ଅଳକାର ପରିବର୍ତ୍ତନ
ଅଳକାର ପରିବର୍ତ୍ତନ
2 mins
230
ଅଳକା ଭଲ ପଢେ ସତ ହେଲେ ଭଲ ପଢ଼ୁଥିବାରୁ ତା ମନରେ ଖୁବ ଅହଙ୍କାର ଥାଏ. ଗରୀବ ଭାବି ସରକାରୀ ସାହାଯ୍ୟ ପାଇ ପଢ଼ୁଥିବା ସାଙ୍ଗ ଝିଅମାନଙ୍କୁ ଅଯଥାରେ ହଇରାଣ କରିବା ତାଙ୍କଠୁଁ ଦୂରେ ଦୂରେ ରହିବା ଏବଂ କାରଣ ନଥାଇ ସେମାନଙ୍କୁ ନିନ୍ଦା କରିବା ଗୁଣ ଗୁଡିକ ଦେଖି ଗୁରୁମା ଶୈଳଜା ଖୁବ ଦୁଃଖ ପ୍ରକାଶ କରି ଭାବୁଥିଲେ ଅଳକା ମନରୁ କେମିତି ଗର୍ବ ଓ ଅହଙ୍କାର ଭାଙ୍ଗି ତାକୁ ସମାଜର ସାମୁହିକ ଏକମନୋଭାବାପର୍ଣ୍ଣ କରେଇବେ. ସମସ୍ତେ ଇଶ୍ୱରଙ୍କ ସୃଷ୍ଟିରେ ସମାନ. କିଏ ଭଲ ପାଠ ପଢିଲେ କିଏ ଭଲ ଚିତ୍ର ଆଙ୍କେ ତ କିଏ ଭଲ ଗୀତ ବୋଲେ କିଏ ମିଠା କଥା କହି ପରକୁ ଆପଣାର କରେ ତ କିଏ ନମ୍ର ତ କିଏ ସାହାସୀ ତ କିଏ ଧର୍ଯ୍ୟବାନ.
ସୁଯୋଗକୁ ଖୋଜୁ ଖୋଜୁ ସେଦିନ ଵୀରହନୁମାନଙ୍କ ଜନ୍ମ ଜୟନ୍ତୀ ଉପରେ ଗୋଟିଏ ସୁନ୍ଦର ଲେଖା ସମାଜରେ ପଢି ଅଟକି ଗଲେ ଗୁରୁମା ଶୈଳଜା ଏବଂ ଡକେଇ ପଠେଇ ଅଳକାକୁ ପଚରିଲେ, ରିସେସରେ ଖାଇଲୁଣି ମାଆ? ହଁ ଗୁରୁମା କହିବା ପରେ ଗୁରୁମା କହିଲେ ତୁ ମହାବୀରଙ୍କୁ ଜାଣୁ ତ?ଅଳକା କହିଲା ହଁ ସେ ଜୈନ ଧର୍ମର ପ୍ରବର୍ତ୍ତକ. ନା ଝିଅ ମୁଁ ତାଙ୍କ କଥା କହୁନି ମୁଁ କହୁଛି ହନୁମାନଙ୍କ କଥା. ହଁ ଜାଣିଛି ଗୁରୁମା. ସେ ରାମଙ୍କ ପରମ ଭକ୍ତ. ହଁ ସେ ରାମଙ୍କ ପରମ ଭକ୍ତ ଓ ଆଜ୍ଞାକାରୀ ତଥା ଶକ୍ତିଶାଳୀ ବୋଲି ପ୍ରଭୁ ରାମଚାନ୍ଦ୍ର ତାଙ୍କୁ କାଶୀ ପଠାଇଥିଲେ ସେଠାରୁ ଶିବଲିଙ୍ଗ ଆଣିଲେ ରାମେଶ୍ଵରଠାରେ ପ୍ରତିଷ୍ଠା କରିବାକୁ ଓ କହିଥିଲେ ତୁମେ ହିଁ ଏକମାତ୍ର ଯୋଗ୍ୟ ଵ୍ୟକ୍ତି ଯିଏ କାଶୀରୁ ଏକାଦଶୀ ରୁଦ୍ରଙ୍କୁ ଆଣିବାକୁ ସମର୍ଥ ହେଇପାରିବ . ଶ୍ରୀରାମଙ୍କ ଭକ୍ତ ଶ୍ରେଷ୍ଠ ବାହାରିଗଲେ ସତ ହେଲେ ସେଇଠି ତାଙ୍କ ନିଜ ଶକ୍ତି ଉପରେ ଅହଂକାର ବା ଅଭିମାନ ଆସିଥିଲା ଯେ ମୋ ଯୋଗୁଁ ଶିବଲିଙ୍ଗ ଶ୍ରୀରାମଙ୍କୁ ପ୍ରାପ୍ତ ହେବ. ଶିବ ଲିଙ୍ଗ ନେଇ ଫେରିବା ବେଳେ ହନୁମାନ ଦେଖିଲେ ମୁନି ଋଷି ଓ ବ୍ରାହ୍ମଣମାନେ ରାମେଶ୍ଵରଙ୍କ ପୀଠରେ ଶିବଲିଙ୍ଗ ପ୍ରତିଷ୍ଠା ପୂଜା ଦେଖି ଫେରୁଥିବାର କହିବାରୁ ହନୁମାନ ରାମେଶ୍ଵରଠାରେ ପହଁଞ୍ଚି ଦେଖିଲେ ସମୟ ଅର୍ଥାତ ଶୁଭବେଳା ଗଡିଯିବାରୁ ଶ୍ରୀରାମ ବାଲିର ଲିଙ୍ଗ ପ୍ରତିଷ୍ଠା କରିସାରିଛନ୍ତି. ହନୁମାନ ମନଦୁଃଖ କରିବାରୁ ଶ୍ରୀରାମ କହିଲେ ତୁମ ବିଳମ୍ବ କାରଣରୁ ରାମେଶ୍ଵରଙ୍କ ପାଖରେ ସ୍ଥାପନ ହୋଇଥିବା ବାଲିଲିଙ୍ଗଙ୍କୁ ଯଦି ତୁମେ ଅପସାରଣ ବା ସ୍ଥାନାନ୍ତରଣ କରିପାରିବ ତେବେ ତୁମେ ଆଣିଥିବା ଲିଙ୍ଗ ଏଠାରେ ବସାଇଦେବା. ହନୁମାନ ସେଠାରେ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ମଧ୍ୟ ବାଲିର ଶିବଲିଙ୍ଗଙ୍କୁ ହଟାଇ ନପାରି,ବୁଝିଯାଇଥିଲେ ଶିବ ଏତେ ବଡ଼ ଓ ବୁଝିପାରିଥିଲେ ଏହା ତାଙ୍କ ଅହଂଙ୍କାର ଭାଙ୍ଗିବାକୁ ଶ୍ରୀରାମଙ୍କ ପରୀକ୍ଷା.
ତେବେ ଶ୍ରୀରାମ ହନୁମାନଙ୍କୁ ନିରାଶ ନକରି ତାଙ୍କ ଭକ୍ତି ପାଇଁ ସେ ଆଣିଥିବା ଏକାଦଶୀ ରୁଦ୍ରଙ୍କୁ ହନୁମୋଦୀଶ୍ଵର ଠାରେ ସ୍ଥାପନ କାରିଥିଲେ. ଯେ କେହି ଭକ୍ତ ଆସିବେ ପ୍ରଥମେ ହନୁମୋଦୀଶ୍ଵରଙ୍କୁ ଦର୍ଶନ କରି ତା ପରେ ରାମେଶ୍ଵର ଦର୍ଶନ କରିବେ. ସେଇଠି ହନୁମାନ ବୁଝିଯାଇଥିଲେ ଅହଙ୍କାରକୁ ଭଗବାନ ସହ୍ୟ କରନ୍ତି ନାହିଁ. ଗଳ୍ପଟି ଶୁଣିବା ପରେ ଶୈଳଜା ଗୁରୁମା ଲକ୍ଷ କଲେ ଅଳକା ଏଣିକି ଅହଂଙ୍କାର ନକରି ସମସ୍ତ ପିଲାମାନଙ୍କ ସଙ୍ଗେ ସାଙ୍ଗ ହୋଇ ବନ୍ଧୁ ଭଳି ଚଳୁଥିଲା. କାହା ମନରେ କଷ୍ଟ ନଦେଇ ମଧୁର ବିନୟ ବଚନ କହୁଥିଲା. କାରଣ ନଥାଇ କାହାକୁ ଚୋରଣୀ, ରୋଗୀଣୀ, ଡାହାଣୀ ଭଳି ଅପଶବ୍ଦ ବ୍ୟବହାର କରୁନଥିଲା ବରଂ ସମସ୍ତଙ୍କ ଭିତରେ ଥିବା ଭିର୍ନ୍ନ ଭିର୍ନ୍ନ ପ୍ରତିଭା ଚିହ୍ନି ସେମାନଙ୍କୁ ପ୍ରଶଂସା କରି ତାଙ୍କ ମନୋବଳ ବଢ଼େଇ ଚାଲିଥିଲା. ଏଣେ ଗୁରୁମା ଭାବୁଥିଲେ ସତରେ ରାମ ନାମେ କି ରସ ଅଛି... ପାନ କଲା ଲୋକ ସିନା ଜାଣିଛି.
