Pramila Sahoo

Others

2  

Pramila Sahoo

Others

ବନ୍ଧୁତା

ବନ୍ଧୁତା

1 min
1.6K


ବନ୍ଧୁତା

          କୁସୁମ ନାମକ ଏକ ବନ ଥିଲା । ସେଠାରେ ଦୁଇଜଣ ବନ୍ଧୁ ବାସ କରୁଥିଲେ । ଶୂଆ ଆଉ ଶାରୀ । ପରସ୍ପରକୁ ଏତେ ଭଲପାଆନ୍ତି ଯେ ଦିନ କିଏ କାହାକୁ ନଦେଖିଲେ ରହିପାରନ୍ତି ନାହିଁ । ସେମାନେ ଖାଇବା, ପିଇବା, ଖେଳିବା ମିଳିମିଶି କରନ୍ତି । ଶୂଆ ନଖାଇଲେ ଶାରୀ ମଧ୍ୟ ଖାଇନଥାଏ । କିଏ କାହାକୁ ଛାଡି ରହି ପାରନ୍ତିନାହିଁ । ଶାରୀର କିଛି ହେଇଗଲେ ଶୂଆ ସହିପାରେ ନାହିଁ ।ଶୂଆକୁ ଶାରୀ ବହୁତ ଭଲପାଏ । ଦିନେ ବି କିଏ କାହାକୁ ନଦେଖି ରହିପାରନ୍ତି ନାହିଁ । ଦିନକର କଥା । କୁସୁମ ବନରେ ପ୍ରବଳ ମାତ୍ରାରେ ଝଡ଼ବତାସ ଆସିଲା ଫଳରେ ଶାରୀକୁ ଛାଡି ଶୂଆ ଅଲଗା ହୋଇଗଲା । ସୁଖଦୁଃଖର ସାଥି ଥିଲେ । ଶୂଆକୁ ଶାରୀ ଝୁରାଝୁରି ଖାଇବାପିଇବା ସବୁ ଛାଡି ଦେଲା । ଶାରୀ ପାଇଁ କୁସୁମ ବନ ଜନଶୂନ୍ୟ ହେଇଗଲା । କେବେ ଆସିବ ତାହାର ଶୂଆ ସେହି ଜନଶୂନ୍ୟ ବନ ଫୁଣିଥରେ ହସିଭଠିବ । ଶୂଆର ଫେରିବାଟକୁ ଚାହିଁ ରହିଛି ଶାରୀ ।  

ପ୍ରମିଳା ସାହୁ


Rate this content
Log in