ବସ୍ତାନୀ
ବସ୍ତାନୀ
ସେଦିନ ଯେବେ କିଛି ଘୋଷଣା କରାଯାଉଥିଲା ତାହା କୁନି ବୁଝିପାରୁନଥିଲା, ଗୀତ ବଜେଇ ବଜେଇ ଅଟୋ ରେ ମାଇକ ସାହାଯ୍ୟରେ ଇଲେକ୍ସନ ବେଳେ ଯେମିତି ପ୍ରଚାର କରନ୍ତି ବା ଆଧାର କାର୍ଡ ବା ଡାକ୍ତର ଆସିବେ କୋଉଠିକି କୋଉ ରୋଗ ପାଇଁ, ସ୍ଥାନ ସମୟ ଇତ୍ୟାଦି ର ବିବରଣୀ ନଥିଲା, ଟିକେ ଅଲଗା ଲାଗୁଥିଲା ଏଇଥି ପାଇଁ ଯେ, ସମସ୍ତଙ୍କୁ ଗ୍ରାମ ଛାଡି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବାକୁ କୁହା ଯାଉଥିଲା, ବୁଝି ନପାରି କୁନି ସ୍କୁଲ ଗଲା ଯେ, ଚଞ୍ଚଳ ଛୁଟି ହୋଇଗଲା ସ୍କୁଲ l
ଘରକୁ ଆସି ଦେଖେତ ବୋଉ ବାପା, ଜେଜେ, ଜେଜେମା, ସମସ୍ତେ ଯିଏ ଯାହାର ଅତ୍ୟାବଶ୍ୟକୀୟ ଜିନିଷ ସଜାଡୁ ଥିଲେ, ମହାବାତ୍ୟା ଆସୁଥିବାରୁ ଆଶ୍ରୟ କେନ୍ଦ୍ର ଗୁଡିକୁ ଚାଲିଯିବାକୁ ହେବ, ଯାହା କୁ ପଚାରୁଥିଲା ସେ ତା ର ସବୁଠୁ ଦରକାରୀ ଜିନିଷ ନେଉଛନ୍ତି କହୁଥିଲେ, ଜେଜେ ତାଙ୍କ ବଟୁଆ, ଜେଜେମା ତା ଗୁଡ଼ାଖୁ ଡବା ନେବାକୁ ଭୁଲୁ ନଥିଲା, ବୋଉ ତ ଡିବି ଦିଆସିଲି ସଜାଡି ରଖୁଥିଲା, ମୁନି ଭାବୁଥିଲା ତା ଡ୍ରେସ ଇତ୍ୟାଦି ତ ବୋଉ ରଖି ସାରିଛି ତ ସେ ଆଉ ନିଜ ପାଇଁ କ'କଣ ନେବ?
ସମସ୍ତେ ଯେବେ ଜିନିଷ ପତ୍ର ଧରି ଯିବାକୁ ବାହାରିଲେ ମୁନି ପଛକୁ ଚାହିଁଲା, ଦୁଆର ଚାବି ପଡିସାରିଲାଣି, ଗାଈଗୋରୁ ଛେଳି ମେଣ୍ଢା ଆଗରୁ ଯାଇଛନ୍ତି ତ ସେ ଦୌଡ଼ି ଯାଇ ଆ ଆ ପୁଷି ଡାକିବାକୁ ଲାଗିଲା, କବାଟ ଫାଙ୍କରେ ବିଲେଇଟା ମିଆଁଉ ମିଆଁଉ ହେଉଥିଲା ବିକଳ ରେ, ବୋଉକୁ ଅନୁନୟ କଲା ମୁନି, ଚାବି ଫିଟାଇ ପୁଷି ସହ ନିଜ ବସ୍ତାନୀ କାନ୍ଧରେ ପକେଇ ଅନୁସରଣ କଲା ପରିବାରକୁ, ତା ଛୋଟ ଛୋଟ ପାଦ ପକେଇ l