ଦଶହରା ଦିନ
ଦଶହରା ଦିନ
ସୁନାନାକୀ ବୋହୁ ସୁଦିପ୍ତା ଆଜି ଦଶହରା ପୂଜା ପ୍ରଥମ କରି କରିବ ।ତା ମାଆ ଘରୁ ଅନେକ ପ୍ରକାରର ମିଠା,ଫୁଲ,ନୁଆ ଶାଢୀ,ନଡିଆ,କଦଳୀ,ହଳଦୀ ଏମିତିକି ପୂଜାପାଇଁ ସବୁ ସାମାନ ନେଇ ଆସିଥିଲେ ସାନ ଭଉଣୀ ।ଆଉ ତ କେହି ଆସିଲେନି ଗୋଟେ ଝିଅ କେମିତି ଭାର ନେଈ ଆସିଲା ..?ତମ ଘରେ ଆଉ କିଏ ନାହାଁନ୍ତି କି ?ଏମୀତି ଅନେକ ପ୍ରଶ୍ନ କଲେ ସୁଦିପ୍ତାର ଶ୍ବଶୁର ।ବୋହୁ ଅତି ନମ୍ର ଭାବେ କହିଲେ ବାପା ମୋର ତ ଭାଇ ନାହିଁ ।ମୋ ବାପାଙ୍କର ଦେହ ଭଲ ନାହିଁ ।ଏଣୁ ମୋ ଭଉଣୀ ଆଣିବାକୁ ବାଧ୍ୟ। ଭଈଣୀ ଭାବିଥିଲା ଦିଦି ସହ ଦଶହରା ମେଢ ବୁଲିବାକୁ ଯିବ କିନ୍ତୁ ଶ୍ବଶୁରଙ୍କର କଥା ଶୁଣି ବୋହୁ ଭାରି ମନ କଷ୍ଟରେ ଭଉଣୀର ହାତ ଟାଣିଟାଣୀ ତାରି ବେଡ୍ ରୁମ୍ କୁ ନେଇଗଲା । ଦିଦିର କଷ୍ଟ ସହିନପାରି ପୁଣି ନିଜ ଗାଁକୁ ଫେରିଗଲା ସାନଭଉଣୀ ।ମାଆ ଦୁର୍ଗାଙ୍କୁ କିନ୍ତୁ ବୋହୁଟି ପ୍ରାର୍ଥନା କରି କହିଲା ମୁଁ ଯଦି ତୁମକୁ ଟିକେ ବି ଭକ୍ତି କରିଥିବି ଆଜୀ ମୋ ମହତ ରଖ ନହେଲେ ମୁଁ ତୁମକୁ ଆଉ ବିଶ୍ବାସ କରିବିନି ।ମାଆ କେବେ ଭକ୍ତଙ୍କ କଥା ଶୁଣିବେନି ଏହା ଅସମ୍ଭବ ଅଟେ ।ଏଣୁ ତତ୍ କ୍ଷଣାତ୍ ତାର ଜବାବ ଦେବାକୁ ସ୍ଥିର କଲେ ମାଆ ଦୁର୍ଗତିନାଶିନୀ ମାଆ ।ହଠାତ୍ ନଣନ୍ଦ ଘରକୁ ଭାର
ଧରି ଶ୍ବଶୁର ବାହାରୁଥିଲେ ।କିନ୍ତୁ ତାଙ୍କ ପେଟ ଖରାପ ହେବା କାରଣରୁ ଶୌଚାଳୟ ରେ ହିଁ ତାଙ୍କ ଦିନଟି ଗଲା ।ସେ କେମିତି ଝିଅ ଘରକୁ ନେଇ ଭାର ଦେବେ ଭାବିପାରୁନଥିଲେ ।ହଠାତ୍ ତାଙ୍କ ପୁଅ ମାନେ ସୁଦିପ୍ତାର ସ୍ବାମି ସମୀର କହିଲେ ବାପା ବ୍ୟସ୍ତ ହୁଅନି ଆମେ ଭାଇଭାଉଜ ଦେଇ ଆସିବୁ ।ବାପାଙ୍କ ପାଟି ଖନି ମାରିଗଲା ଆଉ କିଛି କହିବା ଆଗରୁ ସମୀର ଓ ସୁଦିପ୍ତା ବାହାରିଗଲେ ଦୁଇଚକିଆ ଯାନରେ ।ସୁଦିପ୍ତା କିଛି ସମୟ ଅଟକିଗଲେ କହିଲେ ନା..ନା..ମୁଁ ଯିବିନି ।ଏବେ ଏକଘଣ୍ଟା ପୂର୍ବରୁ ତୁମ ବାପା ମୋ ଭଉଣୀକୁ ଏତେ ଅପମାନ ଦେଲେ ଯେ ବିଚାରିଟା ସହି ନ ପାରି ଗାଁକୁ ଚାଲିଗଲା ।ଖାଲି ଝିଅଟେ ବୋଲି କେତେ କଥା ଶୁଣିଲା ମୁଁ ପୁଣି ତ ନୂଆ ବୋହୁଟେ ।ଏଣୂ ମୁଁ ଯାଇପାରିବିନି କହି ଘରକୁ ଫେରିଗଲା ।ହଠାତ୍ ଶ୍ବଶୁର କହିଲେ ବୋହୁ ମାଆ ଦୁର୍ଗା ମୋ ଆଖି ଖୋଲିଦେଲେ ।ମୁଁ ବୟସରେ ବଡ ହୋଇ ସୁଦ୍ଧା ବୁଝିପାରିଲିନି କେମିତି କଥା କହିବାକୁ ହୁଏ ।ମୋତେ କ୍ଷମାକର ବୋହୁ ।ବୁଝିପାରିଲେ ବୋଲି ସୁଦିପ୍ତା ମାଆ ଦୁର୍ଗାଙ୍କୁ କୋଟି କୋଟି ଧନ୍ୟବାଦ ଦେଲା ।ଭକ୍ତ ଓ ଭଗବାନଙ୍କ ସଂପର୍କ ଆହୁରି ମଜବୁତ ହୋଇଗଲା ।କିନ୍ତୁ ସେ ଯାହା ହେଉ ପୁଅଝିଅ ର ପ୍ରଭେଦରଖିଲେନି ଶ୍ବଶୁର ।