STORYMIRROR

Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ଦୁଇ କୁନି କାଉଡ଼ିଆ

ଦୁଇ କୁନି କାଉଡ଼ିଆ

2 mins
209


  ଚିକୁ ଓ ମିକୁ ଦୁଇ ଯମଜ ଭାଇ.। ମାଆ ବାପା କେତେ କଷ୍ଟ ସହି ଦୁହିଁଙ୍କୁ ବଡ଼ କରିଥିଲେ ମଧ୍ୟ ଦୁହିଁଙ୍କ ଉପରୁ ବିପଦ ଟଳୁନଥାଏ.। ଥରେ ଗାଁ ପୋଖରୀରେ ହୋଲି ବେଳେ ରଙ୍ଗ ଛଡେଇ ଗାଧୋଉଥିବା ବେଳେ ଭାସି ଯାଉଥିଲେ ଯେ କେତେ କଷ୍ଟରେ ବାପା ଜୀବନକୁ ପାଣି ଛଡେଇ ପାଣିରୁ ଟାଣି ଉଦ୍ଧାର କଲେ.। ସେମିତି ଘରେ ଜେଜେମା ଛାତ ଉପରେ ଚଉରାମୂଳେ ସଞ୍ଜ ଦେଇ ଆସୁ ଆସୁ ଦୁହିଁଙ୍କ ଦେହରେ ନିଆଁ ଲାଗି ବହୁତ ଦିନ ପରେ ଭଲ ହେଲେ.। ଦୁହିଁଙ୍କର ଏମିତି ସବୁ ଦୈବ ଦୁର୍ଘଟଣା ହେବାର କାରଣ ଦୁଇଭାଇ କେହି କାହାକୁ ଛାଡ଼ି ମୁହୂର୍ତ୍ତେ ରହୁନଥିଲେ.। ତାଙ୍କୁ ଅଲଗା କରିବାକୁ ପିତା ମାତା ଓ ପରିବାର ଲୋକ ଚାହିଁ ମଧ୍ୟ ପାରୁନଥିଲେ.।

  ଏବେ ଦୁହେଁ ସ୍କୁଲ ଓ ଟ୍ୟୁସନ ଗଲେଣି.। ଗୋଟିଏ ସାଇକେଲରେ ଯାଉ ଯାଉ ଥରେ, ରାସ୍ତାରେ ପଡି ଲହୁଲୁହାଣ ହେବାରୁ ଏବେ ଚାଲି ଚାଲି ଯାଆନ୍ତି.। ମାଆ ସତର୍କ କରେଇ କହନ୍ତି କୁଆଡେ ନଯିବାକୁ.। କେତେ ମାନସିକ ରଖନ୍ତି ଦୁହିଁଙ୍କ ଉପରେ ବିପଦ ନପଡୁ ବୋଲି ହର ହର ମହାଦେବଙ୍କୁ.। ଡାକୁଥାଆନ୍ତି ଭକ୍ତିରେ ଦୁଇପୁଅଙ୍କୁ ଶକ୍ତି ପ୍ରଦାନ କରି ମଣିଷ ପରି ମଣିଷ ହେବାକୁ ଶିବ ଠାକୁରଙ୍କୁ କାରଣ ଶିବ ଶଙ୍କରଙ୍କ କରୁଣାରୁ ବେଲେଶ୍ୱର ଶିବ ଶଙ୍କରଙ୍କ ପାଖେ ମାନସିକ ରଖି ଅପୁତ୍ରିକ ଦୋଷ ନିବାରଣ ଯଜ୍ଞ କରିବା ପରେ ଦୁଇ ଭାଇଙ୍କର ଜନ୍ମ.।

  ସେଦିନ ସନ୍ଧ୍ୟା ଗଡିଯିବା ପରେ ଘରକୁ ଫେରି ନଥିଲେ ଦୁଇଭାଇ ତ ବାପା ମାଆ ବ୍ୟସ୍ତ ହୋଇପଡିଲେ କିନ୍ତୁ ଚିକୁକୁ ପିଲାଚୋର ନେଇଯିବା ସମୟରେ ମିକୁ ଚଲାକି କରି ଚୋର ଆଖିରେ ଧୂଳି ଫିଙ୍ଗି ଦୁଇଭାଇ ଲୁଚିଯାଇଥିଲେ.। ବାପା ଯାଇ ସେମାନଙ୍କୁ ଜଙ୍ଗଲ ଭିତରୁ ଖୋଜି ପାଇବା ପରେ ଦୁହିଁଙ୍କୁ ଯୋଡ଼ା ଶ୍ରାବଣ ମାସର ପ୍ରଥମ ସୋମବାର, ଯେଉଁଦିନ କି ଚିତାଲାଗି ଅମାବାସ୍ୟା ଓ ସଂକ୍ରାନ୍ତି ପଡୁଥିଲା ସେଦିନ ବୋଲବମ ଭକ୍ତ ରୂପେ କାଉଡ଼ିଆ ସଜାଇ ଶିବ ଶଙ୍କରଙ୍କ ଶୀରରେ ପାଣି ଢାଳିବାକୁ ବାପାଙ୍କ ସଙ୍ଗେ ପଠାଯାଇଥିଲା.। ଦୁଇ ଗୁଳୁଗୁଲିଆ କାଉଡ଼ିଆଙ୍କୁ ଦେଖି ସମସ୍ତେ ଖୁସି ହେବା ସହ ସେମାନଙ୍କ ସାହାସ ଯୋଗୁଁ କିପରି ଦୁହେଁ, ଶିବଙ୍କ ମହିମାରୁ ରକ୍ଷା ପାଇଲେ ସେକଥା ଶୁଣି ସମସ୍ତେ ଦୁଇଭାଇଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠବା ସହ ଜୟ ଶିବଶଙ୍କର ଜୟ ଧ୍ବନି ଦେଉଥିଲେ.।



Rate this content
Log in