Lalita Mohan Mishra

Others

4.0  

Lalita Mohan Mishra

Others

ଭଗବାନଙ୍କ ନାଟକ

ଭଗବାନଙ୍କ ନାଟକ

2 mins
205


ଗୋଟିଏ କୁଆ ବଡ ମାଂସ ଖଣ୍ଡ ଧରି ଆକାଶରେ ଉଡୁଥିଲା । 

କୁଆକୁ ଗୋଟିଏ ବଡ ବାଜ ପକ୍ଷୀ ଗୋଡ଼ାଇବା ଆରମ୍ଭ କଲା । କୁଆ ବାଜ ପକ୍ଷୀକୁ ଦେଖି ବହୁତ ଡରିଗଲା । ଭୟରେ ଉପରକୁ ଉପରକୁ ଉଡିବାକୁ ଲାଗିଲା। ଯେତେ ଉପରକୁ କୁଆ ଉଡିଲା ସେତେ ଉପରକୁ ପିଛା କଲା ବାଜପକ୍ଷୀ । କିନ୍ତୁ ସେହି ଶକ୍ତିଶାଳୀ ବାଜପକ୍ଷୀ କବଳରୁ କୁଆ ମୁକ୍ତି ପାଇ ପାରିଲା ନାହିଁ । ଏସବୁକୁ ଦୂରରୁ ଗରୁଡ଼ ପକ୍ଷୀ ଦେଖୁଥିଲେ। କୁଆର ଦୁଃଖ ଦେଖି ନିକଟତର ହୋଇ ପଚାରିଲେ ବନ୍ଧୁ ! କ’ଣ ହେଲା ? ତୁମେ ବହୁତ ବିବ୍ରତ ଏବଂ ବ୍ୟତିବ୍ୟସ୍ତ ମନେ ହେଉଛ ? କୁଆ କାନ୍ଦି କାନ୍ଦି କହିଲା ବାଜ ପକ୍ଷୀ ମୋତେ ମାରିବା ପାଇଁ ମୋ ପଛରେ ଗୋଡାଉ ଅଛି । ଗରୁଡ ହସି ହସି କହିଲେ । ସେ ତୁମକୁ ମାରିବା ପାଇଁ ଗୋଡାଉ ନାହିଁ ବରଂ ତୁମେ ପାଟିରେ ଧରିଥିବା ମାଂସ ଖଣ୍ଡ ପ୍ରତି ସେ ଗୋଡାଉ ଅଛନ୍ତି । ଯାହାକୁ ତୁମେ ତୁମର ଦ୍ରବ୍ୟ ବୋଲି ଜୋରରେ ଧରିଛ । ତୁମେ ତାହାକୁ ଛାଡି ଦିଅ ଏବଂ ତା’ପରେ କ’ଣ ହେବ ଦେଖ ? ଗରୁଡଙ୍କ ପରାମର୍ଶକୁ ଅନୁସରଣ କରି କୁଆଟି ତା ପାଟିରୁ ମାଂସ ଖଣ୍ଡ ଛାଡିଦେଲା । ସଙ୍ଗେ ସଙ୍ଗେ ବାଜ ପକ୍ଷୀ ମାଂସ ଖଣ୍ଡକୁ ଅନୁସରଣ କଲା ।ଏଥର କୁଆ ଏକ ଦୀର୍ଘ ନିଃଶ୍ୱାସ ଛାଡିଲା । ଗରୁଡ ପକ୍ଷୀ କୁଆକୁ ବୁଝାଇଲେ - ଯେ ପର୍ଯ୍ୟନ୍ତ ଆମେ ଲୋଭ ମୋହକୁ ଯାବୁଡି ଧରି ରଖିବା ସେତେ ପର୍ଯ୍ୟନ୍ତ ଯନ୍ତ୍ରଣା ପାଇବା । ଏହାର ମୂଖ୍ୟ ଆମର କାର୍ଯ୍ୟ କ୍ରୋଧ ଲୋଭ ଏବଂ ସେହି ଜିନିଷ ସହିତ ସଂଲଗ୍ନ ଆମର ସମସ୍ତ ଦୁଃଖ । ଯଦି ଆମେ ସେଗୁଡିକ ଅତିଶୀଘ୍ର ପରିତ୍ୟାଗ କରିଦେବା ତେବେ ଆମର ସମସ୍ତ ଯନ୍ତ୍ରଣା ତୁରନ୍ତ ଶେଷ ହେବ । କୁଆ ନତମସ୍ତକ ହୋଇ କହିଲା ଆପଣଙ୍କର ସତ୍ ଜ୍ଞାନ ଏବଂ ପରାମର୍ଶ ପାଇଁ ଧନ୍ୟବାଦ । ଆମେ ସଦାସର୍ବଦା ଆମର ସମ୍ପର୍କ ଏବଂ ମୂଲ୍ୟବାନ ଜିନିଷକୁ ନିଜର ବୋଲି ବିବେଚନା କରୁ । ଏବଂ ତାର ଭାର ବହନ କରୁ । ସାଧୁମାନେ କୁହନ୍ତି ଆମେ ଏହି ଦୁନିଆକୁ ଖାଲି ହାତରେ ଆସିଥିଲେ ଏବଂ ଏଠାରୁ ଯିବାବେଳେ ସମ୍ପୂର୍ଣ୍ଣ ଖାଲି ହାତରେ ଯିବା । ଆଜି ଆମେ ଯେଉଁ ଶରୀରକୁ ଏତେ ଭଲପାଉ ମୃତ୍ୟୁ ପରେ ସେହି ଶରୀରକୁ ନିଆଁରେ ପୋଡି ଦିଆଯିବ । ଭଗବାନଙ୍କ ଦ୍ୱାରା ନିର୍ମିତ ନାଟକରେ ଆମକୁ ଯେଉଁ ଭୂମିକା ଦିଆଯାଇଛି ତାହାକୁ ଆମେ ଆନନ୍ଦର ସହିତ ଅଭିନୟ କରିବା । 



Rate this content
Log in