ଅଳସୁଆ ଦୁଃଖ ପାଏ
ଅଳସୁଆ ଦୁଃଖ ପାଏ
ଚିକୁନୁ ଗାଁ ସ୍କୁଲରେ ପଢୁଥାଏ. ମାଆ ଯେତେ କହିଲେ ମଧ୍ୟ ତାର ଅଳସୁଆ ଗୁଣ ଯାଉନଥାଏ ତ ମାଆ ଗୋଟେ ଗପ କହିବାକୁ ଯାଇ ଦେଖିଲେ ଚିକୁନୁ ଶୋଇଗଲାଣି. ଚିକୁନୁ ଦେଖିଲା ତାରି ଭଳି ସମୁଦ୍ର ଭିତରେ ଭାରି ଅଳସୁଆ ପରୀଟିଏ ଥାଏ. ପରୀ ତା ମାଆ ସଙ୍ଗେ ଯୁଆଡେ ଗଲେ ବାଟ ଘାଟ ଚିହ୍ନେ ନାହିଁ.ସେଦିନ ମହାସମୁଦ୍ର ଭିତରେ ଜଳପରୀଟି ବାଟଭୁଲି ଯାଇ ପହଁଚିଲା କଇଁଚମାନଙ୍କ ସହରରେ. ସେଠି ଖୁବ ବର୍ଷା ହେଉଥିଲା ଓ ଘଡଘଡି ଚଡ଼ଚଡି ମାରୁଥିଲା ତ ଜଳପରୀ ଡରି ଗଲା. ସେ ଜାଣିଥିଲା କଇଁଚସବୁ ତାଙ୍କ ପିଠିରେ ଥିବା ମୋଟା ଖୋଳପା ଭିତରେ ଲୁଚି ଯାଇପାରିବେ ହେଲେ ସେ କେମିତି ତା ଘର ଠିକଣା ପାଇବ ଭାବିଲା ବେଳକୁ ଗୋଟିଏ କଇଁଚ ଜଳପରୀକୁ ଦେଖିଦେଇ କହିଲା ତୁମେ କେଡେ ସୁନ୍ଦର!ଜଳପରୀ ନିଜ ପ୍ରସଂଶା ଶୁଣି ଟିକେ ଧୀର ସ୍ଥିର ଭାବେ କହିଲା ମୁଁ ସୁନ୍ଦର ସତ ହେଲେ ମୋର ଧର୍ଯ୍ୟ ନାହିଁ ଆଉ ମୁଁ ଅଳସୁଆ ଅଟେ. ଅଳସୁଆମି କରି ଡେରିରେ ଉଠିବାରୁ ମାଆ ମତେ ଛାଡି ଦୂର ପାହାଡ଼ ତଳକୁ ଚାଲିଯାଇଛି ଓ ମୁଁ ଆଜି ବାଟ ଭୁଲି ତୁମ ବାସସ୍ଥଳୀକୁ ଆସି ଏ ଶବ୍ଦ ସବୁ ଶୁଣି ଡରିଯାଇଛି. ତୁମେ ମୋର ସିନା ପ୍ରଶଂସା କରୁଛ ହେଲେ ତୁମର ଧର୍ଯ୍ୟ ଯୋଗୁଁ ତୁମେସବୁ ଏ ଗଭୀର ସମୁଦ୍ର ଭିତରେ ଡରୁନ କି ସ୍ଥଳ ଭାଗରେ ମଧ୍ୟ କେଵେ କାହାକୁ ନଡରି ଦୌଡ଼ ପ୍ରତିଯୋଗିତାରେ ଠେକୁଆକୁ ହରାଇ ରେକର୍ଡ ସୃଷ୍ଟି କରିଛ. କଇଁଚଟି ଏଥର କହିଲା ଆମେ ଆଜିଠୁ ପରସ୍ପରର ବନ୍ଧୁ ହେବା. ତୁମର ସୌନ୍ଦର୍ଯ୍ୟ ପାଇଁ ତୁମକୁ ଯେମିତି ସମସ୍ତେ ଭଲ ପାଆନ୍ତି ଆମ ଧର୍ଯ୍ୟ ଯୋଗୁଁ ଆମକୁ ମଧ୍ୟ ସମସ୍ତେ ଭଲପାଆନ୍ତି. ଜାଣିଛ ବନ୍ଧୁ ଇଶ୍ୱର ସମସ୍ତଙ୍କୁ ଅଲଗା ଅଲଗା ସୃଜନୀ ଵା କଳା ଵା ପ୍ରତିଭା ଦେଇଛନ୍ତି ସତ କିନ୍ତୁ ସମସ୍ତଙ୍କୁ ଆଳସ୍ୟ ତେଜି କର୍ମ କରିଯିବାକୁ ହେବ. ତେବେ ଦିନେ ନା ଦିନେ ସଫଳତା ପାଇବ ଜୀବନରେ.
