STORYMIRROR

CHINMAYEE PRADHAN

Children Stories Tragedy Classics

3  

CHINMAYEE PRADHAN

Children Stories Tragedy Classics

ଅଧିକାର

ଅଧିକାର

2 mins
197

ଏଇ ଶୁଣୁଛ! କାଲି ଆମ ବିବେକ ର ଜନ୍ମଦିନ। ତା ପାଇଁ ଗାଁ ମନ୍ଦିରରେ ମୁଁ ଗୋଟିଏ ପୂଜା ରଖିଛି। ଛୋଟ ପିଲାମାନଙ୍କୁ କ୍ଷୀରି ଖେଚୁଡ଼ି ଖୁଆଇବି। ତମେ ଦାମକୁ ନେଇ ବଜାରରୁ ସବୁ ଆଜି କିଣି ଆଣିବ। ହେଇଟି ଶୁଣ ବିବେକକୁ ଟିକେ ଫୋନ କରୁନ।ବହୁତ୍ ଦିନ ହେଲାଣି କଥା ହେଇନି। ଖବର କାଗଜ ଟା ଟେବୁଲ ଉପରେ ଥୋଇ ଚଷମାଟା କାଢି ପୋଛି ଆଉଥରେ ଲଗାଇ ଚା କପଟା ଧରିଲେ କୃଷ୍ଣଚନ୍ଦ୍ରବାବୁ। ଢୋକେ ପି କହିଲେ, ଏଁ କଣ ବିବେକକୁ ଫୋନ କରିବି? ସେ କେବେ ଫୋନରେ କଥା ହେଇଥିଲା ନା ଆଜି ହେବ ରାଧା? କାହିଁକି ଆଶା କରୁଛ? ହଉ ତମେ ଆଗ କର। ସବୁଥର ଭଳି ଏଥର ମଧ୍ୟ ସେ ରିସିଭ୍ କଲାନି । ଦି ବର୍ଷ ହେଲା ସେ ଘରକୁ ଆସିନି। ତାକୁ ଦେଖିବା ପାଇଁ ଭାରି ଇଚ୍ଛା ହଉଛି। ହେଲେ କଣ ହେବ? ସେ ତ କେବେ ଚାହୁଁନି। ଭାଗ୍ଯକୁ ଆଦରି ରୁହ ରାଧା।କିଛି ନ କହି ପଣତକାନିରେ ଲୁହ ପୋଛି ଚାଲିଗଲେ ରାଧାଦେବୀ। 

    ଆଲୋ ରାଧାନାନୀ ବିବେକ କଣ ଆଉ ଘରକୁ ଫେରିବନି କି? ଦି ବର୍ଷ ହେଲା ତ କାଇଁ ଆସିନି। ଆଉ ଫୋନଫାନ କରେ ଟି? ହଁ ଆଜିକାଲି ବାହା ହେଲା ପରେ ବାପା ମାଆଙ୍କୁ କିଏ ପଚାରୁଚି। ହଉଲୋ ନାନୀ ମୁଁ ଯାଉଛି। ସୁନିର କଥାଟା ଭାରି ବାଧିଲା ତାଙ୍କୁ। କିଛି ନ କହି ସେ ଚୁପଚାପ ଚାଲିଆସିଲେ। 

  ଆଜି ସକାଳୁ କାଇଁ କାଉଟା ସଜନା ଗଛ ଉପରେ ବସି ରାଉ ରାଉ ହଉଛି। ଯେତେ ହୁଡେଇଲେ ବି ଯାଉନି। ଦାମ ଆସି ହଠାତ୍ ଖବର ଦେଲା ମା! ଶାନ୍ତିଦେଇ ଆସିଛନ୍ତି। ରୋଷେଇ ଘରୁ ବାହାରି ଆସିଲେ ସେ। ଶାନ୍ତି ଆସି ମୁଣ୍ଡିଆ ମାରିଲା। ବାହାରକୁ ଅନେଇ ସେ କହିଲେ ଆଲୋ ମା ତୁ ଏକା ଜ୍ବାଇଁ ଆସି ନାହାଁନ୍ତି? ନା ସେ ଆସିବନି। ମୁଁ ସେ ଘର ଛାଡି ଚାଲି ଆସିଛି। କିନ୍ତୁ କାହିଁକି? କହ ବୋଉ ମୋର କଣ ଖୁସିରେ ବଞ୍ଚିବାର ଅଧିକାର ନାହିଁ। ସବୁଥିରେ ଶାଶୁଙ୍କ ଆକଟ। ଇଏ ବି ମା କଥାରେ ଉଠବସ। କଣ ହେଇଛି ବୁଝିବା। ତୁ ଆସ୍ ବସ୍। ମୋ ସାଙ୍ଗମାନେ କେତେ ଆଡେ ବୁଲୁଛନ୍ତି। କେତେ ଫୋଟ ସୋସିଆଲ ମିଡିଆରେ ସେଆର କରୁଛନ୍ତି। ଆଉ ଇଏ କହିବେ ଖାଲି ଘରେ ରହି ବୋପାମାଆ ଙ୍କ ସେବା କରିବାକୁ।ଯୁଆଡେ ଗଲେ ସେମାନଙ୍କୁ ସାଙ୍ଗରେ ନେଇ ଯିବାକୁ। ପୁରା ପିତୃମାତୃ ଭକ୍ତ। ଦେଖ୍ ମା ଅଧିକାର ଆଉ କର୍ତ୍ତବ୍ଯ ପରସ୍ପର ପରିପୂରକ। କର୍ତ୍ତବ୍ୟ ପାଳନ କଲେ ଅଧିକାର ଆପେ ଆସିବ। ବାପା ମାଆଙ୍କୁ ସମ୍ମାନ କର। ତାଙ୍କ ସେବା କର। ତାଙ୍କ ଆଶୀର୍ବାଦରୁ ଖୁସିରେ ରହିବ। ତୋ ଭାଇ ତ ଆଉ ଘରକୁ ଆସୁନି। ଫୋନ ବି ଟିକେ କରୁନି। ଆମକୁ କେତେ କଷ୍ଟ ହଉଛି ଜାଣିଛୁ। 

     ତୋ ବାପା କହୁଥିଲେ ଦାମ ଆମର ପୁଅଠୁ ଅଧିକ। ସେ କେତେ ସେବା କରୁଛି। ଆଉ ସବୁ ସମ୍ପତ୍ତିର ଅଧିକାରୀ ସିଏ ହବ। ସିଏ କାହିଁକି ବୋଉ? ଭାଇ? ଭାଇ ତ ମୁହଁରେ ନିଆଁ ଟିକେ ଦେବାକୁ ଆସିବନି। ତାର ଅଧିକାର ଆଉ କୋଉଠି ରହିଲା? 

  ଶାନ୍ତି ତାର ଭୁଲ୍ ବୁଝି ପାରିଲା। ଆଉ ଯେଉଁ ବାଟରେ ଆସିଥିଲା ସେହି ବାଟରେ ସିଧା ଶାଶୁଘରକୁ ଚାଲିଲା। ମନେମନେ ଭାବୁଥିଲା କର୍ତ୍ତବ୍ୟ ନ କଲେ ଅଧିକାର ଆସିବ କୁଆଡୁ। ରାଧାଦେବୀଙ୍କ ଆଖିରୁ ଧାର ଧାର ଲୁହ ବହି ଯାଉଥିଲା।ସେ ଲୁହ ଖୁସିର ନା ଦୁଃଖର ସେ ସେ ଜାଣି ପାରୁନଥିଲେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