Purnima Prusty

Others

5.0  

Purnima Prusty

Others

ଏଇତ ଜୀବନ

ଏଇତ ଜୀବନ

2 mins
662


ଅନେକ ଅଭିନେତା,ଅଭିନେତ୍ରୀ ମିଳିବେ ସଂସାର ରେ... କିନ୍ତୁ ସୀମା ପରି ଅଭିନେତ୍ରୀ ଟେ ସାରା ବିଶ୍ୱ ରେ ବିରଳ...

ଜୀବନରେ କାହାକୁ ଟିକେ କଷ୍ଟ ଦେଲେ ନିଜକୁ ହଜାରେ ଶାସ୍ତି ଦିଏ ମୋ କାହାଣୀ ର ନାୟିକା ସୀମା...

Start....

ଇଛା ତ ହୁଏ ବହୁତ କିଛି କରିବା ପାଇଁ... ଭାଗ୍ୟ ଆଗରେ ମୁଣ୍ଡ ନଇଁ ଯାଏ କିନ୍ତୁ ସଭିଙ୍କର..

ସେଦିନ, ସୀମା ନିରବ ନିଜ ସ୍ବପ୍ନ ର ଶେଷ ସୀମାରେ... ସ୍ବପ୍ନ ଥିଲା ଏକ ଅଭିନେତ୍ରୀ ହେବା... ସୁନ୍ଦର ଅଭିନୟ ବି କରେ... ଛୋଟ ବେଳେ ବହୁତ ଥର ଏଇ ଅଭିନୟ ପାଇଁ ପୁରସ୍କୃତ ବି ହେଇଛି... School ରେ college ରେ ବିଭିନ୍ନ drama ରେ...ସବୁ ଭଲ ବି ଲାଗୁଥିଲା ସମସ୍ତଙ୍କୁ... ଆଜି ଯୁବତୀ ବୟସ ରେ ପ୍ରଥମ ପାଦ ପଡ଼ୁ ପଡ଼ୁ.... ହଠାତ ଏଇ ଅଭିନୟ ସମସ୍ତଙ୍କୁ ଖରାପ କଣ ପାଇଁ ଲାଗିଲା... ଯେତେବେଳେ ସେ ଅଭିନୟ ଜଗତରେ ପ୍ରଥମେ ପାଦ ଦେଇ ଥିଲା ଏତେ ଅସୁବିଧା ତ କେବେ ହେଇ ନାହିଁ... ଆଜି ସମସ୍ତଙ୍କର ଦୃଷ୍ଟି କୋଣ ବଦଳି କେମିତି ଗଲା...

ଦୁଃଖର ବିଷୟ ସୀମା ର ବିବାହ ଠିକ ହୋଇ ସାରିଛି.. ଏକ ରକ୍ଷଣଶୀଳ ପରିବାର ରେ... ଯୋଉଠି ଅଭିନୟ ପାଇଁ ଜାଗା ହିଁ ନାହିଁ...

ସ୍ବପ୍ନ ଭୁଲି ଯିବ ନା ସେଇ ଅଭିନୟ ହିଁ କରିବ... ଯୋଉ ଅଭିନୟ ନିଜ ସହିତ ନିଜେ....

ଉତ୍ତର ମିଳିବନି ଯାହା ଭାଗ୍ୟ ରେ ଯାହା ଅଛି ସେଇଟା ହିଁ ଘଟିବ ନିଶ୍ଚୟ....

ଶେଷରେ ସୀମା ସେଇ ପରିବାର କୁ ବୋହୁ ହୋଇ ବି ଗଲା... କିଛି ଦିନ ସବୁ ଠିକ ଠାକ ଚାଲିଲା... ସୀମା ଦିନେ ହେଲେ ନିଜ ସ୍ବପ୍ନ କୁ ମନେ ପକାଇ ନାହିଁ...

ମୁହଁରୁ ହସ ହଜି ଯାଇଥିଲେ ମଧ୍ୟ ଦିନେ ହେଲେ ଜାହିର କରି ନାହିଁ ନିଜ ସ୍ବପ୍ନ ସାର୍ଥକ ପାଇଁ...

ଜୀବନରେ ପରୀକ୍ଷା କେବେ ସରେ ନାହିଁ... ପୁଣି ଥରେ ଅତୀତ ଉପସ୍ଥିତ ହେଲା ସୀମା ର ବର୍ତମାନ ଜୀବନରେ... college ର drama ରେ ସାଜୁଥିବା ସୀମା ର ନାୟକ ଆସି... ଜାହିର କଲା ସୀମା କୁ ପୁଣି ଥରେ ଅଭିନୟ ଜଗତ କୁ ଆସିବା ପାଇଁ...

ଯୋଉଠି କି ଆଉ ଫେରିବା ଅସମ୍ଭବ...

ନିଜ ପରିବାର କୁ ଛାଡି ପରିବାର କୁ ବିରୋଧ କରି ନିଜ ସ୍ବପ୍ନ କୁ ସାର୍ଥକ କରିବା ଠାରୁ...

ଆଗକୁ ବୁଝି ପାରୁଥିବେ...

ସ୍ବପ୍ନ ଭାଙ୍ଗିଲା ପରେ ଜୀବନର ମୂଲ୍ୟ କଣ ପ୍ରତ୍ୟେକ ଜାଣନ୍ତି...

ସୀମା ଆଜି ପାଗେଳି ଅବସ୍ଥାରେ ପଡି ରହିଛି ଡାକ୍ତରଖାନା ରେ... ଏଇ ବି ତ ଅଭିନୟ....

ଅଭିନୟ କରୁ କରୁ ପାଗଳ ହେଇ ଯାଇଛି ସୀମା....

ହୁଏତ କେହି ମାରି ଦିଅନ୍ତେ ତାକୁ ଏମିତି ଜୀବନ ବଞ୍ଚିବା ଠାରୁ ତ ମରିଯିବା ଭଲ କୋଟି ଗୁଣରେ.....

......End......


Rate this content
Log in