ଆଉ ଗୋଟେ କଥା ଜାଣିଛ ପରୀ ସାଙ୍ଗ ଭଉଣୀ?ଭଗବାନ ନିଜକୁ ଦୁଇ ଭାଗରେ ବିଭକ୍ତ କରି ଦେବ ଓ ଦେବୀ ରୂପେ ପୂଜା ପାଉଛନ୍ତି. ଦେବମାନେ ମଧ୍ୟ ନିଜ ନିଜ ଭିତରେ ଭିନ୍ନ ଭିନ୍ନ ଶକ୍ତି ସାମର୍ଥ୍ୟ ରଖି ଦେବୀମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିଭା ଵା ଶକ୍ତି ସାମର୍ଥ୍ୟ ବାଣ୍ଟି ଦେଇଛନ୍ତି. ତୁମେ ଯାହାକୁ ପୂଜା କରି ସନ୍ତୁଷ୍ଟ କରିପାରିବ ସେ ତାଙ୍କ ଭିତରେ ଥିବା ଦକ୍ଷତାରୁ ତୁମକୁ କିଛି ଦେଇ ତୁମକୁ ଧନ୍ୟ କରିଦେବେ. ତୁମେ ଯେଉଁ ଘଡଘଡ଼ି ଚଡଚଡି ଶୁଣି ଡ଼ରିଲ ତାହା ବାଦ୍ୟ. ଆଜି ଆମେ କଇଁଚମାନେ ସରସ୍ବତୀ ଦେବୀଙ୍କ ପୂଜା କରି ବିଦ୍ୟା ଅର୍ଜ୍ଜନ କରିବାକୁ ଯାଉଛୁ. କାରଣ ରାଜା ସିନା ପୂଜା ପାଏ ନିଜ ରାଇଜରେ ବିଦ୍ୟା ପାଇ ଜ୍ଞାନୀ ଓ ଗୁଣୀ ପୂଜା ପାଏ ଦେଶ ବିଦେଶରେ ବୋଲି ମଣିଷମାନେ ଜାଣିପାରି ସ୍କୁଲ କଲେଜ ଓ ଅନୁଷ୍ଠାନମାନଙ୍କରେ ସରସ୍ବତୀ ଦେବୀଙ୍କୁ ପୂଜା କରୁଛନ୍ତି. ତୁମେ ଆସୁନ, ଆମସଙ୍ଗେ ପୂଜା କଲେ ତୁମକୁ ବିଦ୍ୟା ପ୍ରଭାବରେ ତୁମ ଘର କୋଉ ଦିଗରେ ଜାଣି ତୁମେ ଚାଲିଯାଇପାରିବ.
କଇଁଚ କଥା ଜଳପରୀ ମନକୁ ଖୁବ ପାଇଲା ତ ସେ କଇଁଚମାନଙ୍କ ସଙ୍ଗେ ମିଶି ସରସ୍ବତୀ ଦେବୀଙ୍କ ପୂଜା ମଣ୍ଡପକୁ ଗଲା ଓ ମାଙ୍କୁ ପୁଷ୍ପାଞ୍ଜଳି ଦେଇ ତାକୁ ବିଦ୍ୟା ଦେବାକୁ ମାଗି ସକ୍ଷମ ହେଲା ତ ସତକୁ ସତ ତା ଘର ପୂର୍ବ ଦିଗ ଜାଣି ସେ ଫେରିଗଲା ସେଦିନ. ହେଲେ ତା ପରଠୁ କଇଁଚ ଓ ଜଳପରୀ ସାଙ୍ଗ ହୋଇ ରହିଲେ. ଏସବୁ କଥା ସ୍ୱପ୍ନରେ ଦେଖି ଚିକୁନୁ ଅଳସୁଆ ନହୋଇ ଧଡ଼ପଡ଼ ହୋଇ ଉଠି ନିତ୍ୟକର୍ମ ସାରି ଗାଁରେ ଥିବା ସ୍କୁଲ, ଯୋଉଠି ସେ ପଢୁଥିଲା ସେଠିକି ଯିବାକୁ ,ବସନ୍ତ ପଞ୍ଚମୀଦିନ ମାଆ ସରସ୍ବତୀଙ୍କ ପୂଜା ପାଇଁ ଫୁଲ, ଭୋଗ ନେଇ ଶୀଘ୍ର ବାହାରିବା ଦେଖି ମାଆ ଖୁବ ଖୁସି ହୋଇ କହିଲେ ମୋ ପୁଅ ବିଦ୍ୟା ବୁଦ୍ଧି ପାଇଵା ସହ ଆଳସ୍ୟ ତେଜି ଭଲମଣିଷଟିଏ ହେଇଥାଉ ମାଆ ସରସ୍ବତୀ ମାଆ, ପ୍ରସନ୍ନ ହୁଅ ମାଆ ମହାମାୟୀ ବୋଲି କହି ମୁଣ୍ଡିଆ ମାରୁଥିଲେ ।
