ବସୁଧାର ଆରୋଗ୍ୟ କାମନା
ବସୁଧାର ଆରୋଗ୍ୟ କାମନା
ରମାକାନ୍ତ ବାବୁ ବାହାରୁ ଆସି ଡାକ ଛାଡିଲେ, ଲକ୍ଷ୍ମୀ...... ପାଣି ଗିଲାସେ ଆଣ... କି ଖରା l ଏ ଲୋକଗୁଡାକ ବି ଏକା ଧାରରେ ଗଛ କାଟିବାରେ ଲାଗିଛନ୍ତି l ବଡ ବଡ କୋଠା ବାଡେଇ ବାରେ ବ୍ୟସ୍ତ l କିନ୍ତୁ ଗଛ ଟି ଲଗଇବାକୁ କାହାର ବେଳ ନାହିଁ ଏମିତି କେତେ କଣ ଗପୁଥାନ୍ତି ସେ l
ବାପା... ବାପା.. ଏଇ ନିଅ ପାଣି, ଗିଲାସ ଟି ବଢ଼ାଇ ଲକି ପଚାରିଲା ମୋ ପାଇଁ କଣ ଆଣିଛ ବଜାରରୁ l ରମାକାନ୍ତ ଅଙ୍ଗୁଳି ନିର୍ଦ୍ଧେଶ କଲେ ଗୋଟିଏ ବ୍ୟାଗକୁ l ଲକି ମନ ଆନନ୍ଦରେ ବ୍ୟାଗଟିକୁ ଖୋଲି ଦେଖି ରାଗରେ ଥମ ଥମ ହୋଇ ଚାଲିଲା ମାଆ ନିକଟକୁ ବାପାଙ୍କ ନାଆଁରେ ଫେରାଦ କରିବାକୁ l ବାହାରକୁ ଖେଳିବାକୁ ଛାଡୁ ନାହାନ୍ତି ପୁଣି ଗୁଡ଼ାଏ ଗଛ ଆଣି ବାପା କହୁଛନ୍ତି ତୋ ପାଇଁ l ଝିଅ କଥାରେ ଟିକେ ହସି ତାକୁ କୋଳରେ ନେଇ ବସାଇଲେ ଆଠ ବର୍ଷର ଝିଅ ଲକିକୁ l ମାଆରେ ବାପା ଯେଉଁ ସକ୍ଷମ କ୍ଲବରେ ଯୋଗ ଦେଇଛନ୍ତି ସେଠାରେ ସମସ୍ତେ ବୃକ୍ଷ ରୋପଣ ପାଇଁ ଏକ ଯୋଜନା କରିଛନ୍ତି ବର୍ତ୍ତମାନର ସଙ୍କଟମୟ ପରିସ୍ଥିତିକୁ ଆଖି ଆଗରେ ରଖି l ସମସ୍ତଙ୍କୁ କିଛି କିଛି ଗଛ ଦିଆଯାଇଛି l ଗଛ ଯୋଗୁଁ ଆମେ ସୁରକ୍ଷିତ ରହିବା l ଧୀରେଧୀରେ ଜଙ୍ଗଲ କ୍ଷୟ ଯୋଗୁଁ ସଚରାଚର ପୃଥିବୀ ଆଜି ସଙ୍କଟରେ l ଠିକରେ ବର୍ଷା ହେଉନି, ଫସଲ ଉତ୍ପାଦନ ବାଧାପ୍ରାପ୍ତ l ସର୍ବୋପରି ବିଭିନ୍ନ ମହାମାରୀର ତାଣ୍ଡବରେ ବସୁଧା ଆମ ପୀଡିତ l ସେଥିପାଇଁ ଆମେ ବେଳ ଥାଉଁ ସଜାଗ ହେବା ଏକ ସୁନ୍ଦର ଭବିଷ୍ୟତ ଆଶରେ l
ସନ୍ଧ୍ୟାରେ ମୁଁ ମଧ୍ୟ ଯୋଗ ଦେଲି ବାପା ମାଆଙ୍କ ସହ l
