାମକୁ ନିଜ ଘର ଭାବି ଖୁବ ମନ ଲଗାଇ କାମ କଲା । ଏ ସବୁ ଘର ମାଲିକ ଦେଖୁଥିଲେ ଆଉ ମନେ ମନେ ବହୁତ ଖୁସି ହେଲେ । ହରିକୁ ଦରମା ଆକାରରେ ଦଶ ହଜାର ଟଙ୍କା ଦେଲେ । ହରି ସେ ପଇସାରେ ଘରକୁ ଟିଭି ନେଇକି ଗଲେ । ପିଲାମାନେ ଦେଖିକି ବହୁତ ଖୁସି ହୋଇଗଲେ

ତେଣୁ ବାପା ଆମ ପାଇଁ ଭଗବାନ। ଯାହା ଇଚ୍ଛା କଲେ ବି ସେ ନିଜେ ଖୁବ କଷ୍ଟ କରି ପିଲାଙ୍କ ଇଚ୍ଛା ପୂରଣ କରନ୍ତି।

ତେଣୁ ବାପା ମା ଦୁହେଁ ଆମ ପାଈଁ ଚଳନ୍ତି ଭଗବାନ। ଆମେ ବାପା ମା'ଙ୍କ ପ୍ରତି ଅନାଦର କରିବା ଉଚିତ ନୁହେଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