ଭ୍ରମଣ
ଭ୍ରମଣ


ସଂଧ୍ୟା ସମୟ । ସଦାଶିବ ବାବୁ ଓ ପତ୍ନୀ ସୁମିତା ଦେବୀ ଗାଁରେ ପହଂଚି ଏକତ୍ର ଅଗଣାରେ ବସି ହସ ହସ ମୁହଁରେ ଚା’ ପିଉଥିବା ସମୟରେ ଗାଁର କେତେ ଜଣ ବୟସ୍କ ବ୍ୟକ୍ତି ତାଙ୍କ ପାଖରେ ଆସି ରୁଣ୍ଡ ହେବାରୁ ଶ୍ରୀମତୀ ସେମାନଙ୍କୁ ସହାସ୍ୟ ବଦନରେ ବସିବାକୁ କହି ଚା’ ପରସିବାର ବନ୍ଦୋବସ୍ତ କଲେ । ଚା’ ପାନ ବିରତି ପରେ ଘଡିଏ ପହଡ ଯାଏ ଗାଁରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।
ସଦାଶିବ ବାବୁ ବଡି ସକାଳୁ ଗାଁର ଶେଷ ମୁଣ୍ଡରେ ଥିବା ଗ୍ରାମ ଦେବତୀ ମନ୍ଦିର, ଆମ୍ବ ତୋଟା, ନଦୀକୂଳ, ତାଳବଣ ଇତ୍ୟାଦିରେ ଗୋଟିଏ ଘେରା ବୁଲିଆସି ଅଗଣାରେ ପଡିଥିବା ଚୈାକିଟା ଉପରେ ବସିପଡିଲେ । ତାଙ୍କୁ ଗାଁର ପରିବେଶ ଭାରି ଭଲ ଲାଗିଲା । ଏତେ ବର୍ଷ ପରେ ସେ ଏ ମାଟିରେ ପାଦ ଥାପିଥିବାରୁ ନିଜକୁ ଗୈାରବାନ୍ୱିତ ମନେକରୁଥିଲେ । ଏଠାକାର ମୁକ୍ତ ପରିବେଶ, ଖୋଲା ପବନ, ଚଢେଇମାନଙ୍କର କିଚିରି ମିଚିରି ଶବ୍ଦ ତାଙ୍କ ମନରେ ଖୁସି ଭରି ଦେଲା ।