ଭାରି ଆନନ୍ଦ ଲାଗୁଥାଏ, ଖେଳଠୁ ବି l ବାପା ଗାତ କରନ୍ତି, ମାଆ ଗଛ ଲଗାନ୍ତି ମୁଁ ସେଥିରେ ପାଣି ଦିଏ l ବାପା ମଧ୍ୟ ଗଛର ଉପକାର ବିଷୟ ସୁନ୍ଦର ଭାବେ କହୁଥିଲେ ମୋତେ l ବଗିଚାର ଚତୁଃପାର୍ଶ୍ୱରେ ଗଛ ଲାଗିଲା l ରାତ୍ରିଭୋଜନ ପରେ ପରିଶ୍ରମ ଯୋଗୁଁ ଗଭୀର ନିଦ୍ରାରେ ଲକି l ସ୍ୱପ୍ନରେ ଦେଖ ଛି ସେ ଲଗାଇଥିବା ଗଛ ଗୁଡିକ ଖୁବ ବଡ଼ ହୋଇଗଲେଣି l ତା ଡାଳଗୁଡିକରେ ପକ୍ଷୀ ଗୁଡିକର ମଧୁର କାକଳି l ବାପାଙ୍କ ଅନୁମତିରେ ସାଙ୍ଗ ମେଳରେ ଖେଳୁଛି ପେଣ୍ଡୁ l ହଠାତ ପେଣ୍ଡୁ ଟି ଯାଇ ବାଜିଲା ବଗିଚା କୋଣରେ ବସିଥିବା ଜଣେ ସ୍ତ୍ରୀ ଲୋକ ଠାରେ l ଡରରେ ଥରିବାକୁ ଲାଗିଲା ଲକି, ତାଙ୍କ ପାଖକୁ ଯାଇ ପଚାରିଲା ମାଆ ତୁମକୁ କଷ୍ଟ ହେଲାକି l ପାଖରୁ କେତେ ସୁନ୍ଦର ଦେଖା ଯାଉଛନ୍ତି ସେ କେଡେ ସୁନ୍ଦର ବଣ ପାହାଡ଼, ନଦୀ ଝରଣା ପକ୍ଷୀ ଚିତ୍ରିତ ହୋଇଥିଲା ତାଙ୍କ ଲୁଗାଟିରେ l
ଓଠରେ ସ୍ମିତ ହସଟେ, ପାଖରେ କେତେ ଭଳିଭଳି ଫଳରେ ପୂର୍ଣ୍ଣ ଡାଲାଟେ l ମୋତେ ସେଥିରୁ ଆମ୍ବଟେ ବଢ଼େଇ ଦେଇ ସେ କହିଲେ ଲକି ତୋର ଏ ଆଘାତ ମୋତେ କଷ୍ଟ ଦିଏନି ବରଂ ଦେଇଥାଏ ମାତୃତ୍ୱର ପୁଲକ l ମୁଁ ହେଉଛି ଏ ସମଗ୍ର ଜୀବଜଗତର ମା ବସୁଧା l
ମୋ ଦାନର ଦୁର୍ବ୍ୟବହାର ତାର କ୍ଷୟ ମୋତେ କରେ ପୀଡିତ l ତମ ବାପା ତୁମର ଚେଷ୍ଟାରେ ମୁଁ ଆରୋଗ୍ୟର ପରଶ ପାଇଛି l ତୁମ ଭଳି ଯଦି ସମସ୍ତ ମାନବ ଜାତି ସଚେତନ ହେବେ ନିଜ କର୍ତ୍ତବ୍ୟ ମୋ ପ୍ରତି ତେବେ ମୁଁ ଖୁବ ଶୀଘ୍ର ଚଳଚଞ୍ଚଳ ହୋଇ ଉଠିବି l ଥମିଯାଇଥିବା ପରିବେଶ ପୁଣି ମୁଖରିତ ହେବ କହି ସେ କୁଆଡେ ଉଭାନ ହୋଇଗଲେ l ବସୁ ମାଆ କହି ଉଠି ପଡିଲି ମୁଁ l ରାତି ପାହିଯାଇଥାଏ, ପୂର୍ଵ ଦିନରେ ରୋପିତ ଗଛଗୁଡିକରେ ଲାଗିଥିବା କାକର ବିନ୍ଦୁ ସୂର୍ଯ୍ୟ କିରଣରେ ଝଲମଲ କରୁଥିଲା l ମୋତେ ଲାଗୁଥିଲା ବସୁଧା ମାଆ ଯେପରି ହସୁଥିଲା ପତ୍ରଗୁଡିକରେ l
