ଚପଲ
ଚପଲ

1 min

611
ନାୟକ ବାବୁଙ୍କ ଚପଲ ଦେଖି ପଚାରିଲେ, ‘ହଇଏ ସାର୍ ! ଆପଣ କ’ଣ ସଦାବେଳେ ସେମ୍ କଲର୍ ଆଉ ସେମ୍ କମ୍ପାନୀର ଚପଲ କିଣନ୍ତି ନା କ’ଣ ?’
ନାୟକ ବାବୁ ଅତି ସହଜରେ ଉତ୍ତର ଦେଲେ,
: ଆରେ ନାଁ... ନୂଆ କେତେବେଳେ କିଣିଲି l ସେଇ ପୁରୁଣା ହଳକ l
: ମୁଁ ତ ଦୁଇ ବର୍ଷ ହେଲା ଦେଖୁଛି l ୟା ଭିତରେ ତ ମୋର ଚାରି ହଳ ଚପଲ ଛିଣ୍ଡିଗଲାଣି l ଆପଣଙ୍କର କ’ଣ ଲୁହାରେ ନା ଷ୍ଟିଲରେ ତିଆରି ଯେ ଦୁଇ ବର୍ଷ ହେଲା ସେମିତି ଅଛି ?
ଟିକିଏ ହସି ପୂର୍ବବତ୍ ସହଜ ଭଙ୍ଗୀରେ ନାୟକ ବାବୁ ଉତ୍ତର ଦେଲେ,
: ମୋ ଚପଲ୍ ଚାଳିଶି କେ.ଜି. ଓଜନ ଉଠୋଉଛି l ତୁମ ଚପଲ୍ ନବେ କେ.ଜି. କେତେ ଦିନ ସମ୍ଭାଳିବ ?