kalpana sahoo

Others

2  

kalpana sahoo

Others

ଅଧାଗଢା ସ୍ବପ୍ନ

ଅଧାଗଢା ସ୍ବପ୍ନ

1 min
103


    ମନୁ ବହୁତ ଭଲ ପାଠପଢେ । ଗାଆଁର ସବୁ ପିଲାଙ୍କ ଆଗରେ ଥାଏ ସେ ସବୁବେଳେ । ପାଠପଢା ସାଙ୍ଗକୁ ଭଲ ସ୍ୱଭାବି ପିଲାଟାଏ । କାହା ସହ କଳି ଝଗଡା କରେନି, ସମସ୍ତଙ୍କୁ ଆପଣେଇନିଏ ।

    ୧୯୯୯ ମସିହାରେ ଗୋଟାଏ ମହାବାତ୍ୟା ହେଇଥିଲା । ବାତ୍ୟାର ପ୍ରଭାବ ଏତେ ବେଶୀ ଥିଲା ଯେ କିଏ କ'ଣ ହରେଇଛନ୍ତି ତା'ର ହିସାବ କାହା ପାଖରେ ନାହିଁ । ସେତେବେଳେ ପ୍ରାୟତଃ ସବୁଘର ଚାଳ ଛପର ଆଉ ମାଟି ଘର ଥିଲା । ଟିକିଏ ବର୍ଷାର ଆଘାତକୁ ଯେଉଁ ଘର ସହି ପାରନ୍ତିନି, ଏ ମହାବାତ୍ୟାକୁ କେମିତି ସହ୍ୟ କରିଥାନ୍ତେ? ସେ ବାତ୍ୟାରେ ବହୁତ କ୍ଷୟକ୍ଷତି ହେଇଛି । ଲୋକମାନଙ୍କର ଧନ ଜୀବନ ନଷ୍ଟ ହେଇଯାଇଛି ।

    ମନୁ ଘର ଘର ବି ସେଇ ବାତ୍ୟାରେ ଭାଙ୍ଗିଯାଇଛି । ଘରର କାନ୍ଥ ପଡି ବାପାଙ୍କ ମୃତ୍ୟୁ ହେଇଯାଇଛି । ଭାଇ ଭଉଣୀ ଚାରି ଜଣ ଆଉ ମାଙ୍କ ଦାୟିତ୍ୱ ଏବେ ମନୁ କାନ୍ଧେଇଛି ଘରର ବଡପୁଅ ହିସାବରେ । ସ୍କୁଲରେ ସବୁବେଳେ ପ୍ରଥମ ସ୍ଥାନରେ ଥିବା ମନୁ ଆଉ ସ୍କୁଲ୍ ର ମାଟିବି ମାଡିପାରୁନି । ଘରେ ସମସ୍ତଙ୍କ ପେଟ ଭରିବାପାଇଁ ନିଜ ସ୍ୱପ୍ନକୁ ମାରିଦେଇଛି । ମନୁର ଇଚ୍ଛା ଥିଲା ସେ ଗୋଟାଏ ଇଞ୍ଜିନିୟର ହେବ, ହେଲେ ଏବେ ସେ ସବୁ ସତକରିବା ସ୍ୱପ୍ନ ପାଲଟିଯାଇଛି । ତଥାପି ଆଶା ଛାଡିନି।

    କିଛି ବର୍ଷ ଭିତରେ ଭାଇଭଉଣୀଙ୍କ ପାଠପଢା ସରିବାପରେ ମନୁ ସେମାନଙ୍କୁ ଭଲ ଘର ଦେଖି ବାହା ଦେଇଛି । ନିଜେ ବି ବାହା ହେଇସାରିଛି । ଗୋଟାଏ ପୁଅ ବି ମନୁର ୮ବର୍ଷର । ସେ ବି ଜିଦ୍ କରୁଛି ବାପାଙ୍କ ଭଳି ଇଞ୍ଜିନିୟରଟିଏ ହେବାପାଇଁ । ପୁଅର ଜିଦ୍ ଦେଖି ମନୁର ଅଧା ଗଢା ସ୍ୱପ୍ନ ମନେପଡିଛି । ତା' ଆଖିରୁ ଧାରଧାର ଲୁହ ବୋହି ଆସୁଛି ।



Rate this content
Log in